ମୂଳଲେଖା- ରାଜେଶ ରାମକ୍ରିଷ୍ଣନ
ଅନୁବାଦ : ଅଫଲାତୁନ
ଖଣି, ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଅଧିନିୟମ ୨୦୨୬ ବିଜେପି ସରକାରଙ୍କ ଦ୍ୱାରା କର୍ପୋରେଟ ଅନୁକୂଳ କିନ୍ତୁ ପ୍ରକୃତି ଆଶ୍ରିତ ପ୍ରାଥମିକ ଉତ୍ପାଦକ (କୃଷକ, ମତ୍ସ୍ୟଜୀବୀ, ଜଙ୍ଗଲବାସୀ ଓ ପଶୁ ଚରାଳି) ଓ ସେମାନଙ୍କୁ ସାମର୍ଥ୍ୟ ଦେଉଥିବା ଜଳ,ଜଙ୍ଗଲ ଓ ଜମିର ପ୍ରତିକୂଳ । ଯଦିଓ ଏହି ଆଇନ ସମାନ କର ବ୍ୟବସ୍ଥା ପ୍ରଚାର କରେ ଏହା ବାସ୍ତବରେ କର୍ପୋରେଟମାନଙ୍କ ଦ୍ୱାରା ପରପିଢ଼ି ପ୍ରତି ଧ୍ୟାନ ନଦେଇ ଦେଶର ଖଣିଜ ସମ୍ପଦର ତ୍ୱରିତ ଧ୍ୱଂସ ସାଧନ, ପରିବେଶର ଉତ୍କଟତର ବିପର୍ଯ୍ୟୟ । ମାନବୀୟ ଯନ୍ତ୍ରଣାର କାରଣ ଓ ରାଜ୍ୟ ସରକାରଗୁଡିକୁ କ୍ଷତିପୂରଣ ନିର୍ଦ୍ଧାରଣରେ ନିରସ୍ତ୍ର କରିଦେବ । ଏହି ପୁଞ୍ଜିବାଦୀ ଖନନ ସମର୍ଥକ ସଂଶୋଧନ ଅଧିନିୟମକୁ ପ୍ରତ୍ୟାହାର ପାଇଁ ଦୃଢ଼ ଭାବେ ଉଦ୍ୟମ ହେବା ଆବଶ୍ୟକ ।
ସଂଶୋଧନ
ଯଦିଓ ପୂର୍ବରୁ MMDR Act କେନ୍ଦ୍ର ସରକାରଙ୍କୁ ଖଣିଗୁଡ଼ିକର ନିୟନ୍ତ୍ରଣ ଓ ଖଣିଜ ପଦାର୍ଥର ବିକାଶପାଇଁ କ୍ଷମତା ଦେଇଛି, ୨୦୨୬ ସଂଶୋଧନ ଏହାକୁ ଖଣିଜଯୁକ୍ତ ଜମିଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ସକ୍ଷମ କରାଉଛି । ଏହାଦ୍ୱାରା କେନ୍ଦ୍ର ସରକାର ଯେକୌଣସି ଖଣିଥିବା ଜମିକୁ ତାଙ୍କର ମାପଦଣ୍ଡ ଦ୍ୱାରା ଖଣିଜଯୁକ୍ତ ଜମି ରୂପରେ ଘୋଷଣା କରିପାରିବେ । ଏହାଦ୍ୱାରା କେନ୍ଦ୍ର ନିର୍ଦ୍ଧାରିତ ସର୍ତ୍ତ ବା କଟକଣା ବ୍ୟତୀତ ରାଜୟ ସରକାରମାନେ ନିର୍ଦ୍ଦିଷ୍ଟ କର ବସେଇବା ପାଇଁ କ୍ଷମତାପ୍ରାପ୍ତ ହେବେ ନାହିଁ । ଏହା (କ) ଖଣିଜ ଅଧିକାର କିମ୍ବା (ଖ) ଖଣିଜ ଯୁକ୍ତ ଜମି ଉପରେ ଲଗାଯାଉଥିବା କୌଣସି କର, ସେସ୍ ବା ଶୁଳ୍କ (ଖଣିଜ ପରିମାଣ, ଖଣିଜ ମୂଲ୍ୟ, ରୟାଲଟି ଓ ଅନ୍ୟାନ୍ୟ ଉପରେ ପର୍ଯ୍ୟବସିତ) । ଏହି ସଂଶୋଧନ ଅନୁଯାୟୀ ପୂର୍ବ ବକେୟା କର ରାଶିକୁ ଅସିଦ୍ଧ ମାନ୍ୟ କରାଯିବ । କିନ୍ତୁ ପୂର୍ବ ପଇଠ କର ରାଶି ସବୁ ଫେରସ୍ତଯୋଗ୍ୟ ନୁହେଁ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଖଣିକମ୍ପାନୀ ମାନଙ୍କର ଅନାଦେୟ କରଗୁଡିକୁ ଛାଡ଼ କରିବା ଏବଂ ସେମାନଙ୍କ ପାଇଁ ଏକ କୋହଳ ରାଜସ୍ୱ ବ୍ୟବସ୍ଥା । ଏହା କରିବାଦ୍ୱାରା ସଂସଦର ରାଜ୍ୟ ମାନଙ୍କର କର ନିୟନ୍ତ୍ରଣ କ୍ଷମତାକୁ ଅନୁପ୍ରବେଶ ଓ ସଙ୍ଘୀୟ କ୍ଷମତା ବଣ୍ଟନ ଉପରେ ପ୍ରଶ୍ନବାଚୀ ଉଠୁଛି ।
ସାମ୍ବିଧାନିକ ପ୍ରଶ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କ୍ଷମତା
Mineral Area Development Authority (MADA) Vrs Steel Authority of India Limited କେସର ତା୨୫.୦୭.୨୦୨୪ରିଖରେ ସର୍ବୋଚ୍ଚ ନ୍ୟାୟାଳୟର ୯ଜଣିଆ ବେଞ୍ଚର ରାୟ ଏହି ସଂଶୋଧନର ପୃଷ୍ଠଭୂମି ଅଟେ । କୋର୍ଟ ରୁଲିଂ ଦେଇଥିଲେ ସମ୍ବିଧାନର ରାଜ୍ୟ ତାଲିକାର ୫୦ ନମ୍ବର ଏଣ୍ଟ୍ରି ଅନୁଯାୟୀ ରାଜ୍ୟମାନଙ୍କର ଅଧିକାର ଉପରେ କରଧାର୍ଯ୍ୟ କ୍ଷେତ୍ରରେ ନିରଙ୍କୁଶ କ୍ଷମତା ରହିଅଛି । କିନ୍ତୁ ସଂସଦ ନିଜ ବିକାଶ ସମ୍ବନ୍ଧୀୟ କର ନିର୍ଦ୍ଧାରଣକୁ ସମ୍ପୂର୍ଣ୍ଣ ବାରଣ କରିଛି । ୨୦୨୬ ସଂଶୋଧନ ଅଧିନିୟମ ଏହି ଦ୍ୱନ୍ଦ୍ୱକୁ ବ୍ୟବହାର କରିଛି ଓ ଏହା ମଧ୍ୟ ରାୟ ଦେଇଥିଲେ ଯେ, ଖଣିଜ ଯୁକ୍ତ ଜମି ରାଜ୍ୟ ତାଲିକାର ୪୯ନମ୍ବର ଏଣ୍ଟ୍ରିରେ ଆସେ ଏବଂ ଉତ୍ପାଦିତ ଖଣିଜ ପରିମାଣ କିମ୍ବା ଦେୟଯୁକ୍ତ ରୟାଲଟି ଆଧାରରେ କର ନିର୍ଦ୍ଧାରଣର କ୍ଷମତା ରାଜ୍ୟମାନଙ୍କର ଅଛି । ୫୦ନମ୍ବର ଏଣ୍ଟ୍ରି ପରି ୪୯ ନମ୍ବର ଏଣ୍ଟ୍ରି ସରକାରଙ୍କ ଦ୍ୱାରା ସଙ୍କୁଚିତ ନୁହେଁ ସୁତରାଂ ଖଣିଜଯୁକ୍ତ ଜମି ଉପରେ କର ନିର୍ଦ୍ଧାରଣ କରିବାର ଏକାଧିକାର କ୍ଷମତା ରାଜ୍ୟମାନଙ୍କ ଉପରେ ନ୍ୟସ୍ତ, ଏଥିପାଇଁ ସେମାନେ କେନ୍ଦ୍ରର ବଶମ୍ବଦ ନୁହନ୍ତି । ଏହାସତ୍ତ୍ୱେ ୨୦୨୬ ସଂଶୋଧନ କେନ୍ଦ୍ର ନିର୍ଦ୍ଦେଶିତ ସର୍ତ୍ତ ଓ କଟକଣା ଛଡ଼ା ରାଜ୍ୟଗୁଡିକ ଖଣିଜ ଅଧିକାର କିମ୍ବା ଖଣିଜଯୁକ୍ତ ଜମି ଉପରେ କର ଲଗେଇବା ପାଇଁ ସକ୍ଷମ ନୁହନ୍ତି । ଏହା ୫୦ନମ୍ବର ଏଣ୍ଟ୍ରିର ବିରୁଦ୍ଧାଚରଣ କରୁଛି । କାରଣ ରାଜ୍ୟ ଗୁଡିକର କ୍ଷମତା ସୀମିତ କରିବା ପରିବର୍ତ୍ତେ ଏହା ସେମାନଙ୍କୁ କେନ୍ଦ୍ରର ସର୍ତ୍ତ ପାଳନ ଦ୍ୱାରା ଅଧିକ କର ନିର୍ଦ୍ଧାରଣ କରିବାର କ୍ଷମତା ପ୍ରଦାନ କରୁଅଛି । ଏହିପରି ଏଣ୍ଟ୍ରି ନମ୍ବର ୫୦ ପ୍ରଭାବ ହିଁ ହୋଇପଡ଼ିଛି । ଆଉ ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ନିରୂପିତ ଯେକୌଣସି ଖଣିଜ ଥିବା ଜମିକୁ ମଧ୍ୟ ଖଣିଜ ଯୁକ୍ତ ଜମିଭାବରେ ପରିଭାଷିତ କରାଯାଇ ରାଜ୍ୟଉପରେ କେନ୍ଦ୍ରର ଅତିକ୍ରମଣକୁ ବ୍ୟାପକ କରାଯାଇଛି । ଏହା ସମ୍ବିଧାନଦତ୍ତ ରାଜ୍ୟର କ୍ଷମତାର ବିରୁଦ୍ଧରେ ଯାଉଛି, ଏଣ୍ଟ୍ରି ନମ୍ବର ୪୯ କୌଣସି କେନ୍ଦ୍ରୀୟ ଅଙ୍କୁଶର ବଶବର୍ତ୍ତୀ ନୁହେଁ କାରଣ କେନ୍ଦ୍ରୀୟ କାର୍ଯ୍ୟପାଳିକା ଦ୍ୱାରା ପ୍ରସ୍ତୁତ ନିୟମ ଅନୁଯାୟୀ କେନ୍ଦ୍ରୀୟ ବ୍ୟବସ୍ଥାପକ ଖଣିଜଯୁକ୍ତ ଜମିର ସଂଜ୍ଞା ପରିବର୍ତ୍ତନ କରିପାରିବ ନାହିଁ ।
ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କର ୨୦୨୪ ରାୟରେ ଉଲ୍ଲେଖ କରିଥିଲେ ଯେ, ତା୦୧.୦୪.୨୦୦୫ରିଖରୁ ଆରମ୍ଭ ଅବଧିର କର ଦାବୀ ପାଇଁ ରାଜ୍ୟମାନେ କ୍ଷମତାପ୍ରାପ୍ତ । ଯଦି ପର୍ଯ୍ୟାୟକ୍ରମେ ପରିଶୋଧ ସୁବିଧା ପ୍ରଦାନ କରାଯାଏ । ବର୍ତ୍ତମାନର ସଂଶୋଧନ ଏହାକୁ ଅସିଦ୍ଧ କରିଛି । ଯାହାଦ୍ୱାରା ଖଣି କମ୍ପାନୀମାନେ ଲାଭାନ୍ୱିତ ହେବେ । କିନ୍ତୁ ଯେକୌଣସି ବିଧେୟକ “ଯାହା ଥାଉନା କାହିଁକି” ଖଣ୍ଡବାକ୍ୟର ପ୍ରୟୋଗ କରି ନ୍ୟାୟାଳୟ ପ୍ରଦତ୍ତ କୌଣସି ଡିକ୍ରି ବା ରାୟ ବା ଆଦେଶକୁ ପରିବର୍ତ୍ତନ କରିପାରିବେ ନାହିଁ ଏଥିପାଇଁ ରାୟର ଆଧାରକୁ ପରିବର୍ତ୍ତନ କରିବା କଥା । ୨୦୨୬ ସଂଶୋଧନ ଅଧିନିୟମ ୨୦୨୪ର ରାୟର ଆଧାରକୁ ପରିବର୍ତ୍ତନ ନ କରିଥିବାରୁ (ଯାହା କେନ୍ଦ୍ର ରାଜ୍ୟର କ୍ଷମତା ବଣ୍ଟନ ଓ ଖଣି ଅଧିକାର ଓ ଖଣିଜଯୁକ୍ତ ଜମିର ବ୍ୟାଖ୍ୟା ଉପରେ ନିର୍ଭରଶୀଳ) ଏହା ଭ୍ରାନ୍ତମୂଳକ ଅଟେ ।
୨୦୨୪ ସଂଶୋଧନ ଦ୍ୱାରା ୨୦୦୫ରୁ ସଂଗ୍ରହ କରୁଥିବା ରାଜ୍ୟମାନଙ୍କୁ ପୁରସ୍କୃତ ଏବଂ ଅନ୍ୟମାନଙ୍କ ପ୍ରତି ପକ୍ଷପାତ କରୁଛି ଏହାଦ୍ୱାରା ସମ୍ବିଧାନର ୧୪ନମ୍ବର ଧାରାର ଉଲଂଘନ ହେଉଛି ।
ଖଣିଜସମୃଦ୍ଧ ରାଜ୍ୟମାନଙ୍କ ଉପରେ ସମ୍ଭାବ୍ୟ ପ୍ରଭାବ
୨୦୨୬ ସମ୍ବିଧାନ ସଂଶୋଧନ କର୍ତ୍ତୁକ ରାଜ୍ୟଗୁଡିକର କର ନିର୍ଦ୍ଧାରଣ କ୍ଷମତାର ବିଲୋପଦ୍ୱାରା ସେମାନଙ୍କର ମାନବୀୟ ବିକାଶ ଓ ସାମାଜିକ କଲ୍ୟାଣ ନିମନ୍ତେ ଖଣି ରାଜସ୍ୱର ବ୍ୟବହାର କରିବାର ଅଧିକାର ଲୋପ ହେଇଯାଉଛି । ଯେପରିକି Jharkhand Mineral Bearing Act ଯାହାଦ୍ୱାରା ୧୩୪୪୨ କୋଟି ରାଜସ୍ୱ ସଂଗ୍ରହ କରାଯିବାର ଲକ୍ଷ୍ୟ ଥିଲା (ଅଣକର ରାଜସ୍ୱର ୬୮% ଓ ସମସ୍ତ ରାଜସ୍ୱର ୧୧%) ତାର ବୈଧତା ହରେଇଛି ।୧ ଏହି ଅର୍ଥରାଶି ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା, କୃଷି, ଗ୍ରାମୀଣ ଭିତ୍ତିଭୂମି, ପାନୀୟ ଜଳ ଓ ସ୍ୱଚ୍ଛତା ବୃଦ୍ଧି ନିମନ୍ତେ ଉଦ୍ଦିଷ୍ଟ ଥିଲା । ସେହିପରି ORISED Act ୨୦୦୪ରେ ଖଣିଜଯୁକ୍ତ ଜମିର ବାର୍ଷିକ ମୂଲ୍ୟର ୨୦% ପ୍ରତିଶତ ଶୁଳ୍କ ଥିଲା । ଏହା ରାଜ୍ୟର ସରକାରଙ୍କ ଦ୍ୱାରା ଗ୍ରାମୀଣ, ଖଣି ଅଞ୍ଚଳ ଓ ପଛୁଆଅଞ୍ଚଳରେ ଉତ୍ପାଦନ ପ୍ରକ୍ରିୟା ବୃଦ୍ଧି, ଶିକ୍ଷା, ସ୍ୱାସ୍ଥ୍ୟ ସ୍ୱଛତା ବୃଦ୍ଧିପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ଏହା ଖଣିକମ୍ପାନୀମାନଙ୍କର ଓଡିଶା ଉଚ୍ଚ ନ୍ୟାୟାଳୟରେ ଆବେଦନ ଯୋଗୁଁ ଖାରଜ ହୋଇଯାଇଥିଲା । ରାଜ୍ୟ ଏଥିପାଇଁ ଉଚ୍ଚତମ ନ୍ୟାୟାଳୟରେ ଅପିଲ କରିଥିଲା । ଏବଂ ଏହା ଏବେ ବିଚାରାଧୀନ ଥିବାବେଳେ ୨୦୨୪ର ସୁପ୍ରିମକୋର୍ଟଙ୍କ ରାୟ ଦ୍ୱାରା ORISED Act କାଏମ ରହିବା ଓ ତଦ୍ଜନିତ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ବକେୟା ରାଶି (୧୨ଟି କିସ୍ତି)ର ଉପଲବ୍ଧିର ଆଶା ସଂଚାର ହୋଇଥିଲା । ଓଡିଶା ପ୍ରତିବର୍ଷ ଅତିରିକ୍ତ ୧୨୦୦୦ କୋଟି ଟଙ୍କା ପାଇ ପାରିଥାନ୍ତା, ମାତ୍ର ୨୦୨୬ ସଂଶୋଧନ ଅଧିନିୟମ ଉଭୟ ବକେୟା ଓ ବାର୍ଷିକ ରାଜସ୍ୱପ୍ରାପ୍ତିର ସମ୍ଭାବନାକୁ ସମାପ୍ତ କରିଦେଇଛି ।
ଖଣି ସମୃଦ୍ଧ ରାଜ୍ୟମାନେ ଏହି ପରିସ୍ଥିତିରେ ନିରନ୍ତର ଆର୍ଥିକ ଲାଭ ନିମନ୍ତେ ଖଣିଜ ଉତ୍ପାଦନ ବୃଦ୍ଧି ପାଇଁ ବାଧ୍ୟ ହେଲେ । ଉଦାହରଣସ୍ୱରୂପ ଓଡ଼ିଶାରେ କ୍ରମାଗତ ଭାବେ ୨୦୨୧-୨୨ରୁ ଖଣି ରାଜସ୍ୱ ବୃଦ୍ଧିପାଇ ୨୦୨୬-୨୭ରେ ୫୩୦୦୦କୋଟି ଟଙ୍କାରେ ପହଞ୍ଚିବ ବୋଲି ଅନୁଧ୍ୟାନ କରାଯାଇଛି ।୨ ଯାହା ଅଣକର ରାଜସ୍ୱର ୭୫%, ଖଣି ଲିଜର ନବୀକରଣ ଓ ନୂଆ ଖଣି ନିଲାମଦ୍ୱାରା ଏହା ସମ୍ଭବ । ଓଡ଼ିଶା ୭୯ଟି ଖଣିଜ ବ୍ଲକ ନିର୍ମାଣ କରିଥିଲା ଓ ୨୦୨୫-୨୬ ମଧ୍ୟରେ ପ୍ରିମିୟମ ପ୍ରାୟ ୮୭୦୦୦କୋଟି ଆୟ କରିଥିଲା ।୩
ପ୍ରକୃତ ବିଜେତାଗଣ : ଖଣି କମ୍ପାନୀ ସମୂହ
ଉଚ୍ଚତମ ନ୍ୟାୟାଳୟର ୨୦୨୪ ରାୟ ଉପରେ ଭାରତୀୟ ଖଣିଶିଳ୍ପ ପରିଷଦ (FIMI)ବାର୍ଷିକ ୧.୫ଲକ୍ଷ କୋଟିରୁ ୨ଲକ୍ଷ କୋଟି କ୍ଷତି ଅଭିଯୋଗ କରିଥିଲା ।୪ ଟାଟାଷ୍ଟିଲ ମଧ୍ୟ ତାର ବକେୟା କ୍ଷତିପୂରଣ ଯୋଗୁଁ ୧୭୩୪୭ କୋଟି ଟଙ୍କା କ୍ଷତିର ସୂଚନା ଦେଇଥିଲା ।୫ ଏହି ଅଧିନିୟମ ଦ୍ୱାରା କର ବକେୟା ରଖିଥିବା କମ୍ପାନୀମାନଙ୍କର ଲାଭ ହେବା ସହ ତାଙ୍କର ଆଗାମୀ କରଭାର ମଧ୍ୟ କମିଯିବ ।
ଖଣିଜ ନିଲାମ ପ୍ରିମିୟମ, କେନ୍ଦ୍ରୀୟ ସମ୍ପୂର୍ଣ୍ଣ ରୟାଲଟି ଓ ଜିଲ୍ଲା ଖଣିଜ ପାଣ୍ଠିଗୁଡିକର ବଣ୍ଟନ ରାଜ୍ୟ ପ୍ରାପ୍ତକରନ୍ତି ବୋଲି ଦୁହାଇ ଦେଇ ରାଜ୍ୟ ଗୁଡିକର ଅତିରିକ୍ତ କର ନିର୍ଦ୍ଧାରଣକୁ ଅନାବଶ୍ୟକ କରାଇବାର ଯୁକ୍ତିରେ କେନ୍ଦ୍ର ସରକାରଙ୍କ ଯୁକ୍ତି ନେପଥ୍ୟରେ ଖଣି କମ୍ପାନୀଙ୍କ ସମର୍ଥନ ରହିଛି । ଶୀଘ୍ର ଖଣିଯୁକ୍ତ ଜମି ଅଧିଗ୍ରହଣ, ଅଧିକ ଖଣିଜ ବ୍ଲକ ନିଲାମ ଓ ତ୍ୱରିତ ପରିବେଶ, ଜଙ୍ଗଲ ଓ ବନ୍ୟଜନ୍ତୁ ମଞ୍ଜୁରଦ୍ୱାରା ଉଭୟ ରାଜସ୍ୱ ଓ ଉତ୍ପାଦନ ବୃଦ୍ଧି ହେବାର ଯୁକ୍ତି ଉପସ୍ଥାପନ କରାଯାଉଅଛି । ଅଧିକା କ୍ଷେତ୍ରକୁ ଖଣିଜ କ୍ଷେତ୍ରର ପରିସରକୁ ଆଣିବା ଉଦ୍ୟମଦ୍ୱାରା ଖଣି ରାଜସ୍ୱର ସୁରକ୍ଷା ଓ ବୃଦ୍ଧି ହୋଇପାରିବ ବୋଲି ରାଜ୍ୟମାନଙ୍କୁ ବାଟ ଦିଆଯାଉଛି । ଏହାଦ୍ୱାରା ଖଣି କମ୍ପାନୀମାନଙ୍କର ଆଶାତୀତ ଲାଭ ହେବ ।
ପରିବେଶ ଉପରେ ନିର୍ଭରଶୀଳ ପ୍ରାଥମିକ ଉତ୍ପାଦକଙ୍କ ଉପରେ କୁପରିଣାମ
୨୦୧୫ଠାରୁ ତ୍ୱରାନ୍ୱିତ ଖଣିଖନନର ନିୟନ୍ତ୍ରଣ ମୁକ୍ତି ସହ ରାଜ୍ୟମାନଙ୍କ ଦ୍ୱାରା ପରିବେଶ ସୁରକ୍ଷା ଓ ସାମାଜିକ ଆଇନ, ନିୟମଗୁଡିକ ଯଥା – ଜଙ୍ଗଲ (ସଂରକ୍ଷଣ) ଅଧିନିୟମ ୧୯୮୦, ପାରିବେଶ ପ୍ରଭାବ ଆକଳନ (E I A) ବିଜ୍ଞପ୍ତି ୨୦୦୬ର କୋହଳ ହବା ଓ ଜଙ୍ଗଲ ଅଧିକାର ଆଇନ ୨୦୦୬ ଏବଂ ପଞ୍ଚାୟତ (ଅନୁସୂଚିତ ଅଞ୍ଚଳ ସଂପ୍ରସାରଣ)ଅଧିନିୟମ (PESA)ର ଅଣରୂପାୟନ ଓ ଉଲଂଘନ ଏବଂ ରାଜ୍ୟସରକାରମାନଙ୍କ ଦ୍ୱାରା ଭୂମି ଅଧିଗ୍ରହଣ, ପୁନର୍ବାସ ଓ ପୁନଃସଂସ୍ଥାପନରେ ନ୍ୟାୟପୂର୍ଣ୍ଣ କ୍ଷତିପୂରଣ ଏବଂ ସ୍ୱଛତା ଅଧିକାର ଅଧିନିୟମ ୨୦୧୩କୁ ଏଡାଇଯିବା ମଧ୍ୟ ଘଟିଆସିଅଛି ।
ଆଇନକୁ କୋହଳ କରିବା ଛଡା ଅନୁସୂଚିତ କ୍ଷେତ୍ରରେ ବେସରକାରୀ ସଂସ୍ଥାନକୁ ଖଣି ଲିଜ୍ ଦେବା, ଗ୍ରାମସଭାକୁ ଏଡାଇବା, ଜାଲ ଗ୍ରାମସଭା ମଞ୍ଜୁରୀପ୍ରାପ୍ତି, ଗ୍ରାମସଭାର ବିରୋଧ ସତ୍ତ୍ୱେ ଜବରଦସ୍ତ ଜମି ଦଖଲ, ପୋଲିସ ଭୟ ଓ ସାମାଜିକ କର୍ମୀଙ୍କୁ ଗିରଫ କରିବା ଦ୍ୱାରା ଆଇନର ସିଧାସଳଖ ଉଲଂଘନ ହେଉଛି । ଆଇନଗତ ପ୍ରକ୍ରିୟା ପାଳନ ନକରି ଖଣି ପ୍ରକଳ୍ପ ପାଇଁ ଜଙ୍ଗଲଜମି ପରିବର୍ତ୍ତନ, ପ୍ରଦତ୍ତ ଜମିର ଜଙ୍ଗଲ ଅଧିକାରକୁ ପୂର୍ବ ପ୍ରଭାବ ଦ୍ୱାରା ରଦ୍ଦ କରିବା, ଜଙ୍ଗଲ ଜମିରୁ ବେଦଖଲ କରିବା କ୍ଷତିପୂରଣ ବୃକ୍ଷରୋପଣ ପାଇଁ ଜଙ୍ଗଲ ଜମିରୁ ବିସ୍ଥାପିତ କରିବା ଦ୍ୱାରା ଜଙ୍ଗଲ ଅଧିକାର ଆଇନର ନିୟମିତ ଉଲଂଘନ ହେଉଛି ।
ସୁରକ୍ଷା ଆଇନ ଓ ନିୟମାବଳୀକୁ କୋହଳ କରିବାଦ୍ୱାରା ୨୦୧୧-୧୨ରୁ ୨୦୨୪-୨୫ ମଧ୍ୟରେ ଖଣି ଉତ୍ପାଦନ ୫୭% ବୃଦ୍ଧି ହୋଇଥିଲା ।୬ ସେହି ସମୟରେ ୨୦୦୮-୦୯ରୁ ୨୦୨୨-୨୩ ମଧ୍ୟରେ ୬୦୦୦୦ ହେକ୍ଟର ବନଭୂମି ଖଣି ପାଇଁ ପରିବର୍ତ୍ତନ କରାଯାଇଛି ।୭ ୨୦୧୦-୧୧ ରୁ ୨୦୨୩-୨୪ ମଧ୍ୟରେ ୪୦୦୦୦ ହେକ୍ଟର ଜମି ଖଣି ଓ ପଥର ଖନନ ପାଇଁ ବ୍ୟବହାର ହୋଇଛି ।୮ ଏହିଯୋଗୁଁ ବିସ୍ଥାପିତ ଜନସଂଖ୍ୟାର କୌଣସି କେନ୍ଦ୍ରୀୟ ଆକଳନ ହୋଇନାହିଁ । ସୈଦ୍ଧାନ୍ତିକ ଆନୁମାନିକ ମୂଲ୍ୟାୟନ ଏହାକୁ ୧୫୯ ରୁ ୨୫୧୦ ଲକ୍ଷ କହେ । ଭାରତର ସମଗ୍ର ଆଦିବାସୀମାନଙ୍କର ଏକ ଚତୁର୍ଥାଂଶ ଯାହା ୨.୬ କୋଟି ତାହାର ପାରମ୍ପରିକ ସ୍ଥାନ ଓଡ଼ିଶା, ଝାଡଖଣ୍ଡ ଓ ଛତିଶଗଡ଼ରେ ଅବସ୍ଥିତ । ଦେଶର ସଂରକ୍ଷିତ କୋଇଲାର ୭୦% ଏହି ତିନି ରାଜ୍ୟରୁ ମିଳେ । ଏହା ଏକ ବିରୋଧାଭାଷରେ ସମ୍ପଦ ସମୃଦ୍ଧ ଏହି କ୍ଷେତ୍ରରେ ଅଧିକାଂଶ ଜନତା ଉପେକ୍ଷିତ ଜୀବନ ଧାରଣ କରନ୍ତି । ଏହି ସମ୍ପଦ ଶାପକୁ (Resource Curse) ସର୍ବୋଚ୍ଚ ନ୍ୟାୟାଳୟ ୨୦୨୪ରେ ଓଲଟାଇବାକୁ ଚେଷ୍ଟା କରିଥିଲା ।
ଏହି ପରିପ୍ରେକ୍ଷୀରେ ୨୦୨୪ର ସଂଶୋଧନ ଅଧିନିୟମ ତ୍ୱରାନ୍ୱିତ ଖଣିଖନନ ଓ ଉତ୍ପାଦନକୁ ପ୍ରୋତ୍ସାହିତ କରୁଛି ଯାହା ପ୍ରାଥମିକ ଉତ୍ପାଦକଙ୍କୁ (ଆଦିବାସୀ, ଅନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ, ପରିଶ୍ରମୀ କୃଷକ, ପାରମ୍ପରିକ ମତ୍ସ୍ୟଜୀବୀ) ଓ ଜଳ, ଜଙ୍ଗଲ ଜମିର ସର୍ବନାଶର କାରଣ ହେବ । ସବୁଜ ଆବରଣ ଅଧୀନରେ ଥିବା ପୁରୁଣା ଜଙ୍ଗଲ ସର୍ବସାଧାରଣ ଜମି ଓ କୃଷି ଜମିର ଜଳଚକ୍ର ସହ ନଦୀପ୍ରବାହ ଓ ଭୂତଳ ଜଳର ମଧ୍ୟ କ୍ଷତିସାଧନ କରିବା ଓ ତଦସହିତ ଜୈବ ବିବିଧତା ଅପୂରଣୀୟ କ୍ଷତି ସହିବ । ଏହାଛଡା ଖଣି ସଂଲଗ୍ନ କ୍ଷେତ୍ର ବ୍ୟତିରକେ, ବ୍ୟାପକ କ୍ଷେତ୍ରକୁ ମଧ୍ୟ ବିନାଶ ଘଟାଇବ । ଏହାଛଡା ଅଙ୍ଗାରକ ଶୋଷକ ଓ ପ୍ରାକୃତିକ ରକ୍ଷାକବଚ ଗୁଡିକର ବିନାଶଦ୍ୱାରା ଜଳବାୟୁ ପରିବର୍ତ୍ତନ ଓ ଅନୁକୂଳନୀୟତା ହ୍ରାସ ପାଇବ । ବେପରୁଆ ଖଣିଖନନ ହେଉଛି ଶୋଷଣକାରୀ ପୁଞ୍ଜିବାଦୀ ମାନବ ଯୁଗର ଅଂଶ ଯାହା ଅପରିବର୍ତ୍ତନୀୟ ରହିବ । ଉଦାହରଣସ୍ୱରୂପ ଭାରତର କୋଇଲା ଖଣିଅଞ୍ଚଳର ମୃତ୍ତିକାର ଉପରସ୍ତରର କ୍ଷୟ, କଠିନତା ବୃଦ୍ଧି, ଆଦ୍ରତା ହ୍ରାସ ଓ ଜୈବାଂଶ ହ୍ରାସ । ଅମ୍ଳୀୟ ମାଇନ ନିଷ୍କାସନ ସହ ବ୍ୟାପକ ସୀସା ଓ କ୍ରୋମିୟମ ପ୍ରଦୂଷଣ ଦ୍ୱାରା ମାଟି ତାର ଗୁଣବତ୍ତା ହରାଇଥାଏ । ଭୂଦୃଶ୍ୟ (landscape) ସ୍ତରରେ ମଧ୍ୟ ଭାରତୀୟ କୋଇଲା ଖଣିଗୁଡିକ ଜଙ୍ଗଲ ଜଳାଶୟର ହ୍ରାସକୁ ଦର୍ଶାଏ । ଖଣିଖାଲ, ଆବର୍ଜନା ଗଦା, ପରିବହନ ମାର୍ଗର ଆଧିକ୍ୟ ପ୍ରାକୃତିକ ପରିବେଶକୁ ଧ୍ୱଂସ ଓ ଜଳଚକ୍ରକୁ ବ୍ୟାହତ କରେ ।୧୧
ସଂଶୋଧନ ବିରୁଦ୍ଧରେ ରଣନୈତିକ ଜନ ଜାଗରଣ
ଖଣିଜ ସମୃଦ୍ଧ ରାଜ୍ୟମାନଙ୍କରେ ଥିବା ଆନ୍ଦୋଳନକୁ ସଂଗଠନ ମାନେ ରଣନୈତିକଭାବେ ସଂଶୋଧନକୁ ରଦ୍ଦ କରିବାପାଇଁ ଜାଗ୍ରତ ହେବା ଦରକାର । ପ୍ରତ୍ୟେକ ରାଜ୍ୟରେ ଆଦିବାସୀ, ପାରମ୍ପାରିକ ଜଙ୍ଗଲବାସୀ, ମତ୍ସ୍ୟଜୀବୀ, ପରିଶ୍ରମୀ କୃଷକ ଓ ପଶୁଚରାଳିମାନଙ୍କ ସଂଗଠନମାନେ ମିଳିତ ମଞ୍ଚ କରିବା ଆବଶ୍ୟକ । ଏହି ସଂଶୋଧନ ଦ୍ୱାରା ଆସୁଥିବା ବିପଦକୁ ବ୍ୟାପକ ରୂପେ ବିଚାର କରିବା ଉଚିତ । ସଂଶୋଧନ ଯୋଗୁଁ ହେବାକୁ ଥିବା ତ୍ୱରାନ୍ୱିତ ଉତ୍ପଦାନ ବୃଦ୍ଧି ଦେଖିବାପାଇଁ ପ୍ରବଳ ବିରୋଧ ହେବା ଦରକାର ଏବଂ ଉତ୍ପାଦନର ବାର୍ଷିକ ସର୍ବୋଚ୍ଚ ସୀମା ଧାରଣ ପାଇଁ ସଂଗଠିତ ଦାବି ଜଣାଇବା ଆବଶ୍ୟକ । ଏହା ଉଚ୍ଚତ୍ତମ ନ୍ୟାୟାଳୟର UN Conference on Environment & Developmente RIO ୧୯୯୨ ଘୋଷଣାନାମାରରେ ଗୃହୀତ ନୀତି ଅନୁଯାୟୀ ଗୋଆ ଓ ବେଲାରୀ କେସରେ ଦେଇଥିବା ରାୟର ଅନୁରୂପ ହେବ ।
୧) ସତର୍କତା ନୀତି : ଗମ୍ଭୀର ଓ ଅପୂରଣୀୟ କ୍ଷତିସ୍ଥଳେ ସଂପୂର୍ଣ୍ଣ ଜ୍ଞାନକୌଶଳର ଅଭାବ ଆଳରେ ପରିବେଶ ସୁରକ୍ଷା ନିମନ୍ତେ କୌଣସି ନିଷେଧାଦେଶ ଏବଂ ନିବାରଣମୂଳକ ପଦକ୍ଷେପ ସ୍ଥଗିତ ରଖାଯିବ ନାହିଁ ।
୨) ପିଢ଼ିଗତ ସମାନତା : ବିକାଶର ଅଧିକାରରେ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ିର ସମାନତା ରହିବା ଆବଶ୍ୟକ । ଖଣିଜ ଦ୍ରବ୍ୟର ଖନନରେ ନିୟନ୍ତ୍ରଣ, ଉତ୍ତରଦାୟିତ୍ୱତା ଦ୍ୱାରା ପରବର୍ତ୍ତୀ ପିଢ଼ିମାନେ ନିରନ୍ତର ବିକାଶର ସୁଯୋଗ ପାଇପାରିବେ ।
୩) ନିରନ୍ତର ବିକାଶ ନୀତି : ଉଚିତ ନିରୀକ୍ଷଣ ଓ ବୈଜ୍ଞାନିକ ପ୍ରଣାଳୀ ଅନୁସରଣ କରୁଥିବା ଢାଞ୍ଚାଦ୍ୱାରା ଆର୍ଥିକ ବିକାଶ ଓ ପରିବେଶ ସୁରକ୍ଷା ସମ୍ଭବ ହେବ ।
୪)ପ୍ରଦୂଷକ ଭରଣା ନୀତି : ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ନୀତିଗତ ଭାବେ ପ୍ରଦୂଷକ ପ୍ରଦୂଷଣର ବ୍ୟୟ ବହନ କରିବେ । ଖଣି ଲିଜଧାରୀମାନେ ବାଧ୍ୟତାମୂଳକ ପୁନରୁଦ୍ଧାର ଓ ପୁନର୍ବାସ ବ୍ୟବସ୍ଥା ଦ୍ୱାରା ଖଣି ପୁନରୁଦ୍ଧାର ଓ ପାରିପାର୍ଶ୍ୱିକ ସ୍ଥିତି ସୁଧାରିବା ପାଇଁ ଉଭୟ ଆର୍ଥôକ ଓ ଭୌତିକ ଭାର ବହନ କରିବେ ।
ଏହାଛଡ଼ା ଚଋଝଇ ଏବଂ ୠଜଇ ଆଇନର ଉଲ୍ଲଂଘନ ବିରୁଦ୍ଧରେ ସତତଃ ଜାଗ୍ରତ ରହିବା ଆବଶ୍ୟକ । ଋଓଇର କୋହଳ ରୂପାୟନ ହେବାର ମଧ୍ୟ ବିରୋଧ ହେବାଉଚିତ ରାଜ୍ୟ ସରକାରମାନେ ମଧ୍ୟ ୠଜଇ ସହ ସାମଞ୍ଜସ୍ୟ ରଖି ନିଜ ନିଜର ଜଙ୍ଗଲ ଆଇନପ୍ରଣିତ କରିବାକୁ ପ୍ରେରିତ ହେବା ବା‚ନୀୟ ।
ପାଦଟୀକା
୧) ଝାଡ଼ଖଣ୍ଡ ବଜେଟ ୨୦୨୬-୨୭
୨) ଓଡ଼ିଶା ବଜେଟ ୨୦୨୬-୨୭
3) MMDR Amendment Act, 2026; A stronger push for Mining-Led Development
4) SC verdict Act Mining Royalty Case to have large Financial Impact, ET Legal, 14.08.2024
5) MMDR amendment sparks revenue fears, Odisha may lose over one trillion dues, Business Standard 23.08.2026.
6) Mineral and non-ferrous metal production on growth track in FY 2025-26, Press Information Bureau 04.06.2025.
7) Data ; Over 3 lakh hectares of Forest Land Diverted for Non Forest Use in Last 15 years, factly. 21.08.2023.
8) Answer to Loksabha Question on 21.07.2025
9) Fernandes, Walter (2006). “Mines, Mining and Displacement in India.” In Singh, Gurdeep, Laurence, David and Kauntala Lahiri-Dutt (eds.). (2006). Managing the Social and Environmental Consequences of Coal Mining in India, The Indian School of Mines University, Dhanbad, pp. 333- 344.
10) Downing, Theodore E. (2002). Avoiding New Poverty: Mining-Induced Displacement and Resettlement, IIED and WBCSD, London, Research Paper No. 58.
11) Coal mining in India: a study of environmental problems and effects on soil resources due to surface coal mining . .
Comments
0 comments

