ଭୁବନେଶ୍ୱର (୦୪/୦୯/୨୦୨୬): ଆଦିବାସୀଙ୍କ ସାମ୍ବିଧାନିକ, ଆଇନଗତ ଓ ମୌଳିକ ଅଧିକାର ସହିତ ରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟ, ଆତ୍ମସମ୍ମାନ ଓ ଆତ୍ମପରିଚୟର ଅଧିକାର ହାସଲ ପାଇଁ ଆସନ୍ତା ସେପ୍ଟେମ୍ବର ୬ ଓ ୭ ତାରିଖରେ ନୂଆଦିଲ୍ଲୀରେ ମହାସମ୍ମେଳନ ଓ ମହାରାଲି ଆୟୋଜିତ ହେବ।
ଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚର ବିଭିନ୍ନ ଜିଲ୍ଲାର ସଂଗ୍ରାମୀ ସାଥୀମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।
ଆଦିବାସୀ ସମାଜର ଅଧିକାର ଓ ସମସ୍ୟାକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରରେ ସମାନ ସୁଯୋଗ, ସାମ୍ବିଧାନିକ ସୁରକ୍ଷା ଏବଂ ନିଜସ୍ୱ ପରିଚୟ ଓ ସମ୍ମାନର ଅଧିକାର ପାଇଁ ଦାବି ଉଠାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆଦିବାସୀ ଅଧିକାର ମଞ୍ଚର ସଭାପତି ସାଲ ମାର୍ଣ୍ଡି କହିଛନ୍ତି।
ଦିଲ୍ଲୀରେ ହେବାକୁ ଥିବା ମହାସମ୍ମେଳନ ପରେ ଜନ୍ତର ମନ୍ତରଠାରେ ମହାରାଲି ଆୟୋଜନ କରାଯିବ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯାତ୍ରା କରୁଥିବା ଆଦିବାସୀ ଅଧିକାର କର୍ମୀ ଓ ସଂଗ୍ରାମୀ ସାଥୀମାନେ ଏହି ମହାରାଲିରେ ସାମିଲ ହେବେ।
ରିପୋର୍ଟ ଏବଂ ଫଟୋ – ଲଷ୍ମୀଧର ମୁର୍ମୁ
Comments
0 comments

