ଭାରତ-ପାକିସ୍ଥାନ ସାମରିକ ଯୁଦ୍ଧ : ଏକ ଅନୁଶୀଳନ

50 Views
9 Min Read

ଏପ୍ରିଲ ୨୨ରେ ପହଲଗାମ୍ ରେ ଆତଙ୍କବାଦୀଙ୍କ ବର୍ବରୋଚିତ ଭାବେ ପର୍ଯ୍ୟଟକମାନଙ୍କୁ ହତ୍ୟା ଓ ଏହାର ପ୍ରତିକ୍ରିୟାରେ ଭାରତର ପାକିସ୍ଥାନ ଥିବା ସନ୍ତ୍ରାସବାଦୀ ଠିକଣା ଉପରେ ସାମରିକ ଆକ୍ରମଣ ଭାରତ-ପାକିସ୍ଥାନ ସମ୍ପର୍କ ପରିପ୍ରେକ୍ଷୀରେ ଅନେକ ନୂଆ କଥା ସୃଷ୍ଟି କରିଛି । ପାକିସ୍ଥାନର ଭାରତ ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ ଓ ଏହାର ପ୍ରତିକ୍ରିୟାରେ ଭାରତର କ୍ଷେପଣାସ୍ତ୍ର ମାଡ଼ ବିଗତ ଦଶନ୍ଧିମାନଙ୍କରେ ଘଟିଥିବା ଉତ୍ତେଜନା ଓ ଯୁଦ୍ଧଠାରୁ ଅନେକାଂଶରେ ଗୁଣାତ୍ମକ ଭାବେ ଭିନ୍ନ । ଏହି ଭିନ୍ନତା କେବଳ ଭାରତ-ପାକିସ୍ଥାନ ଯୁଦ୍ଧମଧ୍ୟରେ ସୀମିତ ନୁହେଁ, ବରଂ ବିଶ୍ୱବ୍ୟାପୀ ସଂପ୍ରତି ଦେଖାଯାଉଥିବା ଯୁଦ୍ଧକୌଶଳ, କୂଟନୀତି, ପ୍ରଚାରଯୁଦ୍ଧ ଓ ବୈଦେଶିକ ନୀତି ଦୃଷ୍ଟିରୁ ଅନେକାଂଶରେ ନୂଆ ଓ ନିଆରା । ଅନେକ ଦଶନ୍ଧି ଧରି ପାକିସ୍ଥାନ ସନ୍ତ୍ରାସବାଦକୁ ଏକ ଅସ୍ତ୍ର ଭାବେ ଭାରତ ବିରୋଧରେ ଛାୟାଯୁଦ୍ଧ ରୂପରେ ପ୍ରୟୋଗ କରୁଛି । ଜେନେରାଲ ଜିଆ-ଉଲ୍-ହକ୍ ଙ୍କ ପରେ ପାକିସ୍ଥାନର କ୍ଷମତା କେନ୍ଦ୍ର ସାମରିକ ବାହିନୀଦ୍ୱାରା ନିୟନ୍ତ୍ରିତ । ଯଦିଓ ନିର୍ବାଚନ ହେଉଛି ଓ ଏକ ନିର୍ବାଚିତ ସରକାର କ୍ଷମତାସୀନ ହେଉଛନ୍ତି । କିନ୍ତୁ ପ୍ରକୃତ କ୍ଷମତା ସେନା ହାତରେ । ଯେଉଁମାନେ ଏହା ବିରୋଧରେ ଯାଇ କ୍ଷମତାକୁ ରାଜନୈତିକ ବ୍ୟବସ୍ଥା ଦ୍ୱାରା ନିୟନ୍ତ୍ରିତ କରିବାକୁ ଉଦ୍ୟମ କରିଛନ୍ତି ସେମାନଙ୍କୁ ହତ୍ୟା କରାଯାଇଅଛି ବା ବନ୍ଦୀ କରାଯାଇଛି ଅଥବା ସାମରିକ ବିଦ୍ରୋହଦ୍ୱାରା ଗାଦିଚ୍ୟୁତ କରାଯାଇଛି । ପାକିସ୍ଥାନୀ ସେନାର ଉଚ୍ଚ ପଦାଧିକାରୀମାନେ ଅର୍ଥନୈତିକ ଭାବରେ ଧନୀ ଓ ବଡ଼ ବଡ଼ ଜମିଦାର ଶ୍ରେଣୀ, ପୁଂଜିପତି ଶ୍ରେଣୀରୁ ଆସିଥାନ୍ତି । ରାଜନୈତିକ ଦଳ ଭିତରେ ନେତୃତ୍ୱଙ୍କ ସହ ମେଂଟ କରି ସେମାନେ ଦୀର୍ଘଦିନ ଧରି କ୍ଷମତାରେ ରହିଛନ୍ତି । ଯଦିଓ ପାକିସ୍ଥାନ ସମ୍ବିଧାନରେ ଅନେକ ଭଲ କଥା ଅଛି କିନ୍ତୁ ସେଠାରେ ବିରୋଧରେ ମୌଳିକ ନିୟମିତ ଉଲ୍ଲଂଘନ ହୁଏ ।
ବିକାଶର ମାପଦଣ୍ଡରେ ପାକିସ୍ଥାନ ଅନେକ ପଛୁଆ ଗଣତନ୍ତ୍ର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ । ଏହାର ସୁଯୋଗ ନେଇ ସେନାବାହିନୀ କ୍ଷମତା ଜାବୁଡ଼ି ଧରିବା ସହ ବିକାଶର ରାସ୍ତାକୁ ଅବରୋଧ କରୁଛି । ଏଥିପାଇଁ ଭାରତବିରୋଧୀ ହାୱା ସୃଷ୍ଟିକରିବା ପାକିସ୍ଥାନରେ ଏହାର ଏକ ରଣକୌଶଳ । ପ୍ରମୁଖ ରାଜନୈତିକ ଦଳମାନେ ମଧ୍ୟ ଏହାର ସାହାରା ନେଇଛନ୍ତି । କ୍ଷମତା ପାଇଁ ସଂଘର୍ଷରେ ସନ୍ତ୍ରାସବାଦ ଏମାନଙ୍କ ହାତରେ ଏକ ରାଜନୈତିକ ଅସ୍ତ୍ର । ବିଶ୍ୱରେ ଅଧିକ ସ୍ଥାନରେ ଥିବା ସନ୍ତ୍ରାସବାଦଠାରୁ ପାକିସ୍ଥାନର ସନ୍ତ୍ରାସବାଦ ଭିନ୍ନ । କାରଣ ଏହା ପଛରେ ସେଠାକାର ସେନା ଛିଡ଼ାହୋଇ କେବଳ ପ୍ରୋତ୍ସାହିତ କରୁନାହିଁ, ବରଂ ପରିଚାଳନା କରୁଛି । ଏହା ମୁଖ୍ୟତଃ ଭାରତ ବିରୋଧରେ ବ୍ୟବହାର କରାଯାଏ । ଏହା ପାକିସ୍ଥାନର ସେନାର ନୀତିର ଅଂଶବିଶେଷ ।
ଏଥରର ଯୁଦ୍ଧଭଳି ସ୍ଥିତିରେ ଅନେକ ନୂଆ କଥା ଦେଖିବାକୁ ମିଳିଲା । ଉତ୍ତେଜନା ଦ୍ୱାରା ଯୁଦ୍ଧ କଳା ବିଜ୍ଞାନ ଓ କୂଟନୀତି ତଥା ଛାୟାଯୁଦ୍ଧ ରୂପରେ ୪ଦିନ ମଧ୍ୟରେ ଡ୍ରୋନ୍ ଓ ଏହା ବିରୋଧରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା କେନ୍ଦ୍ରବିନ୍ଦୁ ଥିଲା । ପୁଣି ଥରେ ରୁଷର ଯୁଦ୍ଧାସ୍ତ୍ର ଭାରତର ଭରସାଯୋଗ୍ୟ ପ୍ରତିରକ୍ଷା ସାମଗ୍ରୀ ଥିଲା । ବାୟୁ-ପ୍ରତିରକ୍ଷା ବ୍ୟବସ୍ଥା (ଏଲ୍-୪୦୦, ଆକାଶ ଓ ଅନ୍ୟାନ୍ୟ) । ସମ୍ପୂର୍ଣ୍ଣ ପ୍ରଭାବଶାଳୀ ତ ସଫଳ ଥିଲା । ପ୍ରଥମ ଥରପାଇଁ ଏହା ବ୍ୟାପକ ରୂପରେ ବ୍ୟବହୃତ ହୋଇ ଭାରତକୁ ସୁରକ୍ଷିତ କରିଥିଲା । ଭାରତ ପ୍ରଥମଥର ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପାକିସ୍ଥାନ ବିରୋଧରେ ବ୍ୟବହାର କରିଥିଲା । ଏହା ରୁଷ ଓ ଭାରତର ମିଳିତ ଉଦ୍ୟୋଗରେ ନିର୍ମିତ । ଏହାର ନାମକରଣ ବ୍ରହ୍ମପୁତ୍ର ନଦୀ (ଭାରତ) ଓ ମର୍କବା (ମସ୍କୋ) ନଦୀର ନାମରେ ନାମିତ । ଏହାର ପ୍ରଭାବ ସବୁଠାରୁ ଶକ୍ତିଶାଳୀ ଥିଲା ସୀମିତ ଯୁଦ୍ଧରେ ପାକିସ୍ଥାନର ବାୟୁପ୍ରତିରକ୍ଷା ବ୍ୟବସ୍ଥାର ଦୁର୍ବଳତା ପଦାରେ ପଡ଼ିଥିଲା କାରଣ ଏହାର ଅତି ସମ୍ବେଦନଶୀଳ ନୁର୍ଖାଁ ଦାବି ଉପରେ ଭାରତର କ୍ଷେପଣାସ୍ତ୍ର ମାଡ଼କରି କ୍ଷତି କରିବାରେ ସକ୍ଷମ ହୋଇଥିଲା । ଏହା ପାକିସ୍ଥାନର ସେନା ଓ ଇଲାକାରେ ଭୂକମ୍ପ ସୃଷ୍ଟି କରିଥିଲା । ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅତି ଶକ୍ତିଶାଳୀବୋଲି ପ୍ରମାଣିତ ହୋଇ ତୁର୍କୀର ସେନ୍ଗାର ଡ୍ରୋନ୍ ପୁଞ୍ଜିବାଦୀ ଅନ୍ୟତମ ସର୍ବୋକ୍ରୃଷ୍ଟ ଡ୍ରୋନ୍ଭାବରେ ଗ୍ରହଣ କରାଯାଏ । ଏହାର ବ୍ୟାପକ ବ୍ୟବହାର ସତ୍ତ୍ୱେ ମଧ୍ୟ ଏହା ଭାରତର ସେମିତି କିଛି ଆଖିଦୃଶିଆ କ୍ଷତି କରିପାରି ନଥିଲା । ପାକିସ୍ଥାନ ପଠାଣକୋଟ, ବଚ୍ ଦେଇ ବାରମୂଳା ପର୍ଯ୍ୟନ୍ତ ଆକ୍ରମଣ କରିଥିଲା, କିନ୍ତୁ ଏହାର ପ୍ରଭାବ ଅତ୍ୟନ୍ତ ସୀମିତ ଥିଲା । ସେହିପରି ଭାରତ ନିଜ ସୀମାରୁ ପାକିସ୍ଥାନର ସମଗ୍ର ଭୌଗଳିକ ଅଂଚଳର ବିଭିନ୍ନ ଠିକଣା ଉପରେ ସଫଳତାର ସହ ଆକ୍ରମଣ କରିଥିଲା ଏବଂ ଏହା ସମ୍ଭବବୋଲି ପ୍ରଥମଥର ପ୍ରମାଣିତ ହେଲା । ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ପୁରାନିର୍ଦ୍ଧାରିତ ଠିକଣାରେ ଆକ୍ରମଣ କରିବା ଯାହାକୁ ସାମରିକ ଭାଷାରେ ପାଶ୍ୱର୍ବର୍ତ୍ତୀ ଆକ୍ରମଣ କୁହାଯାଉଛି । ପାକିସ୍ଥାନର ସନ୍ତ୍ରାସବାଦୀ ଠିକଣାଗୁଡ଼ିକରେ ଏହିପରି ଆକ୍ରମଣ କରି ଭାରତୀୟ ସେନା ନିଜର ପରାକାଷ୍ଠା ଓ ଦକ୍ଷତା ପ୍ରମାଣିତ କରିଛି । କାରଣ ରୁଷ-ୟୁକ୍ରେନ୍ ଯୁଦ୍ଧରେ ଏହି ଆକ୍ରମଣ ଓ ଇସ୍ରାଏଲର ଆକ୍ରମଣ ମଧ୍ୟ ଅନେକ ସମୟ ବିଫଳ ହେଉଥିବାର ଦେଖିବାକୁ ମିଳୁଛି । ଭାରତର ଏଇ ଆକ୍ରମଣରେ ପାଶ୍ୱର୍ବର୍ତ୍ତୀ ଇଲାକା ଓ ସାଧାରଣ ନାଗରିକଙ୍କ କ୍ଷତି ହୋଇଯିବାବେଳେ ଭାରତୀୟ ସେନା ଦାବୀ କରିଛି ଯଦିଓ କ୍ଷୟକ୍ଷତିକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇ ନପାରେ । ପାକିସ୍ଥାନ ଡ୍ରୋନ ଆକ୍ରମଣ ବ୍ୟାପକ ଓ ତୀବ୍ର ଥିଲା । କିନ୍ତୁ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ସଫଳତାର ସହ ପ୍ରତିଶତ କରିଥିଲା । ପାକିସ୍ଥାନ ମଧ୍ୟ ଫାଦ୍ -୧ ଓ ୨ ମଧ୍ୟମ ରେଂଜର କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା । ମେ ୨ରେ ପାକିସ୍ଥାନ ଭାରତର ବାୟୁଯାନକୁ ଖସାଇ ଦେବାର ଦାବୀ କରିଛି, କିନ୍ତୁ ଏହାର ନିର୍ଦ୍ଦିଷ୍ଟ ପ୍ରଣାମ ଏଯାବତ୍ ନାହିଁ । ଏହି ଦାବୀ ବ୍ୟତିରେକ ପାକିସ୍ଥାନ ଭାରତର କୌଣସି ସାମରିକ ଘାଟି ଓ ବାୟୁସେନା ଘାଟିର କ୍ଷତି ପହଞ୍ଚାଇ ପାରି ନାହିଁ । ନିୟନ୍ତ୍ରଣ ରେଖାରେ ପାକିସ୍ଥାନ ଭାରୀ ଗୋଳାବାରୁଦ ଆକ୍ରମଣ ଓ ଭାରତର ଜବାବ ଫଳରେ ଉଭୟ ପକ୍ଷରେ ମୁତୟନ ହୋଇଛି । ପାକିସ୍ଥାନ ସେନାର ଅନେକ ମୋହ ଏ ଯୁଦ୍ଧରେ ଭଙ୍ଗ ହୋଇଛି । କିନ୍ତୁ ଏ ସବୁ ପାରମ୍ପରିକ ଯୁଦ୍ଧର କଥା । କିନ୍ତୁ ଉଭୟ ଦେଶ ପରମାଣୁ କ୍ଷମତାସମ୍ପନ୍ନ । ପାକିସ୍ଥାନ ନିଜର ପରମାଣୁ କ୍ଷମତାକୁ ପ୍ରତିରୋଧ ଭାବରେ ବ୍ୟବହାର ନକରି ବ୍ଲାକ୍ମେଲ କୌଶଳଭାବେ ବ୍ୟବହାର କରିବାକୁ ଚାହୁଁଛି । ନହେଲେ ବିନା କାରଣରେ ଏକ ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନରେ ପାକିସ୍ଥାନ ନିଜର ପରମାଣୁ ଅସ୍ତ୍ର ପରିଚାଳନା ଦାୟିତ୍ୱରେ ଥିବା କେନ୍ଦ୍ରୀୟ କମାଣ୍ଡର ବୈଠକ ଡାକି ପୁଣି ତାକୁ ସ୍ଥଗିତ କରିବାର ଘୋଷଣା କରିବା ଏକ ରଣକୌଶଳର ଅଂଶବିଶେଷ ଅଟେ । ଏହା ବିଶ୍ୱ ସମୁଦାୟକୁ ପରମାଣୁ ଅସ୍ତ୍ର ବ୍ୟବହାର ଧମକ ଦେବା ସହ ସମାନ ଅଟେ ।
ଏ ସୀମିତ ଯୁଦ୍ଧର ରାଜନୈତିକ ଓ କୂଟନୈତିକ ବାର୍ତ୍ତା କ’ଣ? ଭାରତ ଓ ପାକିସ୍ଥାନ ମଧ୍ୟରେ ତଥା ଦକ୍ଷିଣ ଏସିଆରେ ଉଭୟ ରାସ୍ତା ମଧ୍ୟରେ ନିରବଚ୍ଛିନ୍ନ ଆଲୋଚନା ବ୍ୟତିରେକ ବିକଳ୍ପ ନାହିଁ । କିନ୍ତୁ ରାସ୍ତା ପ୍ରାୟୋଜିତ ସୀମାପାର ଆତଙ୍କବାଦ କରୁଥିବା ରାସ୍ତା ସମୟରେ ଆଲୋଚନା କିପରି ହେବା ପାକିସ୍ଥାନରେ ଏକଛତ୍ରବାଦୀ ସାମରିକ ଶାସନ ବା ନିୟନ୍ତ୍ରଣ ଓ ଏକ ଦ୍ୱାରା ସନ୍ତ୍ରାସବାଦର ମୂଳୋତ୍ପାଟନ ଭାରତପାଇଁ ଶୁଭଙ୍କର ନୁହଁ । କିନ୍ତୁ ଏହାର ସାମରିକ ସମାଧାନ ହୋଇପାରିବ ନାହିଁ । ଅତୀତ ତଥା ବର୍ତ୍ତମାନର ଘଟଣାବଳୀରୁ ଏହା ପ୍ରମାଣିତ । ପାକିସ୍ଥାନ ଉପରେ ଅତ୍ୟନ୍ତ ଶକ୍ତିଶାଳୀ ·ପର ଆବଶ୍ୟକତା ରହିଛି । ଏହା କୂଟନୈତିକ, ବାଣିଜି୍ୟକ ତଥା ବେସମାରିକ ହେବା ଉଚିତ୍ । ସୀମାପାର ସନ୍ତ୍ରାସବାଦର ସମାଧାନ ପାକିସ୍ଥାନର ବିଭାଜନରେ ଦେଖୁଛନ୍ତି, ସେମାନେ ଆନୁଷ୍ଠାନିକ ଶିକ୍ଷା ନେଉନାହାନ୍ତି । ୧୯୭୧ ବିଭାଜନ ପରେ ପାକିସ୍ଥାନରେ ସନ୍ତ୍ରାସବାଦ ଅଧିକ ଶକ୍ତିଶାଳୀ ହୋଇ ସାମରିକ ବାହିନୀଦ୍ୱାରା ନିୟନ୍ତ୍ରିତ ଏକ ଗରିବ ରାଷ୍ଟ୍ର ବିଭାଜିତ ହେଲେ ଦୁର୍ବଳ ହେବ, କିନ୍ତୁ ସେଠାରେ ରାଷ୍ଟ୍ର ପ୍ରାୟୋଜିତ ସନ୍ତ୍ରାସବାଦର ଅବସାନ ହେବ ନାହିଁ । ବିଶ୍ୱରେ ଅନେକ କ୍ଷେତ୍ରରେ ଏପରି ଉଦାହରଣ ଅଛି । କୋଣଠେସା ହୋଇଗଲେ ଶାସକଶ୍ରେଣୀ ନିଜର କ୍ଷମତାପାଇଁ ଅଧିକ ରକ୍ଷଣଶୀଳ ଓ ପ୍ରତିକ୍ରିୟାଶୀଳ ହୋଇ ସନ୍ତ୍ରାସବାଦକୁ ବ୍ୟସ୍ତ ଭାବରେ ଅଧିକରୁ ଅଧିକ ବ୍ୟବହାର କରିବା ଜନଗଣକୁ ଦରିଦ୍ର ଛାଡ଼ିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ମୌଳିକ ଆବଶ୍ୟକତାରୁ ବଂଚିତ କରିବା ଏହାଦ୍ୱାରା ସନ୍ତ୍ରାସବାଦର ସୃଷ୍ଟି କରିପାରିବା, ପାକିସ୍ଥାନ ଏହା ହିଁ କରୁଛି ।
୪ଦିନର ସୀମିତ ଯୁଦ୍ଧରେ ପାକିସ୍ଥାନ ପରାସ୍ତ ହୋଇଛି । କିନ୍ତୁ ଏହାପରେ ନିଜର ସାମରିକ ଦୁର୍ବଳତା ସୁଧାରିବା ପାଇଁ ଅସ୍ତ୍ରଶସ୍ତ୍ର କିଣିବା ସହ ସେନାର ଆଧୁନିକୀକରଣ ପାଇଁ ଋଣଗ୍ରସ୍ତ ହେବାର ଏକ ରାସ୍ତା ସେ ବାଛି ନେଉଛି । ଅଧିକ କଲେ ସାଧାରଣ ମଣିଷର ମୌଳିକ ଆବଶ୍ୟକ ପୂରଣ ହେବ ନାହିଁ । ସେମାନଙ୍କ ଅସେନ୍ତାଷ ବଢ଼ିବା ଏହାକୁ ଭିତ୍ତି କରି ଭାରତବିରୋଧି ବ୍ୟାଖାନ ପାକିସ୍ଥାନର ଶାସକଶ୍ରେଣୀ କରିବ । କାରଣ ସେଠି ପ୍ରଗତିଶୀଳ ରାଜନୀତିର ଭିତ୍ତିଭୂମି ନାହିଁ । ଏସବୁ ପ୍ରତି ଭାରତକୁ ଧ୍ୟାନ ଦେବାକୁ ପଡ଼ିବ । ପାକିସ୍ଥାନ ଉପରେ ବେସାମରିକ ଚାପ ନିରବଚ୍ଛିନ୍ନ ରହିଲେ ଓ ଚାରିଆଡ଼ୁ କୂଟନୈତିକ ଚାପ ପଡ଼ିଲେ ଯାଇ ଏହି ରାଷ୍ଟ୍ର ସନ୍ତ୍ରାସବାଦକୁ ପ୍ରୋତ୍ସାହନ ଦେବାରୁ ବିରତ ହେବ । ବର୍ତ୍ତମାନର ସେଠାକାର ସେନାମୁଖ୍ୟ ଏକ ଧର୍ମାନ୍ଧ ମୌଳବାଦୀ ବିଚାରର ଅଟନ୍ତି । ସେଥିପାଇଁ ଘଟଣା ପଛରେ ତାଙ୍କର ପ୍ରତ୍ୟକ୍ଷ ଭୂମିକା ଅଛି ବୋଲି ଅନୁମାନ କରାଯାଉଛି । ନିଜ ଗାଦିର ସୁରକ୍ଷା ଓ ପାକିସ୍ଥାନର ଭିତରର ତୀବ୍ର ସମସ୍ୟାଗୁଡ଼ିକରୁ ଧ୍ୟାନ ହଟାଇବା ପାଇଁଁ ସେ ଏପରି କରିଥାଇ ପାରନ୍ତି । ଏଣୁ ସବୁପ୍ରକାର ମୌଳବାଦ ବିରୋଧରେ ଆଦର୍ଶଗତ ସଂଗ୍ରାମ ତୀବ୍ର ହେବ ମଧ୍ୟ ଆବଶ୍ୟକ ।
ଏଥର ଭାରତ-ପାକିସ୍ଥାନ ୪ଦିନର ଯୁଦ୍ଧ ଗଣମାଧ୍ୟମରେ ଅତ୍ୟନ୍ତ ସକ୍ରିୟ ଥିଲା । ଏହା ସମସ୍ତ ସୀମା ଅତିକ୍ରମ କରିଥିଲା । ରୁଷ-ୟୁକ୍ରେନ୍ ଯୁଦ୍ଧରେ ଗଣମାଧ୍ୟମର ପକ୍ଷପାତିତା ତଥା ଉଗ୍ର ଜାତୀୟତାବାଦ (ଯାହା ପ୍ରକୃତ ଜାତୀୟତାବାଦ ଠାରୁ ଭିନ୍ନ) ଦେଖିଯାଇଅଛି । ଭାରତ-ପାକିସ୍ଥାନ କ୍ଷେତ୍ରରେ ଉଭୟ ଦେଶର ପ୍ରମୁଖ ଗଣମାଧ୍ୟମମାନେ ଯୁଦ୍ଧ ଉନ୍ମାଦନା ସୃଷ୍ଟି କରିବା, ଧର୍ମୀୟ ବିଭାଜନକୁ ପ୍ରେତ୍ସାହିତ କରିବା, ମିଥ୍ୟାର ଆଶ୍ରୟ ନେବା ଆଦି ଅଣକୌଶଳ ଅବଲମ୍ବନ କରିଛନ୍ତି । ଏହା ଚିନ୍ତାର ବିଷୟ ପାକିସ୍ଥାନ ସମ୍ପ୍ରତି ମିଥ୍ୟା ପ୍ରଚାରରେ ସାମିଲ ଥିଲା । ଭାରତର ଅନେକ ଗଣମାଧ୍ୟମ ମଧ୍ୟ ପଛରେ ନଥିଲେ । ଅନେକ ମନଗଢ଼ା କାହାଣୀ ସୃଷ୍ଟି କରି ଲୋକଙ୍କ ଆଗରେ ଉପସ୍ଥାପିତ କରିଥିଲେ । ଗଣମାଧ୍ୟମର ଇତିହାସରେ ଏହା ଏକ ନୂଆ ଧାରା , ଯାହା ଗଣତନ୍ତ୍ର ତଥା ଜାତୀୟତାବାଦ ପାଇଁ ବିପଦ୍ଜନକ ।
ଭାରତକୁ ସବୁସ୍ତରରେ ପାକିସ୍ଥାନର ସନ୍ତ୍ରାସବାଦ ବିରୋଧରେ ଆସିବାକୁ ପଡ଼ିବ । ଏହା ସବୁ ଆମେରିକାର ଅଯଥା ହସ୍ତକ୍ଷେପକୁ କ୍ଷତି ଭାବରେ ବିରୋଧ କରିବାକୁ ପଡ଼ିବ । କାଶ୍ମୀର ପ୍ରସଙ୍ଗରେ ଆନ୍ତର୍ଜାତିକ କ୍ଷେତ୍ରରେ ଭାରତ-ପାକିସ୍ଥାନ ପ୍ରତି ଉପଦେଶ ଦେବାର ଅସୁବିଧା ନାହିଁ । କିନ୍ତୁ ଏଇ ଆଳରେ ହସ୍ତକ୍ଷେପ କରି ଦକ୍ଷିଣଏସିଆରେ ଆମେରିକା ନିଜର ସ୍ଥିତି ଜାହିର କରିବାକୁ ଚାହୁଛି । ଏଥର ମଧ୍ୟ ଆମେରିକା ଭାରତକୁ ଏ ଘଟଣାରେ ସହଯୋଗ କରିନାହିଁ । ଆମେରିକା ବର୍ତ୍ତମାନ ନିଜେ ବିଶ୍ୱବ୍ୟାପୀ ସଂକଟରେ ଅଛି । ନିଜର ପ୍ରାଧାନ୍ୟ ବଢ଼ାଇବାକୁ ବିଶ୍ୱର ବିଭିନ୍ନ ପରିସରକୁ ସେ ସବୁ କଥାରେ ଅନାବଶ୍ୟକ ହସ୍ତକ୍ଷେପ ପରୁଛି । ଏହାକୁ ଭାରତ ସଚେତନ ହେବା ଉଚିତ୍ । ପାକିସ୍ଥାନ ସବୁବେଳେ କାଶ୍ମୀର ପ୍ରସଙ୍ଗ ଉଠାଇ ଆଲୋଚନାକୁ ଗୋଳିଆ କରେ । ଏଥର ଭାରତ ପି.ଓ.କେକୁ ଆଲୋଚନା କେନ୍ଦ୍ରକୁ ଆଣିବା ଏକ ସଫଳ କୂଟନୈତିକ ଉଦ୍ୟମ ଅଟେ । ଭାରତ ନିଜ ନେତୃତ୍ୱରେ ପାକିସ୍ଥାନକୁ ସବୁ ସାମ୍ମୁଖ୍ୟରେ ସାମରିକ, ଅର୍ଥନୈତିକ, କୂଟନୈତିକ ଆଦି ଚାପରେ ରଖିବାକୁ ସକ୍ଷମ । ଏ ଦିଗରେ ଭାରତ ଅଗ୍ରସର ହେବା ଉଚିତ୍ । ଆଲୋଚନା ପରିସର ମିଳିଲେ ତାହାକୁ ହାତଛଡ଼ା କରିବା ଉଚିତ୍ ନୁହେଁ । କାରଣ ଏହାଦ୍ୱାରା ପାକିସ୍ଥାନ ଉପରେ ଚାପ ରହିବ ଓ ତାହାର ଦୁର୍ବଳତା ଓ ଆଲୋଚନାକୁ ଆସିବ । ଯୁଦ୍ଧ ବା ଯୁଦ୍ଧ ଉନ୍ମାଦନା ବର୍ତ୍ତମାନର ବିକଳ୍ପ ନୁହେଁ ।

Comments

0 comments

Share This Article