ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ରର ଉଦ୍ୟମ

ବିଷ ମୁକ୍ତ ସ୍ଵାସ୍ଥକର ଖାଦ୍ୟ ଉତ୍ପାଦନ ପାଇଁ ନିଆଳିର ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର ଆଜକୁ ଗତ ୩୦ ବର୍ଷ ହେଲା ଜୈବିକ କୃଷି /ପ୍ରାକୃତିକ କୃଷି ପଦ୍ଧତିରେ ଚାଷ କରୁଛି ।

390 Views
3 Min Read

ଭାରତୀୟ କୃଷି ଗବେଷଣା କେନ୍ଦ୍ର ,ଦିଲ୍ଲୀ ର ବୈଜ୍ଞାନିକ ମାନେ ନିକଟରେ ପରୀକ୍ଷା କରି ଜାଣି ପାରିଛନ୍ତି ଯେ ସବୁଜ ବିପ୍ଲବ ନାଁରେ ଚାଷ ହେଉଥିବା ଅଧିକ ଅମଳ କ୍ଷମ ଚାଉଳ ବା ଗହମରେ ପୃଷ୍ଟି ବା ଖାଦ୍ୟ ତତ୍ତ୍ୱ ପ୍ରାୟ ନାହିଁ । କମ୍ପାନୀ ବିହନ ,ରାସାୟନିକ ସାର ଓ କୀଟନାଶକ ବ୍ୟବହାର ଦ୍ଵାରା ଉତ୍ପାଦିତ ଏହି ଚାଉଳ ଓ ଗହମରେ ବିଷ ଭର୍ତ୍ତି । ଏହି ଚାଉଳରେ ଲୌହ ବା ଜିଙ୍କ ଭଳି ପୃଷ୍ଟି ପୋଷକର ଯଥେଷ୍ଟ ଅଭାବ (କେତେ ସୁରକ୍ଷିତ ଚାଉଳ ଓ ଗହମ ଖାଦ୍ୟ ତତ୍ତ୍ୱ ବଦଳରେ ବିଷାକ୍ତ ଉପାଦାନ ଅଧିକ ସମାଜ ତା ୨୮.୦୧.୨୦୨୪)। ଏହି ଚାଉଳ ବା ଗହମର ବ୍ୟବହାର ଯୋଗୁଁ ଅଣସଂକ୍ରାମକ ରୋଗ ଯଥା କର୍କଟ (CANCER),ମଧୁମେହ(Diabetes), ହୃଦଘାତ(Hyper Tension) ଅପସ୍ମାର(Epilepsy) ପକ୍ଷାଘାତ(Parlysis) ଭଳି ମାରାମତ୍କ ରୋଗ ଆମ ଦେଶରେ ବଢି ଚାଲିଛି । ପଞ୍ଜାବର କ୍ୟାନସର ଟ୍ରେନ ଓ ବରଗଡର କ୍ୟାନସର ହସ୍ପିଟାଲ ଏହି ବିଷ ଖାଦ୍ୟ ର ଫଳ ।

ବିଷ ମୁକ୍ତ ସ୍ଵାସ୍ଥକର ଖାଦ୍ୟ ଉତ୍ପାଦନ ପାଇଁ ନିଆଳିର ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର ଆଜକୁ ଗତ ୩୦ ବର୍ଷ ହେଲା ଜୈବିକ କୃଷି /ପ୍ରାକୃତିକ କୃଷି ପଦ୍ଧତିରେ ଚାଷ କରୁଛି । ଦେଶୀ ଧାନ ବିହନରେ ରାସାୟନିକ ସାର ବା କୀଟନାଶକ ବ୍ୟବହାର ଶୂନ । ଚାଷୀମାନେ ଉତ୍ପାଦିତ ବିଷମୁକ୍ତ ଧାନରୁ ଚାଉଳ ପ୍ରସ୍ତୁତ କରି ବିକ୍ରି ବଟା କରୁଛନ୍ତି । ବିଷ ଚାଉଳର ୧୦୦ ଗ୍ରାମରେ ୨-୩ ପ୍ରତିଶତ ପୁଷ୍ଟିସାର ମିଳୁଥିବା ବେଳେ ଆମ ଦେଶୀ ଚାଉଳ ୧୦୦ ଗ୍ରାମରେ ୭ ରୁ ୧୨ ଗ୍ରାମ ପୃଷ୍ଟିସାର ,ଲୌହ ,ଜିଙ୍କ,ମ୍ୟାଗ୍ନେସିୟମ, କ୍ୟାଲସିୟମ ଥିଆମିନ,ନାଇସିନ, ଭିଟାମିନ ଏ, ବି ,ଇ ଯଥେଷ୍ଟ ମିଳୁଛି ।

Rr

ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ରରେ ଥିବା ବିଭିନ୍ନ ପ୍ରକାରର ଚାଉଳ

Red Rice Rama Bhoga Gobinda Bhoga Ganga Brown Rice Black Rice

କେତୋଟି ବିଷ ମୁକ୍ତ ଦେଶୀ ଚାଉଳର ନମୁନା

କିସମଅରୁଆଉସୁନା
ଖାଦ୍ୟତତ୍ତ୍ୱ ୧୦୦ଗ୍ରାମରେ/ବିଶେଷ ଗୁଣଖାଦ୍ୟତତ୍ତ୍ୱ ୧୦୦ଗ୍ରାମରେ/ବିଶେଷ ଗୁଣ
ବାଲାମ୭-୮ସରୁ ଲମ୍ବା,ଟେବୁଲ ରାଇସ ପଲ୍ଲାଉ,ଖେଚୁଡି, ମିଠା ଭାତ ପାଇଁ ଉପୋଯୋଗୀ ସୁସ୍ଵାଦୁ୮-୯ସରୁ ,ଲମ୍ବା,ଟେବୁଲ ରାଇସ ସୁଆଦ ,ଶୀଘ୍ର ହଜମ ହେବ
ପଦ୍ମକେଶୋରୀ୭-୮ଅତି ସରୁ , ବିଭା, ନିମିତରେ ମିଠାଭାତ ,ଖେଚୁଡି ପଲ୍ଲାଉ ପାଇଁ ବିଶେଷ ଆଦୃତ୮-୧୦ସରୁ ,ଲମ୍ବା,ଟେବୁଲ ରାଇସ ସୁଆଦ ,ଶୀଘ୍ର ହଜମ ହେବ
କଳାଜିରୀ୭-୮ଖିରୀ ଖେଚୁଡି କାନିକା ପାଇଁ ଉପୋଯୋଗୀ । ଏହା ବାସନା କିସମ । ଏହାକୁ ଆମେ Pride of odisha କହୁ
ଭୋତିଆ୮-୧୨ମୋଟା ନାଲି ଚାଉଳ ।ଗରମ ଓ ପଖାଳ ଭାତ ପାଇଁ ଉପୋଯୋଗୀ । ବାସନା
କଳା ଚାଉଳ(Black Rice)୮-୯ମୋଟା ,ସରୁ ୨ କିସମର କଳା ଧାନ , ଚାଉଳ ତ୍ରିପଣ୍ଡ କଳା। ଆଣ୍ଟି ଅକ୍ସିଡାଣ୍ଟ ଥିବା ଯୋଗୁଁ ମଧୁ ମେହ ରୋଗୀ (Diabetes patient)ଙ୍କ ପାଇଁ ଅତ୍ୟନ୍ତ ଉପୋଯୋଗୀ
ଚୂଡାଦେଶୀ ନାଲି ଚୂଡା ବା ବାଦାମ ରଙ୍ଗ ଚୂଡା । ଖାଇବାକୁ ଅତ୍ୟନ୍ତ ସୁସ୍ଵାଦୁ । ଖାଦ୍ୟ ତତ୍ତ୍ୱ ଭର୍ତ୍ତି

ଯୋଗା ଯୋଗ ପାଇଁ

ନଟବର ଷଡଙ୍ଗୀ-(ମୋ)୯୯୩୭୬୨୦୮୮୩

ଯୁବରାଜ ସ୍ଵାଇଁ-(ମୋ)୯୯୩୮୪୦୪୭୬୬

Comments

0 comments

Share This Article
Sri Natabar Sarangi is a revered organic farmer in Odisha, also known for his contributions beyond the boundaries of the State. A lifetime Teacher, Natabar Sarangi returned to organic agriculture after experiencing its horrible effects. He started with no indigenous rice seeds in hand a couple of decades ago. But when observed his 86th birthday in 2019, he was already cultivating 750 varieties of indigenous paddy seeds organically. Natabar Sarangi is also a writer, a columnist, a guide and a friend of the poor peasantry. He sincerely believes that only ecological farming having no dependence on market forces can ensure a sustainable future for everyone