କର୍ତ୍ତୃପକ୍ଷଙ୍କ ଅଧିନ ଓ କର୍ତ୍ତତ୍ୱ ରେ ସୂଚନା

10 Min Read

ସାରା ପୃଥିବୀ ଆଜି ଆକ୍ରାନ୍ତ କରୋନାର ଭୟାବହତାରେ । ତା’ ସହିତ ମହାମାରୀ ସମ୍ପର୍କରେ ଯେତିକି ତଥ୍ୟ ଓ ସୂଚନା କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ, ତା’ର ସ୍ପଷ୍ଟତା ଓ ଉପଲବ୍ଧ ପ୍ରକ୍ରିୟାକୁ ନେଇ ଅନେକ ଆଶା ଓ ଆଶଙ୍କାରେ ଜର୍ଜରିତ । ଦେଶ ପରଚାଳନା ସମ୍ବନ୍ଧିତ ତଥ୍ୟ ଯେତେ ସ୍ପଷ୍ଟ ରହିବ, ବ୍ୟବସ୍ଥାର କାର୍ଯ୍ୟକାରିତାର ଗୁଣବତ୍ତା ସେତେ ବୁଝାଯିବ । ଏହି ଗୁଣବତ୍ତାକୁ ବଜାୟ ରଖିବା ପାଇଁ ବିଭିନ୍ନ ସମୟରେ ଅନେକ ନୀତି, ନିୟମାବଳୀ, ଅଧିନିୟମ ଓ ନିର୍ଦ୍ଧେଶାବଳୀର ଅବତାରଣା ହୋଇଛି । ଭାରତ ଭଳି ଏକ ରାଷ୍ଟ୍ରରେ ଯେଉଁଠି ବିଭିନ୍ନ ବର୍ଗ, ବିଭିନ୍ନ ଭାଷାଭାଷୀ, ବିଭିନ୍ନ ସାମାଜିକ ଓ ଅର୍ଥନୈତିକ, ରାଜନୈତିକ ଦୃଷ୍ଟିଭଙ୍ଗୀର ନାଗରିକ ବସବାସ କରୁଛନ୍ତି; ତାଙ୍କପାଖରେ ଦେଶ ପରିଚାଳନା ସମ୍ପର୍କରେ ସମସ୍ତ ତଥ୍ୟକୁ ଆଇନ ପରିସରଭୁକ୍ତ କରି ଆଇନର ମାନ୍ୟତାରେ ସ୍ୱ-ପ୍ରକଟିତ କରିବାର ପ୍ରୟାସ ଏବେ ବି ଜାରୀ ରହିଛି । ତେବେ ବି ଲୋକମାନଙ୍କୁ ବିଭ୍ରାନ୍ତିକର ତଥ୍ୟର ବଳୟରେ କବଳିତ କରି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଓ ଗୋଷ୍ଠୀ ନିଜର ଫାଇଦା ଓ ଲାଭପାଇଁ ବିଭିନ୍ନ ଉପାୟମାନଙ୍କ ପ୍ରୟୋଗରୁ ନିବୃତ୍ତ ହେଉନାହାନ୍ତି । ବରଂ ଆହୁରି ଉକ୍ରୃଷ୍ଟ, ମଜବୁତ୍ ବାଟ କାଢ଼ିବାର ଚେଷ୍ଟାରେ ଅଛନ୍ତି ।

ଏହା ସର୍ବବିଦିତ ଯେ, ସାରାବିଶ୍ୱରେ ବିଭିନ୍ନ ଦେଶ ପରିଚାଳନାରେ ନିଜର ପ୍ରଭାବକୁ ଜାରୀ ରଖିବା ପାଇଁ ଉଦ୍ଦିଷ୍ଟ ଦେଶର ନୀତି ପ୍ରଣୟନରେ ମଧ୍ୟ ହସ୍ତକ୍ଷେପ କରିବାକୁ ପ୍ରତ୍ୟକ୍ଷ ବା ପରୋକ୍ଷରେ ସେମାନେ ପଛଘୁଞ୍ଚା ଦେଉନାହାନ୍ତି । ତଥ୍ୟକୁ ବିଭ୍ରାନ୍ତ କରି ବଳିଷ୍ଠ, ଅସଙ୍ଗତ ଯୁକ୍ତି ମାଧ୍ୟମରେ ଲୋକଲୋଚନରେ ରଖିବା ପାଇଁ ସମସ୍ତ ପ୍ରୟାସକୁ ତୃଟିପୂର୍ଣ୍ଣ ତର୍କ, ଉଦାହରଣ ଛଳରେ ବାରମ୍ବାର “ତିନି ତୁଣ୍ଡରେ ଛେଳି କୁକୁର”ର ଧାରଣାକୁ ସତ୍ୟ ରୂପରେ ଜନମାନସକୁ ପ୍ରଭାବିତ କରିବାର ଚେଷ୍ଟାକୁ କି୍ରୟାଶୀଳ ରଖିଛନ୍ତି । ଭାରତରେ ସ୍ୱାଧୀନତା ପରବର୍ତ୍ତୀ ଶିକ୍ଷା ଖସଡ଼ାରେ ଅସତ୍ୟ, ଅନ୍ୟାୟ, ବିଭ୍ରାନ୍ତିଯୁକ୍ତ ସୂଚନା ଓ ତଥ୍ୟକୁ ପ୍ରଶ୍ନ କରିବାର ସାମର୍ଥ୍ୟର ସ୍ୱରକୁ କଣ୍ଠରୋଧ କରିବାର ସମସ୍ତ ପ୍ରକାର ଚେଷ୍ଟା ପରିଲକ୍ଷିତ ହୋଇଆସୁଛି ।

ଆଜି ସ୍ୱାଧୀନତାର ୭୪ବର୍ଷରେ ସେ ସାମର୍ଥ୍ୟକୁ ଫେରାଇ ଆଣିବା ଖୁବ୍ କଷ୍ଟକର, କିନ୍ତୁ ଅସମ୍ଭବ ନୁହେଁ । ଏଥିପାଇଁ ଅନେକ ନୀତି-ନିୟମାବଳୀ, ନିଦେ୍ର୍ଶନାମା ଆଇନ ସହିତ ୨୦୦୫ରେ ସୂଚନା ଅଧିକାର ଅଧିନିୟମ ବ୍ୟବସ୍ଥିତ ହୋଇଛି । ଦେଶ ପରିଚାଳନା ସମ୍ପର୍କିତ ସମସ୍ତ ଏବଂ ସମ୍ପୂର୍ଣ୍ଣ ତଥ୍ୟର ସାରଣୀକୁ ଜନସାଧାରଣଙ୍କୁ ଉପଲବ୍ଧ ହେବା ପାଇଁ ଏହି ଅଧିନିୟମରେ ଉଲ୍ଲେଖ ରହିଛି । Section (4) (1) (b) e Sub-section (Vi) ହେଉଛି ସୂଚନା ଅଧିକାର ଅଧିନିୟମ-୨୦୦୫ର ଏକ ମୌଳିକ ବାକ୍ୟ । ଅଧିନିୟମର ଏହା ଏକ ମହତ୍ୱପୂର୍ଣ୍ଣ ପୃଷ୍ଠଭୂମି କହିଲେ ଚଳେ, ଯାହାକି ଦେଶର ନାଗରିକକୁ ସହଜ, ସରଳ ଏବଂ ସ୍ୱଳ୍ପ ସମୟରେ ତଥ୍ୟକୁ ସୁଯୋଗ ପ୍ରଦାନ କରିବାରେ ବ୍ୟବସ୍ଥା କରିଛି । ଏହି ଉପ-ଉପଧାରାରେ ସ୍ପଷ୍ଟ ଭାବରେ ଅଭିଲିଖିତ ଯେ ବିଭାଗୀୟ କର୍ତ୍ତୃପକ୍ଷ ସମସ୍ତ ନାଗରିକଙ୍କ ଅବଗତି ପାଇଁ ଏକ ବିବରଣୀର ସୂଚୀ ଓ ସାରଣୀ ଉପସ୍ଥାପନ କରିବେ । ଯଥା ତାଙ୍କ ଅଧିନସ୍ଥ ବିଭିନ୍ନ ବର୍ଗ ଓ ବିଷୟର ଦସ୍ତାବିଜ୍ ଉପଲବ୍ଧର ଏକ ସୂଚୀ ସହିତ ସାରଣୀ, ତାଙ୍କ କର୍ତ୍ତୃତ୍ୱରେ ଥିବା ବିଭିନ୍ନ ଅନ୍ୟ କାର୍ଯ୍ୟାଳୟର ଦସ୍ତାବିଜ୍ର ବର୍ଗ ଓ ବିଷୟର ସୂଚୀ ଓ ସାରଣୀ ନାଗରିକଙ୍କ ସମ୍ମୁଖରେ ସ୍ୱତଃପ୍ରବୃତ୍ତ ପ୍ରକଟ କରିବେ । ସବୁଠାରୁ ପରିତାପର ବିଷୟ ହେଉଛି ଆଇନ ହେବାର ୧୫ବର୍ଷ ପରେ ମଧ୍ୟ ଏହି ଉପଧାରା ବିଷୟରେ ଥିବା ସାର୍ବଜନିକ ଅବଧାରଣା ଆଜି ତଥ୍ୟ ପାଇବାରେ ମୁଖ୍ୟ ବାଧକ ସାଜିଛି । ଆବେଦନକାରୀଙ୍କର ଆବେଦିତ ସୂଚନାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରାପ୍ତି ପ୍ରକ୍ରିୟାରେ ବାଧା ସୃଷ୍ଟିକରୁଛି । ଏହି ଉପଧାରା ବା SubSection (VI) of Section (4) (1) (b) ବିଷୟରେ ଅନେକ କର୍ତ୍ତୃପକ୍ଷ, ପ୍ରଥମ ଅପିଲ ଅଧିକାରୀ ତଥା ଜନସୂଚନା ଅଧିକାରୀଙ୍କର ବୁଝିବାର ସ୍ପଷ୍ଟତାରେ ଗଭୀର ଅଭାବ ରହିଛି ଅଥବା ସ୍ପଷ୍ଟତା ନାହିଁ କହିଲେ ଚଳେ । ସ୍ପଷ୍ଟତା ଆଣିବାରେ ଇଚ୍ଛା ଓ ନିଷ୍ଠାର ଘୋର ଅଭାବ ମଧ୍ୟ ଅନୁଭୂତ ହୁଏ । ଯାହାଫଳରେ ଜନସାଧାରଣ ଠିକ ସମୟରେ ଠିକ୍ ତଥ୍ୟକୁ ସହଜଭାବେ ଉପଲବ୍ଧ କରିବାପାଇଁ ବିଭିନ୍ନ ସମୟରେ ଜନଆନେ୍ଦାଳନ ଓ ସମୂହ ନାଗରିକଙ୍କ ପ୍ରତିବାଦର ସ୍ୱର ମଧ୍ୟ ଉପସ୍ଥାପନ କରିଛନ୍ତି ।

ହେଲେ କେଉଁଠି ନା କେଉଁଠି ଇପ୍ସିତ ଲକ୍ଷ୍ୟରେ ପହଂଚିବା ପୂର୍ବରୁ ସେ ସ୍ୱର ଅସ୍ପଷ୍ଟ, ନିଷ୍ପ୍ରଭ ଓ ଶେଷରେ ବିଲୀନ ହୋଇଯାଇଛି । ସେଥିପାଇଁ ସୂଚନା ଅଧିକାର ଅଧିନିୟମ-୨୦୦୫ରେ ଆଇନର କାର୍ଯ୍ୟକାରିତା ଦିବସ (ଅକ୍ଟୋବର ୧୨, ୨୦୦୫) ଠାରୁ ୧୨୦ଦିନ ମଧ୍ୟରେ section 4 (1) bର ୧୭ଟି ବିନ୍ଦୁ ଉପରେ ସବିଶେଷ ବିବରଣୀ ସ୍ୱତଃପ୍ରବୃତ୍ତ ଭାବରେ ଉଲ୍ଲେଖ କରି ଉପସ୍ଥାପନରେ ପ୍ରାଧାନ୍ୟ ଦିଆଯାଉଛି ।

ସବୁଠାରୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି ସୂଚନା ଅଧିକାର ଅଧିନିୟମର section 4 (4) ଅନୁସାରେ ସହଜରେ ସୂଚନା ଉପଲବ୍ଧ କରିବା ଏବଂ ଯେକୌଣସି ନାଗରିକ ସିଧାସଳଖ ତଥ୍ୟ ପ୍ରାପ୍ତି ପାଇଁ ଲିଖିତ ଭାବରେ କର୍ତ୍ତୃପକ୍ଷଙ୍କ ପାଖରେ ଆବେଦନ କରିପାରିବେ । ଏହା ବିଶେଷ ଭାବରେ ଉଲ୍ଲେଖ ଥିଲେ ବି ଆବେଦନକାରୀ Section (6) (1)ଅନୁସାରେ ତଥ୍ୟ ପାଇଁ ଆବେଦନ ଜନସୂଚନା ଅଧିକାରୀଙ୍କ ପାଖରେ ଫର୍ମ ((A))ରେ ଆବେଦନର ବ୍ୟବସ୍ଥା ରହିଛି । ଏହା ମଧ୍ୟ ବ୍ୟବସ୍ଥା ରହିଛି ଯେ ଏହି ପ୍ରକ୍ରିୟାରେ ଉଦ୍ଦିଷ୍ଟ ସମୟସୀମା ମଧ୍ୟରେ ସୂଚନା ନ ମିଳିଲେ ବା ସୂଚନା ପାଇବା ପରେ ସେ ସମ୍ପର୍କିତ କୌଣସି ବିଷୟରେ ଅସନ୍ତଷ୍ଟ ଥିଲେ ଆବେଦନକାରୀ ସିଧାସଳଖ ପ୍ରଥମ ଅପିଲ କର୍ତ୍ତୃପକ୍ଷ ବା ସୂଚନା ଆୟୋଗଙ୍କ ପାଖରେ ନିଜ ଅଭିଯୋଗ ପତ୍ର ଦାଖଲ କରିପାରିବେ ।

ଏହି ଅଧିନିୟମ ପ୍ରଣୟନଠାରୁ ଆଜିକି ୧୫ବର୍ଷରୁ ଊଦ୍ଧ୍ୱର୍ ହେବ, ଆବେଦନକାରୀମାନେ ଫର୍ମ (A) ଓ ଫର୍ମ (D) ଓ (E) ଭରସାରେ ତଥ୍ୟପାଇବା ଅପେକ୍ଷାରେ ରହିଛନ୍ତି । ସବୁଠାରୁ ବଡ଼ ପ୍ରଶ୍ନ ଏହି ଅଧିନିୟମର section 4ର ଓ ତାର ଅନ୍ୟ ଚାରିଟି Sub section ଅନୁସାରେ ସୂଚନାକୁ ସହଜ, ସରଳ ଏବଂ ଅଳ୍ପସମୟ ମଧ୍ୟରେ ପ୍ରାପ୍ତି ସକାଶେ ପ୍ରକ୍ରିୟାକୁ କ୍ରିୟାଶୀଳ କରିବାପାଇଁ ଅକ୍ଟେବାର ୧୨, ୨୦୦୫ଠାରୁ ୧୨୦ ଦିନର ସମୟ ସୀମା ଦିଆଯାଇଛି । କିନ୍ତୁ ୧୫ ବର୍ଷ ଅତିକ୍ରାନ୍ତ ହୋଇଥିଲେ ବି କର୍ତ୍ତୃପକ୍ଷଙ୍କ ଦ୍ୱାରା ଆଇନ ଅନୁସାରେ ବିଶେଷ କରି Section (4) (1) (b) ର ୧୭ଟି ବିନ୍ଦୁରେ ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ ନୁହେଁ । ଯାହା ଫଳରେ ଏ ଦେଶର ନାଗରିକମାନେ SubSection 4 of Section (4)ଅନୁସାରେ ଆବେଦନ କରିବାରୁ ବଂଚିତ ହୋଇଛନ୍ତି । ଏବଂ Section 6 (1)ର ଫର୍ମ – A ରେ ଆବେଦନ ପ୍ରକ୍ରିୟାର ସଂଖ୍ୟା ବୃଦ୍ଧି ଘଟିଚାଲିଛି । ଏଠାରେ କହିବା ବାହୁଲ୍ୟ ଯେ କିଛି ବିଭାଗୀୟ କର୍ତ୍ତୃପକ୍ଷଙ୍କର ନିଜସ୍ୱ ନିଷ୍କ୍ରିୟତା, ନୀତିହୀନ କାର୍ଯ୍ୟଶୈଳୀ, ମୌଖିକ ନିଦେ୍ର୍ଦଶ ଦେବା ଓ ନେବାର ଅଭ୍ୟାସ, ନୀତି ଓ ଉପନୀତିକୁ ଅନୁସରଣ କରିବାର ଅନିଛା ଓ ଅନେକ ଜନସୂଚନା ଅଧିକାରୀଙ୍କର ଏହି ଆଇନର ବିଭିନ୍ନ ଦିଗରେ ନିଜର ଜ୍ଞାନ, ଧାରଣା, ଅବଧାରଣା, ଆଜିଦିନରେ ଜନସୂଚନା ଅଧିକାରୀଙ୍କ ଠାରୁ ଆବେଦିତ ତଥ୍ୟପ୍ରାପ୍ତିରେ ବାଧା ସୃଷ୍ଟି କରିଚାଲିଛି । ଫଳରେ ଅସନ୍ତୁଷ୍ଟ ଆବେଦନକାରୀ ଫର୍ମ Dରେ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ବିଚାର ପାଇଁ ଆବେଦନ କରିଚାଲିଛି ଏବଂ ପରବର୍ତ୍ତୀ ସମୟରେ ସୂଚନା ଆୟୋଗଙ୍କ ନିକଟରେ ଦ୍ୱିତୀୟ ଅପିଲ ଓ ଲିଖିତ ଅଭିଯୋଗପତ୍ରର ଉଚ୍ଚତା ବଢ଼ିଚାଲିଛି ।

ଏହି ପ୍ରବନ୍ଧରେ ଏତିକି ଉଲ୍ଲେଖ କରିବା ଜରୁରୀ ଯେ, section 4 (1) (b)ର Sub section-VIଅନୁସାରେ ବିଭିନ୍ନ ବର୍ଗ ଓ ବିଷୟ ସାରଣୀର ପ୍ରାଥମିକତା ରହିଛି । ଏଣୁ କର୍ତ୍ତୃପକ୍ଷଙ୍କର ଅଧିନରେ ଓ କର୍ତ୍ତୃତ୍ୱରେ ଥିବା ବିଭିନ୍ନ ବର୍ଗ ଓ ବିଷୟର ଦସ୍ତାବିଜର ସାରଣୀ ୱେବପୋର୍ଟାଲରେ ସ୍ଥାନିତ ହେବା ଅତ୍ୟନ୍ତ ଜରୁରୀ । ସେଥିପାଇଁ କର୍ତ୍ତୃପକ୍ଷ ଆଇନତଃ ଉତ୍ତରଦ।ୟୀ ରହୁଛନ୍ତି । ଯଦି Sub section (Vi) ୱେବ ପୋର୍ଟାଲରେ ସମ୍ପୂର୍ଣ୍ଣ ଭାବରେ ପ୍ରକାଶିତ ହେଉନାହିଁ, ତେବେ SubSection 4 of Section 4 I section (6) (1)ର From-A ଜରିଆରେ ଆବେଦିତ ତଥ୍ୟ ଉପଲବ୍ଧ ହେବାରେ ବାଧକ ସୃଷ୍ଟି ହେଉଛି । ଯେତେବେଳେ ଏହି ତଥ୍ୟ ପାଇବାର ଅଧିକାରରୁ ଆବେଦନକାରୀ ଆଇନତଃ ବଂଚିତ ହେଉଛି, ଏହା ତାର ସାମ୍ବିଧାନିକ ଅଧିକାରର କ୍ଷୁଣ୍ଣ ହେଲାବୋଲି କୁହାଯାଇ ପାରିବ । କୌଣସି ଅଧିକାର ବ୍ୟବସ୍ଥା ଦ୍ୱାରା କ୍ଷୁଣ୍ଣ ହେଲେ, ଏହାକୁ ମାନବିକ ଅଧିକାରର ହନନ ବୋଲି କହିବାରେ ଅତୁ୍ୟକ୍ତି ହେବ ନାହିଁ । ଏହି ପରିପ୍ରେକ୍ଷୀରେ ତଥ୍ୟପ୍ରକାଶ ସହିତ ଦେଶ ପରିଚାଳନାରେ ନେତୃତ୍ୱର ପରାକାଷ୍ଠାକୁ ଆଇନଗତ ତର୍ଜମା କରିବା ନିହାତି ଜରୁରୀ ହୋଇପଡ଼ିଛି ।

ଏଠାରେ କହିରଖିବା ଜରୁରୀ ହେବ ଯେ ଉପଲବ୍ଧ ତଥ୍ୟ କର୍ତ୍ତୃପକ୍ଷଙ୍କର ନିଜ ଆୟତ୍ତରେ ବା କର୍ତ୍ତତ୍ୱରେ ଅଛି ବୋଲି ଉଲ୍ଲେଖ କରିବା ଦ୍ୱାରା ଯେଉଁ ଆବେଦିତ ତଥ୍ୟ section (11) I section (8) ଦ୍ୱାରା ବାରଣ କରାଯାଇଥାଏ, ତାହା ପ୍ରକଟ ହେଉ ନାହିଁ । section (8)ଓ section (11)ରେ ବାରଣ ହେଉଥିବା ତଥ୍ୟ ସାରଣୀର ସୂଚୀ କର୍ତ୍ତୃପକ୍ଷଙ୍କ ହେପାଜତ୍ରେ ଅଛି କି ନାହିଁ, ତାହା SubSection 4 (1) bର sub section (VI)ରେ ଉଲ୍ଲେଖ ରହିବା ଜରୁରୀ । ସେହିପରି ଯେଉଁ ଯେଉଁ ଦସ୍ତାବିଜ୍ ଅନ୍ୟ କର୍ତ୍ତୃପକ୍ଷଙ୍କ ଅଧିନରେ ଅଛି ଏବଂ ଉକ୍ତ କର୍ତ୍ତୃପକ୍ଷଙ୍କ ଠାରୁ Section 2 (f) ରେ ଅନ୍ୟ କର୍ତ୍ତୃପକ୍ଷଙ୍କ ପାଖରୁ ଉପଲବ୍ଧ କରିପାରିବେ । Section 2 (f) ରେ ଉପଲବ୍ଧ ହେଉଥିବା ସୂଚନାର ବିବରଣୀ Sub-Section (VI) ରେ ଉଲ୍ଲେଖ ରହିବ । ଜନସୂଚନା ଅଧିକାରୀ ନିୟମାନୁୟାୟୀ form A ଗ୍ରହଣ କରିବା ପରେ ଏହି ସୂଚୀ ସାରଣୀ ସହିତ ମିଳାଇ ଓ ପରଖି ଦେଖିବେ ଏବଂ ଯଦି ସେହି ସାରଣୀରେ ଆବେଦିତ ତଥ୍ୟର ଉଲ୍ଲେଖ ରହିଛି, ତେବେ Section (11) ଓ Section (8) ଅନୁଯାୟୀ ତାକୁ ଆବେଦନକାରୀକୁ ଦେବା ଯୋଗ୍ୟ କି ନୁହେଁ, ପରଖିବେ । ଏହା ମଧ୍ୟ ସିଦ୍ଧାନ୍ତ ନେବେ ଯେ ତାହା ସୂଚନା ଆଇନ ଜରିଆରେ ପ୍ରଦାନ କରାଯିବ ନା ସାର୍ଟିଫାଇଡ଼୍ ନକଲ ଭାବରେ ପ୍ରଦାନ କରାଯିବ । ଦେଖିବାକୁ ଗଲେ ଯଦି ଏହା ତାଙ୍କ ହେପାଜତରେ ଉପଲବ୍ଧ ନୁହଁ, ତାହା ଅନ୍ୟ କର୍ତ୍ତୃପକ୍ଷଙ୍କ ପାଖରୁ Section 2(f) ଜରିଆରେ ଉପଲବ୍ଧ କରିପାରିବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅନେକ ସମୟରେ ଜନସୂଚନା ଅଧିକାରୀ form A କୁ Section (4) (1) (b) Sub section (Vi) ସହିତ ନ ପରଖି Secition (6) (3) ରେ ଅନ୍ୟ କର୍ତ୍ତୃପକ୍ଷଙ୍କୁ transfer କରିଥାନ୍ତି । ଯାହାଦ୍ୱାରା ଆବେଦନକାରୀଙ୍କୁ ତଥ୍ୟ ମିଳିବାରେ ଅହେତୁକ ବିଳମ୍ବ ହୋଇଥାଏ ବା ଅନେକ ସମୟରେ ତଥ୍ୟ ଉପଲବ୍ଧ ମଧ୍ୟ ହୋଇନଥାଏ ।

ଏହି ପରିପ୍ରେକ୍ଷୀରେ ଜନସୂଚନା ଅଧିକାରୀ (ପିଆଇଓ)ଙ୍କ ଦ୍ୱାରା ଯେତେବେଳେ ସୂଚନା ଦେବାରେ ବିଳମ୍ବ ଘଟିଛି, ସେତେବେଳେ ଆଜିପର୍ଯ୍ୟନ୍ତ କୌଣସି ପିଆଇଓ ଓଡ଼ିଶା ସୂଚନା ଅଧିନିୟମାବଳୀ ୨୦୦୫ର Rule-3, SubRule-4 ଅନୁସାରେ: ଯେତେବେଳେ କୌଣସି ବିଶେଷ କାରଣ ଯୋଗୁଁ ଏବଂ ଜନସୂଚନା ଅଧିକାରୀଙ୍କର ନିଜ କର୍ତ୍ତୃତ୍ୱ ବାହାରେ ସୂଚନା ଦେବାରେ ବିଳମ୍ବ ଘଟିଛି, ଏହାର କାରଣ ଓ ଯଥାର୍ଥତା ସହିତ ମୁଖ୍ୟ କର୍ତ୍ତୃପକ୍ଷଙ୍କର ଦୃଷ୍ଟିକୁ ଆଣିନାହାନ୍ତି । ଯାହାଫଳରେ ଉପରୋକ୍ତ ଯେକୌଣସି କାରଣ ପାଇଁ ବି ହେଉ, ସୂଚନା ଦେବାରେ ବିଳମ୍ବ ହେଉଥିଲେ ସେ ସମସ୍ୟାକୁ ଦୂର କରି ଠିକ ତଥ୍ୟ ଦେବାରେ ଏହା ବାଧା ସୃଷ୍ଟି କରିଆସୁଛି Rule-3, SubRule-4ର ଅବତାରଣା ଉଭୟ ଜନସୂଚନା ଅଧିକାରୀ ଓ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ହେବାର ନଜିର ନାହିଁ । ଏକପକ୍ଷରେ Section (4) (1) (b)ର ୧୭ଟି ବିନ୍ଦୁରେ ତଥ୍ୟ ଅକ୍ଟେବାର୧୨-୨୦୧୫ ଠାରୁ ୧୨୦ ଦିନ ମଧ୍ୟରେ ୱେବପୋର୍ଟାଲରେ ସ୍ୱପ୍ରକଟିକରଣ ସମ୍ପୂର୍ଣ୍ଣ ହୋଇପାରିନାହିଁ, ଅନ୍ୟପକ୍ଷରେ ଏହି ଆଇନକୁ କ୍ରିୟାଶୀଳ କରିବାପାଇଁ ଯେଉଁଯେଉଁ ମାନେ ଦାୟୀ ରହୁଛନ୍ତି, ସେମାନଙ୍କର ଧାରଣା, ଅବଧାରଣାକୁ ଦୂର କରିବାପାଇଁ ଯେଉଁ ପ୍ରୟାସ ରହିବା କଥା, ସେ କାର୍ଯ୍ୟକାରିତାରେ ଘୋର ଅଭାବ ରହିଛି । ଯାହାଦ୍ୱାରା ନାଗରିକମାନେ ତାଙ୍କର ସାମ୍ବିଧାନିକ ଅଧିକାର: “ଠିକ୍ ସମୟରେ ଠିକ୍ ତଥ୍ୟ” ପ୍ରାପ୍ତିରେ ବାଧା ସୃଷ୍ଟି କରୁଛି । ଯାହାକି ନାଗରିକମାନଙ୍କର ସାମ୍ବିଧାନିକ ଅଧିକାର ପ୍ରାପ୍ତିରେ ବାଧା ଘଟୁଛି ।

ଏଣୁ Section (4) (1) (bର ଅନ୍ୟ ଉପଧାରାର ପ୍ରାଧାନ୍ୟତାକୁ ମଧ୍ୟ SubSection-IV ସହିତ ବୁଝିବାକୁ ପଡ଼ିବ ।

ଆଗାମୀ ପ୍ରବନ୍ଧରେ ଆମେ SubSection-V ବିଷୟରେ ଆଲୋଚନା କରିବା, ଯେଉଁଥିରେ କି Section (4) (1) (b)ର ବିଶେଷ କରି SubSection (IV), Sub Section (iii) ର ସହିତ ଅନ୍ୟ ବିନ୍ଦୁ ଗୁଡ଼ିକୁ ଆଲୋଚନା ପରିସରଭୁକ୍ତ କରିବା ।

ଶେଷରେ ଆଜି ଦିନରେ କରୋନା ଭଳି ମହାମାରୀର ଭୟାବହତାକୁ ଦେଖି ସାଧାରଣ ଲୋକଙ୍କ ମନରେ ଆସୁଥିବା ଅନେକ ପ୍ରଶ୍ନ ଓ ଦ୍ୱନ୍ଦ୍ୱର ଠିକ ଭାବରେ ଦୂର କରିବାର ପ୍ରକ୍ରିୟା କର୍ତ୍ତୃପକ୍ଷଙ୍କ ଦ୍ୱାରା ରହିଲେ ହିଁ ଏହି ପ୍ରକାରର ମହାମାରୀରୁ ମୁକ୍ତ ହେବା ସହଜ ହୋଇପାରିବ

Photo Credit- https://bit.ly/37XDbtQ

Comments

0 comments

Share This Article