ଏକ ବିଂଶ ଶତାଦ୍ଦୀରେ କ୍ୟାନସର ବିଭିଷିକା

ପୃଥିବୀରେ କ୍ୟାନସର ଚିତ୍ର ଅନୁଧ୍ୟାନ କାଲେ ଜଣାଯାଏ ଆମେରିକାରେ କ୍ୟାନସର ରୋଗୀ ସଂଖ୍ୟା ସର୍ବାଧିକ ଥିବା ସ୍ଥଳେ ଚୀନ ଦ୍ଵିତୀୟ ଓ ଭାରତ ତୃତୀୟ ସ୍ଥାନ ଅଧିକାର କରିଛି ।

28 Min Read

ପ୍ରତିବର୍ଷ ୨୦୨୪ ଫେବୃୟାରୀ ୪ ତାରିଖ ଦିନ ଅନ୍ତର୍ଜାତିକ କର୍କଟ ଦିବସ ମିଳିତ ଜାତି ସଂଘ ତରଫରୁ ପାଳନ କରାଯାଇଛି । ଏହିପରିଦିନ ମାନଙ୍କରେ ବିଶ୍ଵ ରାଷ୍ଟ୍ର ମୁଖ୍ୟ, ମିଳିତ ଜାତି ସଂଘ, ବିଶ୍ଵ ସ୍ଵାସ୍ଥ୍ୟ ସଂସ୍ଥା “ହୁ”(World Health Organization),ବିଶ୍ଵ ବ୍ୟାଙ୍କ ଭଳି ସଂସ୍ଥାମାନେ ଖୁବ ସଭା ସମିତି କରନ୍ତି । ଫଳ ଉତ୍ସାହ ଜନକ ହେବା କ୍ଵଚିତ ଦେଖାଯାଏ । “ହୁ” ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ଏକ ବିଂଶ ଶତାଦ୍ଦୀରେ କର୍କଟ ରୋଗୀ ସଂଖ୍ୟା ହୁ (!) ହୁ (!)ହୋଇ ବଢିଚାଲିଛି । ୨୦୨୨ ଫେବୃୟାରୀ ୧ ରେ ବିଶ୍ଵ କ୍ୟାନସର ଦିବସ ଅବ୍ୟବହିତ ପୂର୍ବରୁ ପ୍ରକାଶିତ ରିପୋର୍ଟରେ (International Agency for Research on Cancer – IARC) ଦର୍ଶାଇଛି ଯେ ପୃଥିବୀରେ ୨୦୨୨ ବର୍ଷ କ୍ୟାନସର ଜନିତ ମୃତ୍ୟୁ ସଂଖ୍ୟା ୯.୭ ନିୟୁତ ରେକର୍ଡ କରାଯାଇଛି । ୨୦ ନିୟୁତ ନୂଆ କ୍ୟାନସର ରୋଗୀ ଚିହ୍ନଟ ହୋଇଛନ୍ତି । ପ୍ରତି ୯ ଜଣ ପୁରୁଷ ମଧ୍ୟରୁ ଜଣେ ଏବଂ ୧୨ ଜଣ ମହିଳାଙ୍କ ମଧ୍ୟରେ ଜଣଙ୍କର କ୍ୟାନସର ଜନିତ ମୃତ୍ୟୁ ଘଟୁଛି । ଭୟଙ୍କର ସୂଚନା ! ଆମେ ପ୍ରତ୍ୟେକ ଆତଙ୍କିତ ହେବାନିକି “ମୁଁ ଏହି ୯ ଜଣରୁ ଜଣେ ନୁହେଁତ !”ପ୍ରତ୍ୟେକ ସ୍ତ୍ରୀ ଲୋକ ଆଶଙ୍କା କରିବେନିକି “ମୋତେ କ୍ୟାନସର ହୋଇନିତ ?” ୧୧୫ ଟି ଦେଶରୁ ମିଳିଥିବା ତଥ୍ୟକୁ ଏକାଠି କରି ।ARC ରିପୋର୍ଟ ପ୍ରକାଶ କରିଥିଲା । ୨୦୨୨ ରୁ କ୍ୟାନସର ଗବେଷକ ମାନେ ଆକଳନ କରୁଛନ୍ତି ୨୦୫୦ କୁ ୩୫ ନିୟୁତ ନୂଆ କ୍ୟାନସର ରୋଗୀ ସଂଖ୍ୟା ପହଞ୍ଚିଥିବା ବେଳେ (୭୭%) କ୍ୟାନସରରେ ମୃତ୍ୟୁ ସଂଖ୍ୟା ୨୦ ନିୟୁତରେ ପହଞ୍ଚି (ଶତ ପ୍ରତିଶତ ବୃଦ୍ଧି)ଯାଇଥିବ । ବିଜ୍ଞାନ ଓ ବିଶ୍ଵ ସ୍ୱାସ୍ଥ୍ୟ ସେବାର ମାନ ପାଇଁ ଏହା ଏକ ପ୍ରଶ୍ନବାଚୀ ନୁହେଁ କି ?

ପୃଥିବୀରେ ଫୁସଫୁସ କର୍କଟ ଏବଂ ସ୍ତ୍ରୀଲୋକ ମାନଙ୍କର ସ୍ତନ କର୍କଟ ଆଶାତୀତ ଭାବେ ବଢିଚାଲିଛି । ବିଶ୍ଵ କ୍ୟାନସର ରୋଗୀଙ୍କ ମଧ୍ୟରେ ୧୨.୪ ପ୍ରତିଶଦ ଫୁସଫୁସ କ୍ୟାନସର ପିଡୀତ ଥିବା ବେଳେ ସ୍ତ୍ରୀ ଲୋକ ମାନଙ୍କର ସ୍ତନ କର୍କଟ ୧୧.୬ ପ୍ରତିଶଦ ଥିବା ଆକଳନ କରାଯାଇଛି । ପ୍ରୋଷ୍ଟେଟ କ୍ୟାନସର ୭.୩ ପ୍ରତିଶଦ ,କୋଲନ କ୍ୟାନସର ୯.୬ ପ୍ରତିଶଦ ଓ ଷ୍ଟୋମାକ କ୍ୟାନସର ୪.୯ ପ୍ରତିଶଦ । ଭାରତରେ ସର୍ବାଧିକ କ୍ୟାନସର ମୃତ୍ୟୁ ସଂଖ୍ୟା – ଫୁସଫୁସ କ୍ୟାନସର ରେ ୧୮.୭ %,କୋଲନ କ୍ୟାନସର ମୃତ୍ୟୁ ପ୍ରତିଶଦ ୯.୩ ,ଯକୃତ କ୍ୟାନସର ୭.୮ ସ୍ତନ କର୍କଟ ୬.୯ ଏବଂ ପାକସ୍ଥଳୀ କର୍କଟ ୬.୮ ପ୍ରତିଶଦ । ବିକଶିତ ଦେଶ ମାନଙ୍କରେ କୋଲନ କ୍ୟାନସର ସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ପରିବର୍ତ୍ତିତ ଜୀବନ ଶୈଳୀ ,ପ୍ରକିୟାକରଣ ଖାଦ୍ୟ (processed food),ପୃଥୁଳତା ,ମାଂସ (red meat) ଏବଂ ମଦ୍ୟପାନ ବୃଦ୍ଧି ।

ଧୂମପାନ ଓ ମଦ୍ୟ ପାନ କମାଇପାରିଲେ ଫୁସଫୁସ କ୍ୟାନସର ଓ ଲିଭର କ୍ୟାନସରକୁ ଏଡାଇ ଦିଆଯାଇପାରନ୍ତା । ୯ ବର୍ଷରୁ ୧୨ ବର୍ଷ ମଧ୍ୟରେ ଝିଅ ମାନଙ୍କୁ କ୍ୟାନସର ଟୀକା ଦିଆ ଯାଇ ପାରିଲେ ଜରାୟୁ କର୍କଟ ଭୟ ରୁହନ୍ତା ନାହିଁ । ସେହିପରି ଏହି ବୟସର ପୁଅ ,ଝିଅଙ୍କୁ ହେପାଟାଇଟିସ-ବି ଟୀକା ଦିଆଗଲେ ଯକୃତ କର୍କଟର ସମ୍ଭାବନା କମିଯାଆନ୍ତା । ରୋଗର ପ୍ରଥମ ଅବସ୍ଥାରେ ଚିହ୍ନଟ କରାଯାଇପାରିଲେ(screening) ସ୍ତନ କର୍କଟ , କୋଲନ କ୍ୟାନସର ଓ ଜରାୟୁ କ୍ୟାନସର ରୋଗୀ ସଂପୂର୍ଣ୍ଣ ଆରୋଗ୍ୟ ହୋଇପାରନ୍ତେ । ମାତ୍ର ଏହିସବୁ ସୁବିଧା ସବୁ ଦେଶରେ ସବୁ ଲୋକଙ୍କ ପାଇଁ ଉପଲବ୍ଧ ନୁହେଁ । ଫଳତଃ ଧନିକ ରାଷ୍ଟ୍ରରେ ଏହିସବୁ କ୍ୟାନସର ଅଧିକ ହେଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମ । ମାତ୍ର ଗରିବ ବା ବିକାଶଶୀଳ ଦେଶମାନଙ୍କରେ ଏହି ଶ୍ରେଣୀରେ କ୍ୟାନସରରେ ଚିକିତ୍ସା ଅଭାବରୁ ଯଥେଷ୍ଟ ଅଧିକ ମୃତ୍ୟୁ । ଭାରତ ଏହି ଦ୍ଵିତୀୟ ଶ୍ରେଣୀ ଦେଶର ଗୌରବ ଅର୍ଜନ କରୁଛି !

ପୃଥିବୀରେ କ୍ୟାନସର ଚିତ୍ର ଅନୁଧ୍ୟାନ କାଲେ ଜଣାଯାଏ ଆମେରିକାରେ କ୍ୟାନସର ରୋଗୀ ସଂଖ୍ୟା ସର୍ବାଧିକ ଥିବା ସ୍ଥଳେ ଚୀନ ଦ୍ଵିତୀୟ ଓ ଭାରତ ତୃତୀୟ ସ୍ଥାନ ଅଧିକାର କରିଛି । ଆତ୍ମନିର୍ଭର ଭାରତର ଏହା ମଧ୍ୟ ଏକ ମାପକାଠି ! ଭାରତ ସରକାର ଦେଶବାସୀଙ୍କୁ ଯୋଗଉଥିବା ସ୍ଵାସ୍ଥ୍ୟ ବ୍ୟବସ୍ଥାରୁ ଜଣାପଡେ ଭାରତରେ କ୍ୟାନସର ସ୍କ୍ରୀନିଂ ବ୍ୟବସ୍ଥା ଇଥିଓପିଆ ଠାରୁ ମଧ୍ୟ ହିନ । ସ୍ତ୍ରୀ ଲୋକମାନଙ୍କର ଜରାୟୁ କ୍ୟାନସର ପ୍ରାଥମିକ ଅବସ୍ଥାରେ ଚିହ୍ନଟ କରାଯାଇପାରିଲେ ୯୦ ପ୍ରତିଶଦ ରୋଗୀ ସଂପୂର୍ଣ୍ଣ ରୋଗ ମୁକ୍ତ ହୋଇପାରନ୍ତେ । ମାତ୍ର ଜରାୟୁ କର୍କଟ ପୀଡିତ ମାତ୍ର ଏକ ପ୍ରତିଶଦ ରୋଗୀ ଭରତରେ ସ୍କ୍ରୀନିଂ ହୋଇଥାନ୍ତି (ହିନ୍ଦୁ ଜାନୁୟାରୀ ୩୦) । ଜରାୟୁ କର୍କଟ , ସ୍ତନ କର୍କଟ ଓ ମୁଖଗହ୍ଵର କର୍କଟ ମହିଳା ରୋଗୀମାନଙ୍କ ମଧ୍ୟରୁ ଯଥାକ୍ରମେ ମାତ୍ର ୧.୨ % ,୦.୬ % ଓ ୦.୭ % ରୋଗୀଙ୍କର ୨୦୧୯-୨୧ ରେ ସ୍କ୍ରୀନିଂ ହୋଇଥିଲା । ସୁଇଡେନ ଥାଇଲ୍ୟାଣ୍ଡ ,ଆମେରିକା ଏବଂ ବିଲାତରେ ଜରାୟୁ କର୍କଟ ମହିଳା ରୋଗୀ ମାନଙ୍କ ମଧ୍ୟରୁ ୭୦ ପ୍ରତିଶଦଙ୍କୁ ସ୍କ୍ରୀନିଂ କରାଯାଇଥାଏ । ଏପରିକି ବ୍ରିସ୍କ ଦେଶମାନଙ୍କ ମଧ୍ୟରେ ମଧ୍ୟ ଭାରତ ଯଥେଷ୍ଟ ପଛରେ । ରୁଷ ରେ ଏହି ପ୍ରତିଶଦ ୯୩ ଥିଲାବେଳେ ବ୍ରାଜିଲରେ ୫୮ ପ୍ରତିଶଦ ,ଦକ୍ଷିଣ ଆଫ୍ରିକାରେ ୫୨ ପ୍ରତିଶଦ । ଇରାନ ,ସଂଯୁକ୍ତ ଆରବ ରାଷ୍ଟ୍ର ,ଚିନ , ସାଉଦି ଆରବ ଦେଶ ମାନେ ଭାରତ ଠାରୁ ବହୁ ଆଗରେ । ଏପରିକି ଗରିବ ଓ ଦୃର୍ଭିକ୍ଷ ପ୍ରପୀଡିଡ ଇଥିଓପିଆ ମଧ୍ୟ ଭାରତ ଠାରୁ ଆଗରେ ଅଛି । ବ୍ରିସ୍କ ଦେଶ ମାନଙ୍କ ମଧ୍ୟରେ ଭାରତର ସ୍ଥାନ ୧୦ ରୁ ୯ ରେ । ଲଜ୍ଜା । ବିଶ୍ଵ ଗୁରୁର ଏହି କଣ ପରିଚୟ ! (Source –Global Cancer burden growing ,amidst mounting need for services –World Health Organization -1 Feb,2024) । ପୃଥିବୀରେ ଜରାୟୁ କର୍କଟରେ ପ୍ରତିବର୍ଷ ୩,୪୮,୧୮୬ ସ୍ତ୍ରୀଲୋକଙ୍କର ମୃତ୍ୟୁ ହୋଇଥାଏ । ସ୍ତ୍ରୀ ଲୋକମାନେ ଆକ୍ରାନ୍ତ ବିଭିନ୍ନ ପ୍ରକାର କର୍କଟ ମଧ୍ୟରେ ଜରାୟୁ କର୍କଟ ଚତୁର୍ଥ ସ୍ଥାନରେ ଅଛି ।(Globocan-2022) ଭାରତୀୟ ଅଭିନେତ୍ରୀ ପୁନମ ପାଣ୍ଡେଙ୍କର ମୃତ୍ୟୁ ଜରାୟୁ କର୍କଟ ଜନିତ । କେନ୍ଦ୍ର ସରକାରଙ୍କ ୨୦୨୩ କ୍ୟାନସର ରିପୋର୍ଟ କୁହେ ଆମ ଦେଶରେ ୧୫ ରୁ ୪୪ ବୟସର ୨,୫୬,୧୧୪ ଜଣ ସ୍ତ୍ରୀ ଲୋକ ଜରାୟୁ କର୍କଟ ପ୍ରବଣ । ଏଚ. ପି . ଭି କ୍ୟାନସର ଟୀକା ପାନକୁ୨୦୦୦ -୪୦୦୦ ଟଙ୍କା । ଭାରତୀୟ ଗରିବ ଝିଅ ଏତେ ପଇସା ଦେଇ ଟୀକା ନେଇପାରୁନାହାନ୍ତି । ଏହି ଟୀକା ୨ ପାନ ନେଇ ପାରିଲେ ଜରାୟୁ କର୍କଟର ସମ୍ଭାବନା ୯୫ ପ୍ରତିଶଦ ରହିବ ନାହିଁ । ସେହି ପରି କର୍କଟ ରୋଗ ଭୋଗୁଥିବା ସ୍ତ୍ରୀ ଲୋକମାନଙ୍କୁ ପ୍ରଥମାବସ୍ଥାରେ ଚିହ୍ନଟ କରାଯାଇପାରିଲେ ରୋଗ ଆରୋଗ୍ୟ ସମ୍ଭବ ହୋଇପାରନ୍ତା । ମାତ୍ର ଆମ ଦେଶରେ ଏପରି ସ୍କ୍ରୀନିଂ କ୍ଵଚିତ କରାଯାଉଅଛି । ଶୁଣିଲେ ଭଲଜଣା ପଡୁଛି କେନ୍ଦ୍ର ଅର୍ଥମନ୍ତ୍ରୀ ୨୦୨୪-୨୫ ଅନ୍ତରୀଣ ବଜେଟରେ ଏଚ.ପି.ଭି ଟୀକା ସର୍ବଜନିନ କରିବା ପାଇଁ ଅର୍ଥ ବ୍ୟବସ୍ଥା କରିଛନ୍ତି । (Statesman ,BBSR -09 Feb,2024 ) । ଏହା ପ୍ରଚାର ଧର୍ମୀ ନହେଲେ ରକ୍ଷା ।

ଅଷ୍ଟ୍ରେଲିଆରେ ୧୨ ରୁ ୧୩ ବର୍ଷର ଝିଅମାନଙ୍କୁ ୨୦୦୭ ମସିହା ଠାରୁ ଏଚ.ପି.ଭି (Human Papillomavirus –HPV) ଟୀକା କରଣ ଆରମ୍ଭ କରାଯାଉଥିଲା । ୨୦୧୩ କୁ ୧୨ ରୁ ୧୩ ବର୍ଷର ପୁଅ ମାନଙ୍କୁ ମଧ୍ୟ ଏଚ.ପି.ଭି ଟୀକା କରଣ କରାଯାଉଛି । ୨୦୩୫ ସୁଦ୍ଧା ସ୍ତ୍ରୀ ଲୋକମାନଙ୍କର ଜରାୟୁ କର୍କଟ ସଂପୂର୍ଣ୍ଣ ବିଲୋପ ପାଇଁ ଅଷ୍ଟ୍ରେଲିଆ ପ୍ରତିଶୃତିବଦ୍ଧ । ଭୁଟାନ ,ଇଣ୍ଡୋନେସିଆ,ମାଳ ଦ୍ଵିପ ,ମାୟାମାର, ଶ୍ରୀଲଙ୍କା ,ଥାଇଲ୍ୟାଣ୍ଡ ଭଳି ଦକ୍ଷିଣ ଏସିଆର ଛୋଟ ଦେଶ ମାନେ ମଧ୍ୟ ବହୁ ଆଗରୁ ଏଚ.ପି.ଭି ଟୀକା କରଣ ଆରମ୍ଭ କରିଛନ୍ତି । ଭାରତର ଏକ ମାତ୍ର ରାଜ୍ୟ ସିକିମ ଏଚ.ପି.ଭି ଟୀକା କରଣ ୯୭ ପ୍ରତିଶଦ କରିପାରିଛି (ହିନ୍ଦୁ ମାର୍ଚ୍ଚ ୮) । ୨୦୨୪-୨୫ ଅନ୍ତରୀଣ ବଜେଟରେ କେନ୍ଦ୍ର ସରକାର ୯ ବର୍ଷରୁ ୧୬ ବର୍ଷ ର ଝିଅମାନଙ୍କୁ ଏଚ.ପି.ଭି ଟୀକା କରଣ ପାଇଁ ଅର୍ଥମଞ୍ଜୁର କରିଥିବା ଆନ୍ତର୍ଜାତିକ ମହିଳା ଦିବସରେ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ଭବିଷ୍ୟତରେ ଭାରତରେ ଜରାୟୁ କର୍କଟ ସଂପୂର୍ଣ୍ଣ ଲୋପ କରିବା ପାଇଁ ପ୍ରଧାନମନ୍ତ୍ରୀ ଦମ୍ଭୋକ୍ତ ପ୍ରକାଶ କରିଛନ୍ତି । ଏହି ଯୋଜନା ପ୍ରଚାର ସର୍ବସ୍ୟ ନହେବା ଦେଖିବାକୁ ଅପେକ୍ଷା କରିବା ! ଏଠାରେ ଉଲ୍ଲେଖ କରାଯାଇପାରେ ସ୍କଟଲ୍ୟାଣ୍ଡରେ ଏଚ.ପି.ଭି ଟୀକା କରଣ ଫଳାଫଳ ଉତ୍ସାହଜନକ । ସଂପୂର୍ଣ୍ଣ ଟୀକା କରଣ ଦ୍ଵାରା ୧୯୮୮ ଠାରୁ ୧୯୯୬ ମଧ୍ୟରେ ଜନ୍ମିତ ସ୍ତ୍ରୀଲୋକମାନଙ୍କର ମଧ୍ୟରେ ଜରାୟୁ କର୍କଟ ନାହିଁ କହିଲେ ଚଳେ । (ହିନ୍ଦୁ ମାର୍ଚ୍ଚ ୮ ,୨୦୨୪ )

ଅଖା ଧୋଉଥାଅ ଗୁଣ ଗାଉ ଥାଅ । ଧନ୍ୟ ସରକାର ,ଧନ୍ୟ ଚାଷୀ ଭାଇ ,ଧନ୍ୟ ଖାଉଟି ,ଧନ୍ୟ କମ୍ପାନୀ । କ୍ୟାନସରକି ଜୟ ହୋ ! ଶଣ୍ଢ ଆଗରେ ଭାଗବତ ପଢିବା ଯାହା କମ୍ପାନୀ ସୁଆଗିଆ ସରକାର ଗୁଡାକ ସେଇଆ । କୃଷି ବିଜ୍ଞାନୀ ମାନଙ୍କୁତ ଲ୍ୟାଣ୍ଡଗ୍ରାଣ୍ଟ ୟୁନିଭର୍ସଟି କଲମା ପିଆଇଛନ୍ତି । ଛୋଟ ମୁହଁରେ ବଡ କଥା । ଆମେ ଭବିଷ୍ୟ ବାଣୀ କରିବାକୁ ଚାହୁଁ କୃଷିକ୍ଷେତ୍ର ,ଘର ,ବାଡି, ବଗିଚାରେ ମାଛି ,ମଶା ନିପାତ କରିବା ପାଇଁ କୀଟ ନାଶକ ପ୍ରୟୋଗ ଯଦି ସମାପ୍ତ କରାନଯାଏ କ୍ୟାନସରକୁ ଜୟ କରିବା ସଂପୂର୍ଣ୍ଣ ଅସମ୍ଭବ । ଆଗକୁ କ୍ୟାନସର ସମସ୍ୟା ଆହୁରି ଭୟଙ୍କର ହେବ । ଲେଡି ଗୁଡ କହୁଣିକୁ ବୋହିଯିବ । ନିପାରିଲା ଶଗଡିଆ ବେଳସୁ କାଳିଦିଏ ।

ଲ୍ୟାନସେଟ (Lancet) ଷ୍ଟଡିରୁ ଜଣାପଡେ ୨୦୧୯ ଏସିଆ ମହାଦେଶରେ ଚିନ ୪୮ ଲକ୍ଷ ନୂଆ କର୍କଟ ରୋଗୀ ଚିହ୍ନଟ କରିଥିବା ବେଳେ ସେହି ବର୍ଷ ୨୭ ଲକ୍ଷ କର୍କଟ ରୋଗୀ ମୃତ୍ୟୁ ବରଣ କରିଛନ୍ତି ଚିନ୍ ପ୍ରଥମ ସ୍ଥାନରେ ଅଛି । ଭାରତରେ ୨୦୧୯ କ୍ୟାନସର ନୂଆ ରୋଗୀ ସଂଖ୍ୟା ୧୧.୫ ଲକ୍ଷ ଥିଲା ବେଳେ ସେ ବର୍ଷର ମୃତ୍ୟୁ ସଂଖ୍ୟା ଥିଲା ୯.୩ ଲକ୍ଷ । ଭାରତ ଏସିଆ ମହାଦେଶରେ ଦ୍ଵିତୀୟ ସ୍ଥାନ । ଜାପାନରେ ନୂଆ ରୋଗୀ ସଂଖ୍ୟା ସେହି ବର୍ଷ ୯ ଲକ୍ଷ ଥିଲା ବେଳେ ମୃତ୍ୟୁ ସଂଖ୍ୟା ୪.୪ ଲକ୍ଷ । ଜାପାନର ସ୍ଥାନ ତୃତୀୟ । ଏସିଆ ମହାଦେଶ ମୁଖ୍ୟତଃ ଫୁସଫୁସ କର୍କଟ,ସ୍ତନ କର୍କଟ ,ପାକସ୍ଥଳୀ ଓ ବୃହଦନ୍ତ କର୍କଟ ,ଯକୃତ କର୍କଟରେ ବହୁ ରୋଗୀ ଆକ୍ରାନ୍ତ ହୋଇଥାନ୍ତି ଏବଂ ଅନେକ ମୃତ୍ୟୁ ମୁଖରେ ପଡିଥାନ୍ତି । ଧୂମପାନ ,ମଦ୍ୟପାନ ,ବାୟୁପ୍ରଦୂଷଣ ଜନିତ କର୍କଟ ରୋଗୀ ସଂଖ୍ୟା ମଧ୍ୟ ବଢିଚାଲିଛି । ଏସିଆ ମହାଦେଶରେ ବାୟୁ ପ୍ରଦୂଷଣ ପାଇଁ ଶିଳ୍ପ-ଭିତିକ ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମ ହିଁ ଦାୟୀ । ସହରିକରଣ ,ଗାଁରୁ ସହରକୁ ଦୌଡା ଏବଂ ଯାନବାହାନ ଚଳାଚଳର ଆଧିକ୍ୟ ମଧ୍ୟ ବାୟୁ ପ୍ରଦୂଷଣ ବୃଦ୍ଧିରେ ସାହାଯ୍ୟ କରୁଛି । ସିଗାରେଟ ,ଖଇନି ,ଗୁଟକା,ପାନ ,ପାନ ମସଲା ବ୍ୟବହାର ଜନିତ ମୃତ୍ୟୁ ସଂଖ୍ୟା ଭାରତ ,ବଙ୍ଗଳାଦେଶ ଏବଂ ନେପାଳରେ ଉଦବେଗ ଜନକ । କେବଳ ଭାରତରେ ଏହି ରୋଗରେ ମୃତ୍ୟୁ ସଂଖ୍ୟା ପୃଥିବୀର ୩୨.୯ ପ୍ରତିଶଦ ଏବଂ ନୂଆ ରୋଗୀ ୨୮.୧ ପ୍ରତିଶଦ । ମୁଖ ଗହ୍ଵର କର୍କଟ ୫୦ ପ୍ରତିଶଦ କେବଳ ଧୂମହୀନ ସିଗାରେଟ ଜନିତ ଏବଂ ଭାରତ ସମେତ ଦକ୍ଷିଣ ଏସିଆ ଦେଶମାନଙ୍କରେ ଏହା ସର୍ବାଧିକ । ଭାରତରେ ଗରିବି କର୍କଟ ରୋଗୀମାନଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ବାଧକ । (ହିନ୍ଦୁ-ଜାନୁୟାରୀ ୪ )

ପ୍ରତ୍ୟେକ ବର୍ଷ ଜାନୁୟାରୀ ମାସକୁ ଅନ୍ତର୍ଜାତିକ ଏଚ.ପି.ଭି ସଚେତନତା ମାସ ଭାବେ ପାଳନ କରାଯାଉଛି । ଜରାୟୁ କର୍କଟ ପୃଥିବୀରେ ସ୍ତ୍ରୀ ଲୋକମାନଙ୍କର ଚତୁର୍ଥ ସାଧାରଣ କର୍କଟ । ପୃଥିବୀର ପ୍ରତିବର୍ଷ କେବଳ ଜରାୟୁ କର୍କଟ ଜନିତ ମୃତ୍ୟୁ ସଂଖ୍ୟା ୩,୦୦,୦୦୦ ଲକ୍ଷରୁ ଅଧିକ । ଅର୍ଥାତ ପ୍ରତି ୨ ମିନିଟ ରେ ଗୋଟିଏ ଜୀବନ ଯାଉଛି । ଜରାୟୁ କର୍କଟ ଜନିତ ମୃତ୍ୟୁ ସଂଖ୍ୟାର ପ୍ରତି ୧୦ ଜଣରେ ୯ ଜଣ ନିମ୍ନ ଆୟକାରୀ ଦେଶମାନଙ୍କରେ । ଭାରତରେ ସ୍ତନ କର୍କଟ ପଛକୁ ଜରାୟୁ କର୍କଟ ଦ୍ଵିତୀୟ ସ୍ଥାନ ନେଇଛି । ଆମ ଦେଶରେ ୧୫ ବର୍ଷରୁ ଅଧିକ ବୟସର ୫୦ କୋଟି ସ୍ତ୍ରୀଲୋକ ଜରାୟୁ କର୍କଟ ପ୍ରବଣ । “ହୁ” ର ଘୋଷଣା ଅନୁସାରେ ୨୦୩୦ ମିଳିତ ଜାତି ସଂଘ ନିରନ୍ତର ବିକାଶକୁ ଲକ୍ଷରଖି ପୃଥିବୀରେ ୧୨ ବର୍ଷରୁ ୧୫ ବର୍ଷର ଝିଅ ମାନଙ୍କ ମଧ୍ୟରୁ ୯୦ ପ୍ରତିଶଦଙ୍କୁ ଏଚ.ପି.ଭି ଟୀକା କରଣ କରାଯିବ । ୩୫ ବର୍ଷ ବୟସ ଏବଂ ୧୦ ବର୍ଷ ପରେ ଅର୍ଥାତ ୪୫ ବର୍ଷ ବୟସର ସ୍ତ୍ରୀ ଲୋକମାନଙ୍କ ପାଇଁ ଜରାୟୁ କର୍କଟ ପରୀକ୍ଷା ନିଶ୍ଚିତ କରାଯିବ (Screening of Cervical Pre-cancer)(ହିନ୍ଦୁ ମାର୍ଚ୍ଚ ୫,୨୦୨୪ ) ।(Hindu- March 05, 2024 –A vaccine that prevent six cancers –Page 7) “ହୁ” ର କାର୍ଯ୍ୟକାରିତାରୁ ଯାହା ପ୍ରମାଣ ମିଳେ ଏପରି ଘୋଷଣା କେବଳ ପ୍ରଚାର ସର୍ବସ୍ୟ ।

ଏକ ବିଂଶ ଶତାଦ୍ଦୀରେ ଭାରତର ଲୋକ ସଂଖ୍ୟା ଦୃଢ ଗତିରେ ବଢି ଚାଲିଛି । ୧୯୦୧ ରୁ ୨୦୧୧ ମଧ୍ୟରେ ପ୍ରତି ୧୦ ବର୍ଷର ଜନଗଣନା ତଥ୍ୟରୁ ଜଣାପଡେ ଲୋକ ସଂଖ୍ୟା ବୃଦ୍ଧି ସହିତ କର୍କଟ ସମାନୁପାତିକ ଭାବେ ନବଢି ଖୁବ ଅଧିକ ବଢୁଛି । ୧୯୬୧ ରେ ଆମ ଦେଶ ଲୋକ ସଂଖ୍ୟା ଥିଲା ୪୪ କୋଟି । ସେ ବର୍ଷର କର୍କଟ ରୋଗୀ ସଂଖ୍ୟା ୧୦୧,୯୬୨ ଥିଲା । ୨୦୧୧ କୁ ଲୋକସଂଖ୍ୟା ୧୨୧ କୋଟି ଥିବା ବେଳେ କର୍କଟ ରୋଗୀ ସଂଖ୍ୟା ୪୦୬,୬୦୮ । ହିସାବରୁ ଧରାପଡେ ଏହି ୫୦ ବର୍ଷ ବ୍ୟବଧାନରେ ଲୋକସଂଖ୍ୟା ୨.୭୫ ଗୁଣ ବଢିଥିବା ସ୍ଥଳେ କର୍କଟ ରୋଗୀ ସଂଖ୍ୟା ୪ ଗୁଣରୁ ଅଧିକ ବଢିଛି ।(ସୂତ୍ର “ହୁ”)।

Table:-1 ଭାରତର ବିଭିନ୍ନ ରାଜ୍ୟରେ କ୍ୟାନସର ସ୍ଥିତି – ପ୍ରଥମ ୧୫ ଟି ରାଜ୍ୟ

RankStateYearPopulationCancer casesCancer DeathCases %Death %
1Uttar Pradesh2023235,687,0002109581168180.0955.38
2Bihar2023126,756,000109274606290.0955.48
3Maharashtra2023126,385,000121717668790.1054.95
4West Bengal202399,084,000113581626520.1155.16
5Madhya Pradesh202386,579,00081901451760.0955.16
6Rajasthan202381,025,00074725414670.0955.49
7Tamil Nadu202376,860,00093536508410.1254.35
8Gujarat202371,507,00073382403560.1054.99
9Karnataka202367,692,00090349495160.1354.81
10Andhra Pradesh202353,156,00073536403070.1454.81
11Odisha202346,276,00052960292870.1155.30
12Jharkhand202339,466,00035860197660.0955.12
13Telangana202338,090,00049983273390.1354.70
14Kerala202335,776,00059143322710.1754.56
15Assam202335,713,00039787239740.1160.26

(Source-Press Trust of India)

ଉତ୍ତର ପୂର୍ବ ଭାରତରେ କର୍କଟର ସ୍ଥିତି ଅତ୍ୟନ୍ତ ଗମ୍ଭୀର । ଆଶାମ,ତ୍ରିପୁରା ,ମେଘାଳୟ,ଅରୁଣାଚଳ ପ୍ରଦେଶ ,ମିଜୋରାମ ଓ ସିକିମରେ କ୍ୟାନସର ପୀଡିତ ମାନଙ୍କ ମଧ୍ୟରୁ ୬୦ ରୁ ୬୫ ପ୍ରତିଶଦଙ୍କର ପ୍ରତିବର୍ଷ ମୃତ୍ୟୁ ଘଟୁଛି । ଏହି ସବୁ ରାଜ୍ୟକୁ କ୍ୟାନସର କ୍ୟାପିଟାଲ କୁହାଯାଇପାରେ । ବାର୍ଷିକ କ୍ୟାନସର ରୋଗୀ ମୃତ୍ୟୁ ସଂଖ୍ୟାକୁ ବିଚାରକୁ ନେଲେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନ ଅଧିକାର କରେ । ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆର ହିସାବ ଅନୁସାରେ କେରଳରେ ୨୦୨୩ ଲୋକସଂଖ୍ୟା ୩ କୋଟି ୫୭ ଲକ୍ଷ ୭୬ ହଜାର ଥିବା ବେଳେ କର୍କଟ ରୋଗୀ ସଂଖ୍ୟା ୫୯,୧୪୩ । ଲୋକ ସଂଖ୍ୟା ଅନୁପାତରେ କେରଳରେ କ୍ୟାନସର ରୋଗୀ ୦.୧୭ । ଏହା ଦେଶର ସର୍ବାଧିକ ଅନୁପାତ ।

Table:2 ପୂର୍ବଭାରତର ରାଜ୍ୟ ମାନଙ୍କରେ କ୍ୟାନସର ବିଭିଷିକା

RankStateYearPopulationCancer casesCancer DeathCases %Death %
1Meghalaya20233,349,000302519800.0965.45
2Mizoram20231,238,000198512710.1664.03
3Sikkim2023689,0004963080.0762.10
4Arunachal Pradesh20231,562,00010876700.0761.64
5Tripura20234,147,000271516510.0760.81
6Assam202335,713,00039787239740.1160.26
7Manipur20233,223,000209712200.0758.18
8Nagaland20232,233,000185410600.0857.17

(Source-Press Trust of India)

ଆମ ରାଜ୍ୟ ଓଡିଶା ଦେଶରେ କ୍ୟାନସର ରୋଗୀ ସଂଖ୍ୟା ଶୀର୍ଷ ରାଜ୍ୟମାନଙ୍କ ମଧ୍ୟରେ ୧୧ ସ୍ଥାନରେ ଅଛି (PTI) । ଓଡିଶାରେ ବାର୍ଷିକ କ୍ୟାନସର ଅଭିବୃଦ୍ଧି ହାର ୨୨.୫ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ହାର ୨୨.୬ । ୨୦୧୩ ରୋଗୀ ସଂଖ୍ୟା ୪୩,୨୧୦ ଥିବା ବେଳେ ୨୦୨୨ କୁ ବଢି ୫୨,୯୬୦ ରେ ପହଞ୍ଚିଛି । ଏହି ସମୟ ବ୍ୟବଧାନରେ ମୃତ୍ୟୁ ସଂଖ୍ୟା ୨୩,୮୮୬ ବଢି ୨୯,୨୮୩ ରେ ପହଞ୍ଚିଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ (ICMR)ଅନୁସାରେ ୨୦୨୫ ବେଳକୁ ଓଡିଶାରେ କ୍ୟାନସର ରୋଗୀ ସଂଖ୍ୟା ୫୫,୦୦୦ ହୋଇଯିବ । ରାଜ୍ୟରେ ପ୍ରତି ଏକ ଲକ୍ଷ ଲୋକରେ ୧୦୦ ଜଣ କ୍ୟାନସର ରୋଗୀ ଥିବା ଚିହ୍ନଟ କରାଯାଏ । (Professor of Radiation Oncology at AIIMS,Bhubaneswar) । ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ବୟାନ ଅନୁସାରେ ଓଡିଶା ୧୦୦୦ କୋଟି ବ୍ୟୟରେ ୧୧ ଟି ସ୍ଥାନରେ କ୍ୟାନସର କେୟାର ୟୁନିଟ ସ୍ଥାପନ କରିବା ଯୋଜନା ରଖିଛନ୍ତି । କେମୋଥେରାପି ,ରେଡିଓ ଥେରାପି ,ବ୍ରାକି ଥେରାପି ଏବଂ ପାଲିଏଟିଭ କେୟାର ସେବା ତ୍ଵୋରାନିତ କରାଯିବ । (The New India Express -05.02.2024)

କେନ୍ଦ୍ର ସରକାର ସ୍ଵାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାଯାଏ ୨୦୨୩ ରେ ତାମିଲନାଡୁରେ ୮,୫୦୦ ରୁ ଅଧିକ ନୂଆ ଜରାୟୁ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି । ନ୍ୟାସନାଲ କ୍ୟାନସର ରେଜିଷ୍ଟ୍ରି ପ୍ରୋଗାମ ରିପୋର୍ଟ ଅନୁସାରେ ୨୦୨୩ କୁ ତାମିଲନାଡୁରେ ମୋଟ ୩୬,୦୧୪ ଥିଲା । ସେହିପରି ଉତ୍ତରପ୍ରଦେଶରେ ୪୫,୬୮୨ । ମହାରାଷ୍ଟ୍ରରେ ୩୦,୪୧୪ ଏବଂ ପଶ୍ଚିମ ବଙ୍ଗରେ ୨୫,୮୨୨ । ଚେନାଇର ବୟସ ଅନୁପାତିକ ଜରାୟୁ କର୍କଟ ହିସାବରେ ପ୍ରତି ଏକ ଲକ୍ଷ ରେ ୧୪.୮ ଜଣ ଏହି ରୋଗରେ ଆକ୍ରାନ୍ତ ହେବା ପ୍ରକାଶ ପାଇଛି । (Hindu –February 4 ,2024) । ପଞ୍ଜାବରେ ପ୍ରତିଦିନ ଭଟିଣ୍ଡା ଠାରୁ ରାଜସ୍ଥାନର ବିକାନୀର ପର୍ଯ୍ୟନ୍ତ ଗୋଟିଏ ଟ୍ରେନ ଯିବା ଆସିବା କରେ ଯାହାର ସ୍ଥାନୀୟ ନାମ ” କ୍ୟାନସର ଟ୍ରେନ” । ୧୯୬୭ ମସିହା ପ୍ରଥମ ସବୁଜ ବିପ୍ଲବ ଧାନ ଓ ଗହମ ଚାଷର ଶୁଭ ଦିଆଗଲା । ଅଧିକ ଅମଳ କ୍ଷମ ବିହନ , ରାସାୟନିକ ସାର , କୀଟନାଶକ ବିଷ ପ୍ରୟୋଗରେ ଚାଷ । କିଛି ବର୍ଷ ଅଧିକା ଫଳିଲା । ବିଷ ଗହମ ଓ ବିଷ ଚାଉଳ ଖାଇ କ୍ୟାନସର ଭୋଗିଲେ । କ୍ୟାନସର ଟ୍ରେନରେ କ୍ୟାନସର ରୋଗୀମାନେ ଚିକିତ୍ସା ପାଇଁ ଧାଇଁଲେ । ଧାଉଁଛନ୍ତି । ଧାଉଁଥିବେ । ପଞ୍ଜାବରେ ପ୍ରତିବର୍ଷ ୧୩ ପ୍ରତିଶଦ କ୍ୟାନସର ରୋଗୀ ବଢୁଛନ୍ତି । ୨୦୨୩ ରେ ପଞ୍ଜାବ କ୍ୟାନସର ରୋଗୀ ସଂଖ୍ୟା ୪୦,୪୩୭ ଥିଲାବେଳେ ସେ ବର୍ଷ ମୃତ୍ୟୁ ସଂଖ୍ୟା ୨୩,୩୦୧ । ୨୦୨୫ ବେଳକୁ ପଞ୍ଜାବରେ କ୍ୟାନସର ରୋଗୀ ସଂଖ୍ୟା ୪୪ ହଜାର ପହଞ୍ଚିବା ଅନୁମାନ କରାଯାଏ ।(The New India Express-05 Feb,2024)

ପୃଥିବୀରେ କ୍ୟାନସର ଉଦ୍ବେଗ ଜନକ ସ୍ଥିତି ସମ୍ପର୍କରେ ଆମେ କିଛି ଆଲୋଚନା କଲେ । ପୁରୁଷଙ୍କ ଠାରୁ ମହିଳା ଅଧିକ ସଂଖ୍ୟାରେ କ୍ୟାନସର ଭୋଗୁଥିବା ଜାଣିଲେ । ୮/୧୦ ବର୍ଷର ପୁଅ ଝିଅ ମାନେ ମଧ୍ୟ କ୍ୟାନସର କବଳରୁ ରକ୍ଷା ପାଇପାରୁନାହାନ୍ତି । ବିଜ୍ଞାନ ଓ ବିକାଶ ଦୃତଗତିରେ ଚାଲୁଥିବା ରାଷ୍ଟ୍ରମୁଖ୍ୟମାନେ ଦାବି କରୁଥିଲେ ମଧ୍ୟ କ୍ୟାନସର ନିୟନ୍ତ୍ରଣରେ ସଂପୂର୍ଣ୍ଣ ବିଫଳ ଥିବାବି ଜାଣିଲେ । ଧୂମପାନ ,ମଦ୍ୟପାନ ,ଆଧୁନିକ ଜୀବନ ଶୈଳୀ ,ପୃଥଳତା ,ମାଂସ (Red meat)ଓ ଅତ୍ୟାଧୁନିକ ଖାଦ୍ୟପେୟ କ୍ୟାନସରର କାରଣ ବୋଲି କୁହାଯାଇଛି । ମାତ୍ର କୌଣସି ଗବେଷକ , ଚିକିତ୍ସକ ବା ସ୍ଵାସ୍ଥ୍ୟ ବିଶେଷଜ୍ଞ କ୍ୟାନସର ବୃଦ୍ଧିର “ହେତୁ” ପ୍ରକାଶ କରୁନାହାନ୍ତି । କ୍ୟାନସରର ନିଦାନ “ରାସାୟନିକ କୃଷି” । କୀଟନାଶକ ବିଷ ଯେ କ୍ୟାନସର ପାଇଁ ମୁଖ୍ୟତଃ ଦାୟୀ ଏକଥା ବିଶେଷଜ୍ଞମାନେ ଜାଣିନାହାନ୍ତି ଏପରି ନୁହେଁ । ପ୍ରକାଶ ନ କରିବାର ଏକ ଅର୍ଥନୈତିକ ବାଧକ ଅଛି ଯାହାକୁ ଆମେ “କର୍ପୋରେଟ ମାୟା”କରିପାରିବା । ଆମ ଯୁକ୍ତି ସଂପର୍କରେ କେତୋଟି ବଳିଷ୍ଠ ପ୍ରମାଣ ଏଠାରେ ଉପସ୍ଥାପନା କରୁଛି ।

ପୃଥିବୀର ବଡଭାଇ (Big Brother) ସାମ୍ରାଜ୍ୟବାଦୀ ଆମେରିକାରେ ୧୯୩୦ ପର୍ଯ୍ୟନ୍ତ କ୍ୟାନସର କାଁ ଭାଁ ଦେଖାଯାଉଥିଲା । ୧୯୩୪ ବେଳକୁ ସୁଇଜରଲ୍ୟାଣ୍ଡର ସିବା କମ୍ପାନୀ (ciba-Giegy) ରେ କାମକରୁଥିବା ପଲ ହର୍ମାନ ମୁଲାର ଡିଡିଟି(DDT-Dichlorophenyl trichlorethane) ଉଦ୍ଭାବନ କରନ୍ତି ଏବଂ ୧୯୪୮ ରେ ନୋବେଲ ପୁରସ୍କାର ପାଇଯାଆନ୍ତି । ଆଳୁରେ କଲରୋଡ ପଟାଟୋ ବିଟଲ ଦମନ ପାଇଁ ସୁଇସ ଚାଷୀମାନେ ଡିଡିଟି ସିଂଚନ କରି ରୋଗ ଦମନ କରିପାରିଲେ ଏବଂ ଡି.ଡି.ଟି ପ୍ରଥମ କୀଟନାଶକ ଓ ଉକ୍ଟଟ ବିଷ ହୋଇଥିବା ଯୋଗୁଁ ଆମେରିକାର କୃଷି କ୍ଷେତ୍ରରେ ବ୍ୟାପକ ଭାବେ ସିଞ୍ଚନ କରାଗଲା ମାତ୍ର ବର୍ଷେ ୨ ବର୍ଷ ଭିତରେ ଡି.ଡି.ଟି ଯୋଗୁଁ ଆମେରିକାରେ କ୍ୟାନସର ହୁ ହୁ ହୋଇ ବଢିଗଲା । କ୍ୟାନସର ଡାଳ ପତ୍ର ମେଲି ଦେଶକୁ ଗ୍ରାସ କରିଗଲା । ଲକ୍ଷ ଲକ୍ଷ ମହିଳା ସ୍ତନ କର୍କଟ ଓ ଜରାୟୁ କର୍କଟରେ ଆକ୍ରାନ୍ତ ହେଲେ । କମ୍ପାନୀମାନେତ ବିଷ ଉଦ୍ଭାବନ କରାଇ ଅମାପ ପଇସା ରୋଜଗାର କଲେ । କ୍ୟାନସର ବୃଦ୍ଧି । ଆମେରିକା ସରକାର କ୍ୟାନସର ଯେ ଡିଡିଟି ବିଷ ହେତୁ ଏହା ସ୍ଵୀକାର ନକରି ଶହ ଶହ ନୂଆ ବିଷ କୀଟନାଶକ ବଜାରରେ ଛାଡୁଥାନ୍ତି । ପାଇଁ ଔଷଧ ମଧ୍ୟ ସେଇ କମ୍ପାନୀମାନେ ଯୋଗାଇଲେ । ଡାହାଣୀ ହୋଇ ଲଗାଇବା ଗୁଣିଆ ହୋଇ ଝାଡିବା କୌଶଳ କମ୍ପାନୀମାନଙ୍କର ନିଜସ୍ୱ ଦୃଷ୍ଟ ବୁଦ୍ଧି ୧୯୬୨ ପର୍ଯ୍ୟନ୍ତ ଏଧାରା ବଳବତ୍ତର ଥାଏ । ଆମେରିକା ଆଜି ୧୦୦,୦୦୦ କିସମର କୀଟନାଶକ ବିଷ ଉତ୍ପାଦନ କରୁଛି ଏବଂ ବର୍ଷକୁ ୯୦୦,୦୦୦ ଟନ ବିଷ କୃଷିକ୍ଷେତ୍ରରେ ସିଞ୍ଚନ କରୁଛି । କୀଟନାଶକ ଉତ୍ପାଦନ ୪୦୦ ପ୍ରତିଶଦ ବଢିଯାଇଛି । ପ୍ରକୃତି ,ମାଟି ,ପଶୁ ପକ୍ଷୀ ତ ରାସାୟନିକ ବିଷର ଶିକାର ହେଉଛନ୍ତି । କର୍କଟ ଆମେରିକାର ନାଗରିକମାନଙ୍କର ପାଇଁ ସବୁଠାରୁ ବଡ ବିପଦ ଭାବେ ଠିଆ ହୋଇଛି । କର୍କଟ ରୋଗୀ ସଂଖ୍ୟାରେ ଆମେରିକା ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ବହନ କରୁଛି !!!

୧୯୬୨ । ୨୩ ବର୍ଷିୟା ଝିଅ ରାସେଲ କାରସନ ଏକ ଯୁଗାନ୍ତକାରି କାଳଜୟୀ ପୁସ୍ତକ ରଚନା କରନ୍ତି “ସାଇଲେଣ୍ଟ ସ୍ପ୍ରିଙ୍ଗ”(silent spring)। ପ୍ରଥମ କରି କାରସନ ଦାବି କରନ୍ତି ଆମେରିକାରେ “ମାଟି ,ପାଣି ,ଜୈବବିବିଧତା ଧ୍ଵଂସ ମୁଖକୁ ଚାଲିଯାଉଛି । ପ୍ରାଣୀ ଉଦ୍ଭିଦ ,ପଶୁ ପକ୍ଷୀଙ୍କ ମୃତ୍ୟୁ ଓ କ୍ୟାନସର ଭଳି ଦୂରାରୋଗ୍ୟ ରୋଗର ଖଳ ନାୟକ ରାସାୟନିକ କୀଟନାଶକ ବିଷ”। କମ୍ପାନୀମାନଙ୍କ ଉଗ୍ରରୂପ “କଣ ପ୍ରମାଣ ଅଛି ଏ ଝିଅ ପାଖେ । ଆମେରିକା ବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ “ସାଇଲେଣ୍ଟ ସ୍ପ୍ରିଙ୍ଗର ଲକ୍ଷ୍ୟ”। ରାସେଲ କାରସନଙ୍କ ଜୀବନ ଉପରେ ବିପଦ । ସୌଭାଗ୍ୟ କ୍ରମେ ଆମେରିକାର ତତକାଳୀନ ରାଷ୍ଟ୍ରପତି ଜନ.ଏଫ .କେନେଡି କାର୍ସନଙ୍କ ଦାବିଙ୍କୁ ସମର୍ଥନ କରି ଦେଶରେ କୃଷି ଓ ପରିବେଶ ବିଭାଗ କୀଟନାଶକ ବିଷ ଉପରେ ଅଧିକ ଗବେଷଣା କରିବା ପାଇଁ ନିର୍ଦେଶ ଦିଅନ୍ତି । ସେତେବେଳେ ୧୯୫୮ ର ସରକାରୀ ରିପୋର୍ଟ କ୍ୟାନସର ଆଡକୁ ସୁଚାଇଲାଣି । ଆମେରିକାରେ କ୍ୟାନସର ମୃତ୍ୟୁ ସଂଖ୍ୟା ୧୯୫୮ କୁ ୧୫ ପ୍ରତିଶଦ ଯାହାକି ୧୯୦୦ ରେ ମାତ୍ର ୪ ପ୍ରତିଶଦ ଥିଲା । ଆମେରିକା କ୍ୟାନସର ସୋସାଇଟିର ଗଣନା ୧୯୫୯କୁ ଦେଶରେ ୪୫,୦୦୦,୦୦୦ କ୍ୟାନସର ରୋଗୀ ହେଲେଣି । ଅର୍ଥାତ ପ୍ରତି ୩ ଟି ପରିବାର ମଧ୍ୟରୁ ୨ ଟି କ୍ୟାନସର ପ୍ରଭାବିତ । ୧ ବର୍ଷକରୁ ୧୪ ବର୍ଷର ପିଲାମାନଙ୍କ ମଧ୍ୟରୁ ୧୨ ପ୍ରତିଶଦ କ୍ୟାନସର ମରୁଛନ୍ତି । ୧୯୬୨ରେ “silent spring” ବହି ପ୍ରକାଶ ପାଇବା ସମୟକୁ ଆମେରିକାରେ ପ୍ରତି ୪ ଜଣରେ ଜଣେ କ୍ୟାନସର ପୀଡିତ ବୋଲି ସରକାରୀ ରିପୋର୍ଟ ପ୍ରକାଶ ପାଏ । ବିସ୍ତୁତ ବିବରଣୀ ପାଇଁ silent spring ର 14 chapter –One in Every four ଦ୍ରଷ୍ଟବ୍ୟ । ଆମେରିକାରେ ୪୦ ପ୍ରତିଶଦ ମହିଳା ସ୍ତନ କର୍କଟରେ ପୀଡିତ । କୀଟନାଶକ କି କମାଲ !

ଭିଏତନାମ ଯୁଦ୍ଧ ,ମାନସାଣ୍ଟୋ କମ୍ପାନୀର ଘାସମରା ବିଷ ଏଜେଣ୍ଟ ଅରେଞ୍ଜ ଓ କ୍ୟାନସର ମୃତ୍ୟୁ । ପୃଥିବୀ ଇତିହାସର ଭୟଙ୍କର ନରସଂହାର ଦୃଶ୍ୟ । ୧୯୬୨ ଠାରୁ ୧୯୭୨ ମଧ୍ୟରେ ଆମେରିକାର ଆକାଶ ବାହିନୀ ଆକାଶ ମାର୍ଗରୁ ୪୯.୩ ନିୟୁତ ଲିଟର ଘାସମରା ବିଷ (Herbicide) ଏଜେଣ୍ଟ ଅରେଞ୍ଜ ଭିଏତନାମର ୨.୬ ମିଲିୟନ ଏକର ଜମି ଉପରେ ସିଞ୍ଚନ କଲା । ଉଦ୍ଦେଶ୍ୟ (୧)ଗଛ ,ପତ୍ର ,ଶସ୍ୟକ୍ଷେତ୍ରର ସବୁଜିମା ମରିଯିବ । ଖାଦ୍ୟ ସଙ୍କଟ ଘଟିବ ।(୨)ଧାନ କ୍ଷେତ ,ଆଖୁ କ୍ଷେତ ,ବଣ ଜଙ୍ଗଲ ପୋଡି ଗଲେ ଭିଏତନାମ ଗରିଲାମାନେ ଲୁଚିବେ କେଉଁଠି । ଆମେରିକା ସୈନ୍ୟ ସେମାନଙ୍କୁ ମାରି ଶୁଆଇ ଦେବେ । ଜଙ୍ଗଲ ,ଶସ୍ୟ,କ୍ଷେତ ସବୁ ଜଳିଗଲା । କିନ୍ତୁ ଆମେରିକା କଣ ଭିଏତନାମ ଯୁଦ୍ଧ ଜିତିଗଲା ? ତେଣିକି ଯିବାନି । ପୃଥିବୀ ଜାଣେ ଭିଏତନାମର ଆମେରିକାର ଲଜ୍ଜା ଜଣକ ବିଦାୟ । ଏଜେଣ୍ଟ ଅରେଞ୍ଜ ସିଞ୍ଚନ ର ଫଳାଫଳ ଅନୁଧ୍ୟାନ କରିବା ଆମର କାମ ।

ଆମେରିକା ଭିଏତନାମ ଯୁଦ୍ଧରେ ୨.୬ ନିୟୁତ ସୈନ୍ୟ ମୁତୟନ କରିଥିଲା । ଆକାଶ ମାର୍ଗରୁ ଲଗାତାର ମାସ ମାସ ଧରି ଏଜେଣ୍ଟ ଅରେଞ୍ଜ ସ୍ପ୍ରେ କରାଗଲା । ଜଙ୍ଗଲ ,ଶସ୍ୟ କ୍ଷେତ ପୋଡି ଜଳିଗଲା ୧୯୬୨ ଠାରୁ ୧୯୭୨ ରେ ୪,୦୦,୦୦୦(୪ ଲକ୍ଷ )ଭିଏତନାମଲୋକ ଏଜେଣ୍ଟ ଅରେଞ୍ଜ ବିଷ ଜ୍ଵାଳାରେ ପ୍ରାଣବଳି ଦେଲେ । ନିଆଁ ଜଳିଲେ କଣ ଶତ୍ରୁ ମିତ୍ର ବାଛ ବିଚାର କରି ଜାଣିବ ? ୩ ଲକ୍ଷ ଆମେରିକା ସୈନ୍ୟ ମଧ୍ୟ ଏଜେଣ୍ଟ ଅରେଞ୍ଜର ଶିକାର ହେଲେ । ମୃତ ମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ କ୍ୟାନସର ଜନିତ । (The V.S Military and Herbicide programme in Vietnam-Veterans and Agent Orange –NCBI Book self) । ଏଜେଣ୍ଟ ଅରେଞ୍ଜ ମିଲିଟାରୀ କୋର୍ଡନେମ(code name) । 2-4-5 ଏବଂ 2-4-5T ଦୁଇଟି ହଳାହଳ ବିଷକୁ ପରୀକ୍ଷାଗାରରେ ରାସାୟନିକ ମିଶ୍ର କଲେ ଯେଉଁ ରସାୟନ ଉପଲବ୍ଧ ହୁଏ ତାର ସାଙ୍କେତିକ ନାମ ଏଜେଣ୍ଟ ଅରେଞ୍ଜ । ଯେକୌଣସି ଆଗ୍ନେୟାସ୍ତ୍ର ,ମିଶାଇଲ ଠାରୁ ଏହାର ସଂହାର ଧର୍ମ ଅଧିକ ।ଏକଣ ସିଂଚନ ବର୍ଷକ ମଧ୍ୟରେ ଏଜେଣ୍ଟ ଅରେଞ୍ଜ ବିଷ କ୍ରିୟା ଜନିତ ଯେଉଁ ସବୁ ରୋଗ ହେଲା ସେମାନଙ୍କର ମଧ୍ୟରେ Bladder cancer ,chronic B-cell Leukemia , Hodgkin’s Disease ,multiple myeloma , Non-Hodkings Lymphoma,postrate cancer ,Respiratory cancers (Including lung cancer)soft tissue sarcomas । ଗୋଟିଏ ସାମାନ୍ୟ କୀଟନାଶକର (ସରକାର ମାନଙ୍କ ବିଚାରରେ) କି କରିସ୍ମା !!! କୀଟନାଶକଯେ କ୍ୟାନସର ପାଇଁ ମୁଖ୍ୟତଃ ଦାୟୀ ଆଉ ଅଧିକ ପ୍ରମାଣ ଆବଶ୍ୟକ ଅଛି କି ?

କୀଟନାଶକ ଏଣ୍ଡୋସଲଫାନର କେରଳର କାସାରଗୋଡା ଜିଲ୍ଲାରେ ଗଣହତ୍ୟା । ୧୯୭୭ ମସିହାରେ କେରଳର କାସାରଗୋଡା ଜିଲ୍ଲାରେ କେରଳ ପାଣ୍ଟେସନ କର୍ପୋରେସନ ୪୫୦୦ ହେକ୍ଟର ଜମିରେ କାଜୁ ଚାଷ ଆରମ୍ଭ କରେ । ୧୯୮୦ ମସିହାରୁ କାଜୁ ବଗିଚାରେ ସପ୍ତାହକୁ ୪ ଦିନ ଏଣ୍ଡୋସଲଫାନ ଆକାଶ ମାର୍ଗରୁ ସିଞ୍ଚନ କଲେ । ଗାଈଗୋରୁ ,ଛେଳିମେଣ୍ଢା,ଠେକୁଆ ଶହ ଶହ ସଂଖ୍ୟାରେ ମରିଯାଉଛନ୍ତି । ଶହ ଶହ ପିଲାଛୁଆ ,ସ୍ତ୍ରୀ ,ପୁରୁଷ ଯକୃତ କର୍କଟ ,ରକ୍ତ କର୍କଟ ,ପକ୍ଷ୍ୟାଘାତ ,ମାନସିକ ଦୁର୍ବଳତା ଭଳି ଦୁରାରୋଗ୍ୟ ରୋଗ ଭୋଗିଲେ । ରାଜ୍ୟ ଓ କେନ୍ଦ୍ର ସରକାର କାସାରଗୋଡାର ନର ସଂହାର ଏଣ୍ଡୋସଲଫାନ ପାଇଁ ନୁହେଁ ଦୃଢ ଯୁକ୍ତି କରୁଥାନ୍ତି । ଡାକ୍ତରମାନେ ଆଜି ଭଳି ସେତେବେଳେ ମଧ୍ୟ ରୋଗୀ ପାଇଁ ପ୍ରେସକ୍ରିପସନ ଲେଖୁଥାନ୍ତି । ଏପରି ରୋଗୀର ସ୍ଵାସ୍ଥ୍ୟ ସମସ୍ୟା ପାଇଁ ଯେ ଏଣ୍ଡୋସଲଫାନ ଦାୟୀ କେହି ପାଟି ଖୋଲୁ ନଥାନ୍ତି । ଦେବ ଦୁତ ଡାକ୍ତର ମୋହନ କୁମାର ପ୍ରଥମେ ମୁହଁ ଖୋଲନ୍ତି । “୧୦ ବର୍ଷ କାସରଗୋଡା ରୋଗୀଙ୍କୁ ଚିକିତ୍ସା କରି ମୋର ହୃଦବୋଧ ହେଉଛି ଏତେ ସଂଖ୍ୟାରେ ରକ୍ତ ଓ ଯକୃତ କର୍କଟ ରୋଗୀ ମରିବା କେବଳ ଏହି ଏଣ୍ଡୋସଲଫାନ ପାଇଁ ଘଟୁଛି” । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ ମଧ୍ୟ ଅନୁରୂପ ମନ୍ତବ୍ୟ ରଖିଲେ । ମାତ୍ର ସରକାର ମାନନ୍ତି ନାହିଁ । ଭାରତର ଉଚ୍ଚତ୍ତମ ନାୟାଳୟର ହସ୍ତକ୍ଷେପ ଯୋଗୁଁ ମୃତ ବ୍ୟକ୍ତିମାନଙ୍କ ଉତ୍ତରାଧିକାରୀ କ୍ଷତି ପୂରଣ ପାଇଲେ ଏବଂ ବଞ୍ଚିଥିବା ରୋଗୀମାନେ ନିୟମିତ ଅନୁଦାନ ପାଉଛନ୍ତି । ସରକାର ଗାଲୁଆକୁ ସରକାରୀ ଅଧିକାରୀ ବୋଲକରା । “ଅବୁଝା ରଜାକୁ ପାଳ ବିଣ୍ଡା ମନ୍ତ୍ରୀ ।ବିଚରା ସାଧାରଣ ମଣିଷଟି !

୧୯୯୭ । ଆମେରିକାର ଦୁଇ ଜଣ ପରିବେଶ ବିଜ୍ଞାନୀ ଥିଓ କଲବର୍ଣ୍ଣ,ଡାନି ଡୁମା ନୋସ୍କି ଓ ପରିବେଶ ସାମ୍ବାଦିକ ଜନ ପିଟରସନ ମିଅରସ ପ୍ରକାଶ କରନ୍ତି କାଳଜୟୀ ପୁସ୍ତକ “Our Stolen Future” । ରାସେଲ ଜର୍ସନଙ୍କ Silent spring ର ଭବିଷ୍ୟ ବାଣୀକୁ ଲେଖକ ମାନେ ଆହୁରି ଦୃଢିଭୁତ କରି ଯେଉଁ ବିସ୍ତୃତ ବିବରଣୀ ଉପସ୍ଥାପନ କରିଛନ୍ତି ପ୍ରଣିଧାନ ଯୋଗ୍ୟ । “କୀଟନାଶକ ବିଷ ଯୋଗୁଁ ତ କ୍ୟାନସର Geometrical progression ରେ ବଢିଚାଲିଛି ଏହା ଆଉ ତର୍କର ବିଷୟ ହୋଇ ରହିନାହିଁ । ମାତ୍ର କୀଟନାଶକ ବିଷର ଆଉ ଏକ ଭୟଙ୍କର ଗୁଣ ଏହା ପୁରୁଷ ଓ ସ୍ତ୍ରୀମାନଙ୍କ ବଂଶବୃଦ୍ଧି ପ୍ରକିୟାକୁ ବିପର୍ଜ୍ୟସ୍ଥ କରି ଦେଉଛି । କୀଟନାଶକର ଯଦି ସଂପୂର୍ଣ୍ଣ ବିଲୋପ କରାନଯାଏ ପୃଥିବୀରେ ମଣିଷ ଜାତି କେତେ ବର୍ଷ ପରେ ଲୋପ ପାଇଯିବେ” । “କୀଟନାଶକରେ ଥିବା DIOXIN ବିଷର ପୁରୁଷଙ୍କୁ ନପୁଂସକ ଓ ସ୍ତ୍ରୀ କୁ ବନ୍ଧ୍ୟା କରିଦବାର କ୍ଷମତା ଅଛି” । ଏହା ମାନବ ଜାତି ପାଇଁ ଏକ ସତର୍କ ଘଣ୍ଟି ନୁହେଁ କି ।

ଆମ ରାଜ୍ୟ ଓଡିଶାର ବରଗଡ ଜିଲା । ଘରେ ଘରେ କ୍ୟାନସର । କାରଣ ଆମ ରାଜ୍ୟରେ ବରଗଡ ଚାଷୀ ଏକର ପ୍ରତି ସର୍ବାଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରନ୍ତି । ଅଧିକ ଫଳିବ । ଫଳ ଅଧିକ କ୍ୟାନସର । ବରଗଡରେ ସରକାର କ୍ୟାନସର ହସ୍ପିଟାଲଟିଏ ଟାଟା କମ୍ପାନୀ ଦ୍ୱାରା ଖୋଲୁଛନ୍ତି । “ପଇସା ଫେକୋ ବାଇସ୍କୋପ ଦେଖୋ” । ପଇସା ନୁହେଁ ୧୦/୧୫ ଲକ୍ଷ ଟଙ୍କା ବାନ୍ଧିଲେ କ୍ୟାନସର ରୋଗୀ ଡାକ୍ତର ଖାନା ମାଡିବ ! ରାମ ଭୋଇ , ଗଣେଶ ଜେନା ,ଇସମାଇଲ ଖାଁ ଖଟିଲେ ଖାଇବେ । ୧୦ ଲକ୍ଷ ! ଆଖି ଖୋସି ହୋଇଯିବ ! ନାଇରେ ବାପ ଟୁଣୁକା ଟୁଣୁକି କରିବା ନହଲେ ହୁକୁମକୁ ଯିବା । ସରକାର ସ୍ୟାସ୍ଥ୍ୟ କାର୍ଡ ଯୋଗାଇଛନ୍ତି । ସମୁଦ୍ରକୁ ଶଙ୍ଖେ । ଘରୋଇ ଡାକ୍ତରଖାନା ୪/୬ ମାସରେ ସେ ଟଙ୍କା ଖତମ କରିଦବ ତାପରେ !ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି ରାସାୟନିକ ସାର ଓ କୀଟନାଶକ ଉତ୍ପାଦନ ଓ ବ୍ୟବହାରରେ ପୃଥିବୀରେ ପ୍ରଥମ ହେବେ । କ୍ୟାନସର ସଂଖ୍ୟା ଆଗକୁ ପ୍ରଳୟଙ୍କରି ରୂପ ନେବ । ମଶା ମାଛି ପରି ଲୋକେ ମରିବେ । ପ୍ରକୃତି ସଙ୍ଗେ ମଣିଷ ଯୁଦ୍ଧ କରିବା ଆରମ୍ଭ କରିଦେଇଛି । ବାହାନା ବିକାଶ । ଫଳ ବିନାଶ । ସାଧୁ ସାବଧାନ !

୧୯୮୪ ଡିସେମ୍ବର ୨ । ଭୋପାଳରେ ୟୁନିୟନ କାର୍ବାଇଡର କୀଟନାଶକ କାରଖାନାରେ ଫାଟ ସୃଷ୍ଟି ହୁଏ । MithyL Isocynide (MIC) ବିଷାକ୍ତ ବାଷ୍ପ ସେଦିନ ରାତିରେ ୫,୦୦୦ ଭୋପାଳ ବାସି ମାତ୍ର କେତେ ଘଣ୍ଟା ଭିତରେ ମୃତ୍ୟୁ ବରଣ କଲେ । ହଜାର ହଜାର ସଂଖ୍ୟାରେ ପୁରୁଷ ,ସ୍ତ୍ରୀ,ପୁଅ,ଝିଅ ସେ ଦିନର ବିଷ ଜ୍ଵାଳାରେ ବିକଳାଙ୍ଗ ,ଅର୍କାନ୍ୟ ହୋଇଗଲେ । କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା କୀଟନାଶକ ବିଷ ସେଭିନରେ ଏହି MIC ବିଷ । ପରିବା ଚାଷୀ ରୋଗ ପୋକ ଦମନ ପାଇଁ ସେଭିନ ସିଂଚନ କରନ୍ତି । ହଜାର ହଜାର ସଂଖ୍ୟାରେ ପରିବା ଚାଷୀ କ୍ୟାନସର ରୋଗୀ । ଖାଉଟି ବିଷ ପରିବା ଖାଉଛନ୍ତି କ୍ୟାନସର ଭୋଗୁଛନ୍ତି ।

ଖାଦ୍ୟରେ କୀଟନାଶକ ବିଷର ମାତ୍ରାଧିକ ଉପସ୍ଥିତି କ୍ୟାନସରର ଏକ ପ୍ରମୁଖ କାରଣ । ବିସ୍ତୃତ ତଥ୍ୟ ଜାଣିବା ପାଇଁ ବନ୍ଦନାସିବା ଓ ଅନ୍ୟମାନେ ପ୍ରକାଶ କରିଥିବା “Poison In Our Food – Links Between Pesticide and Diseases” ପୁସ୍ତକରୁ ପଢା ଯାଇପାରେ ।

କ୍ୟାନସର ମୁକ୍ତ ଭାରତ ପାଇଁ କେତେକ ପ୍ରସ୍ତାବ ବିଚାରକୁ ନିଆଯାଇପାରେ:

୧ . ସବୁ ରାଜ୍ୟରେ ସରକାରୀ ବା ଘରୋଇ ମଦ ବେପାରକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଉ ।

୨ . ଆମ ଦେଶରେ ୪ ଲକ୍ଷ ହେକ୍ଟର ଜମିରେ ଧୂଆଁ ପତ୍ର ଚାଷ ହୁଏ । ଦେଶର ସମୁଦାୟ ଚାଷ ଜମିର ୦.୨୭ ପ୍ରତିଶଦ ଧୂଆଁପତ୍ର ଚାଷ ହୋଇଥାଏ । ଧୂଆଁପତ୍ର ଚାଷ ହେଉଛି ତ ସିଗାରେଟ ,ବିଡି ,ଗୁଡଖା, ପାନ ମସଲା, ଖଇନି ତିଆରି ନ ହେଲେ ଧୂଆଁ ପତ୍ର ଆଉ କି କାମରେ ଲାଗିବ ? ଫଳତଃ ଫୁସଫୁସ କ୍ୟାନସର , ମୁଖଗହ୍ଵର କ୍ୟାନସର ,ପାକସ୍ଥଳି କ୍ୟାନସର ହବ ହି ହବ । ଧୂଆଁ ପତ୍ର ଚାଷରେ ମଧ୍ୟ ଅପର୍ଜ୍ୟାପ୍ତ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ହୋଇଥାଏ । ଏହା ସତ୍ୟ ଯେ ଧୂଆଁପତ୍ର ଗୋଟିଏ ଲାଭ ଜନକ ଚାଷ । ପଶ୍ଚିମବଙ୍ଗ ମୋତିଚୁର ଧୂଆଁପତ୍ର ଚାଷୀ ଏକର ପ୍ରତି ୫୦,୦୦୦ ହଜାର ଟଙ୍କା ଆୟ କରିଥାନ୍ତି । ଏହା ନରହତ୍ୟା କରି ଉପାର୍ଜନ କରିବା ସଙ୍ଗେ ସମାନ । ସରକାର ଧୂଆଁପତ୍ର ଚାଷ ପର୍ୟ୍ୟାୟ କ୍ରମେ ବନ୍ଦ କରି ସେ ଉର୍ବର ଜମିରେ ଡାଲି ଜାତୀୟ ଫସଲ ତୈଳବୀଜ ଚାଷ କଲେ ଆତ୍ମନିର୍ଭର ଭାରତ ପାଇଁ ସହାୟକ ହେବ ଏବଂ କ୍ୟାନସର ସମସ୍ୟା ଦୂର ହୋଇପାରିବ ।

୩. ପ୍ରସେସଡ ଫୁଡ ,ଫାଷ୍ଟ ଫୁଡ(ବରଗର,ଫିଜା) ,ମୃଦୁ ପାନୀୟ (କୋକା କୋଲା,ପେପସୀ ଇତ୍ୟାଦି) କ୍ୟାନସରର ଗୋଡା । ସ୍ତନ କର୍କଟ ,ଜରାୟୁ କର୍କଟ ,ଅନ୍ତନାଳି କର୍କଟ ,ପୃଥଳତା ଯୋଗୁଁ କର୍କଟର ମୂଳ କାରଣ ପ୍ରସେସଡ ଫୁଡ ,ଫାଷ୍ଟ ଫୁଡ । ବଜାରରେ ଫାଷ୍ଟ ଫୁଡର ବ୍ୟବସାୟ ସରକାରଙ୍କ ମଞ୍ଜୁରୀରେ କମ୍ପାନୀ ମାନେ କରୁଛନ୍ତି । କ୍ୟାନସର ସମସ୍ୟା ପାଇଁ ସରକାର ହିଁ ଦାୟୀ ଫାଷ୍ଟ ଫୁଡ ବା ପ୍ରସେସଡ ଫୁଡ ବନ୍ଦ କରିଦେଲେ ଦେଶ ଭାସି ଯିବନି । ଲକ୍ଷ ଲକ୍ଷ ଜୀବନ ଅସମୟ ମୃତ୍ୟୁରୁ ରକ୍ଷା ପାଇ ପାରିବ ।

୪ . କୀଟନାଶକ ବିଷ ,ରାସାୟନିକ ସାର ଏକା ମାଧିଆ ବାଇଶି ପଳ । ୫୦/୫୫ ବର୍ଷର ସବୁଜ ବିପ୍ଲବ କୃଷି ଆମ ଦେଶରେ କ୍ୟାନସର ବିସ୍ତାର ପାଇଁ ମୁଖ୍ୟତଃ ଦାୟୀ । ଦେଶୀ ଚାଷ ବା ପ୍ରାକୃତିକ ଚାଷ ଦେଶରେ ପବର୍ତ୍ତନ କରାଗଲେ ବିଷ ମୁକ୍ତ ସ୍ୟାସ୍ଥ୍ୟକର ଖାଦ୍ୟ ମିଳିବ ଏବଂ କ୍ୟାନସର ମୁକ୍ତ ଭାରତ ସମ୍ଭବ ହେବ ।

ଦୁଇଟି ବାଟ । ପ୍ରଚଳିତ ଧାରା ଚାଲୁରଖିବାତ କ୍ୟାନସର ଭୋଗିବା, ମରିବା । ନାଇଁତ ବିକଳ୍ପ ଧାରା ଆପଣେଇବା ସ୍ୟାସ୍ଥ୍ୟକାର, ରୋଗ ମୁକ୍ତ ଦୀର୍ଘ ଜୀବନ ଯାପନ କରିବା “Choice is Imperative, Alternative or Abyss”.

Comments

0 comments

Share This Article
Sri Natabar Sarangi is a revered organic farmer in Odisha, also known for his contributions beyond the boundaries of the State. A lifetime Teacher, Natabar Sarangi returned to organic agriculture after experiencing its horrible effects. He started with no indigenous rice seeds in hand a couple of decades ago. But when observed his 86th birthday in 2019, he was already cultivating 750 varieties of indigenous paddy seeds organically. Natabar Sarangi is also a writer, a columnist, a guide and a friend of the poor peasantry. He sincerely believes that only ecological farming having no dependence on market forces can ensure a sustainable future for everyone