ଆଦିବାସୀଙ୍କୁ ଭୂମିହୀନ କରିବାର ଷଡ଼ଯନ୍ତ୍ର!

ସରକାର ବଡ଼ ବଡ଼ କର୍ପୋରେଟ୍ କମ୍ପାନୀମାନଙ୍କୁ ସେମାନଙ୍କ ପ୍ରକଳ୍ପ ପାଇଁ ଶସ୍ତାରେ ଓ ସହଜରେ ବିପୁଳ ପରିମାଣର ସରକାରୀ ଜମି ଦେବା ପାଇଁ ଭୂମିବ୍ୟାଙ୍କ୍ ପ୍ରତିଷ୍ଠା କରିଛନ୍ତି।

ଭାଲଚନ୍ଦ୍ର ଷଡଙ୍ଗୀ
ଭାଲଚନ୍ଦ୍ର ଷଡଙ୍ଗୀ426 Views
16 Min Read

ଗତ ନଭେମ୍ବର ୧୪ତାରିଖରେ ରାଜ୍ୟ ମନ୍ତ୍ରିମଣ୍ଡଳର ବୈଠକରେ ନବୀନ ପଟ୍ଟନାୟକଙ୍କ ସରକାର ଆଦିବାସୀ ଜମି ହସ୍ତାନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେଓଡ଼ିଶା ଅନୁସୂଚିତ ଅଞ୍ଚଳ ଅସ୍ଥାବର ସମ୍ପତ୍ତି ହସ୍ତାନ୍ତର (ଅନୁସୂଚିତ ଜନଜାତି) ନିବାରଣ ଆଇନ୧୯୫୬ରେ ଏକ ଗୁରୁତ୍ୱ୍ୱପୂର୍ଣ୍ଣ ସଂଶୋଧନ କରି ଅଣଆଦିବାସୀଙ୍କୁ ଆଦିବାସୀଙ୍କ ଜମି ହସ୍ତାନ୍ତର ନେଇ ପୂର୍ବରୁ ରହିଥିବା କଟକଣାକୁ ଏକ ସଂଶୋଧନ ପ୍ରସ୍ତାବ ଜରିଆରେ ହଟାଯାଇଥିଲା ଏହି ସଂଶୋଧନଟି କାର୍ଯ୍ୟକାରୀ ହେଲେ, ଏକ ଏକରରୁ ଅଧିକ ଜଳସେଚିତ ଜମି କିମ୍ବା ପାଞ୍ଚ ଏକରରୁ ଅଧିକ ଅଣ ଜଳସେଚିତ ଜମିର ମାଲିକାନା ଥିବା ଆଦିବାସୀମାନେ ସ୍ଥାନୀୟ ଉପଜିଲ୍ଲାପାଳଙ୍କଠାରୁ ଅନୁମତି ନେଇ ନିଜର ଜମିକୁ ଅଣ ଆଦିବାସୀମାନଙ୍କୁ ବିକ୍ରୀ କରିପାରିବେ ଅଥବା ବନ୍ଧକ ରଖିପାରିବେ ବୋଲି କୁହାଗଲା ଯଦି ଜମି ହସ୍ତାନ୍ତର ପାଇଁ ଉପଜିଲ୍ଲାପାଳଙ୍କୁ ଆବେଦନ କରିବାର ଦୁଇ ମାସ ମଧ୍ୟରେ ଅନୁମତି ନମିଳେ, ତାହେଲେ ସମ୍ପୃକ୍ତ ଆଦିବାସୀ ବ୍ୟକ୍ତି ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରି ତାକୁ ପାଇପାରିବେ ବୋଲି କୁହାଗଲା ତେବେ ଆଶ୍ଚର୍ଯ୍ୟର କଥା, ଆଇନରେ ଏହି ସଂଶୋଧନ ଆଣିବାର ମାତ୍ର ୪୮ ଘଣ୍ଟା ମଧ୍ୟରେ ତାକୁ ସ୍ଥଗିତ ରଖାଗଲା ବୋଲି ରାଜ୍ୟ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି ଘୋଷଣା କଲେ ସରକାର ଆନୁଷ୍ଠାନିକ ଭାବେ ସଂଶୋଧନ ନିଷ୍ପତ୍ତି ନେଇ ସମାଜର ବିଭିନ୍ନ ମହଲରେ ସୃଷ୍ଟି ହୋଇଥିବା ପ୍ରତିକ୍ରିୟାକୁ ଦେଖି ତାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଗଲା ବୋଲି ଘୋଷଣା କରିବା ଦେଖାଗଲା

ତେବେ ସରକାର କେଉଁ ବାଧ୍ୟବାଧକତାରୁ ଏତେ ତରବରିଆ ଭାବେ ଏହି ନିଷ୍ପତ୍ତି ନେଇଥିଲେ, ତାହା ଏଯାଏଁ ସ୍ପଷ୍ଟ ହେଲା ନାହିଁ ଯଦିଓ ସରକାର ମନ୍ତ୍ରିମଣ୍ଡଳରେ ନେଇଥିବା ସଂଶୋଧନ ନିଷ୍ପତ୍ତିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି ବୋଲି କହିଛନ୍ତି କିନ୍ତୁ ତାକୁ ପୁରାପୁରି ପ୍ରତ୍ୟାହାର କରିନାହାନ୍ତି ଏଥିରୁ ସରକାରଙ୍କ ମନ୍ଦ ଉଦେଶ୍ୟଟି ରହିଥିବା ସ୍ପଷ୍ଟ ଜାଣିହେଉଛି କାରଣ ଆଗାମୀ ନିର୍ବାଚନକୁ ଦେଖି ସରକାର ବର୍ତ୍ତମାନ ପାଇଁ ତାକୁ ସ୍ଥଗିତ ରଖିଥିଲେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରି ନଥିବାରୁ ଆଗାମୀ ଦିନରେ ସୁବିଧା ଦେଖି ତାକୁ ଯେ ପୁଣିଥରେ ତାକୁ ଆଣିବେ , ଏକଥା ସ୍ପଷ୍ଟ ବୁଝିହେଉଛି ତେବେ ସବୁ ସତ୍ତ୍ୱେ ସରକାରଙ୍କ ଉଦେଶ୍ୟକୁ ନେଇ ରାଜ୍ୟରେ ବିଶେଷ କରି ଆଦିବାସୀଙ୍କ ଭିତରେ ଏକ ଆଶଙ୍କା ସୃଷ୍ଟି ହେବା ସହ ପ୍ରତିକ୍ରିୟା ବି ଦେଖିବାକୁ ମିଳିଛି ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀମାନେ ବିରୋଧ ପ୍ରଦର୍ଶନ କରିଥିବାବେଳେ ଆଦିବାସୀ କୃଷକ ସଂଗଠନମାନେ ସରକାରଙ୍କ ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛନ୍ତି

କର୍ପୋରେଟଙ୍କ ସ୍ୱାର୍ଥରେ ଆଦିବାସୀ ଜମି ଅକ୍ତିଆରକୁ ସହଜ କରିବା ପାଇଁ ସରକାର ଏହି ସଂଶୋଧନ ଆଣିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ଏହାଦ୍ୱାରା ରାଜ୍ୟର ସଂଖ୍ୟାଗରିଷ୍ଠ ଆଦିବାସୀ ଆଗାମୀ ଦିନରେ ନିଜର ଯାହା ବି କିଛି ଜମି ରହିଛି ତାକୁ ହରାଇ ଭୂମିହୀନ ହୋଇଯିବେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଏପରିକି ସରକାରଙ୍କ କର୍ପୋରେଟ୍ ସପକ୍ଷବାଦୀ ଜମି ନୀତିକୁ ଏଯାଏଁ ସମର୍ଥନ କରି ଆସିଥିବା ରାଜ୍ୟର ପ୍ରମୁଖ ବିରୋଧି ଦଳମାନେ ମଧ୍ୟ ନିର୍ବାଚନ ପାଖେଇ ଆସୁଥିବା ଦେଖି ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ରାଜ୍ୟ ସରକାର ଆଦିବାସୀ ଜମି ହସ୍ତାନ୍ତର ନିବାରଣ ଆଇନରେ ସଂଶୋଧନଟିକୁ ରାଜ୍ୟ ଆଦିବାସୀ ପରାମର୍ଶଦାତା ପରିଷଦର ସୁପାରିଶ ଅନୁଯାୟୀ କରିଛନ୍ତି ବୋଲି ଦାବି କରିଛନ୍ତି କିନ୍ତୁ ଏପରି କହି ସରକାର ଆଦିବାସୀ ପରାମର୍ଶଦାତା ପରିଷଦର କାର୍ଯ୍ୟ ଉଦେଶ୍ୟକୁ ଏକଦମ୍ ସନ୍ଦେହ ଭିତରକୁ ଆଣି ଦେଇଛନ୍ତି କାରଣ ଏହି ପରିଷଦରେ ଯେଉଁମାନେ ରହିଛନ୍ତି ସେମାନେ ଏଭଳି ଏକ ସୁପାରିଶ ସରକାରଙ୍କୁ କରିବା ପୂର୍ବରୁ ତାଉପରେ ବିଧିବଦ୍ଧ ବିଚାର ବିମର୍ଷ କରିଥିଲେ କି ? ଏହି ସଂଶୋଧନ ଫଳରେ ଯେଉଁ ସଂଖ୍ୟାଗରିଷ୍ଠ ଆଦିବାସୀମାନଙ୍କ କ୍ଷତି ହେବାକୁ ଯାଉଛି ସେମାନଙ୍କୁ ଅଥବା ସେମାନଙ୍କ ପ୍ରତିନିଧିତ୍ୱ କରୁଥିବା ସଂଗଠନମାନଙ୍କ ସହ ବିଚାର ଆଲୋଚନା କରିଥିଲେ କି ? କିନ୍ତୁ ପରିଷଦର ଅନ୍ୟତମ ସଦସ୍ୟା ତଥା ମାଲକାନଗିରିର ଜଣାଶୁଣା ଆଦିବାସୀ ନେତ୍ରୀ ଜୟନ୍ତୀ ବୁରୁଦାଙ୍କ ସଂକ୍ରାନ୍ତରେ ବକ୍ତବ୍ୟ ପରିଷଦର କାର୍ଯ୍ୟକାରିତା ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି

ତାଙ୍କର କହିବା ମୁତାବକ ଦୀର୍ଘ ତିନି ବର୍ଷ ପରେ ବସିଥିବା ପରିଷଦର ବୈଠକରେ ଏନେଇ କୌଣସି ଆଲୋଚନା ହୋଇନଥିଲା ବୈଠକରେ ଶେଷଆଡ଼କୁ କେବଳ ଏହି ପ୍ରସଙ୍ଗ ଉପରେ ଅନୌପଚାରିକ ଭାବେ ଉଲ୍ଲେଖ କରି ବୈଠକକୁ ସମାପ୍ତି କରାଯାଇଥିଲା ଏହାର ଅର୍ଥ ହେଲା, ପରିଷଦରେ ଆଇନରେ ସଂଶୋଧନ କରିବା ସମ୍ପର୍କରେ କୌଣସି ବିଧିବଦ୍ଧ ବିଚାର ବିମର୍ଷ କରାଯାଇ ନାହଁ ଅବଶ୍ୟ ପରିଷଦରେ ଜଣେ ଦୁଇଜଣଙ୍କୁ ଛାଡ଼ିଦେଲେ ଯେଉଁମାନେ ସଦସ୍ୟ ସଦସ୍ୟା ରହିଛନ୍ତି, ସେମାନେ ଅଧିକାଂଶତଃ ଶାସକଦଳ ଅଥବା ମୁଖ୍ୟ ବିରୋଧିଦଳ ସହିତ ଜଡ଼ିତ ନେତା ଅଟନ୍ତି ସାଧାରଣତଃ ଆଦିବାସୀଙ୍କ ମଧ୍ୟରେ ଥିବା ସାମାଜିକ, ରାଜନୈତିକ ଆର୍ଥିକ ଭାବେ ସ୍ୱଚ୍ଛଳ ଗୋଷ୍ଠୀରୁ ଆସୁଥିବାରୁ ସେମାନେ ନିଜ ଶ୍ରେଣୀର ହିଁ ଅଧିକ ଚିନ୍ତା କରିବା ସ୍ୱାଭାବିକ

ରାଜ୍ୟର ସଂଖ୍ୟାଗରିଷ୍ଠ ଆଦିବାସୀଙ୍କ ସମସ୍ୟା ବା ପ୍ରସଙ୍ଗ ସେମାନଙ୍କପାଇଁ କେବେ ବି ଗୁରୁତ୍ୱ ବହନ କରି ନଥାଏ ରାଜ୍ୟରେ ଆଦିବାସୀମାନଙ୍କୁ ଜମି ଜଙ୍ଗଲ ଉପରେ ଅଧିକାର ଦେବା, ବିକାଶ ନାଁରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀମାନଙ୍କ ଚାଲିଥିବା ସରକାରୀ ଆକ୍ରମଣ ଦମନ ସଂକ୍ରାନ୍ତରେ ଅଥବା ଆଦିବାସୀମାନଙ୍କ ଭାଷା, ସଂସ୍କୃତି ସାହିତ୍ୟର ବିକାଶ ସମ୍ପର୍କରେ କୌଣସି ସୁପାରିଶ ସରକାରଙ୍କୁ କରିବା କେବେ ଦେଖାଯାଇନି ଏଭଳି ପରିସ୍ଥିତିରେ ଆଦିବାସୀ ଜମି ଆଇନରେ ସଂଶୋଧନ କରିବାକୁ ପରିଷଦ ସରକାରଙ୍କୁ ଯେଉଁ ସୁପାରିଶ କରିଛି, ତାହା ପଛରେ ସାଧାରଣ ଆଦିବାସୀଙ୍କ ସ୍ୱାର୍ଥ ନୁହେଁ ବରଂ ନିଜର ତଥା କର୍ପୋରେଟ ମାନଙ୍କ ସ୍ୱାର୍ଥ ସମ୍ପୂର୍ଣ୍ଣ ଭାବେ ଜଡ଼ିତ ରହିଥିବା ସ୍ପଷ୍ଟ ଜଣାପଡ଼ୁଛି

ରାଜ୍ୟରେ ଆଦିବାସୀମାନଙ୍କ ଜମି ଉପରେ ସେମାନଙ୍କ ମାଲିକାନାକୁ ସୁରକ୍ଷିତ ରଖି ସେମାନଙ୍କୁ ଭୂମିହୀନ ହେବାରୁ ରୋକିବାକୁ ୧୯୫୬ ମସିହାରେ ଓଡ଼ିଶା ଅନୁସୂଚିତ ଅଞ୍ଚଳ ଅସ୍ତାବର ସମ୍ପତ୍ତି ହସ୍ତାନ୍ତର (ଅନୁସୂଚିତ ଜନଜାତି) ନିବାରଣ ଆଇନ୧୯୫୬ ବା ‘Orissa Scheduled Areas Transfer of Immovable Property (by Scheduled Tribes) Regulation,-1956 ପ୍ରଣୟନ କରାଯାଇଥିଲା କିନ୍ତୁ ଏହା କେବଳ ରାଜ୍ୟର ଅନୁସୂଚିତ ଅଞ୍ଚଳ ରୂପେ ପରିଚିତ ୧୧୯ଟି ବ୍ଲକରେ ରହୁଥିବା ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ତେବେ ଏହି ଆଇନରେ ଅନେକ ଦୁର୍ବଳତା ରହିଥିବାରୁ ଏବଂ ଉପଜିଲ୍ଲାପାଳଙ୍କ ଅନୁମତି ନେଇ ଆଦିବାସୀଙ୍କ ଜମିକୁ ନେବାର ବ୍ୟବସ୍ଥା ଥିବାରୁ, ତା ସୁଯୋଗ ନେଇ ଅଣଆଦିବାସୀ ସମ୍ପ୍ରଦାୟର ଧନୀ ପ୍ରଭାବଶାଳୀ ଲୋକେ ଆଦିବାସୀଙ୍କ ଜମିକୁ ଆଇନଗତ ଭାବେ ହଡ଼ପ କରିବାରେ ସଫଳ ହୋଇଥିଲେ ଯାରି ଫଳସ୍ୱରୂପ ଆଦିବାସୀଙ୍କଠାରୁ ବ୍ୟାପକ ପରିମାଣରେ ଜମି ଚାଲିଯାଇ ସେମାନଙ୍କ ଭୂମିହୀନତା ବଢ଼ିବା ସହିତ ସେମାନଙ୍କ ମଧ୍ୟରେ ଜମିକୁ ନେଇ ଅସନ୍ତୋଷ ବି ବଢ଼ିବାକୁ ଲାଗିଲା

୨୦୦୦ ମସିହା ବେଳକୁ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, ଗଜପତି, କନ୍ଧମାଳ ଆଦି ଜିଲ୍ଲାମାନଙ୍କରେ ନିଜର ଅପହୃତ ଜମିକୁ ପ୍ରତ୍ୟାହାର ଦାବିରେ ଆଦିବାସୀମାନଙ୍କ ବଡ଼ ବଡ଼ ଲଢ଼ୁଆ ଆନ୍ଦୋଳନ ମୁଣ୍ଡ ଟେକିଥିଲା ଏସବୁ ଆନ୍ଦୋଳନର ଚାପରେ ସରକାର ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ରୋକିବା ପାଇଁ ଆଇନରେ କିଛି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଥିଲେ, ଯାହାକି ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇ ସେପ୍ଟେମ୍ବର ୨୦୦୨ମସିହାରେ ଆଇନରେ ପରିଣତ ହୋଇଥିଲା ସଂଶୋଧିତ ଆଇନରେ ଅଣଆଦିବାସୀଙ୍କୁ ଆଦିବାସୀଙ୍କ ଜମିର ସମସ୍ତ ପ୍ରକାର କିଣାବିକାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଗଲା ଏହାବାଦେ ପିଛିଲା ଭାବେ ଅଣଆଦିବାସୀଙ୍କ ଦଖଲକୁ ଚାଲିଯାଇଥିବା ଆଦିବାସୀଙ୍କ ଜମିର ହସ୍ତାନ୍ତର ସମ୍ପର୍କରେ ଅଣଆଦିବାସୀ ଜମି ମାଲିକମାନେ ସ୍ୱତଃ ସତ୍ୟପାଠ ଦାଖଲ କରିବାକୁ ବ୍ୟବସ୍ଥା ରହିଥିଲା

ତେବେ ୨୦୦୨ର ଏହି ସଂଶୋଧନ ପରେ ଅନୁସୂଚିତ ଅଂଚଳରେ ଆଦିବାସୀ ଜମିର ଆନୁଷ୍ଠାନିକ ଭାବେ ହସ୍ତାନ୍ତର ପ୍ରାୟତଃ ରୋକିଯାଇଥିଲା କେବଳ ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ଖଣିନିଗମ ପରି ସରକାରଙ୍କ ବିଭିନ୍ନ ସଂସ୍ଥାର ଅଧିଗ୍ରହଣ ଯୋଗୁଁ ଆଦିବାସୀଙ୍କ ହାତରୁ ଯାହା କିଛି ଜମି ଚାଲିଯାଇଛି ନଚେତ ଏହି ଆଇନ ନିଜର ଲକ୍ଷ୍ୟ ହାସଲ କରିବାରେ ଅନେକ ପରିମାଣରେ ସଫଳ ହୋଇଛି ଅନ୍ୟପଟେ ଆଇନରେ ଥିବା ଦ୍ୱିତୀୟ ନିୟମ ପ୍ରକାରେ ଯଦିଓ ଅନୁସୂଚୀତ ଅଂଚଳରେ ଆଦିବାସୀଙ୍କ ଜମି କିଣିଥିବା ସବୁ ଅଣ ଆଦିବାସୀ ଜମି ମାଲିକ ନିଜ ଆଡ଼ୁ ସତ୍ୟପାଠ ଦେଲେ ନାହିଁ କିନ୍ତୁ କିଛି ସ୍ଥାନରେ ଆଦିବାସୀଙ୍କ ଅଭିଯୋଗ କ୍ରମେ ବିଚାରଣା ହେବା ସହ ସେମାନଙ୍କ ଅପହୃତ ଜମି ସେମାନଙ୍କ ପାଖକୁ ଫେରି ଆସିଥିବା ଦେଖାଯାଇଛି ଏହି କାରଣରୁ ହିଁ ଅଣଆଦିବାସୀ ଧନୀ ଜମିମାଲିକ କମ୍ପାନୀମାନେ ଆଇନର ଏହି ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ପ୍ରଥମରୁ ହିଁ ଦାବି କରି ଆସିଛନ୍ତି

ଏପରିକି ଏହାକୁ ଖାରଜ କରିବାକୁ ୨୦୦୬୧୦ ମଧ୍ୟରେ ସେମାନେ ହାଇକୋର୍ଟରେ ୧୦୫ଟି ପିଟିସନ୍ ଦାୟର କରିଥିଲେ ଯାହାକୁ ବିଚାର କରି ଓଡ଼ିଶା ହାଇକୋର୍ଟର ଏକ ଦୁଇଜଣିଆ ଖଣ୍ଡପୀଠ ୨୦୧୯ ମସିହାରେ ଉପରୋକ୍ତ ବ୍ୟବସ୍ଥାକୁ ପିଛିଲା ତାରିଖରୁ ଲାଗୁ କରିବାକୁ ନିର୍ଦ୍ଧେଶ ଦେଇଥିଲେ ରାଜ୍ୟ ସରକାର କିନ୍ତୁ ହାଇକୋର୍ଟର ଏହି ରାୟ ବିରୁଦ୍ଧରେ ଉପର କୋର୍ଟରେ ଆଉ ଅପିଲ କରି ନଥିଲେ ଅତଏବ ଆଦିବାସୀ ଜମି ହସ୍ତାନ୍ତର ନିରାକରଣ ଆଇନରେ ୨୦୦୨ ମସିହାରେ ହୋଇଥିବା ସଂଶୋଧନର ଗୋଟିଏ ଧାରାକୁ ପୂର୍ବରୁ ହାଇକୋର୍ଟ ଉଚ୍ଛେଦ କରିଥିବାବେଳେ ବର୍ତ୍ତମାନ ରାଜ୍ୟ ସରକାର ତା ଦ୍ୱିତୀୟ ବ୍ୟବସ୍ଥାଟିକୁ ଖାରଜ କରିବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ସମ୍ପୂର୍ଣ୍ଣ ଭାବେ ଆଦିବାସୀବିରୋଧି ଏହାଫଳରେ ଆଇନଟି ୨୦୦୦ର ପୂର୍ବସ୍ଥିତିକୁ ଫେରିଯାଇଛି ଅର୍ଥାତ୍ ଏଣିକି ଅଣଆଦିବାସୀ ଯେଉଁମାନଙ୍କ ମଧ୍ୟରେ ବଡ଼ କମ୍ପାନୀ ସରକାର ବି ରହିଛନ୍ତି, ଆଦିବାସୀଙ୍କ ଜମିକୁ ନେବାରେ ଆଉ ଆଇନଗତ ପ୍ରତିବନ୍ଧକ ରହିବ ନାହିଁ

ଏଠାରେ ପ୍ରଶ୍ନ ଉଠେ, ସରକାର ୨୦୦୨ ମସିହାରେ ଯେଉଁ ପରିସ୍ଥିତିରେ ଆଦିବାସୀ ଜମି ସଂକ୍ରାନ୍ତୀୟ ସଂଶୋଧନଟି ଆଣିଥିଲେ, ଆଜି ସେହି ପରିସ୍ଥିତିରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ଘଟିଛି? ଗତ ଦୁଇ ଦଶକ ମଧ୍ୟରେ ଆଦିବାସୀମାନଙ୍କ ଭୂମିହୀନତା ଦୂର ହୋଇଛି? ସେମାନେ ପ୍ରଚୁର ଜମିର ମାଲିକ ହୋଇଗଲେଣି ନା ସେମାନଙ୍କର ଆଉ ଜମି ହସ୍ତାନ୍ତର ହେବନି ବୋଲି ସରକାର ନିଶ୍ଚିତ ଅଛନ୍ତି? କିନ୍ତୁ ଏହାର ବିପରୀତ ଦେଶର ମହାଲେଖାଗାର (ସିଏଜି) ତାଙ୍କ ରିପୋର୍ଟରେ ରାଜ୍ୟରେ ଆଦିବାସୀଙ୍କ ଜମିର ସ୍ଥିତିକୁ ଅଧ୍ୟୟନ କରି ୨୦୦୫୧୬ ରୁ ୨୦୧୫୧୬ ମଧ୍ୟରେ ଅର୍ଥାତ୍ ଦଶବର୍ଷ ମଧ୍ୟରେ ଆଦିବାସୀଙ୍କ ଜନସଂଖ୍ୟା ବଢ଼ିଥିବା ବେଳେ ସେମାନଙ୍କ ଦଖଲରେ ଥିବା ଜମିର ପରିମାଣ ୧୭.୪୮ ଲକ୍ଷ ହେକ୍ଟରରୁ ୧୫.୩୮ଲକ୍ଷ ହେକ୍ଟରକୁ ଅର୍ଥାତ୍ ୧୨% ହ୍ରାସ ପାଇଛି ବୋଲି କହିଛନ୍ତି କେବଳ ଦକ୍ଷିଣ ଉତ୍ତର ଓଡ଼ିଶାର ଛଅଟି ଆଦିବାସୀ ବହୁଳ ଜିଲ୍ଲାରେ ୨୦୦୫ରୁ ୨୦୧୫ ମଧ୍ୟରେ ଆଦିବାସୀଙ୍କ ଜନସଂଖ୍ୟା .୫୩ଲକ୍ଷରୁ .୯୮ଲକ୍ଷକୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ହାତରେ ରହିଥିବା ଜମି .୨୭ଲକ୍ଷ ହେକ୍ଟରରୁ .୪୪ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି

ଅବଶ୍ୟ ଏହି ହ୍ରାସର ବଡ଼ କାରଣଟି ହେଉଛି, ବିଭିନ୍ନ ପ୍ରକଳ୍ପ ପାଇଁ ସରକାରଙ୍କ ବିଭିନ୍ନ ସଂସ୍ଥାମାନଙ୍କ ପକ୍ଷରୁ ହେଉଥିବା ବ୍ୟାପକ ଜମି ଅଧିଗ୍ରହଣ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଅନୁସୂଚିତ ଅଂଚଳରେ ଆଦିବାସୀଙ୍କ ଜମିର ହସ୍ତାନ୍ତରରେ ଆଇନଗତ କଟକଣା ରହିଥିବା ସତ୍ତ୍ୱେ ବି ଆଦିବାସୀଙ୍କ ହାତରୁ ଜମିର ପରିମାଣ ଲଗାତାର ହ୍ରାସ ପାଉଛି ଏଭଳି ପରିସ୍ଥିତିରେ ଆଇନକୁ କୋହଳ କରି ଆଦିବାସୀ ଜମିର ହସ୍ତାନ୍ତରକୁ ସମ୍ପୂର୍ଣ୍ଣ କଟକଣାମୁକ୍ତ କରିଦେଲେ ତାହା ରାଜ୍ୟର ଆଦିବାସୀମାନଙ୍କୁ ଧିରେ ଧିରେ ଜମିହୀନ କରାଇବ ବରଂ ସରକାର ଯଦି ଐତିହାସିକ ସମତା ରାୟର ଆଧାରରେ ସରକାରଙ୍କୁ ବି ଅଣଆଦିବାସୀ ବୋଲି ଚିହ୍ନିତ କରି ବିକାଶ ନାଁରେ ସରକାରଙ୍କ ଆଦିବାସୀଙ୍କ ଜମି ନେବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରନ୍ତି, ତାହେଲେ ଆଦିବାସୀମାନଙ୍କ ଜମି ହସ୍ତାନ୍ତରକୁ ସମ୍ପୂର୍ଣ୍ଣ ରୋକାଯାଇ ପାରନ୍ତା

ସରକାରଙ୍କ ଯୁକ୍ତି ହେଲା, ଆଦିବାସୀ ଜମିର ହସ୍ତାନ୍ତର ଉପରେ ରହିଥିବା କଟକଣା ଯୋଗୁଁ ସ୍ୱଚ୍ଛଳ ଆଦିବାସୀମାନେ ନିଜର ଜମିକୁ ବଜାର ଦରରେ ବିକ୍ରୀ କରିବା ସମ୍ଭବ ହେଉନି ସେମାନେ ନିଜର ଜମିକୁ ବ୍ୟାଙ୍କରେ ବନ୍ଧକ ରଖି ଋଣ ପାଇବାରେ ବି ସମସ୍ୟା ହେଉଛି ବିଦେଶ ଭ୍ରମଣ, ବିଦେଶରେ ପାଠ ପଢ଼ିବା ଚିକିତ୍ସାପାଇଁ ଋଣ ପାଇବାକୁ ହେଲେ ଏହି ଆଇନ ପ୍ରତିବନ୍ଧକ ସାଜୁଛି ଅତଏବ ଆଦିବାସୀମାନଙ୍କୁ ହିଁ ସାହାଯ୍ୟ କରିବା ପାଇଁ ତଥା ସେମାନଙ୍କ ଭିତରେ ଉଦ୍ୟମୀ, ଠିକାଦାର, ବ୍ୟବସାୟୀ ଆଦି ସୃଷ୍ଟି କରିବା ପାଇଁ ଏହି କଟକଣାକୁ ଉଠେଇଦେବା ଜରୁରୀ ଥିଲା ବୋଲି କୁହାଯାଇଛି ଏଠାରେ ପ୍ରଶ୍ନ ଉଠେ, ସରକାର ଯେତେବେଳେ ବିଜୁ ସ୍ୱାସ୍ଥ୍ୟବୀମା କାର୍ଡ଼ ଜରିଆରେ ରାଜ୍ୟର ଆଦିବାସୀଙ୍କ ସମେତ ସବୁ ଗରିବ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ବୋଲି ଦାବି କରୁଛନ୍ତି, ସେତେବେଳେ ଆଦିବାସୀମାନେ ନିଜର ଜମି ବନ୍ଧକରଖି ଚିକିତ୍ସାର ସୁବିଧା ପାଇବା ଦରକାର

ସେହିପରିଭାବେ ରାଜ୍ୟ ସରକାର ବିଭିନ୍ନ ଠିକାକାମରେ ଆଦିବାସୀମାନଙ୍କ ପାଇଁ ଜମା ଟଙ୍କାରେ ରିହାତିଦେବା ଫଳରେ ଆଜି ଶହ ଶହ ଆଦିବାସୀ ଯୁବକ ଠିକାଦାର ଭାବେ କାମ କରୁଛନ୍ତି ଏହାବ୍ୟତୀତ ବର୍ତ୍ତମାନର ଆଇନରେ ଥିବା ବ୍ୟବସ୍ଥା ପ୍ରକାରେ ଆଦିବାସୀମାନେ ବ୍ୟାଙ୍କ୍ରେ ଭୂମି ବନ୍ଧକ ରଖି ଋଣ ଆଣି ପାରୁଛନ୍ତି ଯଦି ବା କୌଣସି ସମସ୍ୟା ରହିଛି, ସରକାର ଚାହିଁଲେ ଋଣ ନିୟମରେ କୋହଳ କରିବାକୁ ବ୍ୟାଙ୍କରେ କହି ପାରନ୍ତି କିନ୍ତୁ ସେପରି ନକରି ଜମି ହସ୍ତାନ୍ତର ଉପରେ ଥିବା କଟକଣାକୁ ହଟାଇବାକୁ ନିଷ୍ପତ୍ତି ନେବା ମୂଷା ମାରିବାପାଇଁ ଘର ପୋଡ଼ିବା ପରି ହେବ ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ବିଧାନର ଷଷ୍ଠ ଅନୁଚ୍ଛେଦ ଅନ୍ତର୍ଭୁକ୍ତ ଦେଶର ଉତ୍ତର ପୂର୍ବର ରାଜ୍ୟମାନଙ୍କରେ ମଧ୍ୟ ଆଦିବାସୀଙ୍କ ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ ସେସବୁ ରାଜ୍ୟରେ ଆଦିବାସୀମାନେ ନିଜର ଜମିକୁ ଅଣ ଆଦିବାସୀମାନଙ୍କୁ ବିକ୍ରୀ କରିବା ଆଦୌ ସମ୍ଭବନୁହେଁ ତାହା ସତ୍ତ୍ୱେ ସେଠାକାର ଆଦିବାସୀମାନେ ଜମି ହସ୍ତାନ୍ତର ସମ୍ପର୍କିତ ରହିଥିବା କଟକଣାକୁ ହଟେଇବାକୁ କେବେ ଦାବି କରୁନାହାନ୍ତି

ଆଉ ଏକ ପ୍ରଶ୍ନ ହେଲା, ସରକାର ଆଦିବାସୀଙ୍କ ମଧ୍ୟରେ ଯେଉଁ ସ୍ୱଚ୍ଛଳ ବର୍ଗଙ୍କ ଦ୍ୱାହି ଦେଇ ଏହି ସଂଶୋଧନ ଆଣିଛନ୍ତ, ସେଭଳି ସ୍ୱଚ୍ଛଳ ଲୋକଙ୍କ ସଂଖ୍ୟା କେତେ ? ଆଦିବାସୀଙ୍କ ମଧ୍ୟରୁ କେତେଜଣ ଉଚ୍ଚଶିକ୍ଷା ପାଇଁ ବିଦେଶକୁ ଯିବାକୁ ଇଚ୍ଛୁକ ଅଥବା ଶିଳ୍ପ କାରଖାନା କରିବାକୁ ଆଗ୍ରହୀ ? ବୋଧହୁଏ ସେଭଳି ଲୋକଙ୍କ ସଂଖ୍ୟା ରାଜ୍ୟର ମୋଟ ଆଦିବାସୀଙ୍କ ସଂଖ୍ୟାର %ରୁ ବି ଅଧିକ ହେବ କି ନାହିଁ ସନେ୍ଦହ ! ଏହା ବ୍ୟତୀତ ସରକାର ଆଦିବାସୀମାନଙ୍କ ମଧ୍ୟରେ ଏହା ଏକ ଗୁରୁତର ସମସ୍ୟା ବୋଲି କେଉଁ ଆଧାରରେ ଜାଣିଲେ ? ଏଥିପାଇଁ କେବେ କୌଣସି ଆଦିବାସୀ ବା ସେମାନଙ୍କ ସଂଘ ସରକାରଙ୍କ ପାଖରେ ଅଭିଯୋଗ କରିଛନ୍ତି ? ସରକାର କେବେ ଆଦିବାସୀମାନଙ୍କ ଜମି ମାଲିକାନା ଅଥବା ସାମାଜିକ ଅର୍ଥନୈତିକ ସମସ୍ୟାକୁ ଜାଣିବା ପାଇଁ ଅଧ୍ୟୟନ କିମ୍ବା ସର୍ଭେ କରିଛନ୍ତି କି ? ଯଦି ନାହିଁ ତାହେଲେ ସରକାରଙ୍କ ନିଷ୍ପତ୍ତିକୁ ଏକପାଖିଆ ବୋଲି ହିଁ କୁହାଯିବ କାରଣ ସରକାରଙ୍କ ଉପରୋକ୍ତ ନିଷ୍ପତ୍ତିଟି ହୁଏତ ମାତ୍ର ଏକ ଭାଗ ଆଦିବାସୀଙ୍କୁ ସାହାଯ୍ୟ କରିପାରେ କିନ୍ତୁ ଏହା ଫଳରେ ୯୫% ଅଧିକ ଆଦିବାସୀ କ୍ଷତିଗ୍ରସ୍ତ ହେବେ

ଯେଉଁ ସରକାର ଆଜି ଆଦିବାସୀଙ୍କ ମଧ୍ୟରେ ସ୍ୱଚ୍ଛଳ ଗୋଷ୍ଠୀ ଦାବି କରୁଛନ୍ତି କହି ଜମି ଆଇନରେ ସଂଶୋଧନ ଆଣିଛନ୍ତି ସେହି ସରକାର ରାଜ୍ୟରେ ଜମି ଜଙ୍ଗଲ ଉପରେ ଅଧିକାର ଦେବାକୁ ଆଦିବାସୀମାନେ ବାରମ୍ବାର ଦାବି କରି ଅସିଥିଲେ ମଧ୍ୟ କେବେ ବି ତାକୁ ଗୁରୁତ୍ୱ ଦେଇ ନାହାନ୍ତି ରାଜ୍ୟରେ ପୂର୍ବରୁ ଭୂମିହୀନ ଲୋକ ବିଶେଷ କରି ଆଦିବାସୀ ଦଳିତମାନଙ୍କୁ ସରକାରୀ ସିଲିଂ ବହିର୍ଭୂତ ଜମି ବଂଟନ କରାଯାଉଥିବା ବେଳେ ତାକୁ ବର୍ତ୍ତମାନର ସରକାର ହିଁ ଗତ ଦୁଇଦଶନ୍ଧି ଧରି ବନ୍ଦ ରଖିଛନ୍ତି ସରକାରୀ ଜମିରେ ବର୍ଷ ବର୍ଷ ଧରି ଦଖଲ ଥିବା ଆଦିବାସୀମାନଙ୍କୁ କେବଳ ଘରବାରି ବ୍ୟତୀତ ଅନ୍ୟ ଚାଷଜମି ପଟ୍ଟା ଦିଆଯାଉନି ବରଂ ସରକାରୀ ଜମିକୁ ଗରିବଙ୍କୁ ବାଣ୍ଟିବା ବଦଳରେ ସଂରକ୍ଷିତ ରଖିବାକୁ ତହସିଲଦାର ମାନଙ୍କୁ ନିର୍ଦ୍ଧେଶ ରହିଛି ଯାହା ଫଳରେ ସରକାରଙ୍କ ଜମି ବଂଟନ କାମ ଏକଦମ୍ ବନ୍ଦ ହେବା ସହ ସରକାରୀ ଜମିରେ ବର୍ଷ ବର୍ଷ ଧରି ଚାଷ ବାସକରି ରହିଥିବା ରାଜ୍ୟର ଲକ୍ଷ ଲକ୍ଷ ଆଦିବାସୀଙ୍କ ଦଖଲ ନିୟମିତ ହୋଇପାରୁନି

ଅନ୍ୟପଟେ ସରକାର ବଡ଼ ବଡ଼ କର୍ପୋରେଟ୍ କମ୍ପାନୀମାନଙ୍କୁ ସେମାନଙ୍କ ପ୍ରକଳ୍ପ ପାଇଁ ଶସ୍ତାରେ ସହଜରେ ବିପୁଳ ପରିମାଣର ସରକାରୀ ଜମି ଦେବା ପାଇଁ ଭୂମିବ୍ୟାଙ୍କ୍ ପ୍ରତିଷ୍ଠା କରିଛନ୍ତି ରାଜ୍ୟର ଆଦିବାସୀ, ଦଳିତ ଅନ୍ୟ ଗରିବ ଲୋକଙ୍କ ଦଖଲରେ ଥିବା ସରକାରୀ ଜମିକୁ ସେମାନଙ୍କ ନାଁରେ ବନ୍ଦୋବସ୍ତ କରିବା ବଦଳରେ ସରକାର ସେସବୁକୁ ଭୂମିବ୍ୟାଙ୍କରେ ସଂରକ୍ଷିତ ରଖି ତାକୁ କମ୍ପାନୀମାନଙ୍କୁ ରାତିଅଧିଆ ଟେକି ଦେବାରେ ଲାଗିଛନ୍ତି ଅତଏବ ଏଭଳି ସ୍ଥିତିରେ ଯେଉଁଠି ସରକାରଙ୍କ ଠାରୁ ଆଦିବାସୀମାନଙ୍କୁ କୌଣସି ଜମି ମିଳିବାର ସମ୍ଭାବନା ନାହିଁ ସେତେବେଳେ ସେମାନଙ୍କ ପାଖରେ ଥିବା ଜମିକୁ ବି ହସ୍ତାନ୍ତର ପାଇଁ ଅନୁମତି ଦେବାକୁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଆଦୌ ବାସ୍ତବତା ଉପରେ ଆଧାରିତ ନୁହେଁ ବରଂ ଆଦିବାସୀ ବିରୋଧି ଏଭଳି ପଦକ୍ଷେପ ରାଜ୍ୟର ଆଦିବାସୀଙ୍କୁ ସଶକ୍ତିକରଣ କରିବା ବଦଳରେ ସେମାନଙ୍କୁ ଜମିହୀନ କରି ଅଧିକରୁ ଅଧିକ ଦାରିଦ୍ର୍ୟ ଭିତରକୁ ହିଁ ଠେଲିଦେବ ଆଗାମୀ ଦିନରେ ସେମାନଙ୍କ ଜମି ସ୍ଥାନୀୟ ଧନୀ ଲୋକ, ଦେଶି ବିଦେଶୀ କମ୍ପାନୀ, ରିଏଲଇଷ୍ଟେଟ୍ ବ୍ୟବସାୟୀ ତଥା ଅନ୍ୟାନ୍ୟ ପ୍ରଭାବଶାଳୀ ଲୋକଙ୍କ ହାତକୁ ଚାଲିଯିବ ଯାହାକି ରାଜ୍ୟର ପ୍ରାୟ ଏକ ଚତୁର୍ଥାଂଶ ଲୋକଙ୍କ ପ୍ରତି ଏକ ଐତିହାସିକ ଅନ୍ୟାୟ ବୋଲି କୁହାଯାଇପାରେ ଅତଏବ ସରକାର କର୍ପୋରେଟ୍ ସ୍ୱାର୍ଥରେ ଆଦିବାସୀ ଜମି ହସ୍ତାନ୍ତର ନିରୋଧ ଆଇନରେ ଯେଉଁ ସଂଶୋଧନ କରିଛନ୍ତି ତାକୁ ସମ୍ପୂର୍ଣ୍ଣଭାବେ ପ୍ରତ୍ୟାହାର କରିବା ଦରକାର

ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ି ସରକାରଙ୍କ ଏହି ପଦକ୍ଷେପ ତାଙ୍କର କର୍ପୋରେଟ୍ ସପକ୍ଷବାଦୀ ନୀତିର ଅଂଶବିଶେଷ ମାତ୍ର ଗତ ପ୍ରାୟ ୨୪ବର୍ଷର ଶାସନକାଳରେ ଏହି ସରକାର ଜମିଦାର, ସାହୁକାର ଦେଶୀ ବିଦେଶୀ ବଡ଼ କମ୍ପାନୀଙ୍କ ପାଇଁ ଆଦିବାସୀଙ୍କ ଜମି ଛଡ଼େଇବାକୁ ଭୟଙ୍କର ବଳପ୍ରୟୋଗ କରି ଆସିବା ଦେଖିଛେ କାଶୀପୁରର ମାଇକଂଚ, ନବରଙ୍ଗପୁରର ରାଇଘର, ଯାଜପୁରର କଳିଙ୍ଗନଗର, କୋରାପୁଟର ନାରାୟଣପାଟଣା ଆଦିରେ ସେମାନେ ଜମି ଜଙ୍ଗଲ ପାଇଁ ଲଢ଼ୁଥିବା ଆଦିବାସୀଙ୍କୁ ନିର୍ମମଭାବେ ହତ୍ୟାକରି ନିଜର ହାତକୁ ଲାଲ କରିଛନ୍ତିଆଜି ବି କାଶୀପୁର ଠାରୁ ରାଜଗାଙ୍ଗପୁର ପର୍ଯ୍ୟନ୍ତ ରାଜ୍ୟର ଅସଂଖ୍ୟ ସ୍ଥାନରେ ନିଜର ଜମି ଜୀବିକାକୁ ରକ୍ଷା କରିବାକୁ ଆଦିବାସୀ ଲୋକେ ଉଭୟ ରାଜ୍ୟ କେନ୍ଦ୍ର ସରକାରର ଦମନ ଆତଙ୍କ ବିରୁଦ୍ଧରେ ସଂଗ୍ରାମ କରୁଛନ୍ତି କେନ୍ଦ୍ରର ମୋଦୀ ସରକାର ଯେପରି କର୍ପୋରେଟଙ୍କ ସ୍ୱାର୍ଥରେ ଦେଶର ଜଙ୍ଗଲ ଜମିକୁ ଆଦିବାସୀଙ୍କଠାରୁ ଛଡ଼େଇ କମ୍ପାନୀମାନଙ୍କୁ ଦେବା ପାଇଁ ଜଙ୍ଗଲ ସଂରକ୍ଷଣ ଆଇନ ଅନ୍ୟାନ୍ୟ ଆଇନରେ ସଂଶୋଧନ କରୁଛି, ତାରି ପଦାଙ୍କ ଅନୁସରଣ କରି ରାଜ୍ୟର ନବୀନ ସରକାର ମଧ୍ୟ ଆଦିବାସୀଙ୍କ ଜମି ହସ୍ତାନ୍ତର ଆଇନରେ ସଂଶୋଧନ କରି କମ୍ପାନୀମାନଙ୍କୁ ଦେବାର ରାସ୍ତା ପରିଷ୍କାର କରୁଛି ଉଭୟ କେନ୍ଦ୍ର ରାଜ୍ୟ ସରକାରଙ୍କ ଉପରୋକ୍ତ ନୀତି ଆଦିବାସୀ ବିରୋଧି ଏବଂ ଅଗଣତାନ୍ତ୍ରିକ ଅଟେ ଅତଏବ ଆଦିବାସୀମାନେ ଉଭୟ ସରକାରଙ୍କ ଆଦିବାସୀ ବିରୋଧି ନୀତି ବିରୁଦ୍ଧରେ ବେସାଲିସ୍ ସଂଗ୍ରାମ କରିବା ଜରୁରୀ

Comments

0 comments

Share This Article