ବିକାଶ ନାମରେ ଅବିଚାରିତ ଖଣିଖନନ ଓ ବିନାଶକାରୀ ଶିଳ୍ପାୟନ ଦ୍ୱାରା ନିର୍ଦ୍ଦୋଷ ବହୁଜନଙ୍କୁ ଅସୁରକ୍ଷିତ ଜୀବନ ଭିତରକୁ ଠେଲି ଦିଆଯାଉଛି ।
ସରକାର କିଂବା ବିରୋଧଦଳ ଗୁଡ଼ିକର ଏଜେଣ୍ଡାରେ ବିକାଶକୁ ନେଇ ବିନାଶ, ଦମନ ତଥା ରାଷ୍ଟ୍ରର ହିଂସା, କର୍ପୋରେଟ ଲୁଟ୍ ଦ୍ୱାରା ହୋଇଥିବା ଆଦିବାସୀ, ଦଳିତ ଓ ଚାଷୀଙ୍କ ମାନବିକ ଅଧିକାର ଉଲଂଘନ, ମୌଳିକ ଅଧିକାର ଉପରେ ଆକ୍ରମଣ ଓ ବିନା ଅପରାଧରେ ଅସହ୍ୟ ଦଣ୍ଡ (ବିସ୍ଥାପନା) ପ୍ରଦାନର ପ୍ରତିକାର ବା ପ୍ରତିରୋଧର ସ୍ଥାନ ଦେଖିବାକୁ ମିଳୁନାହିଁ।
ଏହାଦ୍ୱାରା ଲୋକଙ୍କର ଓ ଲୋକଙ୍କ ପାଇଁ ଆବଶ୍ୟକ ଜନରାଜନୀତିର ଶୂନ୍ୟତା ଅତି ଭୟଙ୍କର ସ୍ଥିତି ଦର୍ଶାଉଛି । ଜଳ-ଜଙ୍ଗଲ ଓ ଜମି ସହ ଥିବା ସାମାଜିକ ଓ ଆର୍ଥିକ ସୁରକ୍ଷା ମାନବିକ ସଭ୍ୟତାର ଉତ୍ତରଣର ସଂପର୍କ ଅତି ଗୁରୁତ୍ୱପୂର୍ଣ୍ଣ ।
ତେଣୁ ନୀତିଗତ ଭାବେ ପ୍ରାକୃତିକ ସଂପଦର ସରଂକ୍ଷଣ, ସୁରକ୍ଷା ଓ ତାର ସଦ୍ ବ୍ୟବହାର ପାଇଁ ରାଜନୈତିକ ସ୍ତରରେ ଖୋଲାଚର୍ଚ୍ଚାର ଆବଶ୍ୟକତା ଜରୁରୀ ହୋଇ ପଡ଼ିଛି ।
ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ପ୍ରଗତିଶୀଳ ସଂପର୍କ ସମ୍ଭବପର ପ୍ରକୃତିର ସୁରକ୍ଷା ପ୍ରତି ମଣିଷର ଦାୟିତ୍ୱ ଯେତେବେଳେ ଅନିବାର୍ଯ୍ୟ ହୋଇ ପଡ଼ିବ । ଆମ ଭବିଷ୍ୟତ କେତେ ସୁରକ୍ଷିତ! ଚିନ୍ତନ ଏକାନ୍ତ ଜରୁରୀ ସଭ୍ୟତାର ବିକାଶ ପାଇଁ ।
Comments
0 comments