ବିଭୂତିଙ୍କର ହୁଦଘାତ ଜନିତ ମୃତ୍ୟୁର ତିନିଦିନ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୧୬, ୨୦୨୬ ରାତିରେ ଭବାନୀପାଟଣାରୁ ଜଣେ ସାମାଜିକ କର୍ମୀ ଓ ସମାଜବାଦୀ ଲକ୍ଷ୍ମଣ ନାୟକ ଏବଂ ଜଣେ ଜନପ୍ରିୟ ଡାକ୍ତର ରାଣ୍ଡଲ ସିକେଇରାଙ୍କୁ ପୋଲିସ୍ ତାଙ୍କ ଭବାନୀପାଟଣାସ୍ଥିତ ଅସ୍ଥାୟୀ ଘରୁ ଉଠାଇ ନେଇଥିଲେ ଓ ଉଭୟଙ୍କ ଅପରାଧ ହେଲା ଯେ ସେମାନେ ପୋଲିସ୍, ଖଣି କମ୍ପାନୀ, ପ୍ରଶାସନର ଚାଲିଥିବା ଗଣ ଅପରାଧର ଶିକାର ହେଉଥିବା ମଣିଷମାନଙ୍କ ପାଖରେ ଦୃଢ଼ଭାବେ ଠିଆ ହୋଇଆସିଛନ୍ତିା ଡାକ୍ତର ରାଣ୍ଡଲ ଅତି ପ୍ରତିଷ୍ଠିତ ମେଡିକାଲ କଲେଜରୁ ଏମ.ବି.ବି.ଏସ୍ ଓ ଏମ.ଡି (ମେଡିସିନ୍) ଡିଗ୍ରୀ ହାସଲ କରିଥିଲେ । ସେ ଚାହିଥିଲେ ଜଣେ ପେଷାଦାର ଡାକ୍ତର ଭାବେ କେଉଁଠି ବି ମୋଟା ପଇସାରେ ନିଯୁକ୍ତି ପାଇପାରିଥା’ନ୍ତେ । ସେ କିନ୍ତୁ ନିଷ୍ପତ୍ତି ନେଲେ ଆଦିବାସୀ ଦଳିତମାନଙ୍କ ଭିତରେ ରହି ସେମାନଙ୍କର ସେବା କରିବେ । କୋଭିଡ୍ ସମୟରେ ସରକାର ବକ୍ସାଇଟଭରା ପାହାଡ଼ଗୁଡ଼ିକୁ କମ୍ପାନୀମାନଙ୍କ ହାତକୁ ଟେକିଦେବା ପାଇଁ ଲକ୍ଷ୍ୟ ରଖିଥିବା ଯୋଗୁଁ ସମ୍ପୃକ୍ତ ଅଞ୍ଚଳଗୁଡ଼ିକୁ ସମ୍ପୂର୍ଣ୍ଣ ଅଣଦେଖା କରି ଚାଲିଥିଲେ । ଡାକ୍ତର ରାଣ୍ଡଲ ଏକମାତ୍ର ଆଶାର କିରଣ ହିସାବରେ ଗୋଟିଏ ଆଦିବାସୀ ଗାଁରୁ ଅନ୍ୟ ଗୋଟିଏ ଆଦିବାସୀ ଗାଁ ବୁଲିବୁଲି ସେହି ପାହାଡ଼ ଜଙ୍ଗଲ ଭିତରେ ରୋଗୀ ସେବା କରୁଥିଲେ ଓ ବର୍ଷବର୍ଷ ଧରି ରହିବା ଭିତରେ ସେହି ମଣିଷମାନଙ୍କର ସେ ଅତି ନିଜର ହୋଇଯାଇ ଥିଲେ । ସେମାନଙ୍କ ସମସ୍ୟାକୁ ସେ ନ ଦେଖିଲା ଭଳି ଅଭିନୟ ନକରି ବରଂ ତାକୁ ନିଜର ସମସ୍ୟା ହିସାବରେ ଗ୍ରହଣ କରୁଥିଲେ ।

ସେଥିପାଇଁ ଆଦିବାସୀମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚାଲିଥିବା ବେଳେ, ଗଣମାଧ୍ୟମ ସେଗୁଡ଼ିକୁ ନ ଦେଖିଲା ଭଳି ରହୁଥିବାବେଳେ, ଓଡ଼ିଶାର ମଧ୍ୟବିତ୍ତ ଶ୍ରେଣୀ ‘ନିଜର କିଛି କ୍ଷତି ହେଉ ନାହିଁ’ ଭାବି ନିରବ ରହୁଥିବା ବେଳେ ଓ ରାଜନେତାମାନଙ୍କର ଛଳନାମୟ ଅଞ୍ଚଳଗ୍ରସ୍ତ ତୁହାକୁତୁହା ଚାଲିଥିବା ଭିତରେ ରାଣ୍ଡଲ ଧରି ନେଇଥିଲେ ଯେ ତାଙ୍କଭଳି ମଣିଷମାନଙ୍କୁ ଆଦିବାସୀମାନଙ୍କ ସହ ସାଥୀଦେବା ଅତ୍ୟନ୍ତ ଜରୁରୀ ।

ଡାକ୍ତରୀ ସେବା ସାଂଗକୁ ସେ ଜନଗଣଙ୍କୁ ନୈତିକ ସମର୍ଥନ ଦେବାପାଇଁ ମଧ୍ୟ ପଛାଇ ନଥିଲେ । ସେ ଜଣେ ଆଦିବାସୀଙ୍କର ସଚ୍ଚା ଓ ସଂକଳ୍ପବଦ୍ଧ ସାଥୀ, ଏହାର ପ୍ରମାଣ ସଂଘର୍ଷରତ ଆଦିବାସୀମାନଙ୍କୁ ତୁହାକୁ ତୁହା ଦେଇଚାଲିଥିଲେ । ତାଙ୍କୁ ଗିରଫ କରି ଓଡ଼ିଶାରେ କେନ୍ଦ୍ରର ଯେଉଁ ଖେଳନା ସରକାର ଅଛି, ପ୍ରମାଣିତ କରିଛନ୍ତି ଯେ ସେମାନେ ବକ୍ସାଇଟ୍ ଖଣିକୁ ବିରୋଧ କରୁଥିବା ଆଦିବାସୀମାନଙ୍କୁ କୌଣସି ଦୃଷ୍ଟିରୁ ଯେପରି ସହଯୋଗ କିଏ ବି ନଦିଅନ୍ତି, ତାକୁ ସୁନିଶ୍ଚିତ କରିବା । ଦକ୍ଷିଣ ଓଡ଼ିଶାର ଲିଙ୍ଗରାଜ ଆଜାଦ, ଲଦ ଶିକକା ଇତ୍ୟାଦି ଶାନ୍ତିପ୍ରିୟ ଗଣତନ୍ତ୍ରପ୍ରେମୀ, ପ୍ରତିବାଦକାରୀ ଏବଂ ଆଦିବାସୀମାନଙ୍କର ଅସଲ ବନ୍ଧୁମାନଙ୍କୁ ମିଛ ମୋକଦ୍ଦମାରେ ଗିରଫ କରାଯାଉଛି । ଜିଲ୍ଲାସ୍ତରରେ କାମ କରୁଥିବା ନ୍ୟାୟପାଳିକା ପୋଲିସର ପ୍ରଭାବରେ ରହି ଆସୁଥିବାରୁ ଏମାନଙ୍କୁ ଜାମିନ୍ ସହଜରେ ମିଳୁ ନାହିଁ । ମିଳିଲେ ବି ପୁଣିଥରେ ମିଛ ମୋକଦ୍ଦମାରେ ଗିରଫ କରି ନେଇଯିବାଟା ଏକ ସ୍ୱାଭାବିକ ଘଟଣା ହୋଇଯାଇଛି । ଆମେ ଅନ୍ତତଃ ଆଶା କରିବୁ ଯେ ଓଡ଼ିଶାର ଡାକ୍ତରମାନେ ନିଜର ସମ୍ବେଦନଶୀଳତା ସମ୍ପୂର୍ଣ୍ଣ ଭାବେ ମରିଯାଇ ନାହିଁ, ତାର ପ୍ରମାଣ ଦେବାପାଇଁ ଅନ୍ତତଃ ନିଜର ସ୍ୱର ଉଠାଇବେ ଓ ସମଗ୍ର ଡାକ୍ତରୀ ସମାଜକୁ ଏଥିପାଇଁ ସଂଗଠିତ କରାଇବେ । ଡାକ୍ତର ରାଣ୍ଡଲଙ୍କୁ ଏକୁଟିଆ କରିଦେବା ସମଗ୍ର ଡାକ୍ତରୀ ସମାଜ ପାଇଁ ଏକ ଅପରାଧ ସଦୃଶ ଧରିନିଆଯିବ । ଏଥିପାଇଁ ଅନ୍ୟ ନାଗରିକ ସମାଜଙ୍କ ସହ ଡାକ୍ତରୀସମାଜ ମଧ୍ୟ ରାଣ୍ଡଲଙ୍କ ମୁକ୍ତି ପାଇଁ ଏବଂ ଅନ୍ୟ ସେହିଭଳି ସଚ୍ଚା ଆଦିବାସୀ ସାଥୀମାନଙ୍କ ମୁକ୍ତିପାଇଁ ନିଜର ପ୍ରଚେଷ୍ଟା ଆରମ୍ଭ କରିବାକୁ ପଡ଼ିବ ।
Comments
0 comments

