ଦଳିତ ଦାବାନଳ : ଖଲିଆପାଲୀ, ଚୁଲ୍ଲୀଫୁଙ୍କା ଓ ବୁଢ଼ାପଡ଼ା ଗାଁ

ରାଜୀବ ଶଗରିଆ
ରାଜୀବ ଶଗରିଆ344 Views
20 Min Read

ଗତ ୧୭ଜୁଲାଇ ଦିନର ଏକ ବର୍ବର ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାହେଲା ତାପରଦିନ ଖବରକାଗଜମାନଙ୍କରେ ଏକ ସ୍ଥାନୀୟ ଖବରକ୍ରମରେ ଖବର ପ୍ରକାଶ ପାଇଲା ପୋଖରୀର ଗାଧୋଇଲା ବୋଲି ୧୫ବର୍ଷର ଜଣେ ଦଳିତ କିଶୋରକୁ ସବର୍ଣ୍ଣମାନେ ପିଟିପିଟି ହତ୍ୟା କରିଛନ୍ତିି ଅନେକ ବୁଦ୍ଧିଜୀବୀ ଘଟଣାର ନିନ୍ଦାକଲେ ସରଜମିନ ତଦନ୍ତ ନକରି ଘଟଣାର ଉଲ୍ଲେଖ ଉଭୟ ସାମାଜିକ ମୁଖ୍ୟଧାରା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଦେଶର ଦଳିତ ସଙ୍ଗଠନମାନଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଲା ଯେଉଁ କିଛି ଖବରକାଗଜ ସତ୍ୟର ପାଖାପାଖି ଲେଖିଲେ ତାହା ସେତିକି ପ୍ରଭାବ ପକାଇଲା ନାହିଁ ବନ୍ଦ ଡାକରା ଦିଆଗଲା, ଏହାପରେ ୨୪ତାରିଖ ଦିନ ଭୀମ ଆର୍ମୀ ଅନ୍ୟ କେତେକ ସଙ୍ଗଠନ ଘଟଣା ଘଟିଥିବା ଜଳାଶୟରେ ସାମୂହିକ ସ୍ନାନ କଲେ ଦଳିତ ସଙ୍ଗଠନମାନ ନିଜ ନିଜ ଶୈଳୀରେ ପ୍ରତିବାଦ ଆରମ୍ଭ କରିବା ପରେ ଉଭୟ ଗଣମାଧ୍ୟମ ଚର୍ଚ୍ଚାରୁ ପ୍ରାୟ ଓହରି ଗଲେ

ଘଟଣାର ପରଦିନ ଅନ୍ୟଏକ ଘଟଣା ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ ହେଲା ଯେ ଜଣେ ଦଳିତ ଝିଅ ନିଖୋଜ ହୋଇଯାଇଛି ଅଭିଯୋଗ କରିଥିବା ବାପାଜଣକ ନିଜ ଝିଅକୁ ଫେରି ପାଇବାକୁ ବିନତି କରିଥିଲା ପରେ ବଙ୍ଗୋମୁଣ୍ଡା ପୋଲିସ ଝିଅଟିକୁ ସୁଦୂର ନାଗପୁରରୁ ଉଦ୍ଧାର କରି ପରିବାର ଜିମାରେ ଝିଅଟିକୁ ଦେଇଥିଲା ଦ୍ୱିତୀୟ ଘଟଣାଟିର ଚର୍ଚ୍ଚା କି ପ୍ରତିବାଦ ନଥିଲା କାରଣ ଏହି ଝିଅବିକ୍ରୀ ହେବା ଘଟଣା କୌଣସି ଦଳିତ ସଙ୍ଗଠନକୁ ବିଚଳିତ କରି ନଥିଲା ଅବା ସେମାନେ ସମୟ ଦେଇ ପାରିନଥିଲେ

ପ୍ରଥମ ଘଟଣା

ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବଡସାଇମରା ଗ୍ରା.ପର ଖଲିଆପାଲି ଗାଁର ଜଣେ ଦଳିତ କିଶୋର ଗୁଣନିଧି ବାଗ ପ୍ରତିଦିନ ଭଳି ଗତ ଜୁନ୍ ୧୭ ଦିନ ଗାଁର ସାଙ୍ଗମାନଙ୍କ ସହ ଗାଁ ଖେଳପଡିଆରେ କି୍ରକେଟ ଖେଳୁଥିଲା କୌଣସି ଘଟଣାକୁ ବଚସା ମାଡ଼ପିଟ ହେଲା ଏହି ଘଟଣାରେ କୌଣସି ନୂତନତା ନଥିଲା ଝଗଡ଼ା ପରେ ଖେଳାଳିମାନେ ନିକଟସ୍ଥ ଇଚ୍ଛାପଡା ଜନବସତିର ପୋଖରୀ(ସାଗର)କୁ ଗାଧୋଇ ଗଲେ ଗୁଣନିଧି ମଧ୍ୟ ପୋଖରୀକୁ ଆସିଲା ଖେଳପଡିଆର ଝଗଡା ଗାଧୁଆତୁଠରେ ମଧ୍ୟ ଚାଲିଲା ଗୁଣନିଧି ସାଙ୍ଗରେ କାକାପୁଅ ଭାଇ ହୃଦାନନ୍ଦ ମଧ୍ୟ ଥିଲା ଝଗଡା ମାଡପିଟ ପରେ ଆକ୍ରମଣ ସ୍ତରକୁ ଚାଲିଗଲା କ୍ରିକେଟ ବେଟ, ପଥର ଯାହା ପାଇଲେ ତିନିଜଣ ସବର୍ଣ୍ଣ ଯୁବକ ଗୁଣନିଧିକୁ ପିଟିଲେ ଅତି ବର୍ବର ଭାବରେ ମାଡ଼ଖାଇଥିବା ହେତୁ କିଶୋରଜଣକ ନିଜ ପରିବାରରେ ଆକ୍ରମଣକାରୀଙ୍କ ବିଷୟରେ କହିଲା ପୁଅ ନିକଟରୁ ସମସ୍ତ ଘଟଣା ଶୁଣି ବାପା ଅରୁଣ ବାଗ ମାଡ ମାରିଥିବା ପରିବାରର ଲୋକଙ୍କ ନିକଟକୁ ଯାଇ ଅଭିଯୋଗ କଲେ

ଅଭିଯୋଗ ଶୁଣିବା ପରେ ସଂପୃକ୍ତ ପରିବାରର ଲୋକ ଖାପ ପଞ୍ଚାୟତର ଆୟୋଜନ କରିଥିଲେ ଖାପ ପଞ୍ଚାୟତ ଆୟୋଜିତ ହେଉଥିବା ଶୁଣି ଗୁଣନିଧି ପୋଲିସକୁ ୧୦୦ ନମ୍ବର ଡାଏଲ କରି ନିଜ ଉପରେ ଘଟିଥିବା ଘଟଣା କଥା କହିଥିଲା ଏହାସହ ଗାଁରେ ସଭାକରି କୌଣସି ବି ନିଷ୍ପତ୍ତି ନେଇପାରନ୍ତି, ତେଣୁ ତାକୁ ସୁରକ୍ଷା ଦେବାପାଇଁ ମଧ୍ୟ ଅନୁରୋଧ କରିଥିଲା

କୁହାଯାଏ ଖାପ ପଞ୍ଚାୟତରେ ଗୁଣନିଧିର ଦୋଷ ବାହାରିଲା ଏହି ଘଟଣା ଅରୁଣ ବାଗ ଶୁଣିବା ପରେ ଅପମାନିତ ହୋଇଥିଲେ ଗୁଣନିଧିକୁ ଗାଲିଗୁଲଜ କରିଥିବା ମଧ୍ୟ କୁହାଯାଏ ଏତେବେଳକୁ ସନ୍ଧ୍ୟା ସାତଟା ହୋଇ ସାରିଥିଲା କି୍ରକେଟ ଖେଳରୁ ଆରମ୍ଭ ହୋଇଥିବା ଘଟଣା କ୍ରମେ ଗୁରୁତର ହୋଇ ଆସୁଥିଲା ଦୁଇ ଘଣ୍ଟା ଭିତରେ ଘଟଣାକୁ ସମସ୍ତେ ମିଶି ବିବାଦୀୟ କରି ସାରିଥିଲେ

ସନ୍ଧ୍ୟା ସାତଟା; ଗୁଣନିଧି ଘରୁ ବାହାରିଲା ଫେରିବା ବିଳମ୍ବ ହେଲା ଆଠଟା ବେଳକୁ ଘରଲୋକ ଏବଂ ପଡ଼ୋଶୀ ଖୋଜିବା ଆରମ୍ଭ କଲେ ଶେଷରେ ଦେଖିଲେ ଗୁଣନିଧି ନିଜ ଘର ପଛପଟ ଅନତି ଦୂରରେ ଥିବା ଏକ ଗଛଡାଳରେ କରିଆକୁ ରଶି କରି ଆତ୍ମହତ୍ୟା କରିଛି ଗୁଣନିଧି ମରିବାର ଦୁଇଘଣ୍ଟା ପରେ ପୋଲିସ ବି ପହଞ୍ଚିଲା ଏବଂ ଶବ ଜବତ କଲା

ଅରୁଣ ବାଗ ନିଜ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ପୋଲିସ ଘଟଣାର ପରଦିନ ଅଭିଯୁକ୍ତ ତିନିଜଣଙ୍କୁ ଏତଲା ଆଧାରରେ ହତ୍ୟା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କଲା

ଦ୍ୱିତୀୟ ଘଟଣା

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ଗାଁର ଜଣେ ଦଳିତ ଯୁବତୀ ସରକାରଙ୍କ ଏକ ଯୋଜନାରେ ସିଲେଇ ଶିକ୍ଷା କରିଥିଲା ଏହି ଯୋଜନାର ନୂଆ ନାମ ପ୍ରଧାନମନ୍ତ୍ରୀ କୌଶଲ ଯୋଜନା ଏହି ଯୋଜନାରେ ଯୁବକଯୁବତୀମାନଙ୍କୁ ବିଭିନ୍ନ ପ୍ରକାର କର୍ମନିଯୁକ୍ତି ପାଇଁ ତାଲିମ ଦିଆଯାଏ ମୁଖ୍ୟତଃ ଝିଅପିଲାମାନେ ସିଲାଇ ଶିକ୍ଷା କରିଥାନ୍ତି ଗୋଟିଏ ବ୍ଲକରେ ଶତାଧିକ ଯୁବକଯୁବତୀଙ୍କୁ ଶିକ୍ଷା ଦିଆ ଯାଇଥାଏ ପରବର୍ତ୍ତୀ ସମୟରେ ସେମାନେ ଦେଶର ବିଭିନ୍ନ ସ୍ଥାନକୁ ଯାଇ କାମ କରିଥାନ୍ତି ମୁଖ୍ୟତଃ ଦକ୍ଷିଣ ଭାରତ ଅଞ୍ଚଳକୁ ଯାଇ କମ୍ପାନୀମାନଙ୍କରେ କାମ କରିଥାନ୍ତି ଏହା ଏକ ଦାଦନ ପ୍ରସ୍ତୁତି ପ୍ରଯୁକ୍ତି କେନ୍ଦ୍ର ହୋଇଯାଇଛି ଲକ୍ଷାଧିକ ଯୁବକଯୁବତୀ ବାହାର ରାଜ୍ୟକୁ ଯାଇ ନିଜ ପରିବାର ପାଇଁ ଆର୍ଥô ସହଯୋଗୀ ହୋଇଥାନ୍ତି

ଯୁବତୀ ଜଣକ ନିଜର ସାଙ୍ଗମାନଙ୍କ ସହ ଦକ୍ଷିଣ ରାଜ୍ୟକୁ ଯାଏ ଯାହାକୁ ତାର ବାପା ତାଲିମ ନେବାକୁ ଯାଇଥିଲା କହେ ଯୁବତୀଜଣକ ଖରାମାସରେ ଘରକୁ ଆସିଥିଲା ମଇ , ୨୦୨୩ ଦିନ ଝିଅଟି ତ୍ରିପୁରା ଯିବାପାଇଁ ବଙ୍ଗୋମୁଣ୍ଡାରୁ ବସଯୋଗେ ଟିଟିଲାଗଡ଼ ଗଲା

ଝିଅଜଣକ ମଇ ପର୍ଯ୍ୟନ୍ତ ତ୍ରିପୁରାକୁ ପହଞ୍ଚô ନଥିଲା ତା ପରଦିନ ଅର୍ଥାତ ମଇ ଦିନ ଝିଅର ବାପା ବଙ୍ଗୋମୁଣ୍ଡା ଥାନାରେ ଝିଅ ନିଖୋଜ ହୋଇଥିବା ସୂଚନା ଦେଲେ ୧୮ ଜୁନ, ୨୦୨୩ ଦିନ ବଙ୍ଗୋମୁଣ୍ଡା ପୋଲିସ ରାଜସ୍ଥାନ ନାଗପୁର ଜିଲ୍ଲା ତଡବାର ଗାଁରୁ ଉଦ୍ଧାର କରି ପରିବାର ଲୋକଙ୍କୁ ଝିଅକୁ ହସ୍ତାନ୍ତର କରିଥିଲେ ସଂପୃକ୍ତ ଝିଅ ସହ ବିହାର ଅଞ୍ଚଳର ଜଣେ ଯୁବତୀ ଉଦ୍ଧାର ହୋଇଥିଲେ, ଯାହାକୁ ବିଭାଗ ବିହାରରେ ଥିବା ଦ୍ୱିତୀୟ ଝିଅର ଘରକୁ ସୁରକ୍ଷିତ ପହଞ୍ଚାଇ ଦେଇଥିଲେ

ଘଟଣାଟି ଥିଲା ତ୍ରିପୁରା ଯିବାପାଇଁ ଟିଟିଲାଗଡ଼ ରେଳଷ୍ଟେସନରେ ଅପେକ୍ଷା କରିଥିବା ଝିଅଟି, ବଲାଙ୍ଗିର ଜିଲ୍ଲା ଟିକିରାପଡା ଗାଁର କଲାକାହ୍ନୁ ରତେଇ ନାମକ ଜଣେ ଯୁବକକୁ ଭେଟିଲା ଯୁବକଜଣକ ତାର ସିଲେଇ କାମରେ ଅଧିକ ଦରମା ଦିଆହେବ ତୁମଭଳି ବହୁତ ଝିଅ କାମ କରୁଛନ୍ତି ବୋଲି ମୋବାଇଲରେ ଅନେକ ଫଟୋ ଭିଡ଼ିଓ ଦେଖେଇଲା ବୋଲି ଝିଅଟି କହେ ଫଳରେ ସେ କଲାକାହ୍ନୁ ସହ ଗଲା କାମଦେବା ବଦଳରେ କଲାକାହ୍ନୁ ଝିଅଟିକୁ ଉଦ୍ଧାର ହୋଇଥିବା ଘରେ ଅଧିକ ଟଙ୍କା ନେଇ ବିକି୍ର କରିଦେଇଥିବା ଅଭିଯୋଗ ମଧ୍ୟ କଲା ବର୍ତ୍ତମାନ କଲାକାହ୍ନୁ ଜେଲରେ ଅଛି ଏହାପୂର୍ବରୁ ତା ନାମରେ ପୋକ୍ସୋ କେଶରେ ମାମଲା ଥିବା କଥା ପୋଲିସ ସୂତ୍ରରୁ ପ୍ରକାଶ ଅର୍ଥାତ କଲାକାହ୍ନୁ ଜଣେ ଅପରାଧି ପ୍ରବୃତ୍ତିର ଯୁବକ

ଦଳିତ ସଂକ୍ଷିପ୍ତ ଇତିହାସ

ଉପରୋକ୍ତ ମୃତ ଯୁବକ ବିକି୍ର ହୋଇଥିବା ଯୁବତୀ ଉଭୟେ ଦଳିତ ସମ୍ପ୍ରଦାୟର ଲୋକଲୋଚନକୁ ଆସିଥିବା ଦୁଇଟି ଘଟଣାରେ ଜଣକର ଜୀବନ ଯାଇଛି ଅନ୍ୟ ଜଣକୁ ବିକି୍ର କରାଯାଇଛି ଦଳିତ ସମ୍ପ୍ରଦାୟ ରାଜତନ୍ତ୍ର ପୂର୍ବବର୍ତ୍ତୀ ସ୍ଥିତିରେ କୌଣସି ଜାତିଭେଦର ଶିକାର ନଥିଲେ ବର୍ତ୍ତମାନ ମଧ୍ୟ ଗାଁମାନଙ୍କରେ ଯେଉଁ ଦୈବୀ ପରମ୍ପରା ଅଛି, ସେଥିରେ ଗଣା ବା ଦଳିତ ସମ୍ପ୍ରଦାୟର ମୁଖ୍ୟ ଯୋଗଦାନ ରହିଥାଏ ଏହି ସମ୍ପ୍ରଦାୟକୁ ନେଇ କହନ୍ତି; ‘ଗାଁକେ ଗଣା, ଖେତକେ ମୁଡା ଆର ଘରକେ ବୁଢ଼ା ଅର୍ଥାତ ଘରପାଇଁ ବୁଢ଼ା ଲୋକ ଜମିପାଇଁ (ମୁଡା) ଜଳସେଚନ ପାଇଁ ଜଳାଶୟର ଯେମିତି ଆବଶ୍ୟକତା ରହେ, ଗାଁ ପାଇଁ ଗଣା ପରିବାରର ଆବଶ୍ୟକତା ରହେ ଗଣା ସମ୍ପ୍ରଦାୟର ବାଜା ଦେବୀପୂଜା ଠାରୁ ପ୍ରତିଟି ପରିବାର ପାଇଁ ଆବଶ୍ୟକ ହୁଏ ଦ୍ୱିତୀୟ ମୁଖ୍ୟ କଥା ହେଲା ଏହି ସମ୍ପ୍ରଦାୟ ବୟନ ଥିଲା ମୁଖ୍ୟ ବେଉସା ଆର୍ଥିକ ସାଂସ୍କୃତିକ ଭାବେ ସମ୍ପନ୍ନ ଗୋଟିଏ ଜାତି କେଉଁ କାରଣ ଯୋଗୁଁ ଦଳିତ ହେଲେ, ଏହାର ବିଦାରକ ଇତିହାସ ଅଛି

ଗଣାବଜାର ଇତିହାସ ଓଡ଼ିଶାର ମୂଳ ସଭ୍ୟତାର ଇତିହାସ ସହ ସମାନ ବୟସର ବୁଦ୍ଧଧମ୍ମ ନିଜର ବିବର୍ତ୍ତନ ସମୟରେ ଗଣାବଜାର ଏକ ପ୍ରମୁଖ ଭୂମିକା ଥିବା ଅଧ୍ୟୟନ କହେ ଯେତେବେଳେ ଛୋଟଛୋଟ ସାମନ୍ତରାଜା ମାନଙ୍କ ଅଭୁ୍ୟଦୟ ହେଲା, ସେ ସମୟରୁ ଆର୍ଯ୍ୟ ସଂସ୍କୃତିର ଆକ୍ରମଣ ଆରମ୍ଭ ହେଲା ଏହାପରେ ସଂସ୍କୃତିର ମୂଳରେ ଥିବା ଗଣା ସମ୍ପ୍ରଦାୟଙ୍କୁ ସମାଜରୁ ଅଲଗା କରାଗଲା ବୟନ ଶିଳ୍ପକୁ ୧୯୭୦ ଦଶକ ପର୍ଯ୍ୟନ୍ତ ତାଙ୍କ ହାତରୁ ଛଡ଼େଇ ଅଣାଯାଇ ସାରିଥିଲା କୋରାପୁଟ ଇତିହାସରେ ୧୯୪୨ର କିଛି ଦସ୍ତାବେଜ କହେ ଗଣା ସମ୍ପ୍ରଦାୟକୁ ଅପରାଧିକ ସମ୍ପ୍ରଦାୟ ଭାବେ ସରକାରୀ ଘୋଷଣା କରା ଯାଇଥିଲା ଏପରିକି ସ୍ୱାଧିନ ଭାରତରେ ଗଣାବଜାର ଟିମକିଡି ବା ସିଂଗବାଜାକୁ ନିଷିଦ୍ଧ କରାଯାଇଥିଲା

ସମୟକ୍ରମରେ ଗୋଟିଏ ଜାତିକୁ ସଂସ୍କୃତିର କେନ୍ଦ୍ରରୁ ଆଣି ଗାଁ ବାହାର ପର୍ଯ୍ୟନ୍ତ ଠେଲିଦେବା ଅଚ୍ଛବ କରିଦେବା ଧାରାକୁ ଦେଖିଲେ କେତେବଡ଼ ଚକ୍ରାନ୍ତ ହୋଇନଥିବ, ତାହା ଠଉରାଇ ହୁଏ

ସ୍ୱାଧିନତା ପରବର୍ତ୍ତୀ ସମୟରେ ମଧ୍ୟ କୌଣସି ଚୋରି ପାଇଁ ଗଣାବସ୍ତିକୁ ଯାଇ ଆକ୍ରମଣ କରିବା, ଏପରିକି ବସ୍ତି ଜାଳିଦେବା ଉଦାହରଣ ସାମାନ୍ୟ ଥିଲା ଏକବିଂଶ ଶତାବ୍ଦୀରେ ମଧ୍ୟ ଏହି ଉଦାହରଣ କମ୍ ନୁହେଁ ବଲାଙ୍ଗିର ଜିଲ୍ଲାର ଲାଠୋର ଦଳିତ ବସ୍ତିକୁ ଜାନୁୟାରୀ ୨୧, ୨୦୧୨ ଦିନ ଗାଁଲୋକ ମିଶି ନିଆଁ ଲଗେଇ ଦେଇଥିଲେ ସମସ୍ତ ବସ୍ତିବାସିନ୍ଦା ବର୍ଷାଧିକ କାଳ ସ୍ଥାନୀୟ ବିଦ୍ୟାଳୟରେ ସପରିବାର ରହିଥିଲେ ଏହି ଘଟଣାରେ ଚାରୋଟି ଏତଲା ହୋଇଥିଲା ଦୁଇଟି ପୀଡ଼ିତ ଦଳିତଙ୍କ ତରଫରୁ ଏବଂ ଦୁଇଟି ଆକ୍ରାନ୍ତା ସରକାରଙ୍କ ତରଫରୁ ଦମକଳକୁ ନିଜ କାମରେ ବାଧା ଦେଇଥିବା ଅଭିଯୋଗ ଘଟଣାର ଦଶବର୍ଷ ପରେ କେବଳ ଦମକଳ ଉପରେ ଟ୍ରାଏଲ ଚାଲୁଛି

ତଦ୍ରୁପ ଦଳିତ ପରିବାରର ମହିଳାଙ୍କ ଆତ୍ମସମ୍ମାନକୁ କୌଣସି ମୂଲ୍ୟ ଦିଆଯାଏ ନାହିଁ ୨୨ ମଇ, ୨୦୧୫ ଦିନ ସ୍ନେହଲତା ଛତି୍ରଆ ହତ୍ୟାକାଣ୍ଡ ସାରାଦେଶରେ ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ ଥିଲା ସ୍ନେହଲତା ଛତି୍ରଆ ଜଣେ ଛାତ୍ରୀ ଏବଂ ସେ ମଦମୁକ୍ତି ଆନ୍ଦୋଳନର ନେତୃତ୍ୱ ନେଉଥାଏ ଏହି ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗକୁ ପ୍ରଶାସନ ଆଜି ପର୍ଯ୍ୟନ୍ତ ଅଣଦେଖା କରି ଆସୁଅଛି ୧୧ ଅଗଷ୍ଟ, ୨୦୨୧ ଦିନର ଘଟଣା ଥିଲା ବେଶ୍ ହୃଦୟ ବିଦାରକ ବରଗଡ଼ କୁଦଲା ଗାଁର ଜଣେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ କରି ଗାଁଲୋକ ଘର ଜାଳି ଦେଇଥିଲେ କାରଣ ମହିଳା ଜଣକର ଡ୍ରାଇଭର ପୁଅ ମାଲିକଙ୍କ ଝିଅସହ ଭାବ ରଖି ପରେ ଝିଅକୁ ଧରି ଫେରାର ହୋଇ ଯାଇଥିଲା କେବଳ ଉଚ୍ଚବର୍ଗର ଲୋକଙ୍କ ଦ୍ୱାରା ଦଳିତ ଅତ୍ୟାଚାର ହେଉ ନାହିଁ ନିଜେ ପ୍ରଶାସନ ମଧ୍ୟ କମ ନୁହେଁ ବରଗଡ଼ ତୋରା ଗାଁର ଗୋବିନ୍ଦ କୁମ୍ଭାର, ମେକାନିକ କାମକରି ପରିବାର ପ୍ରତିପୋଷଣ କରିଥାଏ ୨୫ ସେପ୍ଟେମ୍ବର, ୨୦୨୧ ଦିନ ରାତି ବରଗଡ଼ ପୋଲିସ ମାସେ ତଳର ଗୋଟିଏ ଚୋରି ଘଟଣାର ତଦନ୍ତ ପାଇଁ ଗୋବିନ୍ଦ କୁମ୍ଭାରନାମକ ଜଣେ ଯୁବକକୁ ଉଠେଇନେଲା ତା ପରଦିନ ରାତି ଗୋବିନ୍ଦ କୁମ୍ଭାରର ମୃତଦେହକୁ ସରକାରୀ ଡାକ୍ତରଖାନାରେ ପରିବାର ଲୋକ ଠାବକଲେ ଏହି ହାଜତ ମୃତ୍ୟୁ ଘଟଣାଉପରେ କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର ଭଳି ହେଲା

ଏହି କିଛି ମୁଖ୍ୟ ଘଟଣା ବାଦ୍ ଗୋଟିଏ ଘଟଣା ଦଳିତ ପ୍ରକରଣ ଉପରେ ଗୋଟିଏ ସ୍ପଷ୍ଟ ଦିଶା ଦେବ ବଲାଙ୍ଗିର ଜିଲ୍ଲା ଖପ୍ରାଘ୍ଲେ ବ୍ଲକର ପାଖଝରଣ ଗାଁ ଏହି ଗାଁର ଜଙ୍ଗଲ ଭୂଇଁ ଆବୋରି ଭାସ୍କର ମହାନନ୍ଦ ତାର ଭାଇ ରହନ୍ତି ଜଙ୍ଗଲ ବିଭାଗ ଗୋଟିଏ ବେସରକାରୀ ସଂସ୍ଥାର ପରୋକ୍ଷ ପ୍ରରୋଚନାରେ ଅନେକ ମାମଲା ଜଙ୍ଗଲ ବିଭାଗ ତରଫରୁ ଗାଁ ଲୋକଙ୍କ ଅସୂୟା ଭାବଯୋଗୁଁ ଦାଖଲ ହୁଏ କୁହାଯାଏ ଏକଦା ବୀତସ୍ପୃହ ବାପା ଆତ୍ମହତ୍ୟା କରିବାକୁ ଯାଉଥିବା ବେଳେ ପୋଲିସ ଦ୍ୱାରା ଉଦ୍ଧାର ହୁଏ ସେ ବିକଳରେ କହେ ନା ମତେ ବଞ୍ଚିବାକୁ ଦେଉଛନ୍ତି ନା ମରିବାକୁ! ଜଙ୍ଗଲରୁ ନିଷ୍କାସିତ ହୋଇ ତହସିଲଦାର ଦେଇଥିବା ତିନି ଡିସମିଲ ଜମିପଟ୍ଟା ସହ ଜମି ଉପରେ ସେ ତାର ଭାଇ ପ୍ରଧାନମନ୍ତ୍ରୀ ଆବାସ ଘର ତିଆରି କରନ୍ତି ତାର ଭାଇକୁ ମଧ୍ୟ ତିନି ଡିସମିଲ ପଟ୍ଟାଜମି ମିଳିଥାଏ ପରବର୍ତ୍ତୀ ଘଟଣା ଏହା ଯେ ସେହି ଗାଁର ଗୋଟିଏ ସ୍ୱୟଂସହାୟକ ଦଳ ସଂପୃକ୍ତ ଜମିରେ ସାପ୍ତାହିକ ବଜାର ବସେଇବା ପାଇଁ ଆବେଦନ କରିନ୍ତି କୋଭିଡ଼ ସମୟ ହେତୁରୁ ତାଙ୍କୁ ଅନୁମତି ଦିଆଯାଏ ନାହିଁ ଗାଁଲୋକ ନିଜ ଜିଦରେ ଅଟଳ ରହନ୍ତି ଯେ ସେଠାରେ ସାପ୍ତାହିକ ବଜାର ବସିବ ଭାସ୍କର ପୁଣି ବିତାଡ଼ିତ ହୁଏ

ସୁତରାଂ ଦଳିତକୁ ଉତ୍ପୀଡ଼ିତ କରିବା ପାଇଁ ସମାଜର ପ୍ରତିଟି କ୍ଷେତ୍ର ନିଜ ନିଜର ବଳ ପ୍ରୟୋଗ କରି ଆସୁଛନ୍ତି ଏଠାରେ ପ୍ରଶ୍ନ ଉଠେ ଅନ୍ୟ ଲୋକଙ୍କ ପ୍ରତି ମଧ୍ୟ ଏତାଦୃଶ ବ୍ୟବହାର ହୋଇଥାଏ କିନ୍ତୁ ଦଳିତ ବେଳକୁ ଏତେ ଆଲୋଚନା କାହିଁକି?

ନିଶ୍ଚିତ ଦୈବୀଦୁର୍ବିପାକକୁ ଛାଡ଼ିଦେଲେ ଯେତେ ବି ମନୁଷ୍ୟକୃତ ଦଳନ ଅଛି, ସେସବୁ ଦଳିତ ବେଳକୁ କେବଳ ଦଳିତ ବୋଲି ହିଁ ଅତ୍ୟାଚାର ସ୍ତରର କାର୍ଯ୍ୟାନୁଷ୍ଠାନ କରା ହୋଇଥାଏ ସାମନ୍ତବାଦର ଆଗମନ ଜାତିପ୍ରଥାକୁ ଉଗ୍ର କରି ସାମନ୍ତବାଦକୁ ଜୀବିତ ରଖିଥିଲା ବହୁଆୟାମି କ୍ରମ ଆକ୍ରମଣ ଗୋଟିଏ ବର୍ଗଙ୍କୁ ନିଃସ୍ୱ କରିଦେଲା ଯେପରି ଜୀବିକାର ଅପହରଣ, ସାଧାରଣ ସ୍ଥଳକୁ ବାରଣ, ବିଭିନ୍ନ ଆଳରେ ନିକୃଷ୍ଟ କାମରେ ତାଙ୍କୁ ନିୟୋଜନ ଆଦି ତାଙ୍କୁ ଅଲିଖିତ କ୍ରୀତଦାସ କରି ରଖିଲା କୌଣସି ଗାଁରେ ଦଳିତ ବସତି ସଂଖ୍ୟାଗରିଷ୍ଠ ରଖେ ନାହିଁ ଫଳତଃ ବହୁମତ ଦଳିତଙ୍କ ସପକ୍ଷରେ ଯାଇ ନଥାଏ ତେଣୁ ସଂଖ୍ୟାଗରିଷ୍ଠ କୌଣସି ଦଳିତ ଉପରେ ଆକ୍ଷେପ ଆରୋପ କଲେ ପ୍ରତିବାଦର ସ୍ୱର ଉଠେ ନାହିଁ ଶତାଧିକ ବର୍ଷର ଉତ୍ପୀଡ଼ନ ଶିକ୍ଷା ଏବଂ ଜୀବିକା କ୍ଷେତ୍ରରୁ ତାଙ୍କୁ ଅଲଗା କରି ରଖିଅଛି ଅନ୍ୟ ଜାତି ଉପରେ ହେଉଥିବା ଆକ୍ରମଣରେ ସେମାନେ ଗାଁରେ ନହେଲେ ମଧ୍ୟ ଦୂର ପରିଜନଙ୍କ ନିକଟରେ ସାମାଜିକ ସୁରକ୍ଷା ପାଇ ପାରିବେ କିନ୍ତୁ ଦଳିତଙ୍କ କ୍ଷେତ୍ରରେ ଏହି ସୁରକ୍ଷା ନାହିଁ କହିଲେ ଚଳେ ମନେ କରାଯାଉ ଭାସ୍କର ମହାନନ୍ଦ ରହୁଥିବା ଜାଗାରେ ବଜାର ବସିଲା ଏବଂ ତାର ପ୍ରଧାନମନ୍ତ୍ରୀ ଆବାସ ଘର ସ୍ୱୟଂସହାୟକ ଗୋଷ୍ଠୀର କାର୍ଯ୍ୟାଳୟ ହେଲା ଭାସ୍କର ଗାଁରେ ରହି ପାରିବ ନାହିଁ

ସେ ଯଦି ଅନ୍ୟ ଗାଁକୁ ଯିବ ତାହେଲେ ସେ ସେହିମାନଙ୍କ ନିକଟକୁ ଯିବ ଯେଉଁମାନେ ସ୍ଥାନୀୟ ଉତ୍ପୀଡ଼ନର ଶିକାର ଅଛନ୍ତି ସେମାନେ କେଉଁ ସାମାଜିକ ସୁରକ୍ଷା ଦେବେ? ଅପରନ୍ତୁ ଗାଁ ଲୋକଙ୍କ କୌଣସି ପରିଜନ କି ଜାତିର ଲୋକ ନୂଆ ଥାନରେ ନଥିବେ କିଏ କହିବ?

ଏହି କ୍ଷେତ୍ରରେ ସମ୍ବିଧାନର ସମସ୍ତ ସୁରକ୍ଷା ଅବସର ଠିକ ଭାବେ କାମ କରିପାରେ ନାହିଁ ସାମାଜିକ ସୁରକ୍ଷାର ଗୋଟିଏ ବଡ଼ ଉଦାହରଣ ଦେଶାନ୍ତର ୧୯୬୫ ମସିହାରେ ସ୍ୱଳ୍ପବୃଷ୍ଟି ହୁଏ ବଡମକାରର ସମୟ ଏହି ସମୟରେ ଦେଖାଯାଏ ସର୍ବପ୍ରଥମେ ଦଳିତ ପରିବାର ଦେଶାନ୍ତରୀ ହୁଅନ୍ତି ପଶ୍ଚିମ ଓଡ଼ିଶାର ଉତ୍ତର କ୍ଷେତ୍ରରୁ ଟାଟାନଗରକୁ ଏବଂ ଦକ୍ଷିଣ କ୍ଷେତ୍ରରୁ ଭିଲାଇକୁ ଏହି ଦୁଇ ସହରରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ହୁଏ ଜାତିଆଣ ଭାବର ଶିକାର ହେବେ ବୋଲି ରାଉରକେଲା ସହରକୁ କମ ଲୋକ କର୍ମସଂସ୍ଥାନ ପାଇଁ ଯାଆନ୍ତି ଦଳିତଙ୍କ ବ୍ୟତୀତ ଅନ୍ୟ ଜାତି ନଯିବାର କାରଣ ହେଲା ପୂର୍ବରୁ ସାମନ୍ତମାନେ ପ୍ରତିବର୍ଷ ଦଳିତ ଭଣ୍ଡାରୀ ଜାତି ରହୁଥିବା ପଡାକୁ ନିଆ ଲଗାଇ ଦେଉଥିଲେ ଅର୍ଥାତ ଗାଁଲୋକଙ୍କ ଭରସାରେ ହିଁ ସେମାନେ ଦୁଇମୁଠା ଖାଇବେ ବଡମକାର ପରେ ବଡବଡ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିଗଲା ସାମାଜିକ ବ୍ୟବସ୍ଥାରେ ଦୂରରେ ରହୁଥିବା ଦଳିତମାନଙ୍କ ଅବସ୍ଥା କଣ ହୋଇ ନଥିବ? ତେଣୁ ସେମାନେ ଦେଶାନ୍ତରୀକୁ ଦୀର୍ଘ ଉତ୍ପୀଡ଼ନର ସମାଧାନ ଭାବରେ ନେଲେ ଯାହା ପ୍ରକୃତରେ ସମୟୋପଯୋଗୀ ସମାଧାନ ହିଁ ଥିଲା ନହେଲେ ତାଙ୍କ ପ୍ରତି ଆଜି ବି ହେଉଥିବାର ଉତ୍ପୀଡ଼ନ କେଉଁ ସ୍ତରର ଥାଆନ୍ତା ଏହା ହିଁ ମଣିଷ ବେପାରର ଆଦ୍ୟକଥା; ଆଗକୁ ଯାଇ ଏହି ପଳାୟନ ଅନ୍ୟ ଜାତି ସମ୍ପ୍ରଦାୟକୁ ସଂକ୍ରମିତ ହୋଇ ହଜାର କୋଟିର ଦାଦନ ବ୍ୟବସାୟ ହୋଇଛି ଯିଏ ଦାଦନ ବିଲୋପର କାମ କରିବ ସେ ପ୍ରଥମେ ହଜାର କୋଟିର ଗୋଟିଏ ପୁଞ୍ଜିକୁ ସିଧା ସିଧା ସାମ୍ନା କରିବ ଏହି ବ୍ୟବସାୟ ହିଁ ଚୁଲିଫୁଙ୍କାର ଝିଅକୁ ନାଗପୁରରେ ବିକ୍ରୀ କରିବାର ବାଟ ଖୋଲା ରଖିଅଛି

ସମ୍ବିଧାନ ନିଜର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବାପାଇଁ ଏହି ବ୍ୟକ୍ତିଗତ ସାମୂହିକ ଅପରାଧ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଇଛି ସମାନତାର ଅଧିକାର କିନ୍ତୁ ତାହାର କାର୍ଯ୍ୟାନ୍ୱୟନ ହେଉ ନାହିଁ

ଗୋଟିଏ ଉଦାହରଣ ୨୦୧୨ ମସିହାରେ ଘଟିଥିବା ଲାଠୋର ଦଳିତବସ୍ତି ପୋଡ଼ି ଘଟଣାକୁ ଗୋଟିଏ ଦଶନ୍ଧି ବିତିଲାଣି କୋର୍ଟ ଟ୍ରାଏଲ ଏବେ ଚାଲୁଛି ତାହା ବି ମୁଖ୍ୟପ୍ରସଙ୍ଗକୁ ନେଇ ନୁହେଁ, ଦମକଳ ଅଟକା ଯାଇଥିବା ଅଭିଯୋଗ ଉପରେ ଅନ୍ୟ ପ୍ରସଙ୍ଗ କେବେ ଆସିବ? ଦ୍ୱିତୀୟ ଉଦାହରଣ ହେଲା ସ୍ନେହଲତା ଛତି୍ରଆର ଘଟଣା ମୁଖ୍ୟମନ୍ତ୍ରୀ ନିଜେ ଏହାକୁ ସିବିଆଇ ତଦନ୍ତ ପାଇଁ କହିଛନ୍ତି କିନ୍ତୁ ଆଠବର୍ଷ ପରେ ମଧ୍ୟ ସିବିଆଇ ତାର ଅନୁସନ୍ଧାନ ଆରମ୍ଭ କରିନାହିଁ ଆଇନ ତିଆରି କରିବାରେ କୌଣସି ବାଧା ନାହିଁ ତୁରନ୍ତ ତିଆରି ହୋଇ ଯାଇପାରୁଛି ସାଇବର ଆଇନକୁ ଯେତିକି ଗୁରୁତ୍ୱ ଦିଆଯାଇଛି ପୂର୍ବ ଆଇନମାନଙ୍କ ପରିଚାଳନା ପାଇଁ ପ୍ରଶାସନ ସାମର୍ଥ୍ୟ ରଖିନାହିଁ ଦେଶରେ କୋଟି ସଂଖ୍ୟାରେ କେଶ୍ ଅଦାଲତମାନଙ୍କରେ ପଡି ରହିଛି ସେହି ପଂକ୍ତିରେ ଦଳିତ ଆଦିବାସୀ ସୁରକ୍ଷା ଆଇନ ଏଟ୍ରୋସିଟି ଏଥିପାଇଁ ସ୍ୱତନ୍ତ୍ର କୋର୍ଟର ବ୍ୟବସ୍ଥା ନାହିଁ ଫଳତଃ ଅନ୍ୟ ଆଇନଙ୍କ ପଂକ୍ତିରେ ଏଟ୍ରୋସିଟି ମଧ୍ୟ ରହେ ସ୍ୱତନ୍ତ୍ର କୋର୍ଟର ବ୍ୟବସ୍ଥା ରହିଲେ ଅଭିଯୋଗମାନଙ୍କ ଶୁଣାଣୀ ମଧ୍ୟ ଶୀଘ୍ର ହୋଇପାରନ୍ତା ଯାହା କେବଳ ଦାବୀ ଆଲୋଚନାରେ ରହି ଯାଇଅଛି

ଝାରସୁଗୁଡ଼ା ସହରର ବିହାରୀଲାଲ ତନ୍ତି ଜଣେ ପ୍ରଖାତ ସ୍ୱାଧିନତା ସଂଗ୍ରାମୀ ସ୍ୱାଧିନତା ସଂଗ୍ରାମରେ ମହାତ୍ମା ଗାନ୍ଧୀ ତାଙ୍କ ଘରେ ରହିଥିଲେ ତାଙ୍କ ଯୋଗୁଁ ଝାରସୁଗୁଡ଼ା ଅଞ୍ଚଳରେ ଅସ୍ପୃଶ୍ୟତା ନିବାରଣ ଉପରେ ବହୁ ଆନ୍ଦୋଳନ ହୋଇଥିଲା ଅବଶ୍ୟ ଏହା ଗାନ୍ଧୀନୀତି ପର୍ଯ୍ୟବସିତ ଥିଲା ଦଳିତ ନିର୍ଯାତନା କ୍ଷେତ୍ରରେ ଝାରସୁଗୁଡ଼ା ଅଞ୍ଚଳ ଅନ୍ୟ ଜିଲ୍ଲା ଅପେକ୍ଷା କମ ଏହାପରେ ରାଜନୀତିକ ନେତୃତ୍ୱ ନେବାପାଇଁ କେହି ସେମିତି ଉଦାହରଣ ସୃଷ୍ଟି କରି ପାରିନାହାନ୍ତି ଦଳିତ ଏହାପରେ ଅସଂଗଠିତ ହୋଇ ସହିଛି ନହେଲେ ନିଷ୍ଫଳ ପ୍ରତିବାଦ କରିଛି ଆମ୍ବେଦକରବାଦର ପ୍ରସାର ପରେ ଅବଶ୍ୟ କ୍ଷୀପ୍ର ସୁଧାର ଆସିଥିବା ଦେଖାଯାଏ କିନ୍ତୁ ଏହି ଅସଙ୍ଗଠିତ ବହୁ ସଂଗଠନର ଉପସ୍ଥିତି ସତ୍ତ୍ୱେ କାହାକୁ ହତ୍ୟା କରାଯାଉଛି କାହାକୁ ବିକ୍ରି କରିଦିଆ ଯାଉଛି

ଆମ୍ବେଦକରବାଦକୁ ପଶ୍ଚିମ ଓଡ଼ିଶାରେ ଗ୍ରହଣ କରିବା ପୂର୍ବରୁ ସ୍ୱାଧିନତା ପରେ ସାମାଜିକ ପରିସ୍ଥିତିରେ କିଛି ସୁଧାର ଦେଖାଯାଏ ଶିକ୍ଷାର ପ୍ରସାର ଫଳରେ ଚାକିରି କରନ୍ତି, ରାଜନୀତି ବି କରନ୍ତି କିନ୍ତୁ ସାମାଜିକ ଦାୟିତ୍ୱବୋଧ ବାହାରେ ସେମାନେ ମୁଖ୍ୟଧାରାରେ ସାମିଲ ହେବାର ପ୍ରତିଯୋଗିତା କରନ୍ତି ରାଜନୀତିକ ପଦପଦବୀରେ ରହି ମଧ୍ୟ ସାମାଜିକ ଦାୟିତ୍ୱବୋଧରୁ ଦୂରେଇ ରହନ୍ତି ଅବଶ୍ୟ ବର୍ତ୍ତମାନ ସେ ସମୟ ନାହିଁ, ସାମାଜିକ ଦାୟିତ୍ୱବୋଧର ମାନସିକତାରେ ପରିବର୍ତ୍ତନ ଆସିଅଛି ସଂଖ୍ୟାଗରିଷ୍ଠ ନଥିବା ହେତୁ ରାଜନୀତିକ ପ୍ରଭାବ ନରହିଲେ ବି ସାମ୍ବିଧାନିକ ଅଧିକାରର ସଂଘର୍ଷ ହେଉଛି କିନ୍ତୁ ଏକାଧିକ ସଙ୍ଗଠନର ସ୍ୱର ଏକ ହେଇ ପାରୁନାହିଁ ଦେଖାଯାଇଛି ସମସ୍ତ ରାଜନୀତିରୁ ବାହାରେ ଯେଉଁ ହାତଗଣତି ସଙ୍ଗଠନ କାମ କରୁଛନ୍ତି ସେମାନେ ସାମାଜିକ ନ୍ୟାୟ ସାମ୍ବିଧାନିକ ନ୍ୟାୟ ଦେବାରେ ବେଶ୍ ସଫଳ ହେଉଛନ୍ତି ନୂଆପଡା ଜିଲ୍ଲାର ଦଳିତ ଅଧିକାର ମଂଚ ଦଳିତ ସମସ୍ୟାର ସଠିକ ମୂଲ୍ୟାୟନ କରି ଅନେକ ଆନ୍ଦୋଳନ କରି ସଫଳ ହୋଇଛି

ସାହିତ୍ୟ ସାମ୍ବାଦିକତା କ୍ଷେତ୍ରରେ ଘୋର ଅଭାବ ରହୁଛି ନିସାନ (ଏବେ ପ୍ରକାଶନ ବିନା କାରଣରେ ବନ୍ଦ ଅଛି), ଡେରନା, ଇଣ୍ଡିଜିନସ ଭଏସ ଆଦି ସହ କିଛି ପତ୍ରିକା ସାମୟିକ ବାହାରେ ଯାହା ସ୍ଥାନୀୟ ସମସ୍ୟା ଅପେକ୍ଷା ଗୋଟିଏ ବଡ଼ ସଂଘର୍ଷ ପାଇଁ ଦଳିତ ଆଦିବାସୀ ସମାଜକୁ ଜାଗୃତ କରୁଥିବା ଭଳି ପ୍ରତୀତ ହୁଏ ସାଧାରଣ ପାଠକ ନିଜ ପରିଧି ବ୍ୟତୀତ ବହୁରାଷ୍ଟ୍ର, ରାଷ୍ଟ୍ର ଆଦି ଉପରେ ଦୃଷ୍ଟି ଦିଏ କିନ୍ତୁ ପ୍ରକାଶନ ଏତେ ସୁଲଭ ହୋଇନାହିଁ ଯେ ଜଣେ ଦଳିତ ନିଜ ପରିଧିର ସମସ୍ୟା ଉପରେ କୌଣସି ଚର୍ଚ୍ଚା କରିବ କାରଣ ମୂଳ ସମସ୍ୟାମାନଙ୍କୁ ଜଣେ ସାଧାରଣ ଦଳିତ ତା ନିକଟରେ ହିଁ ରହିଥିବା ଦେଖେ ରାଷ୍ଟ୍ର ଆଦି ବଡ଼ବଡ଼ କଥା ତାପାଇଁ ଆଜି ବି ଅପହଂଚ,କାରଣ ସେ ହଜାରବର୍ଷ ହେଲା ସମସ୍ୟା ସହ ବଞ୍ଚି ଆସୁଅଛି

ଅଖିଳ ନାୟକଙ୍କ ଭେଦ ଯାହା ପୃଥିବୀର ସର୍ବଶ୍ରେଷ୍ଠ ଦଶଟି ଉପନ୍ୟାସ ମଧ୍ୟରେ ଆସେ, ଏହାପରେ . ବାସୁଦେବ ସୁନାନୀଙ୍କ ପରେ ଦଳିତ ସାହିତ୍ୟର ବଳିଷ୍ଠ ସ୍ୱରର ଅଭାବ ରହିଛି ଅନେକ ଲେଖୁଛନ୍ତି ଯାହାର ମୂଲ୍ୟାଙ୍କନ ଭବିଷ୍ୟତ କରିବ

ଏସବୁ ସତ୍ତ୍ୱେ ଖଲିଆପାଲି ଗୁଣନିଧି ଘଟଣା ଏବଂ ଚୁଲିଫୁଙ୍କା ଦଳିତ ଝିଅବିକ୍ରୀ ଘଟଣା କମି ନାହିଁ ଦଳିତ ଆନ୍ଦୋଳନ ଦୀର୍ଘ ଦଶନ୍ଧି ଧରି ଜମି ରହିଥିବା ଗୋଟିଏ ସାମାଜିକ ବିକୃତି ବିପକ୍ଷରେ ଆନ୍ଦୋଳନ ଅଟେ ଏଆଇ ଯୁଗରେ ଧର୍ମ ଜାତି ନାମରେ ହେଉଥିବା ହିଂସା ପ୍ରାୟୋଜିତ ପ୍ରାୟ ଅନେକ ସାମାଜିକ ବିକୃତି ଯୋଗୁଁ ତେଣୁ ଅଧିକାର ପାଇଁ ସଂଘର୍ଷର ରାସ୍ତା ଦୀର୍ଘ ଅଟେ, କିନ୍ତୁ ବିବେକପୂର୍ଣ୍ଣ ହେବା ଆବଶ୍ୟକତା ମଧ୍ୟ ରଖିଥାଏ

ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ବୁଢାପଡ଼ା ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ର କେଶବ ଜଗତ ନିକଟସ୍ଥ ବୁଢାପଡ଼ା ନାଲା (ଜୋର)ରେ ମରିଯିବା ଘଟଣା ବେଶ ପୀଡ଼ାଦାୟକ ଥିଲା ଦଳିତ ଅଧିକାର ମଞ୍ଚ ଅଧ୍ୟକ୍ଷ କମଳଚରଣ ତାଣ୍ଡିଙ୍କ ତୁରନ୍ତ ପ୍ରତିବାଦ ପରେ ଘଟଣାଟି ସମ୍ମୁଖକୁ ଆସିଲା

ଗତ ୨୧ଅଗଷ୍ଟ(୨୦୨୩)ଦିନ କେଶବ ବିଦ୍ୟାଳୟରେ ନିଜ ସହପାଠୀଙ୍କ ସହ ଖେଳୁଥିବାବେଳେ କୁକୁର ମଳ ମାଡ଼ିଦେଲା ଦଳିତ ଛାତ୍ର ସହ କୁକୁର ମଳ ଏକ ଅପବିତ୍ର ସଂଯୋଗ ହୋଇଗଲା ଉଚ୍ଚଜାତିର ଶିକ୍ଷକ ସମସ୍ତେ କେଶବକୁ ବିଦ୍ୟାଳୟ ପରିସର ବାହାରକୁ ତଡ଼ିଦେଲେ ନିକଟସ୍ଥ ଜୋରକୁ ଯାଇ ଗାଧୋଇ ସାରିଲା ପରେ ବିଦ୍ୟାଳୟକୁ ପଶିବୁ ବୋଲି କହିଲେ

ବର୍ଷା ଯୋଗୁଁ ଜୋରପାଣି ବେଗ କ୍ଷୀପ୍ର ଥାଏ କେଶବ ପାଣିରେ ଭାସିଯାଇ ମରିଗଲା ଶିକ୍ଷକ କେଶବକୁ ମୃତ୍ୟୁଦଣ୍ଡ ଦେଇ ନଥିଲେ ସତ, କିନ୍ତୁ ଦଳିତ କେଶବକୁ ସ୍ପର୍ଶଯୋଗ୍ୟ କରିବାପାଇଁ ପବିତ୍ରିକରଣ ପାଇଁ କହିଥିଲେ, ଯାହା କେଶବର ମୃତ୍ୟୁର କାରଣ ହେଲା ବିଦ୍ୟାଳୟରୁ ସମସ୍ତ ଶିକ୍ଷକ କେଶବ ଭାସିଯାଉଥିବା ଦେଖୁଥିଲେ, କିନ୍ତୁ କିଛି କରିନଥିଲେ

ଏହି ଦିନ ରାତିରେ ବୋଡେନ ଥାନାରେ ମୃତକର ବାପା ଅଭିଯୋଗ କଲେ ଜାତିଆଣ ଭେଦଭାବ ନିରୋଧ ଆଇନ, ୩୦୪ (), ୫୦୬ ଧାରାରେ ଶିକ୍ଷକମାନଙ୍କ ବିପକ୍ଷରେ ମାମଲା ରୁଜ୍ଜୁ କରାଯାଇଛି ଏବଂ ବିଭାଗ ସମସ୍ତ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି

ବର୍ତ୍ତମାନ ମଧ୍ୟ ଖଲିଆପାଲି ଚୁଲିଫୁଙ୍କା କିମ୍ବା ବୁଢ଼ାପଡ଼ା ଘଟଣା ଘଟିବାର ଅର୍ଥ ହେଉଛି ଯେ ସାମ୍ବିଧାନିକ ଚେତନା ସାଧାରଣଙ୍କ ନିକଟକୁ ଆସିନାହିଁ ଫଳତଃ ଶାସନ ପାଇଁ ଏହାର ନିରାକରଣ କରିବା ଆବଶ୍ୟକ ହୋଇପଡେ ଯେଉଁଠି ଧର୍ମ ଜାତି ମଧ୍ୟରେ ସଂଘର୍ଷକୁ ପ୍ରୋତ୍ସାହିତ କରାଯାଉଛି ସେ କ୍ଷେତ୍ରରେ ଉପରୋକ୍ତ ଘଟଣାମାନ ସ୍ପର୍ଶକାତର ହୋଇଯାଏ

Comments

0 comments

Share This Article