ସମାନ ନାଗରିକ ସଂହିତା (Uniform Civil Code)

ପ୍ରଚଳିତ ସମ୍ବିଧାନର ଧାରା ୪୪ରେ ହିଁ ଏହି ବାକ୍ୟଖଣ୍ଡଟିର ଉଲ୍ଲେଖ ହୋଇଛି ବାକ୍ୟଟି ହେଉଛି “ “The State shall endeavour to secure for the citizens a uniform civil code throught the territory of In” ଅର୍ଥାତ୍ ରାଷ୍ଟ୍ର ଉଦ୍ୟମ କରିବ ଭାରତ ସାରା ନାଗରିକଙ୍କୁ ଏକ ସମାନ ନାଗରିକ ସଂହିତା ଉପଲବ୍ଧ କରାଇବା ପାଇଁ ଏହା ଚିଠା ସମ୍ବିଧାନର ଧାରା ୩୫ରେ ଉଲ୍ଲେଖ ହୋଇଥିଲା ସ୍ମରଣ କରାଯାଇପାରେ ଯେ ତତ୍କାଳୀନ ଆଇନମନ୍ତ୍ରୀ ସମ୍ବିଧାନ ପ୍ରଣୟନ କମିଟିର ଅଧ୍ୟକ୍ଷ ଡକ୍ଟର ବି ଆର ଆମ୍ବେଦକର ଏହି ଚିଠା ସମ୍ବିଧାନକୁ ନଭେମ୍ବର ୧୯୪୮ଦିନ ସମ୍ବିଧାନ ସଭାରେ ଆଗତ କରିଥିଲେ ଏହି ଚିଠା ସମ୍ବିଧାନ ସମ୍ବିଧାନ ସଭାର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବିତରଣ କରାଯାଇଥିଲା ୧୫ ନଭେମ୍ବର ୧୯୪୮ ଦି ଧାରା ବାରି ଆଲୋଚନା ଆରମ୍ଭ ହୋଇଥିଲା ୨୩ ନଭେମ୍ବର ୧୯୪୮ ଦିନ ଧାରା ୩୫ଉପରେ ଆଲୋଚନା ଆରମ୍ଭ ହୋଇଥିଲା

Contents
ଧାରା ୩୫ରେ ସଂଶୋଧନର ପ୍ରସ୍ତାବସମାନ ନାଗରିକତା ଆଇନର ଅସମାପ୍ତ ଅଂଶସମାନ ନାଗରିକ ସଂହିତାକୁ ବିରୋଧକେ ଏମ୍ ମୁନ୍ସୀଙ୍କ ମନ୍ତବ୍ୟଏକକ ହିନ୍ଦୁ ଆଇନ ସମାନ ନାଗରିକ ସଂହିତା ପ୍ରସ୍ତୁତି ଦିଗରେ ପ୍ରଥମ ଉଦ୍ୟମହିନ୍ଦୁ ସଂହିତା ବିଧେୟକ(Hindu code bill)ହିନ୍ଦୁ ସଂହିତା ବିଧେୟକ ଅସମାପ୍ତ ରହିଲା ହିନ୍ଦୁ ସଂହିତା ବିଧେୟକକୁ ବିରୋଧହିନ୍ଦୁ ସଂହିତା ବିଧେୟକ ଅସମାପ୍ତ ରହିଲାଗୀତା ପ୍ରେସର ବିରୋଧରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ବିରୋଧଆମ୍ବେଦକରଙ୍କ ଇସ୍ତଫାHindu Codeରେ ମୁଖ୍ୟତଃ ଥିଲା କଣ?ହିନ୍ଦୁ ସଂହିତା ବିଧେୟକରୁ ୪ଟି ଆଇନହିନ୍ଦୁ ସଙ୍ଗଠନ ଗୁଡ଼ିକର ଭୂମିକାଗୁରୁ ଗୋଲୱାଲକରଙ୍କର ଅସହମତି୨୧ତମ ବିଧି କମିଶନ୨୨ତମ ବିଧି କମିଶନଭାରତୀୟ ଜନତା ପାର୍ଟିର ଭୂମିକାହିନ୍ଦୁ ରାଷ୍ଟ ପ୍ରସଙ୍ଗ      ନିର୍ବାଚନୀ ଏଜେଣ୍ଡାରେ ସମାନ ନାଗରିକ ସଂହିତା!ଉଦ୍ୟମକୁ ବିରୋଧଉପଯୁକ୍ତ ସମୟ–ଅମୃତ କାଳଉପସଂହାର

ଧାରା ୩୫ରେ ସଂଶୋଧନର ପ୍ରସ୍ତାବ

ଆଲୋଚନାରେ ଭାଗନେଇ ସଭ୍ୟ ମହମ୍ମଦ ଇସ୍ମାଇଲ ସାହେବ ଏହି ଧାରାରେ ଗୋଟିଏ ସର୍ତ୍ତ (Provison) ଯୋଡ଼ିବାର ପ୍ରସ୍ତାବ ଦେଲେ ଯାହା ଥିଲା ଏହିପରି: “ଅବଶ୍ୟ ଏହାଦ୍ୱାରା କୌଣସି ଗୋଷ୍ଠୀ, ବା ଜନ ସମ୍ପ୍ରଦାୟ ବାଧ୍ୟ ହେବନାହିଁ ତାଙ୍କର ବ୍ୟକ୍ତିଗତ ଆଇନ (personal law) ଛାଡ଼ିବାକୁ ଏକ ଭିନ୍ନ ଭାଷାରେ ସଭ୍ୟ ନଜିରୁଦ୍ଦିନ ଅହମଦ ସର୍ତ୍ତକୁ ଉଲ୍ଲେଖ କଲେ ଏହିପରି: “ଅବଶ୍ୟ କୌଣସି ସମ୍ପ୍ରଦାୟର ବ୍ୟକ୍ତିଗତ ଆଇନ ଯାହାକୁ ସ୍ଟାଚ୍ୟୁଟ ଗ୍ୟାରେଂଟି ଦେଇଛି ତାହାକୁ ସେହି ସମ୍ପ୍ରଦାୟର ପୂର୍ବ ସ୍ୱୀକୃତି ନେଇ ବଦଳାଇ ହେବ ନାହିଁ ଯାହା କେନ୍ଦ୍ର ବିଧାୟିକା ନିର୍ଦ୍ଦିଷ୍ଟ ଆଇନ ଦ୍ୱାରା ସ୍ଥିର କରିବେ ”  ସଭ୍ୟ ମହବୁବ ଅଲି ବେଗ ସାହେବ ବାହାଦୁରଙ୍କ ଭାଷାରେ ସର୍ତ୍ତ ଥିଲା ଏହିପରି: “ଅବଶ୍ୟ ଏହି ଧାରା ନାଗରିକଙ୍କର ବ୍ୟକ୍ତିଗତ ଆଇନକୁ ପ୍ରଭାବିତ କରିବ ନାହିଁ ଅର୍ଥାତ୍ ସରଳ ଭାଷାରେ, ସମାନ ନାଗରିକ ସଂହିତା ଦ୍ୱାରା ଯେଉଁ ଆଇନ ହେବ ତାହା ବାଧ୍ୟତାମୂଳକ ହେବ ନାହିଁ, ନାଗରିକର ବ୍ୟକ୍ତିଗତ ଆଇନ (personal law)କୁ ପ୍ରଭାବିତ କରିବ ନାହିଁ କହିବା ବାହୁଲ୍ୟ ଯେ ସମାନ ନାଗରିକ ସଂହିତାକୁ ନେଇ ଏକ ଆଶଙ୍କା କେତେକଙ୍କ ମନରେ ସୃଷ୍ଟି ହୋଇଥିଲା ଯେ ଏହାର ପ୍ରଚଳନ ଆରମ୍ଭ ହେଲେ ଏହା ସମସ୍ତ ନାଗରିକଙ୍କ ପାଇଁ ବାଧ୍ୟତାମୂଳକ ହେବ ଏହିପରି ଆଶଙ୍କାକୁ ଦୂର କରିବାକୁ ଯାଇ ସମ୍ବିଧାନ ପ୍ରଣେତା କମିଟିର ଅଧ୍ୟକ୍ଷ ଡକ୍ଟର ବି ଆର ଆମ୍ବେଦକର କହିଥିଲେ, “ମୁଁ ଏହି ବିଷୟରେ ସେମାନଙ୍କର ମନୋଭାବକୁ ବୁଝୁଛି କିନ୍ତୁ ମୋର ଧାରଣା ସେମାନେ ଧାରା ୩୫ରେ ଆବଶ୍ୟକତାରୁ ଅଧିକ କିଛିି ଦେଖିବା ପାଇଁ ଚେଷ୍ଟା କରୁଛନ୍ତି ଏହି ଧାରାରେ ପ୍ରସ୍ତାବ ହେଉଛି ଯେ ରାଷ୍ଟ୍ର ଏକ ନାଗରିକ ସଂହିତା (civil code) ଦେଶର ସମସ୍ତ ନାଗରିକଙ୍କ ପାଇଁ ପ୍ରସ୍ତୁତ କରିବ ଏଥିରେ କୁହାଯାଉ ନାହିଁ ଯେ ଏହି ସଂହିତା ସବୁ ନାଗରିକଙ୍କ ଉପରେ ଲାଗୁ ହେବ, ଯେହେତୁ ସେମାନେ ନାଗରିକ ଏହା ପୂର୍ଣ୍ଣତଃ ସମ୍ଭବ ଯେ ଭବିଷ୍ୟତ ସଂସଦ ଏପରି ବ୍ୟବସ୍ଥା ସଂହିତାର ପ୍ରଚଳନ ଆରମ୍ଭରେ କରିପାରେ ଯେ ଏହି ସଂହିତା ସେମାନଙ୍କ ଉପରେ ଲାଗୁ ହେବ, ଯେଉଁମାନେ ପ୍ରତିଶୃତି ଦେବେ ଯେ ସେମାନେ ଏହି ସଂହିତାକୁ ମାନିବାକୁ ପ୍ରସ୍ତୁତ ସଂହିତା ପ୍ରଚଳନର ଆଦ୍ୟକାଳରେ ଏହା ବିଶୁଦ୍ଧ ଭାବରେ ଇଚ୍ଛାକୃତ (voluntary)ହେବ ଏହା ହେଲେ ଯେଉଁ ବନ୍ଧୁମାନଙ୍କର ଆଶଙ୍କା ରହିଛି ସେ ଆଶଙ୍କା ପୁରାପୁରି ଦୂର ହୋଇପାରିବ ତେଣୁ ଅଣାଯାଇଥିବା ସଂଶୋଧନ ପ୍ରସ୍ତାବର କୌଣସି ଆବଶ୍ୟକତା ନାହିଁ, ମୁଁ ଏହାକୁ ବିରୋଧ କରୁଛି ଏତଦଦ୍ୱାରା ସଂଶୋଧନ ପ୍ରସ୍ତାବ କାଟ ଖାଇଲା

ସମାନ ନାଗରିକତା ଆଇନର ଅସମାପ୍ତ ଅଂଶ

ସଭ୍ୟ ଶ୍ରୀ ହୁସେନ ଇମାମ ପ୍ରଶ୍ନ କରିଥିଲେ: “ଭାରତ ଏକ ବିଶାଳ ଦେଶ ଯେଉଁଠି ଜନସଂଖ୍ୟାରେ ଏତେ ବିବିଧତା ଯେ ସମସ୍ତଙ୍କ ଉପରେ ଏକ ପ୍ରକାର କିଛି ଲଦିଦେବା ପ୍ରାୟ ଅସମ୍ଭବ.. ଏହିଭଳି ବିବିଧତାରେ ଭରା ଏକ ଦେଶରେ ନାଗରିକ ଆଇନରେ ଏକରୂପତା ଆଣିବା କଣ ସମ୍ଭବ?” ଏହାର ଉତ୍ତରରେ ଡକ୍ଟର ଆମ୍ବେଦକର କହୁଥିଲେ, “ମୋର ବନ୍ଧୁ ହୁସେନ ଇମାମ ସଂଶୋଧନ ପ୍ରସ୍ତାବକୁ ସମର୍ଥନ କରି ଭାରତ ଭଳି ଏକ ବିଶାଳ ଦେଶରେ ସମାନ ଆଇନ ସଂହିତା (uniform code of laws) ସମ୍ଭାବନା ଆବଶ୍ୟକତା ଉପରେ ପ୍ରଶ୍ନ କରିଛନ୍ତି ମୁଁ ସ୍ୱୀକାର କରିବି ଯେ ଏପରି ବକ୍ତବ୍ୟ ଶୁଣି ମୁଁ ଚକିତ ଏହି ସାଧାରଣ କାରଣରୁ ଯେ ଆମର ଏହି ଦେଶରେ ମାନବିକ ସମ୍ପର୍କର ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରି ସମାନ ଆଇନସଂହିତା (uniform code of laws) ଅଛି ଆମର ସାରା ଭାରତରେ ପ୍ରଚଳିତ ଏକ ସମାନ ଏବଂ ପୂର୍ଣ୍ଣର୍ ଅପରାଧ ଆଇନ (uniform and complete Criminal Code)ରହିଛି ଯେଉଁଥିରେ ଅଛି ଦଣ୍ଡ ସଂହିତା ଏବଂ ଦଣ୍ଡପ୍ରକ୍ରିୟା ସଂହିତା (Penal Code and the Criminal Procedure Code) ଆମର ଅଛି ସମ୍ପତ୍ତି ସମ୍ପର୍କିତ ସମ୍ପତ୍ତି ହସ୍ତାନ୍ତର ଆଇନ (Law of Transfer of Property), ଯାହା ସାରା ଭାରତରେ ସମାନ ଭାବରେ ଲାଗୁହେଉଛି ଆମର ସାରା ଭାରତରେ ଲାଗୁ ହେଉଥିବା ଆଲୋଚ୍ୟ ଉପକରଣ ଆଇନ (Negotiable Instruments Acts ) ଅଛି, ଏହିଭଳି ଅନେକ ଉଦାହରଣ ମୁଁ ଆଇନର ଦେଇପାରେ ଯାହା ଦର୍ଶାଇବ ଯେ ଏହି ଦେଶରେ ଅଛି ବ୍ୟବହାରିକ ଦୃଷ୍ଟିରୁ ଏକ ନାଗରିକ ବା ଦେୱାନୀ ସଂହିତା (Civil Code) ଯାହା ବିଷୟବସ୍ତୁରେ ଅଭିନ୍ନ (uniform in its content) ଏବଂ ସାରା ଦେଶପାଇଁ ପ୍ରଯୁଜ୍ୟ (applicable to the whole of the country) କେବଳ ଗୋଟିଏ ଅଂଚଳକୁ ନାଗରିକ ଆଇନ (Civil Law) ଅନ୍ତର୍ଭୁକ୍ତ କରିପାରିନାହିଁ ତାହା ହେଉଛି ବିବାହ ଉତ୍ତରାଧିକାରୀ ସମ୍ପର୍କିତ ଏହି ଛୋଟିଆ ଅଂଚଳଟିରେ ପ୍ରବେଶ ହୋଇପାରି ନାହିଁ ଯେଉଁମାନେ ଧାରା ୩୫କୁ ସମ୍ବିଧାନରେ ଅନ୍ତର୍ଭୁକ୍ତ ହେବା ଚାହୁଁଛନ୍ତି, ସେମାନେ ଏହି ବିଷୟରେ ହିଁ ପରିବର୍ତ୍ତନ ଚାହୁଁଛନ୍ତି ତେଣୁ ପ୍ରଶ୍ନ ଯେ ଆମେ ଏପରି ଉଦ୍ୟମ କରିବା ଉଚିତ କି ନୁହେଁ, ମୋତେ ଏହା ଅଯଥା ମନେ ହେଉଛି କାରଣ ଆମେ ଅନେକ ବିଷୟରେ ଆଇନ କରିଦେଇଛୁ ଯାହା ସମାନ ନାଗରିକ ସଂହିତାରେ (uniform civil code) ଅନ୍ତର୍ଭୁକ୍ତ ହେବା କଥା ଏବେ ଏହା ବହୁତ ଡେରି ହୋଇଯାଇଛି ପଚାରିବା ଯେ ଆମେ ସମାନ ନାଗରିକ ସଂହିତା (uniform civil code) କରିପାରିବୁ କି ନାହିଁ ଯେତେବେଳେ କି, ଯେପରି ଦର୍ଶାଇଛି ଆମେ ଏହା କରିସାରିଛୁ

ସମାନ ନାଗରିକ ସଂହିତାକୁ ବିରୋଧ

ସମାନ ନାଗରିକ ସଂହିତାର ଧାରା ୩୫ରେ ସଂଶୋଧନ ପାଇଁ ପ୍ରସ୍ତାବ ମୁସଲମାନ ସଦସ୍ୟମାନଙ୍କ ତରଫରୁ ଆସିବାରୁ ଧାରଣା ସୃଷ୍ଟି ହୋଇପାରେ ଯେ ସମାନ ନାଗରିକ ସଂହିତା ପ୍ରତି ବିରୋଧ କେବଳ ମୁସଲମାନଙ୍କର ହିଁ ଥିଲା ଏହି ଧାରଣାକୁ ସେହି ଆଲୋଚନା ସମୟରେ ଖଣ୍ଡନ କରିଥିଲେ ମୁସଲମାନ ସଦସ୍ୟ ବି ପୋକର ସାହେବ ବାହାଦୁର ସେ କହିଥିଲେ, “ଏହା ଭାବିବା ଉଚିତ ନୁହେଁ ଯେ ମୁଁ କେବଳ ମୁସଲମାନଙ୍କ କଥା କହୁଛି…..ମୁଁ ଏଯାବତ୍ ଅନେକ ପ୍ରତିବେଦନ ପାଇଛି ଯେଉଁଥିରେ ଏହି ବିଷୟ ଉପରେ ଅନ୍ୟ ଲୋକମାନଙ୍କର ବକ୍ତବ୍ୟ ରହିଛି ମୁଁ ସେହି ପ୍ରତିବେଦନଗୁଡିକ ସମ୍ପର୍କରେ କହୁଛି ଯାହା ମୁସଲମାନଙ୍କ ବ୍ୟତୀତ ଅନ୍ୟ ସଙ୍ଗଠନମାନଙ୍କରୁ ପାଇଛି, ହିନ୍ଦୁ ସଙ୍ଗଠନମାନଙ୍କଠାରୁ ପାଇଛି ଯେଉଁମାନେ ଏହିପରି ହସ୍ତକ୍ଷେପକୁ ସ୍ୱେଚ୍ଛାଚାରୀ (tyrannous)ବୋଲି ଅଭିହିତ କରିଛନ୍ତି ….ମୁଁ ଅନୁରୋଧ କରିବି ଯେ ଏହି ସଭା ମୋର ବକ୍ତବ୍ୟକୁ କେବଳ ମୁସଲମାନ ସମ୍ପ୍ରଦାୟର ମତ ବୋଲି ବିଚାର କରିବେ ନାହିଁ ମୁଁ ଜାଣେ ହିନ୍ଦୁ ସମ୍ପ୍ରଦାୟ ଭିତରେ ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତରାଧୀକାର ଆଇନ ଏବଂ ବିଭିନ୍ନ ବିଷୟ ସମ୍ପର୍କିତ ଆଇନକୁ ନେଇ ବେଶ ପାର୍ଥକ୍ୟ ରହିଛି ଏହି ସଭା କଣ ସେ ସବୁ ପାର୍ଥକ୍ୟକୁ ଆଡ଼େଇଦେଇ ସେମାନଙ୍କୁ ଏକା ପ୍ରକାର କରିଦେବେ?… ମୋର ନିବେଦନ ଯେ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ବିଭିନ୍ନ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଏହା ବିରୋଧରେ ବିଦ୍ରୋହ କରୁଛନ୍ତି ଏବଂ ସେମାନଙ୍କ ବିଦ୍ରୋହର ଭାଷା ମୋ ଭାଷାଠାରୁ ଆହୁରି କଠୋର

କେ ଏମ୍ ମୁନ୍ସୀଙ୍କ ମନ୍ତବ୍ୟ

ହିନ୍ଦୁ ସମ୍ପ୍ରଦାୟ ଭିତରେ ଅନେକ ଗୋଷ୍ଠୀ ସମାନ ନାଗରିକ ସଂହିତା ହେବାକୁ ବିରୋଧ କରୁଥିଲେ ସେ ସୂଚନା ସମ୍ବିଧାନ ସଭାର ହିନ୍ଦୁ ସଦସ୍ୟ କେ ଏମ୍ ମୁନ୍ସୀଙ୍କ ପାଖରେ ମଧ୍ୟ ଥିଲା ଆଲୋଚନା ସମୟରେ ସମ୍ବିଧାନ ସଭାରେ ସେ କହିଥିଲେ, “ମୁଁ ଜାଣେ ଅନେକ ହିନ୍ଦୁ ସଙ୍ଗଠନ ଅଛନ୍ତି ଯେଉଁମାନେ ଗୋଟିଏ ସମାନ ନାଗରିକ ସଂହିତା (uniform Civil Code) ଚାହାନ୍ତି ନାହିଁ କାରଣ ସେମାନେ ସେହି ମତ ପୋଷଣ କରନ୍ତି ଯାହା ପୂର୍ବେ ବକ୍ତବ୍ୟ ରଖିଥିବା ମାନ୍ୟବର ମୁସଲମାନ ସଭ୍ୟମାନେ ପୋଷଣ କରନ୍ତି ସେମାନେ ଅନୁଭବ କରନ୍ତି ଯେ ଉତ୍ତରାଧିକାର ଆଇନ ଆଦି (personal law of inheritance, succession etc) ସେମାନଙ୍କର ଧର୍ମର ଅଂଶ ଯଦି ତାହା ହୁଏ ତାହାହେଲେ ଆପଣ, ଉଦାହରଣସ୍ୱରୂପ, ମହିଳାଙ୍କୁ ସମାନତା (equality to women) ଦେଇପାରିବେ ନାହିଁ କିନ୍ତୁ ଆପଣମାନେ ଏହା ସମ୍ପର୍କରେ ମୌଳିକ ଅଧିକାର ପାରିତ କରିଛନ୍ତି, ଏକ ଧାରାରେ ଉଲ୍ଲେଖ କରାଯାଇଛି ଯେ ଲିଙ୍ଗ ଭିତ୍ତିିରେ କୌଣସି ପକ୍ଷପାତ କରାଯିବ ନାହିଁ ହିନ୍ଦୁ ଆଇନକୁ ଦେଖାଯାଉ, ମହିଳାଙ୍କ ବିରୋଧରେ ଅନେକ ପକ୍ଷପାତିତା; ଏହା ଯଦି ଅଂଶ ହୁଏ ହିନ୍ଦୁ ଧର୍ମର  ବା ହିନ୍ଦୁ ଧର୍ମୀୟ ଚଳଣିର ତାହାହେଲେ ଗୋଟିଏ ହେଲେ ଆଇନ ପାରିତ କରାଯାଇ ପାରିବ ନାହିଁ, ଯାହା ହିନ୍ଦୁ ମହିଳାର ସ୍ଥାନକୁ ହିନ୍ଦୁ ପୁରୁଷର ସ୍ଥାନ ସହ ସମାନ କରିଦେବ ତେଣୁ , କୌଣସି କାରଣ ନାହିଁ ଯେ କାହିଁକି ଏକ ନାଗରିକ ସଂହିତା ସାରା ଭାରତ ପାଇଁ ହେବ ନାହିଁ ମୁନ୍ସୀ ମହାଶୟ ଜାଣିଥିଲେ ଯେ ଯଦି ହିନ୍ଦୁମାନଙ୍କ ମଧ୍ୟରେ ପ୍ରଚଳିତ ବିଭିନ୍ନ ଆଇନକୁ ବିଲୟ କରି ଦିଆଯାଏ ସାରା ଭାରତରେ ହିନ୍ଦୁମାନଙ୍କ ପାଇଁ ଗୋଟିଏ ଆଇନର ପ୍ରଚଳନ ହୁଏ ତାହାହେଲେ ଏହି ଆଇନ ଚାଲି ଆସୁଥିବା ହିନ୍ଦୁ ଆଇନର ବିରୋଧୀତା କରିବ ସେ କହୁଥିଲେ, “ସମ୍ବିଧାନ ସଭାରେ ଆଗତ ହୋଇଥିବା ଚିଠା ହିନ୍ଦୁ ଆଇନର ଉଦାହରଣ ନିଆଯାଉ ଯଦି ଜଣେ ମନୁ ଏବଂ ଯାଜ୍ଞ୍ୟବଳକ୍ୟ ଏବଂ ତାଙ୍କଭଳି ଅନ୍ୟମାନଙ୍କୁ ଦେଖେ, ମୁଁ ଭାବୁଛି ଏହି ନୂତନ ବିଧେୟକରେ ଅନେକ ପ୍ରସ୍ତାବ ଅଛି ଯାହା ସେମାନଙ୍କର ଆଦେଶ ବା ଅନୁଜ୍ଞା (injunctions) ବିରୋଧରେ ଯିବ

ଏକକ ହିନ୍ଦୁ ଆଇନ ସମାନ ନାଗରିକ ସଂହିତା ପ୍ରସ୍ତୁତି ଦିଗରେ ପ୍ରଥମ ଉଦ୍ୟମ

ମୁନ୍ସୀ ମହାଶୟଙ୍କର ବକ୍ତବ୍ୟରୁ ସ୍ପଷ୍ଟ ଯେ ସମାନ ନାଗରିକ ସଂହିତା ଉପରେ ଆଲୋଚନା ହେବା ପୂର୍ବରୁ ହିନ୍ଦୁ ସମ୍ପ୍ରଦାୟ ଭିତରେ ଥିବା ବିଭିନ୍ନ ଗୋଷ୍ଠୀ ମଧ୍ୟରେ ପ୍ରଚଳିତ ଭିନ୍ନ ଭିନ୍ନ ଆଇନର ବିଲୟ କରି ଗୋଟିଏ ହିନ୍ଦୁ ଆଇନ କରିବାର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା ସମାନ ନାଗରିକ ସଂହିତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଯେତେବେଳେ ମୁନସୀ ମହାଶୟ, ହିନ୍ଦୁ ସମ୍ପ୍ରଦାୟ ପାଇଁ ଗୋଟିଏ ଆଇନର ପ୍ରସଙ୍ଗ ଉଲ୍ଲେଖ କରୁଛନ୍ତି ସେତେବେଳେ ଏପରି ନିଷ୍କର୍ଷ ହେବା ଅସ୍ୱାଭାବିକ ନୁହେଁ ଯେ ହିନ୍ଦୁ ସମ୍ପ୍ରଦାୟ ପାଇଁ ଗୋଟିଏ ଆଇନସାରା ଭାରତର ନାଗରିକଙ୍କ ପାଇଁ ସମାନ ନାଗରିକ ସଂହିତା ପ୍ରସ୍ତୁତି ଦିଗରେ ପ୍ରଥମ ଉଦ୍ୟମ ଥିଲା

କୁହାଯାଏ,“ନେହେରୁ ଏବଂ ତାଙ୍କର ସମର୍ଥକମାନଙ୍କର ଗୁରୁତ୍ୱ ଥିଲା ଅବଶିଷ୍ଟ ଭାରତକୁ ଏକାଠି କରିବା ପୂର୍ବରୁ ପ୍ରଥମେ ହିନ୍ଦୁ ସମ୍ପ୍ରଦାୟକୁ ଏକାଠି କରିବାକୁ ହେବ କାରଣ ସେମାନଙ୍କର ଅନୁପାତ ଭାରତ ଜନସଂଖ୍ୟାର ୮୦ପ୍ରତିଶତ ତେଣୁ ହିନ୍ଦୁ ବ୍ୟକ୍ତିଗତ ଆଇନ (personal law)କୁ ବିଧିବଦ୍ଧ କରିବା (Codification) ହେଲା ଭାରତୀୟ ଜାତୀୟ ପରିଚିତି ସୃଷ୍ଟି ଦିଗରେ ଏକ ପ୍ରତୀକାତ୍ମକ ଆରମ୍ଭ ନେହେରୁ ଅନୁଭବ କରିଥିଲେ ଯେ ଯେହେତୁ ସେ ନିଜେ ହିନ୍ଦୁ, ତାଙ୍କର ହିଁ ବିଶେଷ ଅଧିକାର ରହିଛି ହିନ୍ଦୁ ଆଇନକୁ ବିଧିବଦ୍ଧ କରିବାର, ମୁସଲମାନ ବା ୟୁହୁଦୀମାନଙ୍କ ଆଇନକୁ ବିଧିବଦ୍ଧ କରିବା ଅପେକ୍ଷା ”  ତେବେ ‘Codification ଦୁଇଟି ଉଦେଶ୍ୟ ଥିଲା, ପ୍ରଥମ ହିନ୍ଦୁ ମହିଳାଙ୍କର ଅଧିକାର ମର୍ଯ୍ୟାଦାକୁ ଉପରକୁ ଉଠାଇବା, ଦ୍ୱିତୀୟ ହେଉଛି ଜାତିଗତ ବିଭାଜନ ବୈଷମ୍ୟକୁ ଦୂର କରିବା

ହିନ୍ଦୁ ସଂହିତା ବିଧେୟକ(Hindu code bill)

୧୧ ଏପ୍ରିଲ ୧୯୪୭ ଦିନ ଡକ୍ଟର ଆମ୍ବେଦକର ହିନ୍ଦୁ ସଂହିତା ବିଧେୟକ (Hindu code bill)  ସମ୍ବିଧାନ ସଭାରେ ଆଗତ କଲେ୪ ୧୭ ନଭେମ୍ବର ୧୯୪୭ ଦିନ ଏହା ଉପରେ ଆଲୋଚନା ଆରମ୍ଭ ହେଲା ଏପ୍ରିଲ ୧୯୪୮ଯାଏ ଚାଲିଲା ଏହା ପରେ ବିଧେୟକଟିକୁ Select Committeeକୁ ପଠାଇ ଦିଆଗଲା Select Committe ନିକଟରୁ ଚିଠା ଫେରିବା ପରେ ୧୧ ଫେବୃଆରୀ ୧୯୪୯ Hindu Code ବିଷୟରେ ଆଲୋଚନା ଆରମ୍ଭ ହୋଇ ୧୪ ଡିସେମ୍ବର ୧୯୫୦ ଯାଏ ଚାଲିଥିଲା କିନ୍ତୁ ଏହି ଆଲୋଚନା ସେହି ଅଧିବେଶନରେ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ ଆଗାମୀ ଅଧିବେଶନ ଯାଏ ସ୍ଥଗିତ ରଖିବାର ପ୍ରସ୍ତାବ ଆସିଲା ପ୍ରଧାନମନ୍ତ୍ରୀ ନେହେରୁଙ୍କ ଭାଷାରେ୪(ପୃ ୭୮୨), “ସମସ୍ତେ ଅନୁଭବ କରୁଛନ୍ତି ଯେ ଏହି ବିଷୟ ଉପରେ ବିଚାର ପାଇଁ ଅଧିକ ସମୟର ଆବଶ୍ୟକତା ରହିଛି ତେଣୁ ଆମେ ସ୍ଥିର କରିଛୁ ଗୃହକୁ ପରାମର୍ଶ ଦେବାକୁ ଯେ ଧାରା ବାରି (clause by clause) ଆଲୋଚନା ପରେ କରାଯାଇପାରେ ପଣ୍ଡିତ ମଦନମୋହନ ମାଲବ୍ୟ କହୁଥିଲେ(ପୃ ୭୮୩), “ଆମେ ଜାଣୁ ଯେ ଏହି ବିଷୟ ଉପରେ ବେଶ୍ ଜୋରଦାର ମତ ପାର୍ଥକ୍ୟ ରହିଛି, ଗୃହର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ତୀବ୍ର ମତପାର୍ଥକ୍ୟ ରହିଛି ଆମର ପ୍ରଧାନମନ୍ତ୍ରୀ ବ୍ୟବହାରିକ ମତ ଦେଇଛନ୍ତି, ଯାହା ଆମେ ସବୁବେଳେ ଆଶା କରିଥାଉ; ସେ ଆମକୁ କହିଛନ୍ତି ଯେ ଏହା ଏକ ବିବାଦାସ୍ପଦ ବିଷୟ ହୋଇଥିବାରୁ ବିଚାର ପାଇଁ ଅଧିକ ସମୟ ଦିଆଯିବା ଉଚିତ ମୋର ତେଣୁ ଅନୁରୋଧ, ଯେହେତୁ ଏହି ବିଷୟଟି ଉପରେ ଆଲୋଚନା ସ୍ଥଗିତ ରହିବ, ଯେହେତୁ ଏହାର କୌଣସି ଧାରା ଇତ୍ୟାଦି ଉପରେ ଆଲୋଚନା ଦ୍ୱାରା କୌଣସି ଉଦେଶ୍ୟ  ସାଧିତ ହେବ ନାହିଁ, ଏବଂ ଯେହେତୁ Hindu Codeକୁ ଆଇନରେ ପରିବର୍ତିତ କରିବାର ପ୍ରକ୍ରିୟା (enactment)କୁ କୌଣସି ଉପାୟରେ ଆଗେଇ ନେଇ ହେବ ନାହିଁ, ବର୍ତ୍ତମାନ ଯେଉଁ ସ୍ଥିତିରେ ଆଲୋଚନା ରହିଛି ସେଇଠାରେ ତାହାକୁ ଛାଡ଼ି ଏହାକୁ ସ୍ଥଗିତ ରଖାଯାଉ ସ୍ୱାଭାବିକ ଏହି ଆଲୋଚନାର ଗତି ଏପରି ଦେଖି ବାଚସ୍ପତି ମହୋଦୟ କହିଥିଲେ, “ଏହିଠାରେ ବିଷୟଟିକୁ ସମାପ୍ତ କରାଗଲା ଏବଂ ଏହା ଉପରେ ଆଉ କୌଣସି ଆଲୋଚନା ହେବ ନାହିଁ ” (“The matter is closed and there can be no further discussion”) ଆଲୋଚନାର ଗତି ବୋଧହୁଏ ଆମ୍ବେଦକରଙ୍କୁ ଅସନ୍ତୁଷ୍ଟ କରି ଦେଇଥିଲା ତା ନହେଲେ ଗୋଟିଏ ଅବସ୍ଥାରେ କାହିଁକି କହୁଥାନ୍ତେ(ପୃ ୭୮୧), “ମୁଁ ପ୍ରସ୍ତୁତ ହିନ୍ଦୁ କୋଡ ବିଲକୁ ସରକାରୀ ଏଜେଣ୍ଡାର ସବା ତଳେ ରଖିବାକୁ ”(“ I am prepared to put the Hindu Code Bill at the bottom of Government’s agenda”)

ହିନ୍ଦୁ ସଂହିତା ବିଧେୟକ ଅସମାପ୍ତ ରହିଲା 

ତେବେ ସଂସଦର ପରବର୍ତ୍ତୀ ଅଧିବେଶନରେ ୧୭ ସେପ୍ଟମ୍ବର ୧୯୫୧ ଦିନ ଧାରା ବାରି (clause by clause)ବିଚାର ପାଇଁ ଗ୍ରହଣ କରାଗଲା ଏହି ଆଲୋଚନାର ଅଗ୍ରଗତି ସମ୍ପର୍କରେ ସୂଚନା ମିଳେ ଯେତେବେଳେ ଆମ୍ବେଦକର କୁହନ୍ତି(ପୃ ୧୩୨୩୨୫), “ଆଲୋଚନା ଯେତେବେଳେ ଚାଲୁଥାଏ, ସେତେବେଳେ ପ୍ରଧାନମନ୍ତ୍ରୀ ଏକ ନୂତନ ପ୍ରସ୍ତାବ ରଖିଥିଲେ ଯେ ସମ୍ପୂର୍ଣ୍ଣ ବିଧେୟକକୁ ବିଚାର କରିବା ପାଇଁ ଉପଲବ୍ଧ ସମୟ ଯଥେଷ୍ଟ ହେଉ ନଥିବାରୁ ସମ୍ପୂର୍ଣ୍ଣ ବିଧେୟକଟି ଅକାମୀ ହୋଇଯିବା ଅପେକ୍ଷା ଏହାର ଗୋଟିଏ ଅଂଶକୁ ଆଇନ କରାଯାଉ ଏହା ମୋତେ ବେଶ ମୋଡି (wrentch) ପକାଇ ଥିଲା (It was a great wrentch to me), ମୋ ପାଇଁ ବେଶ୍ କଷ୍ଟଦାୟକ ଥିଲା କିନ୍ତୁ ମୁଁ ରାଜିହେଲି, କାରଣ  କଥାରେ ପରା ଅଛିପୁରାଟାକୁ ହରାଇବା ଅପେକ୍ଷା ଏହାର କିଛି ଅଂଶକୁ ରକ୍ଷାକରିବା ଭଲପ୍ରଧାନମନ୍ତ୍ରୀଙ୍କର ପରାମର୍ଶ ଥିଲା ଯେ ଆମେ Marriage and Divorce ଅଂଶଟିକୁ ହିଁ ବାଛିବା ବିଧେୟକକୁ ଏହିଭଳି ତାର ଖଣ୍ଡିତ ରୂପରେ ଆଲୋଚନା କରାଗଲା ଦିନେ ଦୁଇଦିନ ଯାଇଛି କି ନାହିଁ ପ୍ରଧାନମନ୍ତ୍ରୀ ଆଉ ଏକ ପ୍ରସ୍ତାବ ଆଣିଲେ, ସମ୍ପୂର୍ଣ୍ଣ ବିଧେୟକକୁ, ଏପରିକି Marriage and Divorce ଅଂଶଟି ସହିତ ଆଲୋଚନାରୁ ବାଦ୍ ଦେବା ଏହା ମୋ ପାଇଁ ବିରାଟ ଆଘାତଦାୟୀ ଥିଲାବିନା ମେଘରେ ବଜ୍ରପାତ (a bolt from the blue)! ମୁଁ ହତବାକ୍ ହୋଇଗଲି ଏବଂ କିଛି କହିପାରିଲି ନାହିଁ ମୁଁ ପ୍ରସ୍ତୁତ ନଥିଲି ଗ୍ରହଣ କରିବାପାଇଁ ଯେ ସମୟ ଅଭାବରୁ ଖଣ୍ଡିତ ବିଧେୟକଟିକୁ ମଧ୍ୟ ଆଲୋଚନାରୁ ବାଦ ଦିଆଗଲା.. ଏହା କୁହାଯାଉଛି ଯେ ବିଧେୟକଟି ଉପରେ ଆଲୋଚନା ବନ୍ଦ କରାଗଲା କାରଣ ବିରୋଧ ଖୁବ ଶକ୍ତିଶାଳୀ ଥିଲା (It has been said that the Bill had to be dropped because the Opposition was strong).. ତେଣୁ ମୁଁ ଏହା ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହେଁ ଯେ ବିଧେୟକକୁ ପରିତ୍ୟାଗ କରାଗଲା କାରଣ ସମୟର ଅଭାବ ଥିଲା (I was, therefore, quite unable to accept the Prime Minister’s decision to abandon the Bill on the ground of time)

ହିନ୍ଦୁ ସଂହିତା ବିଧେୟକକୁ ବିରୋଧ

ବିଧେୟକକୁ ବିରୋଧ ଥିଲା ଏପରିକି ନେହେରୁଙ୍କ ମନ୍ତ୍ରିମଣ୍ଡଳରେ ଆମ୍ବେଦକର କହୁଥିଲେ(ପୃ ୧୩୨୪), “ସଂସଦୀୟ ବ୍ୟାପାର ମନ୍ତ୍ରୀ ଯିଏ କି ଏହି ବିଧେୟକ ସମ୍ପର୍କରେ ମୁଖ୍ୟ ଛାଟିଆ ଭୂମିକାରେ ଥିଲେ, ତାଙ୍କ କାର୍ଯ୍ୟକଳାପ, ଅତି କମ୍ରେ କହିଲେ, ଅତି ଅସ୍ୱାଭାବିକ ଥିଲା ସେ ଏହି ବିଧେୟକର ମାରାତ୍ମକ ବିରୋଧୀ ଥିଲେ ତକ୍ରାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କର ମଧ୍ୟ ବିରୋଧ ଥିଲା  

ରାଷ୍ଟ୍ରପତି ହେବା ପୂର୍ବରୁ ସମ୍ବିଧାନ ସଭାର ସଭାପତି ଥିବା ସମୟରେ ରାଜେନ୍ଦ୍ର ପ୍ରସାଦ ଏହି ବିଧେୟକ ବିରୁଦ୍ଧରେ ଥିଲେ ଏପରି ବିରୋଧ ସମ୍ପର୍କରେ ରାମଚନ୍ଦ୍ର ଗୁହା ଲେଖନ୍ତି(ପୃ ୨୨୭), “ଜୁନ ୧୯୪୮ରେ, Select Committee ଗଠନ ହେବାର  ଅଳ୍ପ କିଛିସମୟ ପରେ, ପ୍ରସାଦ ପ୍ରଧାନମନ୍ତ୍ରୀଙ୍କୁ ଚେତାଇ ଦେଇଥିଲେ ଯେ ପାରିବାରିକ ଆଇନରେ (personal law) ‘ମୌଳିକ ପରିବର୍ତ୍ତନ’ (basic changes’) ଆଣିବା ଅର୍ଥ ସମୁଦାୟ ହିନ୍ଦୁ ସମ୍ପ୍ରଦାୟ ଉପରେଅତି କ୍ଷୁଦ୍ର ସଂଖ୍ୟାଲଘୁ’ (‘microscopic minority’)ଙ୍କରପ୍ରଗତିଶୀଳ ଧାରଣାକୁ ଲଦି ଦେବା ଯେତେବେଳେ ନେହେରୁ ଜଣାଇଲେ ଯେ ସମୁଦାୟ ମନ୍ତ୍ରିମଣ୍ଡଳ ଏହି ବିଧେୟକ ସପକ୍ଷରେ ବ୍ୟକ୍ତିଗତ ଭାବରେ ସେ ଏହି ବିଧେୟକରେ ଥିବା ସାଧାରଣ ନୀତି ନିୟମକୁ ସମର୍ଥନ କରନ୍ତି ଏହାକୁ ବର୍ତ୍ତମାନ ଅନାବଶ୍ୟକ କହି ପରିତ୍ୟାଗ କରିବା କଂଗ୍ରେସ ପ୍ରତିକ୍ରିୟାଶୀଳ ଏବଂ ଅତ୍ୟନ୍ତ ରକ୍ଷଣଶୀଳ ସଂଗଠନ ବୋଲି କେବଳ ସନ୍ଦେହ ସୃଷ୍ଟି କରିବ ନାହିଁ, ଏହାଦ୍ୱାରା ଭାରତ ବାହାରେ ବିଦେଶୀଙ୍କ ମଧ୍ୟରେ ସଠିକ ସମ୍ବାଦ ଯିବ ନାହିଁ ସେତେବେଳେ ପ୍ରସାଦଙ୍କର ଉତ୍ତର ଥିଲା ବିଶାଳ ହିନ୍ଦୁଗୋଷ୍ଠୀର ମତ ବିଦେଶୀଙ୍କର ମତଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ପ୍ରସାଦ ତାଙ୍କର ପ୍ରତିକ୍ରିୟାକୁ ଲିଖିତ ଆକାରରେ ନେହେରୁଙ୍କୁ ଜଣାଇବା ପାଇଁ ଏକ ଚିଠା ପ୍ରସ୍ତୁତ କରିଥିଲେ କିନ୍ତୁ ସେ ଏହାକୁ ପଠାଇ ନଥିଲେ ଯାହାର କାରଣର ସୂଚନା ଦେଇ ରାମଚନ୍ଦ୍ର ଗୁହା ଲେଖନ୍ତି(ପୃ ୨୨୭), “ଭାଗ୍ୟକୁ ନେହେରୁଙ୍କୁ ଚିଠି ପଠାଇବା ପୂର୍ବରୁ ପ୍ରସାଦ ବଲ୍ଲଭଭାଇ ପଟେଲଙ୍କ ସହ ପରାମର୍ଶ କରିଥିଲେ ସେ ସମୟଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ତାହା ଥିଲା ଡିସେମ୍ବର ୧୯୪୯ ଏବଂ କଂଗ୍ରେସ ଭାରତର ପ୍ରଥମ ରାଷ୍ଟ୍ରପତି ବାଛିବାକୁ ଥିଲା ସେହି ତାଲିକାରୁ ଯେଉଁଥିରେ ଥିଲେ ରାଜେନ୍ଦ୍ର ପ୍ରସାଦ ଏବଂ ସି ରାଜଗୋପାଳାଚାରୀ ଏହି ସ୍ଥିତିକୁ ଦୃଷ୍ଟିରେ ରଖି ପଟେଲ ପ୍ରସାଦଙ୍କୁ ପରାମର୍ଶ ଦେଲେ ହିନ୍ଦୁ କୋଡ ବିରୋଧରେ ତାଙ୍କର ଚିଠିକୁ ପ୍ରଧାନମନ୍ତ୍ରୀଙ୍କ ପଠାଇବାକୁ, ଆଶଙ୍କା କରିଥଲେ ଥିଲା ଯେଏହାଦ୍ୱାରା ଯଦି ଦଳ ଭିତରେ ତୁମର ସ୍ଥିତିରେ କିଛି ହାନି ହୁଏ ପ୍ରସାଦ ନୀରବ ରହିଥିଲେ ଗଣତନ୍ତ୍ର ଭାରତର ପ୍ରଥମ ରାଷ୍ଟ୍ରପତିଭାବେ ନିର୍ବାଚିତ ହୋଇଥିଲେ ରାଷ୍ଟ୍ରପତି ହେବାପରେ ରାଜେନ୍ଦ୍ର ପ୍ରସାଦଙ୍କ ବିରୋଧ ଅବ୍ୟାହତ ରହିଥିଲା

ହିନ୍ଦୁ ସଂହିତା ବିଧେୟକ ଅସମାପ୍ତ ରହିଲା

Hindu Code ଧାରା ବାରି ଆଲୋଚନା ଆରମ୍ଭ ହେବାର ମାତ୍ର ୨ଦିନ ପୂର୍ବରୁ (୧୫ ସେପ୍ଟେମ୍ବର ୧୯୫୧) ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ବିଧେୟକକୁଅତି ପକ୍ଷପାତୀ”(“highly discriminatory”) ବୋଲି ଅଭିଯୋଗ କରିଥିଲେ, କାରଣ ଏହାର ପ୍ରୟୋଗ କେବଳ ଗୋଟିଏ ସମ୍ପ୍ରଦାୟ, ହିନ୍ଦୁଙ୍କ କ୍ଷେତ୍ରରେ ହେବ ବିବାହ ସମ୍ପତ୍ତିକୁ ନେଇ ସମାନ ଆଇନ ସବୁ ଭାରତୀୟଙ୍କ ପାଇଁ ହେଉ, ତା ହେଲେ ବିଭିନ୍ନ ସମ୍ପ୍ରଦାୟରେ ଯେଉଁ ପାରମ୍ପରିକ ଆଇନ ରହିଛି ସେଥିରେ ହସ୍ତକ୍ଷେପ କରାନଯାଉ ଏହି ବିରୋଧ ନେହେରୁଙ୍କୁ ସେ ଏକ ପତ୍ର ଜରିଆରେ ଜଣାଇଥିଲେ ଏହା ସହିତ ମଧ୍ୟ ଲେଖିଥିଲେ(ପୃ ୨୩୧) “ମୁଁ ସଂସଦରେ ଏହି ବିଧେୟକ ସମ୍ପର୍କରେ ଯେଉଁ ଆଲୋଚନା ହେଉଛି ତାହା ଉପରେ ଦୈନିକ ନଜର ରଖିଛି ଏହା ସତ୍ତ୍ୱେ ଯଦି ବିଧେୟକ ପାରିତ ହୋଇ ଯାଏ, ତାହହେଲେ ମୁଁ ଏହାର ପରୀକ୍ଷା କରିବି, “ଏହାକୁ ସ୍ୱୀକୃତି ଦେବା ପୂର୍ବରୁ” (“before giving assent to it”)  ସେ ମଧ୍ୟ ପ୍ରଶ୍ନ କରିଥିଲେ ସଂସଦର ଅଧିକାରକୁ -“ଏପରି ମୌଳିକ ଆଇନ କରିବା ପାଇଁ” “not competent to enact a measure of such a fundamental nature”  କାରଣ ସେତେବେଳକାର ସଂସଦର ଗଠନର ଆଧାର ଥିଲା “restricted franchise”, ସମ୍ବିଧାନରେ ପ୍ରତିଶୃତ adult franchise ନୁହଁ ନେହେରୁ ରାଷ୍ଟ୍ରପତିଙ୍କୁ ଉତ୍ତରରେ ସେହିଦିନ ହିଁ ଲେଖିଥିଲେ ଯେ ଏହି ବିଧେୟକ ସପକ୍ଷରେ ଏକ ବ୍ୟାପକ ଜନମତ ରହିଛି (“a very wide wide spread opinion ”) ରହିଛି ସବୁ ପତ୍ରାଳାପ ପ୍ରାୟ ଗୋପନୀୟ ଥିଲା କିନ୍ତୁ ରାଷ୍ଟ୍ରପତିଙ୍କର ବିରୋଧ ନେହେରୁଙ୍କୁ ବିଚଳିତ କରୁଥିଲା ଯଦିଓ ଆଇନଜ୍ଞମାନଙ୍କର ପରାମର୍ଶ ଥିଲା ଯେ ଶେଷରେ ରାଷ୍ଟ୍ରପତି ମନ୍ତ୍ରିମଣ୍ଡଳର ସୁପାରିଶ ମାନିବାକୁ ବାଧ୍ୟ, ତଥାପି ନେହେରୁ ରାଷ୍ଟ୍ରପତିଙ୍କ ସହ ଏହି ପ୍ରସଙ୍ଗକୁ ନେଇ ବିବାଦରେ ପଶିବାକୁ ଚାହିଁଲେ ନାହିଁ ବରଂ ଏହି ବିଧେୟକକୁ ଆଉ ଆଗକୁ ନେବା ଉଚିତ ମନେକଲେ ସେ ସମୟକୁ ଦେଖିଲେ, ସ୍ୱାଧୀନତାର ଆଦ୍ୟକାଳ, ନୂତନ ସମ୍ବିଧାନ ହେବା ବର୍ଷେ ହୋଇନାହିଁ, ସାମାଜିକ ପରିବେଶରେ ସାମ୍ପ୍ରଦାୟିକତା ଦୁର୍ଗନ୍ଧ ଯାଇନାହିଁ, ବୋଧହୁଏ ନେହେରୁଙ୍କର ନିଷ୍ପତ୍ତି ସଠିକ ଥିଲା ବୋଲି କୁହାଯାଇ ପାରେ ଯଦିଓ ଏହା ଆମ୍ବେଦକରଙ୍କ ପାଇଁ ବେଶ୍ ଦୁଃଖଦ ଥିଲା

ଗୀତା ପ୍ରେସର ବିରୋଧ

ରାଜେନ୍ଦ୍ର ପ୍ରସାଦଙ୍କ ବକ୍ତବ୍ୟ ଯେ ସଂଖ୍ୟାଗରିଷ୍ଠ ହିନ୍ଦୁ ଏହି ବିଧେୟକ ବିରୁଦ୍ଧରେ ଅଛନ୍ତି ବୋଲି ଯେତେବେଳେ କହୁଥିଲେ (ଜୁନ ୧୯୪୮)ପ୍ରାୟ ସେହି ସମୟରେ ଗୋରଖପୁର ଗୀତା ପ୍ରେସରୁ ପ୍ରକାଶିତକଲ୍ୟାଣ ଜୁନ ୧୯୪୮ ସଂଖ୍ୟାରେ ଏକ ନିବନ୍ଧ ପ୍ରକାଶ ପାଇଲା୬ ଯାହାର ଶୀର୍ଷକ ଥିଲାହିନ୍ଦୁ କୋଡ: ହିନ୍ଦୁ ସଂସ୍କୃତି କେ ବିନାଶକା ଆୟୋଜନଜୁଲାଇ ୧୯୪୮ସଂଖ୍ୟାରେ ପ୍ରକାଶ କରାଗଲା ଏକ ଡାକରା– ‘ହିନ୍ଦୁ କୋଡ: ବିରୋଧ ମେଁ ସଭା କିଜିଏ, ତାର ପତ୍ର ଭେଜିଏ’; ଅଗଷ୍ଟ୧୯୪୮ ସଂଖ୍ୟାରେ ପ୍ରକାଶ କରାଗଲା ଏକ ନିବନ୍ଧ-‘ହିନ୍ଦୁ କୋଡ ବିଲ କା ବିରୋଧହିନ୍ଦୁ କୋଡ ବିରୋଧୀ ଅଭିଯାନରେ ଥିବା ଗୀତା ପ୍ରେସରକଲ୍ୟାଣପତ୍ରିକାର ଯୁକ୍ତି ଥିଲା ଯେପ୍ରସ୍ତାବିତ ବିଧାନ ସେହିମାନଙ୍କର କାମ ଯେଉଁମାନେ ଶାସ୍ତ୍ର ସମ୍ପର୍କରେ କିଛି ଜାଣନ୍ତି ନାହିଁ କିନ୍ତୁ ସେମାନେ ପଶ୍ଚିମ ସଭ୍ୟତାର ଦୈହିକ ଆବଶ୍ୟକତା ଉପରେ ଗୁରୁତ୍ୱ ଦ୍ୱାରା ଏପରି ପ୍ରଭାବିତ ଯେ ସେମାନେ ହିନ୍ଦୁ ଜାତିକୁ ଧ୍ୱଂସ କରିବାକୁ ବାହାରିଛନ୍ତି କାରଣ “Hindu code” ସମାଜରେ ଜାତି ଲିଙ୍ଗ ସମାନତା (caste and gender equality) ଆଣିବ ଏବଂକଲ୍ୟାଣ ଯୁକ୍ତି ଥିଲା, “ଯଦି ସମାନତା ପଶ୍ଚିମ ସମାଜରେ ସୁଖ ଆଣିଛି, ତାହାହେଲେ କାହିଁକି ଅବିବାହିତ ମହିଳାଙ୍କ ସଂଖ୍ୟା ଏତେ ବେଶୀ, କାହିଁକି ଏତେ ଗର୍ଭପାତ, କାହିଁକି ବିବାହବିଚ୍ଛେଦରେ ବୃଦ୍ଧି? ନିଜର ସମ୍ମାନ ପବିତ୍ରତାକୁ ବେଖାତିର କରି ମହିଳା ହୋଟେଲରେ, ଦୋକାନରେ କାର୍ଯ୍ୟ କରିବା ଦର୍ଶାଉଛି ପଶ୍ଚିମସଭ୍ୟତା ମହିଳାଙ୍କ ପ୍ରତି ଅଭିଶାପ ଆମର ଋଷି, ମୁନୀଙ୍କ ଦ୍ୱାରା ଯେଉଁ ବ୍ୟବସ୍ଥା ଭାରତୀୟ ମହିଳାଙ୍କର ଘରେ ସମାଜରେ ରହିବା ପାଇଁ ଗଢ଼ା ଯାଇଛି, ତାହା ସେମାନଙ୍କର ଜ୍ଞାନ ଉପରେ ପର୍ଯ୍ୟବସିତ କିନ୍ତୁ ଏତିକି ଯଥେଷ୍ଟ ଥିଲା, ମୁସଲମାନ କଥାଟା ଆଣିଲେ ଯେପରି ବିରୋଧ ଅସମ୍ପୂର୍ଣ୍ଣ ରହିଯିବ! ଗୀତା ପ୍ରେସ ଉପରେ ରଚିତ ପୁସ୍ତକ Gita Press And The Making of Hindu India ଲେଖକ ସାମ୍ବାଦିକ ଅକ୍ଷୟ ମୁକୁଳ ଲେଖନ୍ତି(ପୃ ୨୬୧), “ଗୀତା ପ୍ରେସର ହୃଦବୋଧ ହୋଇଥିଲା ଯେ Hindu Code Billକୁ ବିରୋଧ ରକ୍ଷଣଶୀଳ ସମାଜରେ ଅଧିକ କମ୍ପନ ସୃଷ୍ଟି କରିବ ଯଦି ଏହାକୁ ହିନ୍ଦୁମୁସଲମାନ ପ୍ରିଜମ୍ ଦେଇ ଉପସ୍ଥାପିତ କରାଯାଏକୁହାଯାଏ ଯେ ଏହି ବିଧାନ ମୁସଲମାନଙ୍କ ଦ୍ୱାରା ତାଙ୍କ ଇଲାକା ଉପରେ ଆକ୍ରମଣ ଯେପରି, ବିଧେୟକରେ ରହିଛି ଝିଅ ତା ବାପାଙ୍କ ସମ୍ପତ୍ତିରେ ଅଧିକାର ପାଇବ ଯାହା ସିଧାସଳଖ ମୁସ୍ଲିମ ଆଇନରୁ ଉଠାଯାଇଛି …..ପୁଣି ଏକ ଭୟ ସୃଷ୍ଟି କରାଗଲା ଯେ ୧୬ ବର୍ଷ ବା ତାଠାରୁ ଅଧିକ ବୟସର ଝିଅଙ୍କୁ ଯେ କୌଣସି ଯୁବକକୁ ବିବାହ କରିବାର ସ୍ୱାଧୀନତାର ପରିଣତି ହୋଇପାରେ ସେମାନେ ମୁସଲମାନ ଯୁବକଙ୍କୁ ବିବାହ କରିବେ   “ଉଲ୍ଲେଖଯୋଗ୍ୟ ଯେ ଯେତେବେଳେ Hindu Code Bill  ଉପରେ ସମ୍ବିଧାନ ସଭାରେ ଆଲୋଚନା ହେଉଥିଲା ସେତେବେଳେ ଜଣେ ମୁସଲମାନ ମହିଳା ସଭ୍ୟା Begum Aizaz Rasul (U.P.: Muslim) କହିଥିଲେ(ପୃ ୩୩), “ମୁଁ ମୋ କର୍ତ୍ତବ୍ୟରେ ଅସଫଳ ହେବି ଯଦି ମୁଁ ଠିଆ ହୋଇ ଆଇନ ମନ୍ତ୍ରୀ ଏହି ଗୃହରେ ଆଗତ କରିଥିବା ପ୍ରସ୍ତାବକୁ ସ୍ୱାଗତ ନକରେ ….ମୁଁ କେବଳ ଆଶା କରିବି ଯେ Select Committe ତାଙ୍କର ରିପୋର୍ଟ ଦେବାକୁ କୌଣସି ବିଳମ୍ବ କରିବେ ନାହିଁ, ଏବଂ ଏହି ଗୃହକୁ ସୁଯୋଗ ମିଳିବ ଏହାକୁ ପାରିତ କରି ଯଥାଶୀଘ୍ର ଆଇନରେ ପରିବର୍ତ୍ତିତ କରିବମୁଁ ଜାଣେ ଯେ ଯଦିଓ ମୁସଲମାନ ମହିଳାଙ୍କୁ ଶରିଆତ (Shariat)ରେ ବହୁତ ଅଧିକାର ଦିଆଯାଇଛି, କିନ୍ତୁ ଭାରତର ଅନେକ ଅଂଚଳରେ ଏହାର ପାଳନ ହେଉନାହିଁ ମୁଁ ଖୁସି ଯେ ଏହି ଯେଉଁ ବିଧେୟକ ଅଣାଯାଇଛି ତାହା ହିନ୍ଦୁ ମହିଳାଙ୍କୁ ମୁସଲମାନ ମହିଳାଙ୍କ ସମକକ୍ଷ କରିଛି, ସେମାନଙ୍କର ଅଧିକାର ଦୃଷ୍ଟିରୁ ସ୍ତ୍ରୀ ବା ଝିଅର ପତି ବା ପିତାର ସମ୍ପତ୍ତିରେ  ଅଧିକାର ମୁସଲିମ  ପର୍ସନାଲ ରେ ଉଲ୍ଲେଖ ଅଛି ଏହି ବିଧେୟକର ପ୍ରଣେତା ତକ୍ରାଳୀନ ଆଇନମନ୍ତ୍ରୀ ଆମ୍ବେଦକର ହିନ୍ଦୁ ସଙ୍ଗଠନମାନଙ୍କର କଟୁ ସମାଲୋଚନାର ଶରବ୍ୟ ହୋଇଥିଲେ କଲ୍ୟାଣପତ୍ରିକାର ମଇ ୧୯୫୦ ସଂଖ୍ୟାରେ କୁହା ଯାଇଥିଲା(ପୃ ୨୬୦), “ଆମ୍ବେଦକରଙ୍କ ଦ୍ୱାରା ଆଗତ  Hindu Code Bill  ହେଉଛି ହିନ୍ଦୁ ଧର୍ମକୁ ଧ୍ୱଂସ କରିବା ପାଇଁ ତାଙ୍କ ଷଡ଼ଯନ୍ତ୍ରର ପ୍ରମୁଖ ଅଂଶ ତାଙ୍କ ଭଳି ବ୍ୟକ୍ତି ଆଇନମନ୍ତ୍ରୀ ହୋଇ ରହିବା ହିନ୍ଦୁଙ୍କ ପାଇଁ ଲଜ୍ଜା ଅପମାନର ବିଷୟ ଶାନ୍ତିପୂର୍ଣ୍ଣ ଉପାୟରେ ଅଥଚ ପ୍ରଭାବୀ ଢଙ୍ଗରେ ଆମେ ତାଙ୍କର ବିତାଡ଼ନ Hindu Code Bill ପ୍ରତ୍ୟାହାର ପାଇଁ ସରକାରଙ୍କୁ ବାଧ୍ୟ କରିବା ଉଚିତ ଏଥିପାଇଁ ସେମାନେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ, ଜାବାହାରଲାଲ ନେହେରୁ, ସର୍ଦ୍ଦାର ପଟେଲ କଂଗ୍ରେସର ଅନ୍ୟାନ୍ୟ ତୁଙ୍ଗ ନେତାଙ୍କୁ ଭେଟି ଥିଲେ ଆମ୍ବେଦକରଙ୍କ ପ୍ରତି ଆକ୍ରୋଶ ପୂର୍ବରୁ ମଧ୍ୟକଲ୍ୟାଣଦର୍ଶାଇ ଥିଲା କାରଣ ସେ ଅସ୍ପୃଶ୍ୟଙ୍କ ପାଇଁ ସମାନତା ଦାବି କରୁଥିଲେ(ପୃ୨୫୯) ଏହା ବୋଧେ ସ୍ୱାଭାବିକ ଥିଲା କାରଣ(ପୃ ୨୬୭) “ବର୍ଣ୍ଣ ବ୍ୟବସ୍ଥା ଗୀତା ପ୍ରେସରେ ଥିଲା ଯାହାର ସ୍ରଷ୍ଟା ଥିଲେ ଏହାର ଟ୍ରଷ୍ଟିଗୋବିନ୍ଦ ଭବନ କାର୍ଯ୍ୟାଳୟଯାହାର ସଭ୍ୟ କେବଳ ସେହିମାନେ ହେବେ ଯେଉଁମାନେ, ‘ସନାତନ ଧର୍ମୀ ହିନ୍ଦୁବ୍ରାହ୍ମଣ, କ୍ଷତ୍ରିୟ ଏବଂ ବୈଶ୍ୟହୋଇଥିବେ, ଶୁଦ୍ର ବା ହରିଜନ, ଆଦିବାସୀ ହୋଇ ନଥିବେ କାରଣ ସେମାନେଦ୍ୱିଜଙ୍କ ମଧ୍ୟରେ ନାହାନ୍ତି ଏହା ସୂଚନାଯୋଗ୍ୟ ଯେ, ଏହିବର୍ଷ (June  ୧୮, ୨୦୨୩), ଏହି ଗୀତା ପ୍ରେସକୁ Gandhi Peace Prize ୨୦୨୧ ଦିଆ ଯାଇଛି

ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ବିରୋଧ

ଗୀତା ପ୍ରେସ ଯେତେବେଳେ ହିନ୍ଦୁ କୋଡ୍ ବିଲ ଏହାର ପ୍ରଣେତା ଆମ୍ବେଦକରଙ୍କ ବିରୋଧରେ ପ୍ରଚାର ଚଳାଇଥିଲେ, ସେତେବେଳେ, ମାର୍ଚ୍ଚ ୧୯୪୯ରେ, ଗଠିତ ହୋଇଥିଲା All India Anti-Hindu-Code Bill Committee  ଯିଏ ଭାରତ ସାରା ଶତାଧିକ ସଭା ହିନ୍ଦୁକୋଡ ବିଲ ବିରୋଧରେ  ସଂଗଠିତ କରୁଥିଲେ କମିଟିର ଏହି ଉଦ୍ୟମ ସପକ୍ଷରେ ଠିଆ ହୋଇଥିଲା ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ୧୧ ଡିସେମ୍ବର ୧୯୪୯ଦିନ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ରାମଲୀଳା ପଡ଼ିଆରେ ଏକ ନାଗରିକ ସଭା ଆୟୋଜନ କରିଥିଲେ ଯେଉଁଠି ବକ୍ତା ପରେ ବକ୍ତା ହିନ୍ଦୁକୋଡ ବିଲ୍ ବିରୋଧରେ କହି ଚାଲିଥିଲେ ତାପରଦିନ ସଂଘ ନେଇଥିଲା ନେତୃତ୍ୱ ଏକ ଶୋଭାଯାତ୍ରାର ଯେଉଁଠାରେ ଉଠୁଥିଲା ସ୍ଲୋଗାନ ‘Down with Hindu Code Bill’, ‘May Pandit Nehru Perish ଏହି ଶୋଭାଯାତ୍ରାରେ ବିକ୍ଷୋଭକାରୀମାନେ ପଣ୍ଡିତ ନେହେରୁ ଡକ୍ଟର ଆମ୍ବେଦକରଙ୍କ ପାଳ ମୂର୍ତ୍ତିକୁ ପୋଡ଼ିଥିଲେ(ପୃ ୨୨୮)  

ଆମ୍ବେଦକରଙ୍କ ଇସ୍ତଫା

ଧାରା ବାରି ଆଲେଚନା ଆରମ୍ଭ ହେବାର ମାତ୍ର ୧୦ଦିନ ପରେ ଆମ୍ବେଦକର, ୨୭ସେପ୍ଟେମ୍ବର ୧୯୫୧ଦିନ ନେହେରୁ କ୍ୟାବିନେଟରୁ ଇସ୍ତଫା ଦେଲେ ଯଦିଓ ଏହାର ପୂର୍ବ ଦିନ ୨୬ ସେପ୍ଟେମ୍ବର ୧୯୫୧ଦିନ ନେହେରୁ ପ୍ରତିଶୃତି ଦେଇଥିଲେ(ପୃ ୧୩୨୬), “ମୋ ପାଇଁ ଏହାର ଆବଶ୍ୟକତା ନାହିଁ ଗୃହକୁ ପ୍ରତିଶୃତି ଦେବାକୁ ଯେ ସରକାରଙ୍କର ଇଚ୍ଛା ରହିଛି ଏହି ପଦକ୍ଷେପକୁ ଯେତେ ଦୂର ସମ୍ଭବ ଆଗେଇ ନେବାକୁ, ତେବେ ଆମ ବିଚାରରେ ବିଷୟ ସ୍ଥଗିତ ରହିଲା ଆଗାମୀ ସୁଯୋଗ ଯାଏ, ମୋର ଆଶା ଏହା ଏହି ସଂସଦରେ ହିଁ ଆସିବ ୧୦ ଅକ୍ଟୋବର ୧୯୫୧ ଦିନ ଆମ୍ବେଦକର ତାଙ୍କର ଇସ୍ତଫାର କାରଣ ସଂସଦରେ ଉପସ୍ଥାପିତ କରି ଇସ୍ତଫା ପତ୍ରଟି ପାଠ କରିଥିଲେ ସେତେବେଳେ ସେ ଯାହା କହିଥିଲେ ତାହା ଦର୍ଶାଏ ତାଙ୍କର Hindu Code ପାଇଁ ପ୍ରତିବଦ୍ଧତା ଏହା ସଫଳ ହୋଇ ପାରିବା ଦ୍ୱାରା ତାଙ୍କର କ୍ଷୋଭ ସେ ଇସ୍ତଫାପତ୍ରର ଉପସ୍ଥାପନା ବେଳେ କହିଥିଲେ(ପୃ ୧୩୨୫୨୬),“ଏହି ବିଧାୟିକା (Legislature) ଦ୍ୱାରା ଦେଶରେ ନିଆଯାଇଥିବା ଏଯାବତ୍ ସମାଜ ସଂସ୍କାର ଦିଗରେ ଐସଦ୍ଭୟଙ୍କ ଉକ୍ଟୟର ସବୁଠାରୁ ବଡ଼ ପଦକ୍ଷେପ ଭାରତୀୟ ବିଧାୟିକାରେ ଏପରି କୌଣସି ଆଇନ ପାରିତ ହୋଇନାହିଁ ବା ଭବିଷ୍ୟତରେ ପାରିତ ହେବ ଯାହା Hindu Code ସହିତ ଏହାର ମହତ୍ତ୍ୱ ଦୃଷ୍ଟିରୁ ତୁଳନୀୟ ହୋଇପାରିବ ଶ୍ରେଣୀ ଶ୍ରେଣୀ ମଧ୍ୟରେ ଅସମାନତା, ଲିଙ୍ଗ ଅସମାନତା ଯାହା ହିନ୍ଦୁ ସମାଜର ଆତ୍ମା, ତାହାକୁ ଅଣଦେଖା କରି ଅର୍ଥନୈତିକ ସମସ୍ୟା ସମ୍ପର୍କରେ ଆଇନ ପରେ ଆଇନ ପାରିତ କରିବା ଅର୍ଥ ଆମ ସମ୍ବିଧାନର ଫାର୍ସ କରିବା ଏବଂ ଗୋବର ଗଦା ଉପରେ ପ୍ରାସାଦ ଠିଆକରିବା ଏହାହିଁ ବୈଶିଷ୍ଟ୍ୟ ଯାହା ମୁଁ Hindu Codeରେ ଦେଖେ

Hindu Codeରେ ମୁଖ୍ୟତଃ ଥିଲା କଣ?

() ଯଦି କୌଣସି ଇଚ୍ଛାପତ୍ର କରି ଜଣେ ପୁରୁଷର ମୃତୁ୍ୟ ହୋଇଛି ତାହାହେଲେ ତାଙ୍କର ବିଧବା ପତ୍ନୀ, କନ୍ୟା ପୁଅମାନଙ୍କ ସହ ସମାନ ସମ୍ପତ୍ତିର ଅଂଶୀଦାର ହେବେ (ପୂର୍ବେ ଏହା କେବଳ ପୁରୁଷ ଉତ୍ତରାଧିକାରୀଙ୍କୁ ଯାଉଥିଲା)() ପତ୍ନୀ ଯିଏ ସ୍ୱାମୀଠାରୁ (If he had a ‘loathsome disease’, cruel to her, took a concubine etc.)ଅଲଗା ରହୁଛି ତାକୁ ଭରଣପୋଷଣ ଦିଆଯିବ ()ବିବାହର ପବିତ୍ରତାକୁ ସ୍ଥାପିତ କରିବା ପାଇଁ ପ୍ରଚଳିତ ଜାତି ଉପଜାତିର ଆଇନର ଉଚ୍ଛେଦ ହେବ ହିନ୍ଦୁଙ୍କ ମଧ୍ୟରେ ସବୁ ବିବାହର ସଂସ୍କାରାତ୍ମକ (sacramental)   ବୈଧାନିକ ସ୍ଥିତି (legal status) ସମାନ, ପତିପତ୍ନୀଙ୍କର ଜାତି ଯାହା ହେଉ ନା କାହିଁକି ଅନ୍ତଃଜାତୀୟ ବିବାହ (inter-caste marriage) ଅନୁଷ୍ଠିତ ହୋଇ ପାରିବ ବିବାହ କରୁଥିବା ଯୋଡ଼ିଙ୍କ ମଧ୍ୟରୁ ଯେ କୌଣସି ଜଣକର ପ୍ରଥା ଆଚାର (customs and rites) ଅନୁସାରେ () ଦମ୍ପତ୍ତିଙ୍କ ମଧ୍ୟରୁ ଯେକୌଣସି ଜଣେ କ୍ରୁରତା(cruelty), ବିଶ୍ୱାସଘାତକତା (infidelity), ଅସାଧ୍ୟ ରୋଗ ଇତ୍ୟାଦିର କାରଣ ଦର୍ଶାଇ ବିଚ୍ଛେଦ ପାଇଁ ଆବେଦନ କରିପାରିବେ ପାଇପାରିବେ () ଏକ ସମୟରେ ଜଣକ ସହ ବିବାହିତ ରହିବାର ପ୍ରଥା (monogamy) ବାଧ୍ୟତାମୂଳକ ହେବ () ଭିନ୍ନଜାତିର ପିଲାକୁ ପୋଷ୍ୟସନ୍ତାନ ରୂପେ ଗ୍ରହଣ କରାଯାଇ ପାରିବ ଇତ୍ୟାଦି(ପୃ ୨୨୫)

ହିନ୍ଦୁ ସଂହିତା ବିଧେୟକରୁ ୪ଟି ଆଇନ

ଆମ୍ବେଦକର ପ୍ରଣୀତ Hindu Code Bill  ସଂସଦରେ ଗୃହୀତ ହେଲା ନାହିଁ ସତ କିନ୍ତୁ ଏଥିରେ ଥିବା Marriage and Annulment of Marriage, Marriage and Divorce, Adoption, Minority and Guardianship, Joint family and Co-parcenary,Woman’s Property, Succession, Maintenance, ଶିରୋନାମରେ ଥିବା ଅଧ୍ୟାୟ ଗୁଡିକରୁ ୪ଟି ବିଧେୟକ ପ୍ରସ୍ତୁତ କରାଯାଇ ୧୯୫୫ ୧୯୫୬ରେ Hindu Marriage Act (1955), Hindu Succession Act (1956), Hindu Minority and Guardianship Act (1956) and Hindu Adoptions and Maintenance Act (1956) ଭାବରେ ଗୃହୀତ କରାଇ ନିଆଗଲା ଲକ୍ଷ୍ୟ କରିବାର କଥା ଯେ ଏହି ୪ଟି ଆଇନ ସ୍ୱାଧୀନ ଭାରତର ପ୍ରଥମ ଲୋକସଭା (୧୭ ଏପ୍ରିଲ ୧୯୫୨୪ଏପ୍ରିଲ ୧୯୫୭) ଶେଷ ଏକବର୍ଷ ଭିତରେ ଗୃହୀତ ହୋଇଥିଲା ସ୍ମରଣ କରାଯାଇପାରେ ନେହେରୁ Hindu Code Bill ସମ୍ପର୍କରେ ୨୬ ସେପ୍ଟେମ୍ବର ୧୯୫୧ରେ ଦେଇଥିବା ପ୍ରତିଶୃତିକୁ

ହିନ୍ଦୁ ସଙ୍ଗଠନ ଗୁଡ଼ିକର ଭୂମିକା

ସେତେବେଳେ ହିନ୍ଦୁ ସଙ୍ଗଠନଗୁଡ଼ିକର ଭୂମିକା କଣ ଥିଲା? ହିନ୍ଦୁ ମହାସଭାର ନେତା ନିର୍ମଳ ଚନ୍ଦ୍ର ଚାଟାର୍ଜୀ (ସି.ପି.ଏମ୍ ନେତା ସୋମନାଥ ଚାଟାର୍ଜୀଙ୍କ ପିତା), ୨୯ ଏପ୍ରିଲ ୧୯୫୫ ଦିନ Hindu Marriage Bill ଉପରେ ନିଜର ବକ୍ତବ୍ୟ ରଖି କହିଥିଲେ(ପୃ ୬୮୩୬), “ଆମ ଜନସଂଖ୍ୟାର ଗୋଟିଏ ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଂଶ ଏହି ପଦକ୍ଷେପକୁ ବିରୋଧ କରନ୍ତି କାରଣ ଏଥିରେ ଥିବା  ବ୍ୟବସ୍ଥା (provisions) ଗୁଡିକ ହିନ୍ଦୁ ସାମାଜିକ ବ୍ୟବସ୍ଥା (Hindu social system)) ମୌଳିକ ନୀତିର ବିରୋଧୀ କେବଳ ଏତିକି କହି ନଥିଲେ, ସେ ଦର୍ଶାଇଥିଲେ ଏହି ବିଧେୟକ କିପରି ସମ୍ବିଧାନର ବିରୁଦ୍ଧାଚରଣ କରୁଛି ସେ କହିଥିଲେ(ପୃ ୬୮୩୭୩୮), “ଯଦି ଆପଣ ଭାବୁଛନ୍ତି ଯେ ଆମ ଦେଶ ପ୍ରକୃତରେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର, ଏବଂ ବିଶ୍ୱାସ କରନ୍ତି ଏକ ଧର୍ମନିରପେକ୍ଷ ସମ୍ବିଧାନରେ ଏବଂ ବିଶ୍ୱାସ କରନ୍ତି ଏଥିରେ ନିହିତ ଥିବା ଗମ୍ଭୀର ନିର୍ଦ୍ଦେଶ  (solemn injunctions) ରେ, ତାହାହେଲେ କାହିଁକି ଆପଣ ନିର୍ଦ୍ଦେଶିକା ନୀତି (Directive Principle) ବିରୋଧରେ ଯାଉଛନ୍ତି? କାହିଁକି ଆପଣ ଆଣୁଛନ୍ତି Hindu marriage law  ବା Hindu Divorce Bill? ଏହା ତାର ଆତ୍ମା ବିରୁଦ୍ଧରେ ତାଙ୍କର ପ୍ରଶ୍ନ ଥିଲା, “ଆପଣ ସମ୍ବିଧାନ ପ୍ରଣେତାଙ୍କର ଆଦେଶ (mandate) ଅବମାନନା କରୁନାହାନ୍ତି କି? ଆପଣ କଣ ସାରା ଭାରତରେ uniform civil code ଆଣୁଛନ୍ତି?” ଏହା ମୌଳିକ ଅଧିକାର (equality before law)କୁ ମଧ୍ୟ କ୍ଷୁଣ୍ଣ କରୁଛି ବୋଲି ସେ ଯୁକ୍ତି କରୁଥିଲେ ପଚାରୁଥିଲେ(ପୃ ୬୮୩୮୩୯), “ଆପଣଙ୍କର ଅଧିକାର ଅଛି ଯେ ହିନ୍ଦୁଙ୍କ ପାଇଁ, ହିନ୍ଦୁ ପୁରୁଷ ହିନ୍ଦୁ ମହିଳାଙ୍କ ପାଇଁ, ଏକ ସମୟରେ ଗୋଟିଏ ପତ୍ନୀ ପ୍ରଥା (monogamy)କୁ ବାଧ୍ୟତାମୂଳକ କରିବେ? ଯଦି ଆପଣଙ୍କର ଏହି ଭାବନାରେ ସଚ୍ଚୋଟପଣିଆ ଅଛି ଯେ ଏହା ଆଶୀର୍ବାଦ ଏବଂ ଏକ ସମୟରେ ବହୁପତ୍ନୀ ପ୍ରଥା ଅଭିଶାପ, ତାହାହେଲେ ଆମର ମୁସଲମାନ ମହିଳାଙ୍କୁ ଏହି ଅଭିଶାପରୁ ରକ୍ଷା କରିବାକୁ କାହିଁକି ଉଦ୍ୟମ କରୁ ନାହୁଁ? କେଉଁ ଅଧିକାର ଆପଣଙ୍କର ଅଛି ଏହିପରି ଏକ ଆଇନ କରିବେ ଯାହା ବାଧ୍ୟତାମୂଳକ ହେବ କେବଳ ଗୋଟିଏ ସମ୍ପ୍ରଦାୟ ପାଇଁ କିନ୍ତୁ ଅନ୍ୟ ସମ୍ପ୍ରଦାୟ ପାଇଁ ନୁହେଁ?”

କହିବା ବାହୁଲ୍ୟ ଯେ ହିନ୍ଦୁଙ୍କ ପାଇଁ ଏକକ ବ୍ୟକ୍ତିଗତ ଆଇନ (personal laws) କରିବାର ଉଦ୍ୟମ  ଯେତେବେଳେ ହେଉଥିଲା, ସେତେବେଳେ ସମ୍ବିଧାନର ଧାରା ୪୪ସମାନ ନାଗରିକ ସଂହିତାର ଆଳ ନିଆଯାଉଥିଲା, କୁହାଯାଉଥିଲା କାହିଁକି ଏପରି ଆଇନ କେବଳ ହିନ୍ଦୁଙ୍କ ପାଇଁ ହେବଭାରତର ଅନ୍ୟ ସମ୍ପ୍ରଦାୟଙ୍କ ପାଇଁ ହେବ ନାହିଁ? ସମାନ ନାଗରିକ  ସଂହିତାର ପ୍ରଚଳନ ହିନ୍ଦୁଙ୍କ ପାଇଁ, ସମ୍ପ୍ରଦାୟ ଭିତରେ ଥିବା ବିଭିନ୍ନ ବ୍ୟକ୍ତିଗତ ଆଇନ ଗୁଡିକ (personal laws)ସ୍ଥାନରେ ଗୋଟିଏ ଆଇନ ପ୍ରଣୟନ ଦ୍ୱାରା ଆରମ୍ଭ କରାଗଲା, ତାହାର କାରଣ ନେହେରୁ, ଆମ୍ବେଦକର ଦେଇଥିଲେ ଯେ ଭାରତର ସଂଖ୍ୟାଗରିଷ୍ଠ ଲୋକେ ହେଉଛନ୍ତି ହିନ୍ଦୁ ସେହିଭଳି ୧୩ ଡିସେମ୍ବର ୧୯୫୫ ଦିନ ହିନ୍ଦୁ ଉତ୍ତରାଧିକାର ବିଧେୟକ (Hindu Succession Bill) ଉପରେ ଆଲୋଚନାରେ ଭାଗନେଇ ଅଖିଳ ଭାରତୀୟ ରାମରାଜ୍ୟ ପରିଷଦର ମୁଖ୍ୟ ସଂଗଠକ, ରାଜସ୍ଥାନର ସିକର ଲୋକସଭା ସାଂସଦ, ଶ୍ରୀ ନନ୍ଦଲାଲ ଶର୍ମାକହୁଥିଲେ(ପୃ ୨୪୭୯), “ମୁଁ ନିବେଦନ କରେ ଯେ ଏଯାବତ୍ କାଏମ ଥିବା ହିନ୍ଦୁ ଆଇନ ବା ସେହି ପ୍ରସଙ୍ଗରେ ହିନ୍ଦୁ ଶାସ୍ତ୍ର ଯାହା ଉତ୍ତରାଧିକାରାଦି (inheritance etc) ବିଷୟରେ ସର୍ବଶେଷ ପ୍ରାମାଣ୍ୟ ଗ୍ରନ୍ଥ (authority),  ତାହା କୌଣସି ଠାରେ ଜନ ଶୃଙ୍ଖଳା, ନୈତିକତା ବା ସ୍ୱାସ୍ଥ୍ୟ (public order, morality or health) ବିରୋଧ କରୁଥିବା ଦେଖାଯାଇ ନାହିଁ ଅପରପକ୍ଷରେ ହିନ୍ଦୁମାନେ ସମ୍ପତ୍ତିର ଉତ୍ତରାଧୀକାରକୁ ସେମାନଙ୍କର ଧର୍ମୀୟ କର୍ତ୍ତବ୍ୟ (religious obligations)ପାଳନର ଅଂଶ ବୋଲି ବିଚାର କରନ୍ତି ପୁନଶ୍ଚ ଏହି ବିଧେୟକ ହିନ୍ଦୁ ମହିଳାକୁ ତାର ପିତା ଏବଂ ମାତାର ସମ୍ପତ୍ତି ଉପରେ କ୍ଷମତା ଦିଏ ଯାହା ହିନ୍ଦୁ ବିବେକର ବିରୋଧୀ ଏବଂ ବିଶେଷ ଭାବରେ ଉତ୍ତରରେ ପ୍ରଚଳିତ ହିନ୍ଦୁ ଜୀବନ ଚଳଣିର ବିରୋଧୀ

ଯେଉଁମାନେ ହିନ୍ଦୁ କୋଡକୁ ବିରୋଧ କରୁଥିଲେ ଅଥଚ ସମାନ ନାଗରିକ ସଂହିତାର ପ୍ରଚଳନ ଉପରେ ଗୁରୁତ୍ୱ ଦେଉଥିଲେ, ସେମାନଙ୍କ ଉଦେଶ୍ୟରେ ଡକ୍ଟର ଆମ୍ବେଦକର କହିଥିଲେ(ପୃ ୨୩୦), “ଯେଉଁମାନେ ଗତକାଲି ଯାଏ ଏହି କୋଡର ଘୋର ବିରୋଧୀ ଥିଲେ ଏବଂ ପୁରୁଣାକାଳିଆ (archaic) ହିନ୍ଦୁ ଆଇନ ଯେପରି ଆଜି ଅଛି ତାହାର ମହାନ ସମର୍ଥକ ଥିଲେ, ସେମାନେ ଏକ ସର୍ବଭାରତୀୟ ନାଗରିକ ସଂହିତା (All India Civil Code) ପାଇଁ ପ୍ରସ୍ତୁତ ବୋଲି ଏବେ ଦାବି କରନ୍ତି କାରଣ ସେମାନେ ଜାଣୁଥିଲେ ଯେ ଯେତେବେଳେ ହିନ୍ଦୁକୋଡର ଚିଠା ପ୍ରସ୍ତୁତ ପାଇଁ ୪ରୁ ୫ବର୍ଷ ଲାଗିଲା, ୧୦ବର୍ଷ ଲାଗିବ ଏପରି ନାଗରିକ ସଂହିତା (Civil Code) ପ୍ରସ୍ତୁତିପାଇଁ ଅର୍ଥାତ୍ ଏପରି ଯୁକ୍ତିକୁ ଆମ୍ବେଦକର ଏକ କାଳକ୍ଷେପଣ ରଣନୀତି ବୋଲି ବିଚାରୁଥିଲେ

ଗୁରୁ ଗୋଲୱାଲକରଙ୍କର ଅସହମତି

ଡକ୍ଟର ଆମ୍ବେଦକରଙ୍କ ଏପରି ମନ୍ତବ୍ୟରୁ ମନେ ହୋଇପାରେ ଯେ ଯେଉଁ ହିନ୍ଦୁ ସଙ୍ଗଠନମାନେ ହିନ୍ଦୁ କୋଡ ବିରୁଦ୍ଧରେ ଥିଲେ, ସେମାନେ କିନ୍ତୁ ସାରା ଭାରତ ପାଇଁ ସମାନ ନାଗରିକ ସଂହିତାର ସମର୍ଥକ ଥିଲେ, ଯଦିଓ ସମ୍ବିଧାନ ସଭାରେ ସମାନ ନାଗରିକ ସଂହିତା ସମ୍ପର୍କରେ ଧାରାକୁ ସମ୍ବିଧାନରେ ଅନ୍ତର୍ଭୁକ୍ତ କରିବା ବିପକ୍ଷରେ ଅନେକ ହିନ୍ଦୁ ସଂଗଠନ ଅଛନ୍ତି ବୋଲି ମୁସଲମାନ ସଭ୍ୟ ବି ପୋକର ସାହେବ ଆଲୋଚନାବେଳେ ସୂଚନା ଦେଇଥିବା ଉପରେ ଉଲ୍ଲେଖ କରାଯାଇଛି କିନ୍ତୁ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଦ୍ୱିତୀୟ ସରସଂଘଚାଳକ ଗୁରୁ ଗୋଲୱାଲକର ସମାନ ନାଗରିକ ସଂହିତାର ସପକ୍ଷରେ ଥିଲେ୯, ଏହି ସନ୍ଦର୍ଭରେ ଅଧିକ ପ୍ରାମାଣିକ ହେବ ଗୁରୁ ଗୋଲୱାଲକର ୨୩ ଅଗଷ୍ଟ ୧୯୭୨ରେ ଏକ ସାକ୍ଷାତକାରରେ ପଚରା ଯାଇଥିଲା, “ଆପଣ କଣ ଭାବନ୍ତି ନାହିଁ ଯେ ସମାନ ନାଗରିକ ସଂହିତା (Uniform Civil Code) ଆବଶ୍ୟକତା ରହିଛି ଜାତୀୟତା ମନୋଭାବର ପୋଷଣ ପାଇଁ (nurture the sense of nationalism) ଗୁରୁ ଗୋଲୱାଲକରଙ୍କ ଉତ୍ତର ଥିଲା, “ମୁଁ ଏପରି ଭାବୁନାହିଁ ଆଉ ଏକ ପ୍ରଶ୍ନ ଯେଆପଣ କଣ ଏହା ସହିତ ଏକ ମତ ନୁହନ୍ତି ଯେ ସମାନତା (uniformity) ଆବଶ୍ୟକ ଜାତୀୟ ଏକତାକୁ ପ୍ରୋତ୍ସାହିତ କରିବାପାଇଁ ”, ଏହାର ଉତ୍ତର ଗୁରୁ ଗୋଲୱାଲକରଙ୍କର ଥିଲା, “ଐକ୍ୟ ପାଇଁ ଆବଶ୍ୟକତା ହେଉଛି ସମରସତ୍ତା (harmony), ସମାନତା (uniformity) ନୁହେଁ

ଅବଶ୍ୟ ବର୍ତ୍ତମାନର ସରସଂଘ ଚାଳକ ମୋହନ ଭାଗୱତଙ୍କ ଦୃଷ୍ଟିରେ୧୦, “ଗୋଟିଏ ରାଷ୍ଟ୍ରର ଲୋକେ ଗୋଟିଏ ସାଧାରଣ ଆଇନ (common law) ଦ୍ୱାରା ପରିଚାଳିତ ହେବା ଉଚିତ ଏବଂସମାନ ନାଗରିକ ସଂହିତାର ଲକ୍ଷ୍ୟ ହେଉଛି ଦେଶରେ ଏକତା ଆଣିବା ଅବଶ୍ୟ ସେ କହୁଥିଲେ, “ଏହାକୁ କ୍ରମାନ୍ୱୟରେ ଅଣାଯିବା ଉଚିତ ଯେପରି କି ଏହା ବିଭାଜନ ସୃଷ୍ଟି କରେ ତେବେ ଲକ୍ଷ୍ୟ କରିବାର କଥା ଯେ ମୋହନ ଭାଗୱତଙ୍କର ଏପରି ମନ୍ତବ୍ୟ ପ୍ରକାଶିତ ହୋଇଥିଲା ୧୯ସେପ୍ଟେମ୍ବର ୨୦୧୮ ଦିନ , ୨୧ତମ ବିଧି କମିଶନ ତାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାୟ ୧୮୦ପୃଷ୍ଠାର consultation paper- ‘Reforms of Family Laws ଦାଖଲ କରିବାର ୨୦ଦିନ ପରେ ୩୧ ଅଗଷ୍ଟ ୨୦୧୮ ଦିନ ଦାଖଲ ହୋଇଥିବା ଏହି consultation paper ବିଧି କମିଶନଙ୍କ ମନ୍ତବ୍ୟ ଥିଲା ଯେ ‘providing a uniform civil code which is neither necessary nor desirable at this stage’ ୨୧ତମ ବିଧି କମିଶନଙ୍କ ଦ୍ୱାରା ୩୧ଅଗଷ୍ଟ ୨୦୧୮ ଦିନ consultation paper ଦାଖଲ କରିବା ପରେ ପରେ  ମୋହନ ଭାଗୱତଙ୍କ ଉପରୋକ୍ତ ମନ୍ତବ୍ୟ ୧୯ ସେପ୍ଟେମ୍ବର ୨୦୧୮ରେ ପ୍ରକାଶିତ ହେବା କଣ ମାତ୍ର ଏକ ସଂଯୋଗ ହୋଇପାରେ

୨୧ତମ ବିଧି କମିଶନ

୨୦୧୪ରେ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ସରକାର ଆସିବା ପରେ ସମାନ ନାଗରିକ ସଂହିତାର ପ୍ରସ୍ତୁତି ଉପରେ ବେଶ୍ ଗୁରୁତ୍ୱ ଦିଆଯାଉଛି ୧୭ଜୁନ୍ ୨୦୧୬ ଦିନ ଭାରତ ସରକାରଙ୍କ ବିଧି ନ୍ୟାୟ ମନ୍ତ୍ରଣାଳୟ (Ministry of Law and Justice) ତକ୍ରାଳୀନ ବିଧି କମିଶନ (Law Commission)ଙ୍କୁ ଲେଖିଥିଲେ, “ସମାନ ନାଗରିକ ସଂହିତା ସମ୍ପର୍କିତ ବିଷୟଗୁଡ଼ିକୁ ପରୀକ୍ଷା କରିବା ପାଇଁଏବଂ କମିଶନ ପରୀକ୍ଷା କରି ମତପୋଷଣ କରିଥିଲେ୧୧(ଅନୁଚ୍ଛେଦ .) ଯେ, “ସମାନ ନାଗରିକ ସଂହିତା ଉପରେ କୌଣସି ସର୍ବସମ୍ମତି (consensus) ଅଭାବରେ କମିଶନ ଅନୁଭବ କରେ ଯେ ଦିଗରେ ଆଗେଇବାର ସବୁଠାରୁ ଉତ୍ତମ ବାଟ ହେଉଛି ବ୍ୟକ୍ତିଗତ ଆଇନ ଗୁଡିକ (personal laws) ବିବିଧତାକୁ ସଂରକ୍ଷିତ ରଖିବା, କିନ୍ତୁ ତାସହିତ ନିଶ୍ଚିତ କରିବା ଯେ ଏହି ବ୍ୟକ୍ତିଗତ ଆଇନଗୁଡିକ ଯେପରି ଭାରତର ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାର ଗୁଡିକର ବିରୋଧୀତା (contradict) କରେ ଏହା ହାସଲ କରିବାକୁ ହେଲେ, ଆବଶ୍ୟକ ଯେ ସବୁ ବ୍ୟକ୍ତିଗତ ଆଇନର ପ୍ରଥମେ ଯଥା ସମ୍ଭବ ବିଧିବଦ୍ଧ (codify) କରାଯିବା ଉଚିତ, ଏବଂ ଏହି ଆଇନରେ ଥିବା ଅସମାନତାଗୁଡ଼ିକୁ ସଂଶୋଧନ ଦ୍ୱାରା ଦୂର କରାଯିବା ଉଚିତ କମିଶନର ଉଦ୍ଧରଣୀୟ ନିଷ୍କର୍ଷ ଥିଲା୧୧(ଅନୁଚ୍ଛେଦ .) ଯେ, “ଯେତେବେଳେ ଭାରତୀୟ ସଂସ୍କୃତିର ବିବିଧତାର ଗୁଣକୀର୍ତ୍ତନ କରାଯାଇପାରେ ଏବଂ କରାଯିବା ଉଚିତ (celebrated),ଏହି ପ୍ରକ୍ରିୟାରେ ବିଶେଷ ବର୍ଗଗୁଡିକ ବା ଦୁର୍ବଳ ଗୋଷ୍ଠୀମାନେ କିନ୍ତୁ ସେମାନଙ୍କର ସୁବିଧାରୁ ବଂଚିତ ହେବା (dis-privileged) ଉଚିତ ନୁହେଁ ଏହି ଦ୍ୱନ୍ଦ୍ୱ (conflict) ସମାଧାନ (resolution) ଅର୍ଥ ନୁହେଁ ଭିନ୍ନତା (difference) ଉଚ୍ଛେଦ କମିଶନ ତେଣୁ ଏକ ସମାନ ନାଗରିକ ସଂହିତା ପ୍ରସ୍ତୁତ କରିବା ପରିବର୍ତ୍ତେ, ଯାହାର ବର୍ତ୍ତମାନ ସ୍ଥିତିରେ ନା ଆବଶ୍ୟକତା ରହିଛି ନା ବାଂଛନୀୟ (neither necessary nor desirable at this stage), ସେହି ଆଇନଗୁଡିକୁ ବିଚାର କରିଛି ଯେଉଁଗୁଡିକ ବୈଷମ୍ୟମୂଳକ (discriminatory) ଅଧିକାଂଶ ରାଷ୍ଟ୍ର ବର୍ତ୍ତମାନ ଭିନ୍ନତା (difference)କୁ ସ୍ୱୀକୃତି ଦେବା ଦିଗରେ ଆଗେଇଛନ୍ତି କେବଳ ଭିନ୍ନତା ରହିବାର ଅର୍ଥ ନୁହେଁ ଯେ ଭେଦଭାବ (discrimination) ରହିଛି, ବରଂ ଏହା ଏକ ବଳିଷ୍ଠ ଗଣତନ୍ତ୍ରର ପରିଚାୟକ (indicative)” ବିଧି କମିଶନ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟଟି ଥିଲା Consultation Paper ଯାହା ପ୍ରସ୍ତୁତ ହୋଇଥିଲା ୭ଅକ୍ଟୋବର ୨୦୧୬ରେ ଜାରି ହୋଇଥିବା ଏକ ପ୍ରଶ୍ନାବଳୀର ଉତ୍ତରରେ ଯେଉଁଥିରେ ସାମିଲ ହୋଇଥିଲେ ୭୫,୩୭୮ବ୍ୟକ୍ତି ଏହି କମିଶନର ଅଧ୍ୟକ୍ଷ, ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି (ଜୁଲାଇ ୨୦୦୮ରୁ ମେ ୨୦୦୯) ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି (ମେ ୨୦୦୯ରୁ ଜୁଲାଇ ୨୦୧୪) ଡକ୍ଟର ବି ଏସ ଚୌହାନଙ୍କ ମତ ଥିଲା୧୨ ଯେସମାନ ନାଗରିକ ସଂହିତା ଆଣିବା ପୂର୍ବରୁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଭିନ୍ନ ଭିନ୍ନଧର୍ମରେ ଥିବା ବ୍ୟକ୍ତିଗତ ଆଇନଗୁଡିକରେ ପରିବର୍ତ୍ତନ କରାଯିବା ଉଚିତ ୩୧ ଅଗଷ୍ଟ ୨୦୧୮ ଦିନ ୨୧ତମ ବିଧି କମିଶନର କାର୍ଯ୍ୟକାଳ ଶେଷ ହେଲା ଅଧ୍ୟକ୍ଷ ବି.ଏସ୍.ଚୌହାନଙ୍କ ୩ବର୍ଷ କାର୍ଯ୍ୟକାଳର ଏହା ଶେଷଦିନ ଥିଲା ୨୧ତମ ବିଧି କମିଶନର ଅଧ୍ୟକ୍ଷ ବି.ଏସ୍.ଚୌହାନଙ୍କ ବ୍ୟତୀତ ଅନ୍ୟ ସଦସ୍ୟମାନେ ଥିଲେ ଅବସରପ୍ରାପ୍ତ ହାଇକୋର୍ଟ ଜଜ Justice K T Sankaran, Professor Anand Paliwal, Professor D P Verma, Professor Raka Arya and M Karunanithi . .

୨୨ତମ ବିଧି କମିଶନ

୨୨ତମ ବିଧି କମିଶନର ଗଠନ ହେଲା ଫେବୃଆରୀ ୨୧, ୨୦୨୦ ଦିନ ଯେଉଁମାନେ ୨୧ତମ ବିଧି କମିଶନର ସଦସ୍ୟ ଥିଲେ ସେମାନେ ୨୨ତମ ବିଧି କମିଶନର ସଦସ୍ୟ ଭାବେ କାଏମ ରହିଲେ କେବଳ ଅଧ୍ୟକ୍ଷ ପଦବୀ ଖାଲି ରହିଲା ପ୍ରାୟ ୪ବର୍ଷ, ନଭେମ୍ବର , ୨୦୨୨ରେ କର୍ଣ୍ଣାଟକ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଋତୁରାଜ ଅୱସ୍ଥୀ ୨୨ତମ ବିଧି କମିଶନର ଅଧ୍ୟକ୍ଷ ଭାବେ ଅବସ୍ଥାପିତ ହେଲେ ସ୍ମରଣ କରାଯାଇପାରେ ଯେ କର୍ଣ୍ଣାଟକରେ ହିଜାବ ବ୍ୟବହାର ଉପରେ କର୍ଣ୍ଣାଟକର ବିଜେପି ସରକାରଙ୍କ ନିଷେଧାଜ୍ଞା ସପକ୍ଷରେ ରାୟ ଦେଇ ମାନ୍ୟବର ବିଚାରପତି ଅୱସ୍ଥୀ ବେଶ ଚର୍ଚ୍ଚିତ ହୋଇଥିଲେ୧୩   କମିଶନର ଆଉ ଜଣେ ବିଚାରପତି ସଦସ୍ୟ Justice K T Sankaran ବେଶ ଚର୍ଚ୍ଚିତ ହୋଇଥିଲେ ୨୦୦୯ରେ କେରଳ ହାଇକୋର୍ଟର ବିଚାରପତି ଭାବେଲଭ ଜିହାଦ’(‘‘Love Jihad’ ) ଉପରେ ଦେଇଥିବା ତାଙ୍କର ମନ୍ତବ୍ୟ ପାଇଁ୧୪ ସଦସ୍ୟ Professor Anand Paliwal ହେଉଛନ୍ତି  ABVP  ରାଜସ୍ଥାନ ପ୍ରଦେଶର ପ୍ରଦେଶାଧ୍ୟକ୍ଷ୧୫ ଏହି କାରଣରୁ ତାଙ୍କୁ ତାଗିଦ କରାଯାଇଥିଲା ଅଗଷ୍ଟ ,୨୦୧୯ରେ ସଂଗଠନରୁ ଓହରି ଯିବାପାଇଁ ପରାମର୍ଶ ଦିଆ ଯାଇଥିଲା ତେବେ ଏହି ୨୨ତମ ବିଧି କମିଶନ ପୁନର୍ବାର ସମାନ ନାଗରିକ ସଂହିତା ଉପରେ ମତାମତ ସଂଗ୍ରହପାଇଁ ୧୪ଜୁନ ୨୦୨୩ରେ ଏକ ବିଜ୍ଞପ୍ତି ଜାରି କଲା ମାସକ ମଧ୍ୟରେ ମତାମତ ପଠାଇବାକୁ ଅନୁରୋଧ କଲା ପରେ ଏହି ସମୟ ସୀମାକୁ ଆଉ ପନ୍ଦର ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଗଲା୧୬

କିନ୍ତୁ ଏହା ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଯେତେବେଳେ ମାତ୍ର ପାଂଚବର୍ଷ ତଳେ ସମାନ ନାଗରିକ ସଂହିତାର ବର୍ତ୍ତମାନ ପରିସ୍ଥିତିରେ ଆବଶ୍ୟକତା ବାଂଚ୍ଛନୀୟତା ନାହିଁ ବୋଲି କୁହାଯାଇଥିଲା, ବରଂ ବିଭିନ୍ନ ସମ୍ପ୍ରଦାୟଙ୍କର ପାରିବାରିକ ଆଇନ ଗୁଡିକରେ ଥିବା ଲିଙ୍ଗଭିତ୍ତିକ ଅସମାନତାକୁ ଦୂର କରିବା ସମ୍ବିଧାନ ସମ୍ମତ କରି ସଂଶୋଧନ କରିବାପାଇଁ ପରାମର୍ଶ ଦିଆଯାଇଥିଲା ସେତେବେଳେ ପୁନର୍ବାର ସମାନ ନାଗରିକ ସଂହିତା ପାଇଁ ମତାମତ ସଂଗ୍ରହର କାହିଁକି ଆବଶ୍ୟକତା ପଡିଲା? ବିଧି ଏବଂ ନ୍ୟାୟ ରାଜ୍ୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଯୁକ୍ତି ହେଲା୧୭ ଏହି ସୁପାରିଶ ଗୁଡିକ consultation paper  ଅଂଶ, କୌଣସି ରିପୋର୍ଟ ସମ୍ପର୍କରେ ଦାଖଲ ହୋଇନାହିଁ

ଭାରତୀୟ ଜନତା ପାର୍ଟିର ଭୂମିକା

ଭାରତୀୟ ଜନତା ପାର୍ଟି ସାରା ଭାରତ ପାଇଁ ଏକ ପ୍ରକାର ନାଗରିକ ସଂହିତା ପାଇଁ ଯେପରି ଛୋଡ ବନ୍ଧା ଭୂମିକାରେ ଅବତୀର୍ଣ୍ଣ ହୋଇଛି ସେଥିରେ ଏହାର ଆବଶ୍ୟକତା ନାହିଁ ବା ବାଂଚ୍ଛନୀୟ ନୁହେଁ ବୋଲି ପରାମର୍ଶ ଗ୍ରହଣୀୟ ନହେବା ସ୍ୱାଭାବିକ କହିବା ବାହୁଲ୍ୟ ଯେ ୨୧ବିଧି କମିଶନର ସୁପାରିଶ ଏହାକୁ ନିଷ୍ଠାର ସହିତ ଗଣମାଧ୍ୟମରେ ବ୍ୟକ୍ତ କରୁଥିବା ଅଧ୍ୟକ୍ଷ ମାନ୍ୟବର ବିଚାରପତି ବି ଏସ ଚୌହାନ ବି ଜେ ପି ସରକାରଙ୍କୁ ଅସହଜ ସ୍ଥିତିରେ ପକାଇଥିଲେ  

ଏହା ହିଁ ବୋଧହୁଏ କାରଣ ଯେ ଯେତେବେଳେ ୨୧ ବିଧି କମିଶନର ସମସ୍ତ ସଦସ୍ୟଙ୍କୁ ୨୨ ବିଧି କମିଶନରେ କାଏମ ରଖାଗଲା ସେତେବେଳେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ଏସ ଚୌହାନଙ୍କ ସ୍ଥାନରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଗଲା ସମାନ ନାଗରିକ ସଂହିତା ପାଇଁ ଭାରତୀୟ ଜନତା ପାର୍ଟିର ଆଗ୍ରହର ଆଉ ଏକ ଦୃଷ୍ଟାନ୍ତ ହେଉଛି ଭାରତୀୟ ଜନତା ପାର୍ଟିର ଜଣେ ସାଂସଦ Dr. Kirodi Lal Meena ରାଜ୍ୟସଭାରେ, ଡିସେମ୍ବର ୨୦୨୨, ଦିନ ଏକ ଘରୋଇ ବିଲ (Bill No. II of 2020)  ‘THE UNIFORM CIVIL CODE IN INDIA BILL, 2020 ପେଶ୍ କରିଥିଲେ ଯାହା ପ୍ରତି ଭାରତୀୟ ଜନତା ପାର୍ଟିର ନେତୃତ୍ୱର ସମର୍ଥନ ଥିଲା ଏହି ବିଲର ଏକମାତ୍ର ଉଲ୍ଲିଖିତ ଉଦେଶ୍ୟ  ଥିଲା National Inspection and Investigation Committee ଗଠନ ଯିଏ ସମାନ ନାଗରିକ ସଂହିତା ପ୍ରସ୍ତୁତ କରିବ ସାରାଦେଶରେ କାର୍ଯ୍ୟକାରୀ କରିବ ଡକ୍ଟର ମୀନା ଦାବି କରନ୍ତି ଯେ ସମାନ ନାଗରିକ ସଂହିତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କାର୍ଯ୍ୟକାରୀ ହେବ୧୮ ଉତ୍ତରାଖଣ୍ଡର ଭାରତୀୟ ଜନତା ପାର୍ଟିର ସରକାର ଏକ କମିଟି ଗଠନ କରିଦେଲେ ସମାନ ନାଗରିକ ସଂହିତାର ଚିଠା ପ୍ରସ୍ତୁତ କରିବାପାଇଁ, ଯାହା ପ୍ରସ୍ତୁତ ସରିଛି ସରକାରଙ୍କ ନିକଟରେ ଖୁବ ଶୀଘ୍ର ଦାଖଲ କରାଯିବ ବୋଲି କୁହାଯାଇଛି୧୯   ଭାରତୀୟ ଜନତା ପାର୍ଟି ଯେ ସମାନ ନାଗରିକ ସଂହିତା ପ୍ରଚଳନ ପାଇଁ ପ୍ରତିଶୃତିବଦ୍ଧ ଏହା କୁହନ୍ତି ଗୃହମନ୍ତ୍ରୀ ଅମିତ ଶାହ୨୦, “କେବଳ ବିଜେପି ନୁହେଁ, ସମ୍ବିଧାନ ସଭା ମଧ୍ୟ ସଂସଦକୁ ଏବଂ ରାଜ୍ୟକୁ ପରାମର୍ଶ ଦେଇଥିଲେ ଉପଯୁକ୍ତ ସମୟରେ ସମାନ ନାଗରିକ ସଂହିତା (ୟୁସିସି) ଆଣିବାକୁ କାରଣ ଯେକୌଣସି ଧର୍ମନିରପେକ୍ଷ ଦେଶରେ ଆଇନ ଧର୍ମ ଭିତ୍ତିରେ  ହେବା ଉଚିତ ହେବ ନାହିଁ ଯଦି ରାଷ୍ଟ୍ର ଏବଂ ରାଜ୍ୟ ଧର୍ମନିରପେକ୍ଷ ହେବ, ତାହାହେଲେ ଆଇନ କିପରି ଧର୍ମ ଭିତ୍ତିରେ ହେବ? ସବୁ ଧର୍ମବିଶ୍ୱାସୀଙ୍କ ପାଇଁ ସଂସଦ ବା ରାଜ୍ୟ ବିଧାନସଭାରେ ଗୋଟିଏ ଆଇନ ପାରିତ ହେବା ଉଚିତ ”  ସମାନ ନାଗରିକ ସଂହିତାର ପ୍ରଚଳନ ପାଇଁ ଅମିତ ଶାହ ଆମ ଦେଶର ଧର୍ମ ନିରପେକ୍ଷତା (secular country)କୁ ଉପଲକ୍ଷ୍ୟ କରିବା ଅଭିନନ୍ଦନୀୟ କାରଣ ଅମିତ ଶାହଙ୍କ ଭାରତୀୟ ଜନତା ପାର୍ଟି ସରକାର ଜୁଲାଇ ୨୦୨୦ରେ ଯେଉଁ ଶିକ୍ଷାନୀତିର ଘୋଷଣା କରିଛନ୍ତି, ସେ ୬୬ ପୃଷ୍ଠାର ଦସ୍ତାବିଜରେ କୌଣସି ସ୍ଥାନରେ ‘secular’ ଶବ୍ଦ ଉଲ୍ଲେଖ ହେବା ଦେଖାଯାଏ ନାହିଁ ; ଏହାର ବର୍ଷକ ପୂର୍ବରୁ ପ୍ରକାଶ ପାଇଥିବା ୪୮୦ ପୃଷ୍ଠାରୁ ଅଧିକଚିଠା ଜାତୀୟ ଶିକ୍ଷାନୀତି୨୦୧୯ରେ ମଧ୍ୟ ଏହି ଶବ୍ଦ ଉଲ୍ଲେଖ ହୋଇଥିବା ଦେଖାଯାଏ ନାହିଁ ଯଦିଓ ଏହି ନୀତିର ଲକ୍ଷ୍ୟ ଏକ ଭାରତକେନ୍ଦ୍ରିକ ଶିକ୍ଷାବ୍ୟବସ୍ଥା ପ୍ରତିଷ୍ଠା ବୋଲି ଦାବି କରାଯାଏ

ହିନ୍ଦୁ ରାଷ୍ଟ ପ୍ରସଙ୍ଗ     

ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ପ୍ରତ୍ୟେକ ସଭ୍ୟ ନିଜକୁ ହିନ୍ଦୁରାଷ୍ଟ୍ରର ଅଭିନ୍ନ ଅଂଶଭାବେ ତାର ମାତୃଭୂମି ଉଦେଶ୍ୟକୁ ପ୍ରଣାମ କରେ ଶପଥ ନିଏ ଯେ ଭାରତବର୍ଷର ମହାନତାକୁ ବଢ଼ାଇବା ପାଇଁ ସେ ପବିତ୍ର ହିନ୍ଦୁ ଧର୍ମ, ହିନ୍ଦୁ ସମାଜ ଏବଂ ହିନ୍ଦୁ ସଂସ୍କୃତିର ବିକାଶ ଦିଗରେ କାର୍ଯ୍ୟ କରିବ୨୧(ପୃ ୨୩) ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଦ୍ୱିତୀୟ ସରସଂଘଚାଳକ ଗୁରୁ ଗୋଲଓା୍ୱଲକର ତାଙ୍କ Bunch of Thoughts ମୁସଲମାନ ଖ୍ରୀଷ୍ଟିଆନଙ୍କୁ (କମ୍ୟୁନିଷ୍ଟ ସମେତ) ଆଭ୍ୟନ୍ତରୀଣ ଶତ୍ରୁ ବୋଲି ବିଚାର କରନ୍ତି କହିବା ବାହୁଲ୍ୟ ଯେ ଭାରତକୁ ହିନ୍ଦୁରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନ ସହିତ ସମାନ ନାଗରିକ ସଂହିତା (ୟୁସିସି) ପ୍ରଚଳନ ପାଇଁ ଭାରତ ଏକ secular country ଦ୍ୱାହି ଦିଆଯିବା ମେଳ ଖାଏନି ନୋବେଲ ବିଜେତା ଅର୍ଥନୀତିଜ୍ଞ, ଦାର୍ଶନିକ ଅମର୍ତ୍ତ୍ୟ ସେନ ବର୍ତ୍ତମାନ ସରକାରଙ୍କ ଏପରି ଉଦ୍ୟମ ପଛରେ ହିନ୍ଦୁରାଷ୍ଟ୍ର ଗଠନର ଉଦେଶ୍ୟ  ପ୍ରତି ଇଙ୍ଗିତ କରନ୍ତି ଏହା ସହିତ ସେ କହୁଥିଲେ୨୨, “ୟୁସିସି ମଧ୍ୟରେ ତୃଟି ରହିଛି ଏହି ପ୍ରକାର ଜିନିଷ ସରକାର କିପରି ପ୍ରଚଳନ କରିପାରିବେ? ଏହାକୁ ପ୍ରଚଳନ କଲେ କାହାର ଲାଭ ହେବ? କେନ୍ଦ୍ରୀୟ ସରକାର ଯେପରି ଦେଶକୁ ଚଳାଇ ନେବାକୁ ଚାହୁଁଛି, ସେହି ପଦ୍ଧତିରେ ଭୁଲ ଅଛି ” 

ନିର୍ବାଚନୀ ଏଜେଣ୍ଡାରେ ସମାନ ନାଗରିକ ସଂହିତା!

କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହାର ଆବଶ୍ୟକତା ରହିଛି ବୋଲି ଭୋପାଳଠାରେ ୨୦୨୩ ଜୁନ ଶେଷ ସପ୍ତାହରେ ଆୟୋଜିତ ଭାରତୀୟ ଜନତାପାର୍ଟିର କର୍ମୀ ସମ୍ମିଳନୀମେରା ବୁଥ ସବ୍ସେ ମଜବୁତରେ କହୁଥିଲେ୨୩ -“ଏବେ ଲୋକେ ୟୁସିସି ଦ୍ୱାରା ଉତ୍ତେଜିତ ହୋଇ ପଡୁଛନ୍ତି ଆପଣମାନେ କୁହନ୍ତୁ ଯେ ଗୋଟିଏ ଘରେ ଜଣଙ୍କ ପାଇଁ ଗୋଟିଏ ଆଇନ ଆଉଜଣକ ପାଇଁ ଆଉ ଏକ ଆଇନ, ଏଥିରେ ଘର ଚଳିପାରିବ?” ଏହା ଭିନ୍ନ କଥା ଯେ ଉତ୍ତରପ୍ରଦେଶରେ ଏକ ଗାଁ ଅଛି, ଆଗ୍ରା ନିକଟରେ ସାଧନ, ଯେଉଁଠି ଗୋଟିଏ ଭାଇ ମୁସଲମାନ ଅନ୍ୟଭାଇ ହେଉଛି ହିନ୍ଦୁ ଘର ଚାଲିଛି୨୪ଏହି ପରିବାରମାନଙ୍କରେ ହିନ୍ଦୁ ମୁସଲମାନ ଗ୍ରନ୍ଥ କୌଣସି ବିବାଦ ନଥାଇ ପଢ଼ା ଯାଇଥାଏ ତେଣୁ ୟୁସିସି ନିର୍ବାଚନୀ ଏଜେଣ୍ଡା ମାତ୍ର ବୋଲି ସ୍ୱାଭାବିକ ପ୍ରଶ୍ନ ହେଉଛି୨୫

ଉଦ୍ୟମକୁ ବିରୋଧ

ଯେତେବେଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାରାଭାରତରେ ସମାନ ନାଗରିକ ସଂହିତାର ପ୍ରଚଳନ ଉପରେ ଗୁରୁତ୍ୱ ଦିଆଯାଉଛି ତାହା ପୁଣି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ, ସେତେବେଳେ କେରଳ ବିଧାନସଭାରେ ଏହି ପ୍ରଚଳନ ବିରୋଧରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଯାଇଛି ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଆଗତ କରିବା ବେଳେ କହୁଥିଲେ୨୬, “ସମ୍ବିଧାନରେ ସମାନ ନାଗରିକ ସଂହିତାର ଅବଧାରଣା ସଂଘ ପରିବାରର ୟୁସିସି ଅବଧାରଣା ସମାନ ନୁହେଁ ସେମାନଙ୍କର ଆଇନ ବିଷୟରେ ଧାରଣା ମନୁସ୍ମୃତି ଅନୁସାରେ ସେମାନେ ଏହାକୁ ବହୁ ପୂର୍ବରୁ ସ୍ପଷ୍ଟ କରିଥିଲେ ତାମିଲନାଡୁର ଡିଏମକେ ସରକାର ମଧ୍ୟ ଏହାର ବିରୋଧ କରୁଛି୨୭

ସମାନ ନାଗରିକ ସଂହିତାର ପ୍ରଚଳନକୁ ପୂର୍ବୋତ୍ତର ରାଜ୍ୟମାନଙ୍କରେ ମଧ୍ୟ ବିରୋଧ ହେଉଛି ସମ୍ବାଦ୨୮ ଯେମିଜୋରାମର ଶାସକ ମିଜୋ ନେସନାଲ ଫ୍ରଂଟର ସରକାର ଯୋଜନା କରୁଛି ରାଜ୍ୟ ବିଧାନସଭାରେ ସମାନ ନାଗରିକ ସଂହିତାକୁ ବିରୋଧ କରି ଏକ ସଙ୍କଳ୍ପ (resolution) ପାରିତ କରିବା ପାଇଁ ଉଲ୍ଲେଖଯୋଗ୍ୟ ଯେ ମିଜୋରାମ ସମ୍ପର୍କରେ ସମ୍ବିଧାନର ଧାରା ୩୭୧ଜି ରେ ଥିବା ବିଶେଷ ବ୍ୟବସ୍ଥା ମିଜୋରାମକୁ ଏକ ବିଶେଷ ଅଧିକାର ଦିଏ ନିଜର ବ୍ୟକ୍ତିଗତ ଆଇନ (Personal Laws)କୁ କାଏମ ରଖିବା ପାଇଁ ଏହାଛଡ଼ା ମେଘାଳୟ, ନାଗାଲାଣ୍ଡରେ ମଧ୍ୟ ସେମାନଙ୍କ ସରକାର ୟୁସିସିର ପ୍ରଚଳନକୁ ବିରୋଧ କରୁଛନ୍ତି ଅବଶ୍ୟ କେନ୍ଦ୍ର ସରକାର ଏହି ରାଜ୍ୟଗୁଡ଼ିକରେ ସମାନ ନାଗରିକ ସଂହିତା (ୟୁସିସି) ପ୍ରଚଳନ କରାଯିବ ନାହିଁ ବୋଲି ଚିନ୍ତା ଭାବନା କରୁଛନ୍ତି୨୯

ଉପଯୁକ୍ତ ସମୟଅମୃତ କାଳ

ଉପଯୁକ୍ତ ସମୟରେ ସମାନ ନାଗରିକ ସଂହିତା ଆଣିବାପାଇଁ ସମ୍ବିଧାନ ସଭା ସଂସଦକୁ ରାଜ୍ୟକୁ ପରାମର୍ଶ ଦେଇଥିଲେ ବୋଲି ଅମିତ ଶାହ ସ୍ମରଣ କରାଇଦେବା ତାଙ୍କ ସରକାର ଏହାକୁ ଆଣିବା ପାଇଁ ପ୍ରତିଶୃତିବଦ୍ଧ ବୋଲି କହିବା ଆମେ ଉପରେ ଉଲ୍ଲେଖ କରିଛୁ ଲକ୍ଷ୍ୟ କରିବାର କଥା ଯେ ଯେଉଁ ସମୟରେ ଏହାକୁ ଆଣିବା ପାଇଁ ବର୍ତ୍ତମାନର ସରକାର ଜୋର ଦେଉଛି ୨୦୨୪ ନିର୍ବାଚନ ପୂର୍ବରୁ ଏହା କାର୍ଯ୍ୟକାରୀ ହେବବୋଲି ଦଳୀୟ ନେତାମାନେ ଘୋଷଣା କରୁଛନ୍ତି, ସେତେବେଳେ ସରକାରଙ୍କ ତରଫରୁ ୧୧ଅଗଷ୍ଟ ୨୦୨୩ ଦିନ ଏକ ନୂତନ ବିଧେୟକଭାରତୀୟ ନ୍ୟାୟ ସଂହିତାଲୋକସଭାରେ ପେଶ୍ ହୋଇଛି ସିଲେକ୍ଟ କମିଟିକୁ ପଠାଯାଇଛି୩୦ ଏହା ଯଦି ଆଇନ ହୋଇଯାଏ ତାହାହେଲେ ଭାରତୀୟ ଦଣ୍ଡ ସଂହିତା ୧୮୬୦ ଅକାମୀ ହୋଇଯିବ ଏତଦଦ୍ୱାରା ଔପନିବେଶିକ କାଳରେ ଭାରତରେ ହୋଇଥିବା ଆଇନଗୁଡିକର ସ୍ୱରୂପକୁ ବଦଳାଇ ଦିଆଯାଇ ପାରିବ, ଏହା ଭାରତୀୟ ହୋଇଯିବଏହା ସରକାରଙ୍କ ତରଫରୁ ଦାବି ହେଉଛି ଗୃହମନ୍ତ୍ରୀ ଅମିତ ଶାହଙ୍କ ଭାଷାରେ୩୧, “୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦୀ ଆମକୁ କହିଥିଲେ ଯେ ବର୍ତ୍ତମାନର ସମୟକୁ ଭାରତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବ୍ରିଟିଶ ଶାସନବେଳେ ହୋଇଥିବା ସମସ୍ତ ଆଇନର ଆଲୋଚନା ଏବଂ ସମୀକ୍ଷା ହେବା ଉଚିତ ସ୍ମରଣ କରାଯାଇପାରେ ଯେ ଆମ୍ବେଦକର ୨୩ ନଭେମ୍ବର ୧୯୪୮ ଦିନ ସମାନ ନାଗରିକ ସଂହିତା ଉପରେ ଆଲୋଚନା ସମୟରେ ରଖିଥିବା ବକ୍ତବ୍ୟ-“ଆମର ସାରା ଭାରତରେ ପ୍ରଚଳିତ ଏକ ସମାନ ଏବଂ ସମ୍ପୂର୍ଣ୍ଣ ଅପରାଧ ଆଇନ (uniform and complete Criminal Code) ରହିଛି ଯେଉଁଥିରେ ଅଛି ଦଣ୍ଡ ସଂହିତା ଏବଂ ଦଣ୍ଡ ପ୍ରକ୍ରିୟା ସଂହିତା (Penal Code and the Criminal Procedure Code)

ପୁନଶ୍ଚ ଏହି ସମୟରେ ପ୍ରଚଳିତ ସମ୍ବିଧାନ ସ୍ଥାନରେ ଗୋଟିଏ ନୂଆ ସମ୍ବିଧାନ ଆଣିବାର ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତି ପରାମର୍ଶଦାତା ସମିତିର ଅଧ୍ୟକ୍ଷ ବିବେକ ଦେବରାୟ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଗଣମାଧ୍ୟମରେ ରଖିଛନ୍ତି କହିଛନ୍ତି୩୨ଆମର ପ୍ରଚଳିତ ସମ୍ବିଧାନ ବିଶେଷ ଭାବରେ ଭାରତ ସରକାର ଆଇନ ୧୯୩୫ (Government of India Act of 1935) ଉପରେ ପର୍ଯ୍ୟବସିତ ଏହିଦୃଷ୍ଟିରୁ ଏହା ଏକ ଔପନିବେଶିକ (colonial) ପରମ୍ପରା(legacy)” ଅବଶ୍ୟ ଏହା ସରକାରଙ୍କ ମତ ନୁହେଁ ବୋଲି ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି୩୩ ଯଦିଓ ଦେବରାୟଙ୍କ ଲେଖାରେ ସେ ସମସ୍ତ ରୂପକର ବ୍ୟବହାର  ହୋଇଛି ଯାହା କ୍ଷମତାସୀନ ଦଳର ନେତୃତ୍ୱ କଥା କଥାକେ ବ୍ୟବହାର କରନ୍ତି ଯେପରି ଦେବରାୟ ତାଙ୍କ ନିବନ୍ଧରେ ବ୍ୟବହାର କହୁଛନ୍ତି ବାକ୍ୟଖଣ୍ଡ ‘trajectory for Amrit Kaal’, ‘reclaims our forgotten heritage; Sengol is a metaphor for that’ ଇତ୍ୟାଦି ତେବେ ୧୯୩୫ ଆକ୍ଟ ଭାରତର ସମ୍ବିଧାନରେ କିପରି ପ୍ରତିଫଳିତ ହୋଇଛି ଏହାର ଯଥାର୍ଥତା ଅଛି ସେ ସମ୍ପର୍କରେ ଡକ୍ଟର ଆମ୍ବେଦକରଙ୍କ ମତ ଉଲ୍ଲେଖ କରିବା ପ୍ରାସଙ୍ଗିକ ହୋଇପାରେ ନଭେମ୍ବର ୧୯୪୮ଦିନ ସମ୍ବିଧାନ ସଭାରେ ସେ କହିଥିଲେ୩୪(ପୃ ୩୧୫), “ଅଭିଯୋଗ ଯେ ଚିଠା ସମ୍ବିଧାନରେ ଅନେକ ଅଂଶ ଭାରତ ସରକାରଙ୍କ ଆଇନ ୧୯୩୫ରୁ ନିଆଯାଇଛି କିନ୍ତୁ ଏହା ପାଇଁ ମୁଁ କୌଣସି କ୍ଷମା ଯାଚନା କରିବି ନାହିଁ ଗ୍ରହଣ କରିବାରେ ଲଜ୍ଜା କିଛି ନାହିଁ ଏଥିରେ ଲେଖା ଚୋରୀ (plagiarism) ନାହିଁ ସମ୍ବିଧାନର ମୌଳିକ ଅବଧାରଣା ଉପରେ କାହାରି ବିଶେଷ ଅଧିକାର (patent)ନାହିଁ ମୋର କ୍ଷୋଭ ଯେ ଭାରତ ସରକାର ଆଇନ ୧୯୩୫ରୁ ଯାହା ନିଆଯାଇଛି ସେଗୁଡ଼ିକ ଅଧିକ ଅଂଶରେ ପ୍ରଶାସନର ବିବରଣ (strative details) ସମ୍ପର୍କିତ ମୁଁ ଏକମତ ଯେ ସମ୍ବିଧାନରେ ପ୍ରଶାସନିକ ବିବରଣର କୌଣସି ସ୍ଥାନ ନାହିଁ ମୋର ମଧ୍ୟ ଇଚ୍ଛା ଯଦି ଚିଠା ପ୍ରସ୍ତୁତି କମିଟି ଏହାକୁ ବାଦ ଦେଇ ପାରନ୍ତେ କିନ୍ତୁ ଏହାକୁ ଅନ୍ତର୍ଭୁକ୍ତ କରିବାର ଯଥାର୍ଥତା ରହିଛି କାରଣ ପ୍ରଥମତଃ ପ୍ରଶାସନର ଗଠନ (form) ସମ୍ବିଧାନର ଗଠନ ସହ ନିବିଡ଼ଭାବେ ସମ୍ପର୍କିତ ତେଣୁ ପ୍ରଶାସନର ଗଠନ ସମ୍ବିଧାନ ଗଠନ ସହ ସଂଗତିପୂର୍ଣ୍ଣ ହେବା ଉଚିତ ଅନ୍ୟଟି ହେଉଛି ଏହା ସମ୍ଭବ ଯେ ସମ୍ବିଧାନର ଗଠନ ବଦଳାଇ, କେବଳ ପ୍ରଶାସନର ଗଠନ ବଦଳାଇ ସମ୍ବିଧାନକୁ ପୂର୍ଣ୍ଣତଃ ବିକୃତ କରି ଦିଆ ଯାଇପାରେ, ଏବଂ ଏହାକୁ ସମ୍ବିଧାନର ଆତ୍ମା ସହ ଅସଙ୍ଗତ ବିରୋଧାତ୍ମକ କରି ଦିଆ ଯାଇପାରେ ଏଥିରୁ ଜଣାଯାଏ ଯେ ଯେଉଁଠି ଜନଗଣ ସାମ୍ବିଧାନିକ ନୈତିକତା (Constitutional morality) ଦ୍ୱାରା ପୁଷ୍ଟ, ସେହିଠାରେ ରିସ୍କ ନିଆଯାଇପାରେ ସମ୍ବିଧାନରୁ ପ୍ରଶାସନର ବିବରଣକୁ (details of administration) ବାଦ୍ ଦେଇ ଏହିଗୁଡ଼ିକର ନିର୍ଦ୍ଧାରଣ (egislature) ଦାୟିତ୍ୱ ବ୍ୟବସ୍ଥାପିକା (top-dressing) ହାତରେ ଛାଡ଼ି ଦେବା ……ଆମେ ବୁଝିବା ଉଚିତ ଯେ ଆମର ଜନଗଣ ଏଯାବତ୍ ଏହା (ସାମ୍ବିଧାନିକ ନୈତିକତା) ଶିଖିନାହାନ୍ତି ଭାରତ ଭୂଇଁ , ଯାହା ମୂଳତଃ ଅଗଣତାନ୍ତ୍ରିକ, ତାଉପରେ ଗଣତନ୍ତ୍ର ହେଉଛି କେବଳ ମାଟି ଉପରେ ସାର ବିଛାଇବା ସଦୃଶ (colonial legacy) ଏହି ପରିସ୍ଥିତିରେ ପ୍ରଶାସନର ଗଠନ ନିର୍ଦ୍ଧାରଣ ପାଇଁ ବ୍ୟବସ୍ଥାପିକା ଉପରେ ବିଶ୍ୱାସ କରିବା ବୁଦ୍ଧିମତାର ପରିଚୟ ଦେବ ନାହିଁ ଏହା ହିଁ ଯୁକ୍ତି ସେଗୁଡିକୁ ସମ୍ବିଧାନରେ ଅର୍ନ୍ତଭୁକ୍ତ କରିବା ପାଇଁ

ସତେ ଯେପରି ମନେ ହେଉଛି ୨୦୨୪ ନିର୍ବାଚନ ପୂର୍ବରୁ ସରକାରଙ୍କ ନଜର ପଡିଛି ଭାରତର ଔପନିବେଶିକ ପରମ୍ପରା (colonial legacy) ଉପରେ, ଯେଉଁଠି ଔପନିବେଶିକ ପରମ୍ପରାର ଦାଗ ରହିଛି ବା ରହିଥିବାର ମନେହେଉଛି ତାକୁ ସବୁ ନିର୍ମଳ କରିବା ଉଦେଶ୍ୟରେ, ତାହା ଭାରତର ପ୍ରଚଳିତ ସମ୍ବିଧାନ ହେଉ ନା କାହିଁକି ଏହି ନୂତନ ସମ୍ବିଧାନ ହେଲେ ପ୍ରଚଳିତ ସମ୍ବିଧାନରେ ଆମ୍ବେଦକରଙ୍କ ସମ୍ପୃକ୍ତି କ୍ରମଶଃ ପାଶୋର ହୋଇଯିବ ଭବିଷ୍ୟତ ପିଢିର ଜନମାନସରୁ ଏହା ସେମାନଙ୍କୁ ସୁହାଇବ ଯେଉଁମାନେ ଆମ୍ବେଦକରଙ୍କୁ ଚାହାନ୍ତି ନାହିଁ ଯେପରି ଦେବରାୟ କହୁଛନ୍ତି, ୧୯୭୩ର Basic Structure ରାୟ ଯାହାପ୍ରଚଳିତ ସମ୍ବିଧାନର ସଂଶୋଧନ ବେଳେ ପ୍ରୟୋଗ ହୋଇପାରୁଛି ତାହା ନୂତନ ସମ୍ବିଧାନ ପାଇଁ ହେବ ନାହିଁ ଦେବରାୟଙ୍କ ଲେଖାଟି ପ୍ରକାଶ ପାଇବାର ଏକ ସପ୍ତାହ ପୂର୍ବରୁ, ଅଗଷ୍ଟ ୨୦୨୩ ଦିନ, ରାଜ୍ୟସଭାରେ ମନୋନୀତ ସାଂସଦ ପୂର୍ବତନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇ Basic Structure ଅବଧାରଣାକୁ ପ୍ରଶ୍ନ କରିଥିଲେ୩୫   ଅବଶ୍ୟ ସମ୍ବିଧାନର ପୁନଃଲିଖନ ପାଇଁ ପ୍ରାୟ ୬ଦଶନ୍ଧି ପୂର୍ବେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ୨ୟ ସରସଂଘ ଚାଳକ ଗୁରୁ ଗୋଲୱାଲକର କହିଥିଲେ୨୧(ପୃ ୨୬),“ଏକକେନ୍ଦ୍ରିକ ସରକାର (Unitary  form of government ) ଗଠନ ପାଇଁ ସମ୍ବିଧାନର ସମୀକ୍ଷା ଏବଂ ପୁନଃଲିଖନ ହେଉ ଅପ୍ରମାଣିତ କରାଯାଉ ବ୍ରିଟିଶ ଦ୍ୱାରା ସେହି ଦୁଷ୍ଟ ଅପପ୍ରଚାରକୁ ଯାହାକୁ ଆମର ଆଜିକାର ନେତୃତ୍ୱ ଅଜ୍ଞତାବଶତଃ ମାନିନେଲେ ଯେ ଆମ ଦେଶ ଅନେକ distinct ‘ethenic groups’ or ‘nationalities’ ସମାହାର ଯେଉଁମାନେ ପାଖାପାଖି ରହୁଛନ୍ତି ଏବଂ ଭୌଗଳିକ ସଂଲଗ୍ନତା ତଥା ଏକ ବ୍ୟାପକ ବିଦେଶୀ ଶାସନ ଯୋଗୁଁ ଏକାଠି ହୋଇଛନ୍ତି ”Unitary form of government ଅର୍ଥ ହେଉଛିି ‘One Country, One State, One Legislature, One Executive’. ସମାନ ନାଗରିକ ସଂହିତା ଉପରେ ବତ୍ତବର୍ତ୍ତମାନ ଶାସକଙ୍କର ଗୁରୁତ୍ୱ ହେଉଛି ‘One Country, One State, One Legislature, One Executive’’ ଅବଧାରଣା ସହିତ ତାଳ ମିଶାଇ ନିଶ୍ଚିତ କରିବା  ‘One country, One Election’, ‘One country, One Entrance Exam’,‘One country, One Knowledge System’’ ଇତ୍ୟାଦି ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହୋଇପାରେ ଯେ ସମ୍ବିଧାନ ସଭାରେ ସମ୍ବିଧାନର ଚିଠା ଗୃହୀତ ହେବାର ମାତ୍ର ୪ଦିନ ପରେ, ୩୦ ନଭେମ୍ବର ୧୯୪୯ଦିନ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ମୁଖପତ୍ର Organiser ସମ୍ପାଦକୀୟରେ ଲେଖାଗଲା୨୧(ପୃ ୨୬), “କିନ୍ତୁ ଆମ ସମ୍ବିଧାନରେ ପୂରାତନ ଭାରତରେ ହୋଇଥିବା ନିଆରା ସାମ୍ବିଧାନିକ ବିକାଶର କୌଣସି ଉଲ୍ଲେଖ ହୋଇନାହିଁ Lycurgus of Sparta or Solon of Persia ସବ ଲେଖା ହେବାର ବହୁ ପୂର୍ବରୁ ମନୁଙ୍କର ଆଇନ ଲେଖା ହୋଇଥିଲା ଆଜି ପର୍ଯ୍ୟନ୍ତ ଏହି ଆଇନଗୁଡ଼ିକ ଯାହା ମନୁସ୍ମୃତିରେ ପ୍ରକାଶ କରାଯାଇଛି, ତାହା ବିଶ୍ୱରେ ବହୁଳ ଭାବରେ ପ୍ରଶଂସିତ ହୋଇଛି ଏବଂ ସ୍ୱତଃସ୍ଫୂର୍ତ୍ତ ଭାବେ ଉଦ୍ରେକ କରିଛି ଆନୁଗତ୍ୟ ତଥା ଅନୁରୂପତା (obedience and conformity) କିନ୍ତୁ ଆମର ସମ୍ବିଧାନ ପଣ୍ଡିତମାନଙ୍କ ପାଇଁ ଏହା କିଛି ନୁହେଁ କହିବା ବାହୁଲ୍ୟ ଯେ ଭାରତରେ ପ୍ରଚଳିତ ଆଇନ, ସମ୍ବିଧାନରେ ପରିବର୍ତ୍ତନ ସମାନ ନାଗରିକ ସଂହିତାର ପ୍ରଚଳନ ପାଇଁ ଉଦ୍ୟମର ଇତିହାସ ଯଦିଓ ବେଶ କିଛି ଦଶନ୍ଧି ପୂରାତନ, କିନ୍ତୁ ଏହି ଉଦ୍ୟମରେ ସମ୍ପୃକ୍ତ ଗୋଷ୍ଠୀମାନଙ୍କ ପାଇଁ ବର୍ତ୍ତମାନର ସମୟ ଅତ୍ୟନ୍ତ ଅନୁକୂଳ କାରଣ ସେମାନଙ୍କର ବିଚାର ସହିତ ସାମଞ୍ଜସ୍ୟ ଥିବା ରାଜନୈତିକ ଦଳ ଶାସନରେ   

ଉପସଂହାର

ଏହା ଅବଶ୍ୟ ଭିନ୍ନ କଥା ଯେ ମାତ୍ର ପାଂଚ ବର୍ଷ ତଳେ, ୨୦୧୮ ମସିହାରେ, ସମାନ ନାଗରିକ ସଂହିତା ନା ବର୍ତ୍ତମାନ ଆବଶ୍ୟକ ନା ବାଂଛନୀୟ ବୋଲି ମତପୋଷଣ କରିଥିଲେ ୨୧ତମ ବିଧି କମିଶନ କିନ୍ତୁ ୨୦୧୯ରେ ଭାରତୀୟ ଜନତା ପାର୍ଟି ପୂର୍ବାପେକ୍ଷା ଅଧିକ ନିର୍ବାଚନୀ ସଫଳତା ପାଇବା ସ୍ୱାଭାବିକ ଏହାର ଆତ୍ମବିଶ୍ୱାସକୁ ବଢ଼ାଇ ଦେଲା ଯାହାର ପରିଣତିରେ ଆମେ ନାଗରିକତା ସଂଶୋଧନ ଆଇନ୨୦୧୯, Jammu and Kashmir Reorganisation Act, ୨୦୧୯, ଧାରା ୩୭୦ରେ ସଂଶୋଧନ, କୃଷି ଆଇନ୨୦୨୦, ନୂତନ ଶିକ୍ଷାନୀତି୨୦୨୦ ପ୍ରଣୟନ ଇତ୍ୟାଦି ଭାରତୀୟ ଜନତା ପାର୍ଟିର ସରକାରଙ୍କ ଦ୍ୱାରା ପ୍ରଣୀତ ହେବାର ଦେଖିଲେ ସେହି କ୍ରମରେ ସମାନ ନାଗରିକ ସଂହିତା ଆଇନ ପାଇଁ ଜୋରଦାର ଆଗ୍ରହ ଭାରତୀୟ ଜନତା ପାର୍ଟିର ସରକାରଠାରେ ଦେଖାଯିବା ସ୍ୱାଭାବିକ ଯଦିଓ ଏହାକୁ ନେଇ ବହୁ ବିବାଦ ଉଠିଛି, ଏହାକୁ ବିରୋଧ ହେଉଛି, କେହି କେହି ଏଥିରେ ରାଜନୈତିକ ଲାଭ ପାଇବା ପାଇଁ ମୁସଲମାନ ସମ୍ପ୍ରଦାୟକୁ ଆହୁରି ଅଲଗା କରିଦେବାର ପ୍ରଚ୍ଛନ୍ନ ଉଦ୍ୟମ ଦେଖୁଛନ୍ତି୩୬ କିନ୍ତୁ  ସମାନ ନାଗରିକ ସଂହିତାର ପ୍ରଚଳନ ହେଲେ ଭାରତରେ ଥିବା ସବୁ ସମ୍ପ୍ରଦାୟର ବ୍ୟକ୍ତିଗତ ଆଇନ ଯାହା ବିବାହ, ଉତ୍ତରାଧିକାର, ପୋଷ୍ୟ ସନ୍ତାନ ଗ୍ରହଣ, ପରିବାରରେ ମହିଳାର ସମ୍ପତ୍ତି ଉପରେ ଅଧିକାର ଇତ୍ୟାଦିକୁ ନିୟନ୍ତ୍ରିତ କରୁଥିବା ଆଇନ ଗୁଡିକରେ ଯଦି ଏକରୂପତା ଅଣାଯିବ, ତାହାହେଲେ ହିନ୍ଦୁ ଆଇନ ଗୁଡିକ, ଯାହା ମଧ୍ୟ ୫୦ଦଶକ (୧୯୫୫୫୬)ରୁ ପ୍ରଚଳନ ହେଉଛି, ତାହା ଏହି ପ୍ରକ୍ରିୟାରେ କିପରି ପ୍ରଭାବିତ ହେବ? ଯେଉଁମାନେ ସମାନ ନାଗରିକ ସଂହିତା ଆଇନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଉଛନ୍ତି ସେମାନଙ୍କର ସବୁଠାରୁ ବଡ଼ ଅଭିଯୋଗ ହେଉଛି, ଯେପରି ସମାନ ନାଗରିକ ସଂହିତା ବିଧେୟକ ଆଗତ କରିଥିବା କିରୋଡି ମଲ ମୀନା କୁହନ୍ତି୧୮ଯେଉଁଠି ମୁସଲମାନ ୪ଥର ବିବାହ କରିପାରୁଛନ୍ତି, ହିନ୍ଦୁ ୨ୟଥର ବିବାହ କଲେ ସାତବର୍ଷର ଜେଲ ଦଣ୍ଡ ଭୋଗୁଛି ”  କହିବା ବାହୁଲ୍ୟ ଯେ ହିନ୍ଦୁ ଆଇନରେ ଏକ ସମୟରେ ଜଣକ ସହ ବିବାହିତ ରହିବାର ପ୍ରଥା (monogamy) ବାଧ୍ୟତାମୂଳକ ହୋଇଛି ଏବଂ ଉପରୋକ୍ତ ପ୍ରତିକ୍ରିୟା ମାନଙ୍କରୁ ଜଣା ପଡୁଛି ଯେ ମୁସଲମାନ ପୁରୁଷ ଏକ ସମୟରେ ସର୍ବାଧିକ ପତ୍ନୀର ସ୍ୱାମୀ ହୋଇପାରୁଥିବା ବେଳେ ହିନ୍ଦୁପୁରୁଷ କେବଳ ଏକ ସମୟରେ ଗୋଟିଏ ପତ୍ନୀର ସ୍ୱାମୀ ହେବା ଯେପରି ସମାନ ନାଗରିକ ସଂହିତାର ଅପରିହାର୍ଯ୍ୟତାକୁ ସାବ୍ୟସ୍ତ କରୁଛି୩୭ା  ଏପରି କଠୋର ଦଣ୍ଡର ବ୍ୟବସ୍ଥା ସତ୍ତ୍ୱେ ଏକ ଅଧ୍ୟୟନ (୨୦୧୯୨୧ କାଳଖଣ୍ଡରେ) ଅନୁସାରେ, ୧୦୦୦ ଜଣ ବିବାହିତ ହିନ୍ଦୁ ମହିଳାଙ୍କ ମଧ୍ୟରୁ ୧୩ ଜଣ ମହିଳାଙ୍କର ସ୍ୱାମୀମାନେ ଏକରୁ ଅଧିକ ପତ୍ନୀ ସହ ରହୁଛନ୍ତି ଅବଶ୍ୟ ସେହି ଅଧ୍ୟୟନ ଅନୁସାରେ ୧୦୦୦ ଜଣ ବିବାହିତ ମୁସଲମାନ ମହିଳାଙ୍କ ମଧ୍ୟରୁ ୧୯ଜଣ ମହିଳାଙ୍କର ସ୍ୱାମୀମାନେ ଏକରୁ ଅଧିକ ପତ୍ନୀ ସହ ରହୁଛନ୍ତି୩୮ କିନ୍ତୁ ମୁସଲମାନ ପୁରୁଷ ଏକ ସମୟରେ ସର୍ବାଧିକ ପତ୍ନୀଙ୍କ ସହ ରହିବା ତାଙ୍କ ପାରିବାରିକ ଆଇନ ଅନୁସାରେ ବୈଧ ହୋଇଥିବା ବେଳେ, ବୋଧହୁଏ ଏହା ବିରଳ ଯେ କୌଣସି ମୁସଲମାନ ପୁରୁଷ ଏକ ସମୟରେ ପତ୍ନୀଙ୍କ ସହ ରହୁଛି ତା ହେଲେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର The Population Myth: Islam, Family Planning and Politics in India ଲେଖକ S Y Quraishi ପଚାରନ୍ତେ ନାହିଁ ୩୯, “ଗୋଟିଏ ମୁସଲମାନ ଲୋକ ଦେଖାଅ ଯାହାର ୪ଟି ପତ୍ନୀ ଅଛନ୍ତି ….ପ୍ରକୃତରେ ମୁସଲମାନମାନେ ଭାରତରେ ସବୁଠାରୁ ଛୋଟ ବହୁବିବାହୀ (polygamous ) ସମ୍ପ୍ରଦାୟ ତେଣୁ ଏକ ସମୟରେ ଏକ ପତ୍ନୀ ଆଇନକୁ ହିନ୍ଦୁମାନେ ଉଲଂଘନ କରୁଥିବାବେଳେ, ଏକ ସମୟରେ ସର୍ବାଧିକ ୪ପତ୍ନୀ ଗ୍ରହଣ କରିବାର ଆଇନକୁ ମୁସଲମାନମାନେ କ୍ୱଚିତ ଉଲଂଘନ କରୁଛନ୍ତି! ମୋଟ ଜନସଂଖ୍ୟାରେ ଦେଖିଲେ ଯେହେତୁ ହିନ୍ଦୁଙ୍କ ଜନସଂଖ୍ୟା ମୁସଲମାନଙ୍କଠାରୁ ଯଥେଷ୍ଟ ଅଧିକ, ମୋଟ ସଂଖ୍ୟାରେ ବିବାହିତ ମୁସଲମାନ ମହିଳାଙ୍କଠାରୁ ଅଧିକ ବିବାହିତ ହିନ୍ଦୁ ମହିଳାଙ୍କର ସ୍ୱାମୀମାନେ ଏକରୁ ଅଧିକ ପତ୍ନୀଙ୍କ ସହ ରହୁଛନ୍ତି ତେବେ ଏପରି ବୈଷମ୍ୟକୁ ଦୂର ହେବା ଉଚିତ

ସମାନ ନାଗରିକ ସଂହିତାର ପରିକଳ୍ପନା ପଛରେ ମୂଳଉଦେଶ୍ୟ  ଥିଲା ନାରୀ ପୁରୁଷର ଅଧିକାର ମଧ୍ୟରେ, ପ୍ରାପ୍ୟରେ ଥିବା ବୈଷମ୍ୟକୁ ଦୂର କରିବା ବିବାହରେ ଜାତିର ଭୂମିକାକୁ ନିର୍ବାପିତ କରିବା ଏହି ଉଦେଶ୍ୟଗୁଡିକୁ ସମ୍ବିଧାନରେ ପ୍ରତ୍ୟେକ ନାଗରିକକୁ ଦିଆଯାଇଥିବା ମୌଳିକ ଅଧିକାରସମ୍ମତ ଏହି ମୂଳ ଉଦେଶ୍ୟକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ସମ୍ପ୍ରଦାୟରେ ଥିବା ବ୍ୟକ୍ତିଗତ ଆଇନରେ ସଂଶୋଧନ କରାଗଲେ ସମାନ ନାଗରିକ ସଂହିତାର ମୂଳ ଲକ୍ଷ୍ୟ ସାଧିତ ହୋଇପାରିବ ତେଣୁ ସବୁ ସମ୍ପ୍ରଦାୟ ପାଇଁ ଏକ ବ୍ୟକ୍ତିଗତ ଆଇନ କରିବା ଅପେକ୍ଷା ପ୍ରତ୍ୟେକ ସମ୍ପ୍ରଦାୟର ବ୍ୟକ୍ତିଗତ ଆଇନରେ ସଂଶୋଧନ କରାଯିବା ଉଚିତ ଏହାହିଁ ଥିଲା ମୂଳତଃ ୨୧ତମ ବିଧି କମିଶନର ସୁପାରିଶ ଏହାର ଅଧ୍ୟକ୍ଷ ଡକ୍ଟର ବି ଏସ ଚୌହାନଙ୍କର ମତ ଥିଲା ଯେସମାନ ନାଗରିକ ସଂହିତା ଆଣିବା ପୂର୍ବରୁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଭିନ୍ନ ଭିନ୍ନ ଧର୍ମରେ ଥିବା ବ୍ୟକ୍ତିଗତ ଆଇନଗୁଡିକରେ ପରିବର୍ତ୍ତନ କରାଯିବା ଉଚିତ ନିଶ୍ଚିତ ଭାବରେ ଏପରି କରାଯିବା ସମ୍ଭବ ନୁହେଁ ଯେତେବେଳ ଯାଏ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଭାବାବେଗ ପ୍ରତି ସରକାର ସମ୍ମାନଶୀଳ ହୋଇଛନ୍ତି ଭାରତରେ ଆଜି ଯେତେବେଳେ ସାମ୍ପ୍ରଦାୟିକ ଅସହିଷ୍ଣୁତାର ବାତାବରଣ୪୦ ଏକ ନିଷ୍ଠୁର ସତ୍ୟ ହୋଇଛି , ସେତେବେଳେ ସବୁ ସମ୍ପ୍ରଦାୟ ପାଇଁ ଗୋଟିଏ ଆଇନ କରିବାର ଉଦ୍ୟମ ପରିସ୍ଥିତିକୁ ଅଧିକ ଜଟିଳ କରିଦେଇପାରେ ତେଣୁ ବୁଦ୍ଧିମାନର କାର୍ଯ୍ୟ ହେବ ଯାହା ୨୧ତମ ବିଧି କମିଶନ ସୁପାରିଶ କରିଛନ୍ତି ତକ୍ରାଳୀନ ଅଧ୍ୟକ୍ଷ କହିଛନ୍ତି ତାହାକୁ କାର୍ଯ୍ୟକାରୀ କରିବା

ବ୍ୟବହୃତ ଉପାଦାନ ସୂଚୀ

  1. Constituent Assembly Debates: Official Report, Vol. VII, 4.11.1948 to 8.1 1949, Reprinted by Loksabha Secretariat, New Delhi, 6th Reprint 2014
  2. Hindu code bills,https://en.wikipedia.org/wiki/Hindu_code_bills
  3. India after Gandhi, Ramachandra Guha, Picador India, 2017, p.225

4.DR. BABASAHEB AMBEDKAR WRITINGS AND SPEECHES,Vol. 14 ,PART ONE (Sections I to III),Edited by Vasant Moon , Dr. Ambedkar Foundation ,Ministry of Social Justice & Empowerment, Govt. of India , December 1995

5.DR. BABASAHEB AMBEDKAR WRITINGS AND SPEECHES,Vol. 14 ,PART Two (Section IV),Edited by Vasant Moon , Dr. Ambedkar Foundation ,Ministry of Social Justice & Empowerment, Govt. of India , December 1995

  1. Gita Press And The Making of Hindu India, Akshaya Mukul, HarperCollins Publishers India, 2017, pp. 471-472

7.LOK SABHA DEBATES (Part I—Questions and Answers) ,VOLUME III, 1955 {20 April to 7th May, 1955) NINTH SESSION, 1955 ,LOK SABflA SECRETARIAT ,NEW DELHI

8.LOK SABHA DEBATES (Part I—Questions and Answers) ,VOLUME VII, 1955 {2Jst November to 23rd December, 1955) ELEVENTH SESSION, 1955 ,LOK SABflA SECRETARIAT ,NEW DELHI

  1. Once Upon a Time, RSS & Golwalkar Opposed Uniform Civil Code: Here’s the Proof,Sudheendra Kulkarni ,Updated: 02 Jul 2023,https://www.thequint.com/opinion/rss-ms-golwalkar-muslims-ucc-bjp-communalism#read-more
  2. One nation, one code: RSS chief on UCC, population policy , IANS ,Published: 19 Sep 2018 ,https://www.thequint.com/news/hot-news/one-nation-one-code-rss-chief-on-ucc-population-policy
  3. Introduction to Consultation Paper on Reform of Family Law , Law Commission of India, 31 aug 2018
  4. Time not ripe for uniform civil code, says Law Commission chairman B.S. Chauhan ,Sanya Dhingra ,01 September, 2018 ,https://theprint.in/india/governance/time-not-ripe-for-uniform-civil-code-says-law-commission-chairman-b-s-chauhan/109562/
  5. Former Karnataka HC chief justice who upheld hijab ban appointed as law commission chief ,Scroll Staff ,Nov 08, 2022 ,https://scroll.in/latest/1036920/centre-constitutes-law-commission-after-over-four-years
  6. Lies, Insistence and Disregard for Evidence: The Journey of ‘Love Jihad’ Laws , Chander Uday Singh , 30/Dec/2022,https://thewire.in/communalism/lies-insistence-and-disregard-for-evidence-the-journey-of-love-jihad-laws

15.Patrika News , 21-Dec-2016https://www.patrika.com › india › r…; Udaipur University vice-chancellor ousts dean of students welfare ,TNN | Aug 10, 2019 ,https://timesofindia.indiatimes.com/city/udaipur/udaipur-univ-v-c-ousts-dean-of-students-welf.

  1. Extended deadline to submit suggestions to Law Commission on UCC ends ,PTI Last Updated: Jul 28, 2023 ,https://economictimes.indiatimes.com/news/india/extended-deadline-to-submit-suggestions-to-law-commission-on-ucc-ends/printarticle/102213409.cms .
  2. Fresh consultation on UCC due to its importance: Meghwal to House ,BySaptarshi Das ,Jul 22, 2023 ,https://www.hindustantimes.com/india-news/government-seeks-fresh-ideas-on-uniform-civil-code-clarifies-law-commission-s-view-was-a-consultation-paper-101689965689216.html
  3. Uniform Civil Code will be implemented before 2024 polls, claims BJP MP Kirodi Lal Meena ,Dev Ankur Wadhawan ,Jaipur,UPDATED: Dec 10, 2022 ,https://www.indiatoday.in/india/story/uniform-civil-code-will-be-implemented-before-2024-polls-claims-bjp-mp-kirodi-lal-meena-2307641-2022-12-10

19.Draft of Uniform Civil Code for Uttarakhand ready to be submitted to the state govt, informs panel head, 30 Jun 2023,  Edited By Karishma Pranav Bhavsar , https://www.livemint.com/news/india/draft-of-uniform-civil-code-for-uttarakhand-ready-to-be-submitted-to-the-state-govt-informs-panel-head-11688116259236.html

  1. BJP committed to bring Uniform Civil Code once democratic discussions are over: Home minister Amit Shah ,TIMESOFINDIA.COM | Nov 24, 2022 ,https://timesofindia.indiatimes.com/india/bjp-committed-to-bring-uniform-civil-code-once-de…
  2. Know The RSS, Shamsul Islam, Pharaos Media, 2017
  3. Amartya Sen on Uniform Civil Code ,https://eisamay.com/west-bengal-news/bolpur-news/nobel-laureate-amartya-sen-opposes-uniform-civil-code-introducing-by-central-government/articleshow/101544855.cms
  4. PM Modi’s endorsement brings UCC back into the spotlight ,BySmriti Kak Ramachandran, Jun 28, 2023,https://www.hindustantimes.com/india-news/pm-modi-hints-at-prioritizing-uniform-civil-code-bjp-s-long-standing-agenda-for-all-communities-and-faiths-in-india-101687892706966.html
  5. In Today’s Polarised India, This UP Village Is the Epitome of Hindu-Muslim Harmony ,Priyadarshini Sen ,10/Oct/2018 ,https://thewire.in/religion/agra-sadhan-village-hindu-muslim;https://navbharattimes.indiatimes.com/state/uttar-pradesh/mathura/sadhna-khera-in-agra-is-an-amazing-exaple-of-hindu-muslim-unity/articleshow/42354415.cms
  6. Uniform Civil Code an election agenda, will oppose: Indian Union Muslim League,By Vivek Rajagopal:29 June, 2023 ,https://www.indiatoday.in/india/story/uniform-civil-code-an-election-agenda-will-oppose-indian-union-muslim-league-2399642-2023-06-29
  7. Kerala assembly passes resolution against implementation of Uniform Civil Code ,ByVishnu Varma ,Aug 08, 2023 ,https://www.hindustantimes.com/cities/others/kerala-assembly-passes-resolution-against-implementation-of-uniform-civil-code-101691487839529.html

27.DMK strongly opposes Uniform Civil Code, says it could have ‘potentially disastrous effect’ on secular ethos, law and order in T.N., The Hindu Bureau , July 12, 2023 , CHENNAI ,https://www.thehindu.com/news/national/tamil-nadu/dmk-strongly-opposes-uniform-civil-code-says-it-could-have-potentially-disastrous-effect-on-secular-ethos-law-and-order-in-tn/article67070888.ece

28.Explained: Why some North Eastern states are opposing the Uniform Civil Code,  Nachiket Deuskar, Feb 10, 2023 ,•https://scroll.in/article/1043505/explained-why-some-north-eastern-states-are-opposing-the-uniform-civil-code

  1. ‘Keep tribals out’: Parliamentary panel discusses UCC with Centre, law commission,Mausami Singh ,New Delhi,UPDATED: Jul 3, 2023 ,https://www.indiatoday.in/india/story/uniform-civil-code-parliament-panel-law-commission-consultation-law-ministry-north-east-tribals-2401350-2023-07-03
  2. The Bharatiya Nyaya Sanhita, 2023 ,https://prsindia.org/billtrack/the-bharatiya-nyaya-sanhita-2023

31.What was the govt’s process behind introducing the Bhartiya Nyaya Sanhita Bill? ,Written by Mahender Singh Manral, New Delhi | Updated: August 13, 2023 ,https://indianexpress.com/article/explained/explained-law/before-bills-process-of-consultations-discussions-govt-8888604/

  1. There’s a case for ‘we the people’ to embrace a new Constitution, 14 Aug 2023, Bibek Debroy ,https://www.livemint.com/opinion/online-views/theres-a-case-for-we-the-people-to-embrace-a-new-constitution-11692021963182.html
  2. PM advisory council clarifies Bibek Debroy’s article on new Constitution doesn’t reflect its views ,Scroll Staff, Aug 18, 2023
  3. Makers of Modern India, Ramchandra Guha, Penguin Books, 2012
  4. ‘Opinions, Not Diktats’: CJI Chandrachud on Ranjan Gogoi’s Remarks on Constitution’s Basic Structure ,09/Aug/2023 ,https://thewire.in/law/opinions-not-diktats-cji-chandrachud-on-ranjan-gogois-remarks-on-constitutions-basic-structure

36.The UCC Bogey Is Raked Up for Muslim Bashing and to Serve Electoral Needs: Flavia Agnes, Abhay Kumar , 27/Jun/2023, https://thewire.in/rights/ucc-bogey-muslim-bashing-electoral-needs-flavia-agnes1

  1. ‘Having 4 wives is unnatural’: Nitin Gadkari on need for Uniform Civil Code ,India Today Web Desk ,New Delhi,UPDATED: Dec 9, 2022 ,https:/ /www.indiatoday.in/india/story/having-4-wives-is-unnatural-nitin-gadkari-on-uniform-civil-code-2307252-2022-12- 09
  2. It’s not just Muslims who have multiple wives in India. But practice has declined across faiths , Nikhil Rampal ,18 May, 2023 ,https://theprint.in/india/its-not-just-muslims-who-have-multiple-wives-in-india-but-practice-has-declined-across-faiths/1578799/
  3. Muslims are the least polygamous, data proves it, says former CEC Quraishi , News Desk|   Published: 6th March 2021 ,https://www.siasat.com/muslims-are-the-least-polygamous-data-proves-it-says-former-cec-quraishi-2104569/

40.US Official Calls Religious Intolerance in India ‘Frightening’, Akmal Dawi , July 18, 2023 , https://www.voanews.com/a/us-official-calls-religious-intolerance-in-ind..   

 

Comments

0 comments

Share This Article