ଲୋକ ବିଜ୍ଞାନ ପରିଷଦ

ଲୋକ ବିଜ୍ଞାନ ପରିଷଦ ଏକ ଜନମଂଚ । ଲୋକମାନଙ୍କ ଭିତରେ ପ୍ରଶ୍ନ କରିବାର ମନୋବୃତ୍ତି ପିଲାଟି ଦିନରୁ ହିଁ ସୃଷ୍ଟି କରାଯିବା ଦରକାର- ଏକଥା ବହୁ ଜାଣିବା ଶୁଣିବା ଲୋକ କହିଯାଇଛନ୍ତି । ଏହି ପ୍ରଶ୍ନ କରିବାର ମନୋବୃତ୍ତି ସୃଷ୍ଟି କରିବା ପାଇଁ କିଛି ଅନୁଷ୍ଠାନ ବି ନିଷ୍ଠାର ସହ କାମ କରିଆସୁଛନ୍ତି । ଆଜିର ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ ପୃଷ୍ଠଭୂମିକୁ ବିଶ୍ଲେଷଣ କରୁଥିବା ଲୋକମାନେ ଏଭଳି ଏକ ଉଦ୍ୟମ ଅଧିକ ବ୍ୟାପକ ହେବା ଉଚିତ ବୋଲି ମତ ଦିଅନ୍ତି ।

ଏ ଭିତରେ ଯେଉଁ ଯେଉଁ ସଂସ୍ଥାମାନେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆଗକୁ ଆସିଛନ୍ତି, ଅନେକ କାରଣ ବଶତଃ ସେମାନେ କିଛିପାଦ ଆଗେଇ ଗଲାପରେ ଅଟକି ଯାଇଛନ୍ତି। କାହାର ସମାଲୋଚନା କରିବା ଆମର ଉଦ୍ଦେଶ୍ୟ ନୁହେଁ । ତେବେ ସମୀକ୍ଷାରୁ ଯାହା ଆମକୁ ଶିଖିବା ପାଇଁ ମିଳିଛି ଏବଂ ଭବିଷ୍ୟତକୁ ନେଇ ଯେଉଁ ସମ୍ଭାବନା ଦେଖାଯାଉଛି, ସେସବୁକୁ ପାଥେୟ କରି ‘ଲୋକ ବିଜ୍ଞାନ ପରିଷଦ’ କିଛି କାର୍ଯ୍ୟକ୍ରମ ହାତକୁ ନେବାପାଇଁ ଗଢ଼ାଯାଇଛି । ସଂକ୍ଷେପର ସେସବୁ ହୋଇଛି :

– ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କ ଭିତରେ ପ୍ରଶ୍ନ କରିବାର ମନୋବୃତ୍ତି ସୃଷ୍ଟି କରିବା ।

– ବିଜ୍ଞାନ ଭିତ୍ତିକ ଶିକ୍ଷା, ଶିକ୍ଷା ସଚେତନତା ସୃଷ୍ଟି କରିବା ଓ ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ।

– ନିଜ ଗାଁ, ନିଜ ପରିବେଶ, ନିଜ ଲୋକ, ନିଜ ସଂସ୍କୃତି ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ସୃଷ୍ଟି କରିବା ।

– ନିଜ ଘର, ନିଜ ଗାଁ, ନିଜ ସହର, ନିଜ ରାଜ୍ୟ ଓ ନିଜ ଦେଶର ହିସାବ ଖାତାକୁ ବୁଝିବା ଏବଂ ବୁଝାଇବା ପାଇଁ କିଛି ପ୍ରକାଶନ ଓ ଚର୍ଚ୍ଚା କାର୍ଯ୍ୟକ୍ରମ ହାତକୁ ନେବା ।

– ଚର୍ଚ୍ଚା ଓ ବିତର୍କର ଏକ ପରମ୍ପରା ଜାରି ରଖିବା ।

– ଲୋକ ସଂସ୍କୃତି ଓ ଲୋକ କଳାର ପରମ୍ପରାକୁ ବଂଚାଇ ରଖିବା ତଥା ବିକଶିତ କରି ରଖିବା ପାଇଁ ପ୍ରୟାସ କରିବା ।

ଆମର ପ୍ରେରଣା

ଓଡ଼ିଶାର ଅବହେଳିତ ଚାଷୀ, କ୍ଷେତ ମୂଲିଆ, ଶ୍ରମଜୀବୀ, ମତ୍ସ୍ୟଜୀବୀ, ଜଙ୍ଗଲଜୀବୀ, କାରିଗର, ବୁଣାକାର, ଶିଳ୍ପୀ, କଳାକାର ଏବଂ ସୃଜନଶୀଳତାରେ ଭରପୁର ଅନେକ ମଣିଷ ଯେଉଁମାନଙ୍କୁ ସଭ୍ୟତା ଚିହ୍ନିବାର ପ୍ରୟାସ ବି କରୁନାହିଁ । ଆମକୁ ବି ପ୍ରେରଣା ଦିଅନ୍ତି ଅଗଣିତ ପିଲାମାନେ, ଯେଉଁମାନଙ୍କ ଭିତରେ ଅଛନ୍ତି ସ୍କୁଲ ଯାଉଥିବା, ଅଧାରୁ ପାଠ ଛାଡ଼ିଥିବା ଏବଂ ଜାଣିବାର ଆଗ୍ରହ ଥାଇ ବି ପାଠପଢ଼ାରୁ ବଞ୍ଚିତ ହୋଇଥିବା କୁନି କୁନି ପିଲାମାନେ । ଏହାର ପ୍ରତିଷ୍ଠାତା ସଭାପତି ହେଉଛନ୍ତି ପ୍ରୋଫେସର ସ୍ଵାଧୀନାନନ୍ଦ ପଟ୍ଟନୟକ ଓ ସମ୍ପାଦକ ସୁଧୀର ପଟ୍ଟନୟକ ଏହି କାର୍ଯ୍ୟକୁ ଆଗକୁ ଆଗେଇ ନେବାପାଇଁ ନିଜର ପ୍ରୟାସ ଜାରିରଖିଛନ୍ତି ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.