ଆମ ସଂସ୍କୃତିରେ ‘କୁଲା’
ଓଡ଼ିଆ ଭାଷାରେ ପ୍ରାଚୀନ କାଳରୁ ପ୍ରଚଳିତ ଅନେକ ଶବ୍ଦ ପାଠକ ପଢ଼ିଛନ୍ତି । କୌଣସି ଗୋଷ୍ଠୀ ଓ ସମାଜର ଭାଷା ସମୃଦ୍ଧି ହେବାର କାରଣ ହେଉଛି ଶବ୍ଦ । ଯେଉଁ ଭାଷାରେ ଶବ୍ଦ ଅଧିକ, ସେହି ଭାଷା ସେତିକି ଉନ୍ନତ ବୋଲି କୁହାଯାଏ । ଆମ ଓଡ଼ିଆ ଭାଷାରେ ସେହିପରି ଅନେକ ଭାଷାର ଶବ୍ଦ ମିଶି ଶବ୍ଦଭଣ୍ଡାର ସୃଷ୍ଟି ହୋଇଛି । ତେଣୁ ଆମଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି । ଓଡ଼ିଆ ଭାଷାରେ ଅନେକ ପ୍ରାନ୍ତୀୟ ଭାଷାର ପ୍ରଚଳନ ଥିବା ମଧ୍ୟ ଦେଖାଯାଏ । ‘କୁଲା’ ଶବ୍ଦର ଆଲୋଚନା ଓଡ଼ିଶାକୁ ଘେରି ରହିଥିବା ପ୍ରାନ୍ତୀୟ ରାଜ୍ୟଗୁଡ଼ିକର ଶବ୍ଦ ସେହି ଅଞ୍ଚଳର ମୁଖ୍ୟ ଭାଷା ରୂପରେ ପ୍ରଚଳନ ହୁଏ । ବାଲେଶ୍ୱରରେ ବଙ୍ଗାଳୀ ଭାଷାର ଶବ୍ଦ, ସମ୍ବଲପୁରରେ ହିନ୍ଦୀ ଭାଷାର ଶବ୍ଦ, ଗଂଜାମରେ ତେଲୁଗୁ ଭାଷାର ଶବ୍ଦ ବ୍ୟବହାର କରାଯାଏ । ଓଡ଼ିଆ ଶବ୍ଦ ଭଣ୍ଡାରରେ ତତ୍ସମ, ତତ୍ଭବ, ଦେଶଜ, ବୈଦେଶିକ ଶବ୍ଦର ବ୍ୟବହାର ଦେଖାଯାଏ । ଅନେକ ଭାଷାବିତ୍ ବିଭିନ୍ନ ଶବ୍ଦର ବ୍ୟବହାର କରି ଓଡ଼ିଆ ଭାଷା ଭଣ୍ଡାରକୁ ଅଧିକ ସମୃଦ୍ଧ କରିଛନ୍ତି । ଓଡ଼ିଶାର ଗଞ୍ଜାମରେ ପ୍ରଚଳିତ ‘କୁଲା’ ଶବ୍ଦକୁ ଆଲୋଚନା କରିବା । ‘କୁଲା’ ଶବ୍ଦର ବ୍ୟବହାର, କାର୍ଯ୍ୟକାରିତାକୁ ନିମ୍ନରେ ଆଲୋଚନା କରାଗଲା । ‘କୁଲା’ର ସୃଷ୍ଟି ଇତିହାସର ପୃଷ୍ଠାକୁ ଓଲଟାଇ ଦେଖିଲେ ଆଦିମାନବ ଠାରୁ…