ଜଳବାୟୁ ପରିବର୍ତ୍ତନ ଓ ଡାହାଣୀ ଆରୋପିତ ଅପରାଧ

ଶଶିପ୍ରଭା ବିନ୍ଧାଣୀ
54 Views
12 Min Read

ସାରା ପୃଥିବୀ ଆଜି ଜଳବାୟୁ ପରିବର୍ତ୍ତନକୁ ନେଇ ଗମ୍ଭୀର ଭାବରେ ଚିନ୍ତାଶୀଳ । ଏହି ପରିବର୍ତ୍ତନ ଦ୍ୱାରା ପୃଥିବୀବାସୀଙ୍କ ଉପରେ ଅନେକ ଦୁଃଖ ଦୁର୍ଦ୍ଦଶା ବିଭିନ୍ନ ଭାବରେ, ଶହଶହ ବର୍ଷ ଧରି ମଣିଷ ସମାଜକୁ ସନ୍ତୁଳିତ କରିଚାଲିଛି । ଏସବୁର ଐତିହାସିକ ସତ୍ୟତା ପାଇଁ ନୃତତ୍ତ୍ୱ ଓ ସମାଜବିଜ୍ଞାନର ଚର୍ଚ୍ଚା ପ୍ରକ୍ରିୟା ଅନବରତ ଜାରୀ ରହିଛି । ବିଭିନ୍ନ ସମୟରେ ଜ୍ଞାନୀ, ବିଜ୍ଞାନୀ, ସମାଜ ସୁଧାରକମାନଙ୍କର ପ୍ରଚେଷ୍ଟା ଦେଶ ତଥା ରାଜ୍ୟମାନଙ୍କର ନୂତନ ନିୟମ ଓ ନୀତି ଆଣିବାର ଇଚ୍ଛା ପ୍ରକ୍ରିୟା ମଧ୍ୟ କ୍ରିୟାଶୀଳ ରହିଛି।

ଆଜି ଏସବୁ ସ୍ଥିତି ଓ ଅବସ୍ଥାକୁ ଅନୁଧ୍ୟାନ କଲେ ନିଜର ଲୋମ ଟାଙ୍କୁରି ଯାଉଛି । ଏହା ଭାବି ଯେ କିପରି ଜଳବାୟୁର ଏହି ପରିବର୍ତ୍ତନର କ୍ଷୀପ୍ରତାକୁ ରୋକାଯାଇ ମଣିଷକୁ ଏକ ସମାନ, ଶାନ୍ତ, ନିରାପଦ ମର୍ଯ୍ୟାଦାଦାୟକ ଜୀବନଧାରାକୁ ରଖାଯାଇ ପାରିବ ।

ଜଣେ ଐତିହାସିକଙ୍କର ଅନୁମାନକୁ ଏଠାରେ ରଖି ଆମ ଚାରିପାଶ୍ୱର୍ରେ ଦୃଷ୍ଟ ଅଦୃଷ୍ଟଭାବରେ କିଛି ହିଂସା ସଂଘଟିତ ହୋଇଚାଲିଥିବା, ‘ଆରୋପଜନିତ ଅପରାଧ ଓ ହିଂସାର’ ରୂପରେଖକୁ ଏକ ସ୍ପଷ୍ଟ ଆକାର ଓ ଚିତ୍ର ଦେବାଟା ଆବଶ୍ୟକ ହୋଇପଡ଼ିଛି ।

ଡାହାଣୀ ଆରୋପଜନିତ ଅପରାଧ ଓ ହିଂସାକୁ ୧୪୦୦ ଶତାବ୍ଦୀରୁ ୧୬୦୦ ଶତାବ୍ଦୀ ମଧ୍ୟରେ ସଂଘଟିତ ହୋଇଥିବା କିଛି ହଜାର ମହିଳାଙ୍କୁ ଡାହାଣୀ(Witch) (ଯଦିଓ Witch ଡାହାଣୀର ଇଂରାଜୀ ନୁହଁ ବା ଡାହାଣୀ Witchର ଓଡ଼ିଆ ନୁହଁ) ଆରୋପିତ କରି ହତ୍ୟା କରାଯାଇଛି । ଏବଂ ତତ୍କାଳୀନ ପ୍ରବଳପ୍ରତାପୀ ବିଭିନ୍ନ ଗୋଷ୍ଠୀର ମୁଖ୍ୟମାନେ ଏହି ମହିଳାମାନଙ୍କୁ “Little Ice Age” ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ କରି ହତ୍ୟା କରିଛନ୍ତି । ସେମାନଙ୍କ ମତରେ ଭୀଷଣ ଥଣ୍ଡା, ଭୀଷଣ ଗରମ, ପ୍ରବଳ କୁଆପଥର ବୃଷ୍ଟି, ଫସଲ ନଷ୍ଟ, ଖାଦ୍ୟାଭାବ, ଅକାଳ ମୃତ୍ୟୁ, ରୋଗ, ପଶୁଧନ ନଷ୍ଟ, ଚାଷବାସରୁ ଅଳ୍ପ ଅମଳ ବା ଜମା ଅମଳ ନହେବା; ଏପରି ଅସନ୍ତୁଳିତ ଜଳବାୟୁ ପାଇଁ ତଥାକଥିତ ‘Witch’ (ମହିଳା)ମାନେ ଦାୟୀ ।

ଗତ କିଛିଶହ ବର୍ଷ ହେବ ଭାରତବର୍ଷରେ ମଧ୍ୟ ଏପରି ଆରୋପଜନିତ ଅପରାଧ ଓ ହିଂସାର ପ୍ରାବଲ୍ୟ କିଛି କମ୍ ନୁହେଁ । ବିଶେଷକରି ମହିଳା ମାନଙ୍କୁ ଏଥିପାଇଁ ଦାୟୀ କରାଯାଇଥାଏ । ସେଥିରୁ ପୁରୁଷ(ଗୁଣିଆ)ମାନେ ବାଦ୍ ପଡ଼ିନାହାନ୍ତି । ହେଲେ ସେ ସଂଖ୍ୟା ବହୁତ ନଗଣ୍ୟ । ମହିଳା ଓ ପୁରୁଷମାନଙ୍କୁ ସେମାନଙ୍କର ସାମାଜିକ ସ୍ଥିତି ଓ ଭୂମିକାକୁ ନେଇ ଏ ଆରୋପିତ ଅପରାଧ ଓ ହିଂସା ସଂଘଠିତ ହୋଇଥାଏ । ଉପର ପରିଚ୍ଛଦରେ ଉଲି୍ଲଖିତ ସମସ୍ତ ଅବସ୍ଥା ପାଇଁ ମହିଳାମାନଙ୍କୁ ଦାୟୀ କରି ‘ଡାହାଣୀ’ ବା ‘Witch’ କହି ତାଙ୍କ ପ୍ରତି ଅପମାନ, ଅତ୍ୟାଚାର, ସାମାଜିକ ବାସନ୍ଦ, ସମ୍ପତ୍ତିରୁ ଉତ୍ଖାତ, ଶାରୀରିକ, ଯୌନ, ମାନସିକ ଉତ୍ପୀଡ଼ନ ଭଳି ସମସ୍ତ ପ୍ରକାରର ଅପରାଧିକ ବ୍ୟବହାର କରାଯାଇଥାଏ । ଏହା ଏକକ ଭାବରେ ପରିବାରର ପରିଚିତ ଓ ସମ୍ପର୍କୀୟମାନଙ୍କ ଦ୍ୱାରା ବା ଗୋଷ୍ଠୀ ଅଥବା ସମାଜସ୍ତରରେ ହୋଇଥାଏ ।

ଏହି ଅପରାଧ ଓ ହିଂସା ସମ୍ପର୍କରେ ବର୍ତ୍ତମାନ ସାରା ପୃଥିବୀରେ ଚର୍ଚ୍ଚା ଚାଲିଛି । ‘Salem’ ରେ ସଂଘଟିତ ଏହି ଆରୋପଜନିତ ଅପରାଧ ୧୬୪୭ରୁ ୧୬୯୭ ମଧ୍ୟରେ ଇଉରୋପୀୟ ଇତିହାସକୁ ଲଜ୍ଜିତ କରିଛି । ଏ ନେଇ ଭାରତ ବା ଏସିଆ ମହାଦେଶରେ ସଂଘଟିତ ହେଉଥିବା ହିଂସା ଓ ଆରୋପଜନିତ ଅପରାଧ ବିଷୟରେ ବିଶେଷ ଗବେଷଣା ବା ତର୍ଜମା ହେବାର ଆମପାଖରେ ତଥ୍ୟ ଉପଲ୍ବଧ ନାହିଁ । ଜଣେ ଜର୍ମାନ ଐତିହାସିକ Wolfgang Behringer ଏ ସମ୍ପର୍କରେ ସୁନିଶ୍ଚିତ ହୋଇ ନିଜର ଯୁକ୍ତି ରଖିଛନ୍ତି ଯେ ଅନେକ ଇଉରୋପୀୟ ରାଷ୍ଟ୍ରରେ ‘Little Ice Age’ର ଜଳବାୟୁ ପରିବର୍ତ୍ତନ କାରଣ ପାଇଁ ମହିଳାମାନଙ୍କୁ ଦାୟୀ କରାଯାଇ ନୃଶଂସ ଭାବରେ ହତ୍ୟା କରାଯାଇଛି ।

ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ଅଗ୍ରହଣୀୟ । ଏପରି ଜଳବାୟୁ ପରିବର୍ତ୍ତନର ଘଟଣା ଯଥା ବିଭିନ୍ନ ସ୍ଥାନରେ ଆଗ୍ନେୟ ଉଦ୍ଗୀରଣ, ଅସହ୍ୟ ଗରମ, ଅନବରତ ବରଫପାତ, ବର୍ଷାର ଅଭାବ, ଝଡ଼, ଅସ୍ୱାଭାବିକ ବୃଷ୍ଟିପାତ ତଥା କୁଆପଥର ବୃଷ୍ଟି, ଅଜଣା ରୋଗରେ ଜନଜୀବନ ହାନୀ ଓ ପଶୁଧନ ନଷ୍ଟ, ଖାଦ୍ୟ ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟର ଦରବୃଦ୍ଧିର କାରଣକୁ ମଧ୍ୟ ଏହି ଆରୋପିତ ମହିଳାଙ୍କ ଉପରେ ଲଦି ଦିଆଯାଇଥିଲା ।

ଐତିହାସିକ Wolfgang ଏହାର ଏକ ସମୟ କ୍ରମଭିତ୍ତିକ ବିଶ୍ଲେଷଣ କରି ଦର୍ଶାଇଛନ୍ତି ଯେ କିପରି ଅତି ଦୁର୍ଭାଗ୍ୟଜନକ ଭାବରେ ଏପରି Witch trial ସଂଘଠିତ କରାଯାଇଛି ।

ଏହା ମଧ୍ୟ ଇତିହାସରୁ ଜଣାପଡ଼େ ଯେ କିଛି ମହିଳା ‘Witchcraft’ (ଏହାର ପୁନଃସଂଜ୍ଞା ନିରୂପଣର ଆବଶ୍ୟକତା ରହିଛି । ଗୁଣିଗାରେଡ଼ି, ଗୁଣିଆ, ଡାହାଣୀର ସଂଜ୍ଞା ଆମ ଭାରତୀୟ ଦୃଷ୍ଟିଭଙ୍ଗୀରେ ତଥା ବିଭିନ୍ନ ଦେଶୀୟ ଓ ଆଂଚଳିକ ଭାଷା ତଥା ସଂସ୍କୃତିରେ) କରି ଆକାଶ ଓ ଜଳକୁ ଏକାଠି ମିଶାଇ ଦିଅନ୍ତି । ଦୁର୍ଭିକ୍ଷ ତଥା ଅନେକ ଅଜଣାରୋଗ ସୃଷ୍ଟି କରିପାରନ୍ତି । ‘କଳାଯାଦୁ’(ଈକ୍ଷବମଳ ଗବଶସମ) (ଶବ୍ଦର ତର୍ଜମା ଆବଶ୍ୟକ) ଏପରି ଅନେକ ସେଭଳି କ୍ରିୟା ଓ ପ୍ରକ୍ରିୟା କରି ଅନ୍ୟମାନଙ୍କୁ ବିମୋହିତ କରି ନିଜର ଅଭିଷ୍ଟ ଇଚ୍ଛାକୁ ପୂରଣ କରିଥାନ୍ତି ବୋଲି ଆରୋପ କରାଯାଇଥାଏ ।

ଏହା ମଧ୍ୟ ଜଣାପଡ଼େ ଯେ ଇଉରୋପୀୟ ଲୋକବିଶ୍ୱାସରେ କୁହାଯାଏ ଯେ ଜଣେ ମହିଳା (Black Magic) ଜଣେ ସୈତାନ (ପୁରଷ-(Witch) ସହିତ ମିଶି ଅନେକ ପ୍ରକାରର ଦୁର୍ବିପାକ ଓ ଅସନ୍ତୁଳିତ ଜଳବାୟୁ ସ୍ଥିତି ସୃଷ୍ଟି କରିପାରେ ।

ଅନେକ ଆଂଚଳିକ ତଥା ଭାରତୀୟ ଗବେଷଣା ପ୍ରକାଶନରୁ ଜଣାପଡ଼େ ଯେ ଭାରତବର୍ଷରେ ସଂଘଟିତ ହେଉଥିବା ଏହି ‘ଆରୋପଜନିତ ଅପରାଧ’ରେ ମଧ୍ୟ ମୁଖ୍ୟତଃ ମହିଳାଙ୍କୁ ‘ଡାହାଣୀ’ କହି ଉପରୋକ୍ତ ଅବସ୍ଥା ପାଇଁ ଦାୟୀ କରିବାର ପ୍ରକ୍ରିୟା ଜାରୀ ରହିଛି ।

ଏପ୍ରକାର ଜଳବାୟୁ ପରିବର୍ତ୍ତନଜନିତ ଫଳାଫଳ ପାଇଁ ମହିଳାଙ୍କୁ ଦାୟୀ କରିବାର ଭାରତୀୟ ବା ଏସୀୟ ଜୀବନଧାରାରେ କେବେଠାରୁ ଆସିଲା, ତା’ର ଗବେଷଣା ତଥା ତର୍ଜମା ଅପରିହାର୍ଯ୍ୟ ।

‘ଡାହାଣୀ’ ବା ‘Witch’ ବୋଲି ଆରୋପିତ କରିବାର ଯେଉଁ ସବୁ ପୃଷ୍ଠଭୂମି ରହିଛି, ତାର ଏକ ମନସ୍ତାତ୍ତ୍ୱିକ ଦିଗକୁ ଆମେ ଯଦି ଦେଖିବା, ସର୍ବତ୍ର ଇଉରୋପ ହେଉ ବା ଭାରତ ତଥା ଏସୀୟ ମହାଦେଶ ହେଉ ବା ହେଉ ଓଡ଼ିଶା; ଅନ୍ୟଉପରେ ସାମାଜିକ ଦୁରବସ୍ଥା ବା ଜଳବାୟୁ ପରିବର୍ତ୍ତନର ଯେଉଁ କଠିନ ଓ ଜଟିଳ ପରିସ୍ଥିତିର କାରଣ ଏପରି କିଛି ମଣିଷଙ୍କ ଉପରେ ଲଦିଦେଇ ଏବଂ ସେମାନଙ୍କ ପ୍ରତି ହିଂସା ଓ ଆଇନ ବହିର୍ଭୂତ ପ୍ରକ୍ରିୟାରେ ଦଣ୍ଡବିଧାନ କରିବାର ଧାରା ଆଜି ଆହୁରି ବୀଭତ୍ସ ଭାବରେ ଘଟିଚାଲିଛି । ଏଥିରେ ନିଜର ‘ଶକ୍ତି’ ଓ ‘ପରାକ୍ରମ’ ଜାହିର କରିବାର ଉକ୍ରଟ ଇଚ୍ଛା ସ୍ପଷ୍ଟ । ମଣିଷର ବିଶ୍ୱାସ ଓ ଆସ୍ଥାକୁ ନେଇ ସେମାନଙ୍କୁ ବିଭ୍ରାନ୍ତ କରି ସେମାନଙ୍କୁ ନିଜ ‘ବିଚାରଧାରାରେ’ ରଖି ନିଜର ପରାକ୍ରମ ବିସ୍ତାର କରିବାର ଯେଉଁ ପ୍ରବଳ ଇଚ୍ଛା ଓ ଚିନ୍ତାକୁ ପ୍ରଶ୍ନ କରି ଏଥିରେ ପୂର୍ଣ୍ଣଛେଦ ପକାଇବାର ସମୟ ଅତିକ୍ରାନ୍ତ ।

ଅସତ୍ୟ ଓ ଅର୍ଦ୍ଧସତ୍ୟ ଉପରେ ଆଧାରିତ ସୂଚନା ‘ଜଳବାୟୁ ପରିବର୍ତ୍ତନରେ କିଏ ଦାୟୀ’କୁ ଅତୀତରେ ଯେଉଁ ସବୁ ଜଘନ୍ୟ ଘଟଣା ଘଟିଯାଇଛି, ତାକୁ ଆଉ ଆଗକୁ ବଢ଼ାଇବାକୁ ଦିଆଯାଇ ପାରିବନି । ସମସ୍ତ ‘ଅସତ୍ୟ’ ଓ ‘ଅର୍ଦ୍ଧସତ୍ୟ’କୁ ପ୍ରଶ୍ନ କରିବାପାଇଁ ଭାରତବର୍ଷ କିଛିବର୍ଷ ଧରି ପ୍ରୟାସ ଜାରୀ ରଖିଛି । ‘ଜଳବାୟୁ ପରିବର୍ତ୍ତନ’ ରେ ଆମେ ସମସ୍ତେ ସାମୂହିକ ଓ ବ୍ୟକ୍ତିଗତ ଭାବରେ ଦାୟୀ ଅଟୁ ବୋଲି ପ୍ରଥମେ ‘ନିଶ୍ଚିତ ଭାବରେ’ ଗ୍ରହଣ କରିସାରିଲେ ହିଁ ଏହାର କାରଣମାନ ସ୍ପଷ୍ଟ ଦିବାଲୋକକୁ ଆସିବ । ଏବଂ ତା’ପରେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ପ୍ରଶମିତ କରିପାରିବା ।

ସରଳଭାବରେ କହିବାକୁ ଗଲେ ଆମର ଶିକ୍ଷାପ୍ରକ୍ରିୟା ଓ ଜ୍ଞାନ ଆହରଣ ସ୍ତରରେ ଯେଉଁ ଢାଞ୍ଚାଗତ ତ୍ରୁଟି ରହିଛି, ତାକୁ ଚିହ୍ନଟ କରିବା । ଏହାକୁ ତନ୍ନ ତନ୍ନ ଅନୁଧ୍ୟାନ କରି ବ୍ୟାପକ ବିଚାରବିମର୍ଶ କରିବା ଜରୁରୀ । ଏଠାରେ କହିବା ବାହୁଲ୍ୟ ଯେ ସ୍ୱାଧୀନତା ପରବର୍ତ୍ତୀ ସମୟଠାରୁ ଭାରତୀୟ ସମ୍ବିଧାନରେ ଦେଶ ପରିଚାଳନା ପ୍ରସଙ୍ଗରେ ଶିକ୍ଷାନୀତିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ପରିତାପର ବିଷୟ ଯେ ଜ୍ଞାନ ଆହରଣ ପ୍ରକ୍ରିୟାରେ ମୁଖ୍ୟତଃ ଗୁଣାତ୍ମକ ମୂଲ୍ୟବୋଧ ହେଉଥିବା ‘ଠିକ୍ ସମୟରେ ଠିକ୍ କଥା’ର ଗୁରୁତ୍ୱ ନାହିଁ । ତା’ ସହିତ ‘ଅନୁମାନ’ରେ ଉପଲବ୍ଧ କଥାକୁ ତଥ୍ୟଭଳି ପରିବେଷଣ କରିବା ମଧ୍ୟ ଏକ ଅପରାଧ । ଯାହାଦ୍ୱାରା ଏ ପ୍ରକ୍ରିୟାରେ ତର୍କ ଓ ବିଜ୍ଞାନ ସମୃଦ୍ଧ ଜ୍ଞାନ ଆହରଣରେ ବାଧା ସୃଷ୍ଟି କରୁଛି ।

‘ଜଳବାୟୁ ପରିବର୍ତ୍ତନ’ ଭଳି ଗୋଟିଏ ବିଷୟ ସାରାବିଶ୍ୱର ମାନବର ଜ୍ଞାନ ଆହରଣ ଓ ଚିନ୍ତନ ପ୍ରକ୍ରିୟାକୁ ନିଶ୍ଚିତଭାବରେ ଏକ ଆହ୍ୱାନ । ଏ ପୃଥିବୀପୃଷ୍ଠରେ ପ୍ରକୃତି ଓ ପଂଚମହାଭୂତ ସମ୍ପର୍କିତ ସମସ୍ତ ଜ୍ଞାନ ଓ ବିଜ୍ଞାନ ଆଜି ସମ୍ପୂର୍ଣ୍ଣଭାବରେ ମଣିଷର ଜ୍ଞାନ ଓ ଚେତନାରେ ପ୍ରତିଫଳିତ ହୋଇପାରି ନାହିଁ । ପ୍ରତ୍ୟେକ ମୁହୂର୍ତ୍ତରେ ଏ ପରିବର୍ତ୍ତନଶୀଳ ପୃଥିବୀରେ ପ୍ରକୃତି ଅନେକ ପ୍ରଶ୍ନବାଚୀ ନେଇ ଆସିଛି, ଆସୁଥିବ । ଏପରି ପରିସ୍ଥିତିରେ ମଣିଷର ଜିଜ୍ଞାସାପୂର୍ଣ୍ଣ ଚେତନା, କାର୍ଯ୍ୟ ଓ ଏପରି ପରିସ୍ଥିତିରେ ମଣିଷର ଜିଜ୍ଞାସାପୂର୍ଣ୍ଣ ଚେତନା କାର୍ଯ୍ୟ ଓ କାରଣର ସତ୍ୟ ଉନ୍ମୋଚନ କରିବାର ଅବିରତ ନିମଗ୍ନ । ଏପରି ସବୁ ଘଡ଼ିସନ୍ଧି ମୁହୂର୍ତ୍ତରେ କିଛି ମାନବ ସମଗ୍ର ମାନବସମାଜକୁ ନିଜର ଆୟତ୍ତରେ ରଖିବାକୁ ଲକ୍ଷ୍ୟ ରଖି ‘ପ୍ରକୃତି’ ଓ ପୃଥିବୀ ସମ୍ପର୍କରେ ଅନେକ ଭ୍ରାନ୍ତଧାରଣା ସୃଷ୍ଟି କରି ଚାଲିଛି । ମଣିଷର ଏକମାତ୍ର ସମ୍ବେଦନଶୀଳ ମାନସିକ ସତ୍ତା ‘ବିଶ୍ୱାସ ଓ ଭରସା’କୁ ନେଇ ଖେଳ ଚାଲିଛି । ସବୁଠାରୁ ବିଡ଼ମ୍ବନାୟର ବିଷୟ ହେଉଛି ପୃଥିବୀ ଅଦେ୍ର୍ଧକରୁ ଅଧିକ ରାଷ୍ଟ୍ରରେ ମହିଳାମାନଙ୍କୁ ଜନ୍ମଗତ ଭାବରେ ପୁରୁଷଠାରୁ ନିମ୍ନ ମାନବ ଭାବରେ ଗ୍ରହଣ କରାଯାଏ ଏବଂ ହଜାର ହଜାର ବର୍ଷ ଧରି ସେହି ପୁରୁଷକେନ୍ଦ୍ରିକ ଦୃଷ୍ଟିଭଙ୍ଗୀ (ଯେକୌଣସି କାରଣ ପାଇଁ ହେଉନା) କୌଣସି ଦୁର୍ବିପାକ, ଅବପାତ ଯାହା ପ୍ରକୃତିର ଲୀଳା, ସେମାନେ ଦାୟୀକରି ଆସିଛନ୍ତି ମହିଳାମାନଙ୍କୁ ଯାହାକୁ ସେମାନେ ତର୍କ, ଚେତନା, ବିଜ୍ଞାନର ମାପକାଠିରେ ପ୍ରତିପାଦିତ କରିପାରିବେ ନାହିଁ । ଏପ୍ରକାର ଦୃଷ୍ଟିଭଙ୍ଗୀ ଆଜି ସମଗ୍ର ପୃଥିବୀର ମାନବଜାତିକୁ ଆକ୍ରାନ୍ତ କରିରଖିଛି । ସାଧାରଣ ମାନବର ସାଧାରଣ ଚେତନା ଏପରି ପୁରୁଷ ଓ ମହିଳା ଭିତରେ ଭେଦଭାବକୁ କେଉଁ ଚେତନା ଓ ବୈଜ୍ଞାନିକ ଭିତ୍ତିଭୂମିରେ ହଜାର ହଜାର ବର୍ଷ ଧରି ମାନବ ଧର୍ମ ଓ ବିଚାରକୁ ସଂକୁଚିତ କରିରଖିଛି, ତାହା ହିଁ ଆଜି ଏକ ବଡ଼ ପ୍ରଶ୍ନ ଓ ମାନବ ସମାଜକୁ ଆହ୍ୱାନ ।

ଜଳବାୟୁ ପରିବର୍ତ୍ତନ ଏକ ଘଟଣା ପ୍ରକ୍ରିୟାଜନିତ ନିର୍ଦ୍ଦିଷ୍ଟତାର ପ୍ରତିଫଳିତ ରୂପରେଖ ପାଇଁ ଏ ସମାଜ, ଗୋଷ୍ଠୀ, ରାଜ୍ୟ, ଦେଶ ଓ ପୃଥିବୀକୁ ପରିଚାଳନା କରୁଥିବା ସମସ୍ତ ମାନବ ଦାୟୀ । ଜଳବାୟୁ ପରିବର୍ତ୍ତନର ସୁଧାର ଆଣିବା ପାଇଁ ନିଜକୁ ଦାୟୀ ମନେ କରି ତତ୍ ଅନୁଯାୟୀ ଦେଶ ପରିଚାଳନା କ୍ଷେତ୍ରରେ ସମସ୍ତ ନୀତିନିୟମ ଓ ଆଇନରେ ପରିବର୍ତ୍ତନ ଆଣିବାର ପ୍ରକ୍ରିୟାକୁ ବର୍ତ୍ତମାନ ତ୍ୱରାନ୍ୱିତ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି ।

ପ୍ରଥମତଃ କ୍ଷମତାଲୋଭୀ ଗୋଷ୍ଠୀର ଜ୍ଞାନ, ବିଜ୍ଞାନ ସମ୍ବନ୍ଧରେ ଭ୍ରାନ୍ତ ଧାରଣାକୁ ଉତ୍ସାହିତ କରିବାର ଧାରାକୁ ପ୍ରଶ୍ନ କରିବା । ଏଠାରେ ଜାତକ ଗଳ୍ପର ‘ତିନି ତୁଣ୍ଡରେ ଛେଳି କୁକୁର’ ଗଳ୍ପଟିକୁ ଉଦାହରଣସ୍ୱରୂପ ନିଆଯାଇ ପାରିବ ।

ଜଳବାୟୁ ପରିବର୍ତ୍ତନ ଓ ଅବପାତ ଓ ତତ୍ଜନିତ ପାଶ୍ୱର୍ପ୍ରତିକ୍ରିୟା ପାଇ କୌଣସି ଜଣେ ମହିଳା (ଯାହାକୁ ଡାହାଣୀ ବା ଡସଗ୍ଧମଷ ଆରୋପ କରାଯାଇଥାଏ) ଦାୟୀ ନୁହଁନ୍ତି । ସ୍ୱାର୍ଥୀ ମଣିଷ ନିଜର ଭୁଲ ଓ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଯେକୌଣସି ସେପରି ପରିସ୍ଥିତି ପାଇଁ ଜଣେ ମହିଳାକୁ “ଡାହାଣୀ ବା Witch’’ ବୋଲି ଆଖ୍ୟା ଦେବାକୁ ‘ଆରୋପିତ ଅପରାଧ’ ଭାବରେ ଗ୍ରହଣ କରିବାକୁ ଅଛି । ଏସବୁ କଥା ଆଉ ଟିକେ ଭିତରକୁ ଯାଇ ନିରୀକ୍ଷଣ କରାଯାଇ ପାରିବ । ସେଥିପାଇଁ କିଛି ଘଟଣା ଏ ଦେଶରେ ଓ ରାଜ୍ୟରେ ରଖିବା ଜରୁରୀ । ‘ଅନୁମାନ’କୁ ପ୍ରାଧାନ୍ୟ ଦେଇ ଶୁଣାଶୁଣିରୁ ନିଷ୍ପତ୍ତି ପ୍ରକାଶ କରି ମାନବସମାଜକୁ ଆଉ ଦୁର୍ଦ୍ଦଶା ଭିତରକୁ ଠେଲିଦେବା ନାହିଁ । ଏହି ‘ଚିନ୍ତାଧାରା’ରେ ପରିବର୍ତ୍ତନ ଓ ସଂସ୍କାର ଆଣିବାକୁ ପଡ଼ିବ ।

୨୦୧୪ ପ୍ରାରମ୍ଭରେ ଓଡ଼ିଶାର ଏକ ଜନଜାତି ଅଧ୍ୟୁଷିତ ଆଶ୍ରମ ବିଦ୍ୟାଳୟରେ ଗୋଟିଏ ୧୦/୧୧ବର୍ଷର କୁନି ଝିଅକୁ ଶୀତଛୁଟି ପରେ ଆସିବାକୁ ମନା କରାଗଲା । କାରଣ ଦର୍ଶାଗଲା ଯେ ସେ କୁନି ଡାହାଣୀ । ରାତିରେ କୁଟାକାଠି ଖଣ୍ଡରେ ଆବାସିକ ବିଦ୍ୟାଳୟରେ ନିଦ୍ରିତ ଛାତ୍ରଛାତ୍ରୀମାନଙ୍କ ଦେହରୁ ରକ୍ତ ଶୋଷିଥାଏ । ଏଣୁ ଛାତ୍ରଛାତ୍ରୀମାନେ ପୁଷ୍ଟିହୀନତାର ଶିକାର ହେଉଛନ୍ତି । (ପୁଷ୍ଟିହୀନତାର କାରଣ ପ୍ରସଙ୍ଗରେ ଏଇଟା ଏକ ଉତ୍ତର) । ଏଇ ଆବାସିକ ବିଦ୍ୟାଳୟରେ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ମାଗଣା ରହଣୀ ଓ ଶିକ୍ଷାପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଘଟଣାଟି ନଜରକୁ ଆସିଥିଲା ୨୦୧୪ରେ । ସେତେବେଳେ ଅଧିକାଂଶ ଏଇପ୍ରକାର ଆବାସିକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପୁଷ୍ଟିହୀନତାର ରୂପକୁ ଅଧିକାରୀମାନେ ଏପରି କିଛି କାରଣ ଦେଉଥିଲେ । ସରକାରୀ ସହାୟତାର ବାଟମାରଣା ପର୍ଯ୍ୟାପ୍ତତା ସ୍ପଷ୍ଟ ଥିଲା ।

୨୦୧୧ ଗ୍ରୀଷ୍ମ ମଧ୍ୟାହ୍ନରେ ସେହିପରି ପଶୁଧନହାନୀ, ଫସଲହାନୀ, ଜ୍ୱର ଓ ବ୍ୟାଧି, ମୃତୁ୍ୟର କାରଣ ଦର୍ଶାଇ ଜଣେ ୧୬/୧୭ ବର୍ଷର ଏକ ହାଇସ୍କୁଲ ଶିକ୍ଷାପ୍ରାପ୍ତ ବାଳିକା ତାର ଭଉଣୀର ଶାଶୁକୁ ହତ୍ୟା କରେ ‘ଡାହାଣୀ’ ଆରୋପରେ । ହତ୍ୟାପରେ ଆତ୍ମସମର୍ପଣ କରେ ସ୍ଥାନୀୟ ପୋଲିସ ପାଖରେ । ଏମିତି ଆହୁରି ଭୟାନକ ଘଟଣା ପୋଲିସ ପାଖରେ ପଞ୍ଜିକୃତ । ଆହୁରି ଅନେକ ଘଟଣା ଲୋକଲୋଚନକୁ ଆସିପାରୁ ନାହିଁ ।

କାହିଁକିନା ଏହି ‘ବିଶ୍ୱାସ ଓ ଭରସା’ର ଲୁଚକାଳି ମଣିଷକୁ ବିଭ୍ରାନ୍ତ, ଭୟଭୀତ ଆଉ ଦୁର୍ବଳ କରି ରଖିବାର ପ୍ରଚେଷ୍ଟା ଓ ପ୍ରୟାସ ଜାରି ରହିଛି । ସମସ୍ତେ ମିଳିମିଶି ହେବାକୁ ପ୍ରତିରୋଧ କରିପାରିବ । ।

କୌଣସି ମହିଳା ‘ଡାହାଣୀ’ ବା Witch’ ନୁହଁନ୍ତି । ସମସ୍ତେ ନିଜ ବିଶ୍ୱାସ ଓ ଭରସାରେ ଜୀବନ ଧାରଣ କରନ୍ତି । କେହି ଯଦି ଆକାଶ, ନଦୀ, ବୃକ୍ଷ, ପବନ, ପଥର, ମାଟିକୁ ଆରାଧନା କରି ସମ୍ମାନ ଦେବାର ବାକି ରୀତିନୀତି କରୁଛି; ସେଇଟା ତାର ସମ୍ପୂର୍ଣ୍ଣ ବ୍ୟକ୍ତିଗତ । ନିଜର ଖୁସିପ୍ରାପ୍ତି ଓ ଆତ୍ମସନ୍ତୋଷ ପାଇଁ ଜଣେ ପ୍ରାର୍ଥନା କରୁଛି । ଘରେ, ବାହାରେ ବା କୌଣସି ଅନୁଷ୍ଠାନରେ । ଏବଂ ତା’ଦ୍ୱାରା ସେ କାହାରି ପ୍ରତି ହିଂସା ପ୍ରଦର୍ଶନ କରୁନାହିଁ । ଦିନରେ ହେଉ, ରାତିରେ ହେଉ, ମଧ୍ୟାହ୍ନରେ ହେଉ ବା ପ୍ରାତଃକାଳରେ ହେଉ ; ତାହା ବ୍ୟକ୍ତିଗତ ବିଚାର । ଏ ପରିପ୍ରେକ୍ଷୀରେ ସେ ଜଳବାୟୁ ପରିବର୍ତ୍ତନଜନିତ ‘ଅବପାତ’ ବା ‘ଅନ୍ୟାନ୍ୟ ଦୁର୍ବିପାକ’ର କାରଣ ନୁହେଁ ।

ଶତାବ୍ଦୀର ପ୍ରାରମ୍ଭରୁ ଏ ପୃଥିବୀର ଜଳବାୟୁ ପରିବର୍ତ୍ତନର ଘଟଣାକୁ ସମୟକ୍ରମ (Timeline) ସହିତ ତର୍ଜମା କରି ତା’ପଛରେ ପ୍ରକୃତ ବୈଜ୍ଞାନିକ କାରଣକୁ ସ୍ପଷ୍ଟ କରାଯାଉ । ଏବଂ ସେ ସମୟ ବିଶେଷକରି ଇଉରୋପର କିଛି ରାଷ୍ଟ୍ରରେ ହୋଇଥିବା “Witch trial”ରେ ଯେଉଁ ମହିଳାମାନଙ୍କୁ ଆରୋପିତ କରି ହତ୍ୟା କରାଯାଇଛି, ତାକୁ ବି·ରକୁ ନେଇ ସମୂହ କ୍ଷମାପ୍ରାର୍ଥନା କରାଗଲେ, ପୃଥିବୀରେ ଥିବା ସମସ୍ତ ଜ୍ଞାନୀ, ବିଜ୍ଞାନୀ, ଗୁଣୀମାନଙ୍କର ଜ୍ଞାନର ଗୁଣବତ୍ତାର ସମ୍ମାନ ଅତୁଟ ରହିବ ।

ଜଳବାୟୁ ପରିବର୍ତ୍ତନ ପାଇଁ ଆମେ ସମସ୍ତେ ସାଧାରଣ ଜନତା, ଜ୍ଞାନୀ, ବିଜ୍ଞାନୀ, ଦେଶର ନେତା, ରାଷ୍ଟ୍ରକର୍ତ୍ତା, ଚିନ୍ତକ, ନିୟମ ନିର୍ଣ୍ଣାୟକ, ଗଣମାଧ୍ୟମ ଓ ବିଭିନ୍ନ ଅନୁଷ୍ଠାନ ବ୍ୟକ୍ତିଗତ ଓ ସାମୂହିକ ଭାବରେ ଦାୟୀ । ଏକକ ଭାବରେ କୌଣସି ମହିଳା ଡାହାଣୀ ନୁହଁନ୍ତି । ଡାହାଣୀ ଭାବରେ ଆରୋପିତ କରିବା ଆଇନତଃ ଅପରାଧ ଓ ଦଣ୍ଡନୀୟ ।

Comments

0 comments

Share This Article