ମୁଁ କେମିତି ଲାଗୁଛି ?
ଇତିମଧ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସରକାର ତାଙ୍କ ଶାସନର ଶହେ ଦିନ ପୂରଣ କରିଛନ୍ତି ଏବଂ ସେମାନଙ୍କୁ ସମସ୍ତଙ୍କୁ ଭୁଲ ପ୍ରମାଣ କରିଦେଇ ସାରିଛନ୍ତି, ଯେଉଁମାନେ କହୁଥିଲେ ତାଙ୍କ ସରକାର ମାସେ ଯିବ ନାହିଁ । ପ୍ରଚାରପ୍ରିୟ ମୁଖ୍ୟମନ୍ତ୍ରୀ ସେହି ଲୋକମାନଙ୍କୁ କଟାକ୍ଷ କରି ସାମାଜିକ ଗଣମାଧ୍ୟମରେ ପଚାରୁଛନ୍ତି ଯେ ‘ ମୋ ସରକାର କେମିତି ଲାଗୁଛି’? ମୁଁ; କେମିତି ଲାଗୁଛି?? ଲୋକେ ହସିବେ ନା କାନ୍ଦିବେ? ଏବେ ଜଣେ ଝିଅ ସେହି ସୋସିଆଲ ମେଡ଼ିଆରେ କହିଲେଣି ମୋହନବାବୁଙ୍କ ସରକାର ସବୁଥିରେ ଫେଲ୍ । ଆମେ ଭାବୁଛୁ ମୋହନ ବାବୁଙ୍କ ସରକାର ୧୦୦ ଦିନ ସିନା ରହିଲେ, କିନ୍ତୁ ୧୦୦ ଦିନରେ ୫୦ ଭୁଲ କଲେଣି । କେମିତି ଆସନ୍ତୁ ଦେଖିବା ।
ପ୍ରଥମ ଭୁଲ- ଜଗନ୍ନାଥ ମନ୍ଦିରର ଚାରିଦ୍ୱାରକୁ ଖୋଲିଦେବା । ଲୋକେ ଦଳାଚକଟା ହୋଇ ମେଡିକାଲକୁ ଗଲେ । ଏଇଟାକୁ ସରକାର ଭୁଲ ବୋଲି ନିଜେ ସ୍ୱୀକାର କରିଛନ୍ତି । କେମିତି ନା ସରକାର ତିନିଟା ଦ୍ୱାରକୁ ପୁଣି ବନ୍ଦ କରିଦେଲେ ।
ଦ୍ୱିତୀୟ ଭୁଲ- ରତ୍ନଭଣ୍ଡାରର ମିଛକୁ ପଦାକୁ ନେଇ ଆସିବା । ଆମ ଲୋକେ ଧାର୍ମିକ । ତେଣୁ ରତ୍ନଭଣ୍ଡାରକୁ ନେଇ ଆଗରୁ ବହୁ ମିଛ କାହାଣୀ ନାଟକୀୟ ଢଙ୍ଗରେ କହୁଥିଲେ, ଶୁଣୁଥିଲେ ଚାଲିଥିଲା । ତମେ ସତକଥାଗୁରା ପଦାକୁ ନେଇ ଆସିଲ । ଏବେ ମିଛରେ କହୁଛ ରତ୍ନଭଣ୍ଡାର ଭିତରେ ଆଉ ଗୋଟା ରତ୍ନଭଣ୍ଡାର ଅଛି । ଦେଖିଲାବେଳକୁ ଯେତିକି ରତ୍ନ ଅଛି ତାର ନା ଗଣତି ହୋଇପାରୁଛି ନା ମଣତି । ତାହାହେଲେ ଖୋଲୁଥିଲ କାହିଁକି ବାବୁ? ତା ଦ୍ୱାରା ତୁମର ଆଉ ଗୋଟିଏ ମିଛ ଧରା ପଡ଼ିଗଲା ଯେ ରତ୍ନଭଣ୍ଡାର ଚାବିଟା କେହି ତାମିଲ ନେଇ ପଳାଇଛନ୍ତି ଓ ସିଏ କାଳେ ରତ୍ନସବୁ ନେଇ ପଳାଇଛନ୍ତି । ତମ ପ୍ରଧାନମନ୍ତ୍ରୀ ତାର ସିବିଆଇ ଯାଂଚ ହେବବୋଲି କହିଥିଲେ ।
ତିନିରେ ରାଜ୍ୟପାଳ ପୁଅକୁ ଗିରଫ କଲ ନାଇଁ
ଜଣେ ଓଡ଼ିଆ ରାଜଭବନ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ଝାଡଖଣ୍ଡି ପୁଅ ଓ ତା ସାଙ୍ଗଙ୍କ ମରଣାତ୍ମକ ଆକ୍ରମଣ କଲେ । ସେଗୁଡା ଆଜି ପର୍ଯ୍ୟନ୍ତ ଗିରଫ ହେଲେନି । ଓଲଟା ତାଙ୍କପାଇଁ ଆମ ବିଧାନସଭା ବନ୍ଦହୋଇ ରହିଲା । ଯେଉଁ ଓଡ଼ିଆଅଫିସର ମାଡ଼ ଖାଇଲା ତାକୁ ଅଲଗା ଜାଗାକୁ ଟ୍ରାନ୍ସଫର କରି ଘଟଣାକୁ ଅଧିକ ଗଣ୍ଡଗୋଳିଆ କରି ଦିଆଗଲା । ଉଦଣ୍ଡ ପିଲାଗୁଡ଼ାଙ୍କୁ ଗିରଫ କରି ପୁଣି ଛାଡ଼ି ଦେଇଥାଆନ୍ତ । ଭରତପୁର ଘଟଣାରେ ତ ସେଇଆ କଲ ।
ଚତୁର୍ଥ ସୁଭଦ୍ରା ଯୋଜନା
ଏହି ଶହେଦିନ ଭିତରେ ସବୁଠୁ ବଡ଼ ଯୋଜନା ସୁଭଦ୍ରା ଯୋଜନା ବୋଲି କହିଲ । ନିର୍ବାଚନ ପୂର୍ବରୁ ସମସ୍ତେ କହିଲ ୫୦୦୦୦ ଟଙ୍କାର ଭାଉଚର ଦିଆଯିବ । ଏବେ ଭାଉଚର ଦିଆଯାଉଛି ୫୦୦୦ଟଙ୍କାର । ସେଇଟା ଭୁଲ ହୋଇଯାଉଛି ଜାଣି ଗୋଟେ ୫୦୦୦୦ ଟଙ୍କାର ଭାଉଚର କଲ ସେଥିରେ ତଳେ ତଳେ ଛୋଟ ଛୋଟ ଅକ୍ଷରରେ ଲେଖାଯାଉଛି ୫ ବର୍ଷରେ । ସିଗାରେଟ, ଗୁଟଖା, ମଦ ସବୁ ବିକ୍ରୀ ହେଉଛି, ଖୋଳରେ ଲେଖାହୋଇଛି କ୍ୟାନସର ହେବ । ପୁଣି ୫୦୦୦୦ ଟଙ୍କାଟା ୫୦୦୦କୁ ଆସିଲା ।
ପଂଚମ ଭୁଲ : ରାଜ୍ୟରେ ମହିଳାଙ୍କ ହିସାବ ନକରିବା
ଓଡ଼ିଶାରେ ମହିଳାଙ୍କ ସଂଖ୍ୟା ୨.୩୨ କୋଟି । ସୁଭଦ୍ରା ଟଙ୍କା ପାଇଛନ୍ତି କେତେ ମାତ୍ର ୫୦୦୦୦ରୁ କମ୍ । ବାକି କୋଟି କୋଟି ମହିଳାଙ୍କୁ ବିଭିନ୍ନ କାରଣ ଦେଖେଇ ଟଙ୍କା ଦିଆଗଲାନି । ଆଗକୁ ଦଶହରା ପର୍ବ । ଗୋଟିଏ ଗାଁଆରେ ଟଙ୍କା ପାଇଥିବା ଓ ନ ପାଇଥିବା ମହିଳାଙ୍କ ମନରେ କ’ଣ ଭାବନା ଉକୁଟୁଥିବ? ତାଙ୍କ ମନ କ’ଣ ହେଉଥିବ? ସିଏ ଆଉ ତୁମକୁ ଭୋଟ ଦେବେ କି?
ଭୁଲ୍ ୬- ଏଇଟା ପୂର୍ବ ସରକାର କରୁଥିଲା । ଏବେ ତୁମେ କଲଣି । ରାଜକୋଷରେ ପଇସା ନାହିଁ, ଯୋଜନା ବଢ଼ି ଚାଲିଛି । ସରକାର ଋଣ ଉପରେ ୠଣ କରି ଚାଲିଛନ୍ତି । ଏବେ ରାଜ୍ୟରେ ତ ଯାହା ଋଣ ବୋଝ ଅଛି, ତା ଉପରେ ସରକାର କହିଲେଣି ଆଗାମୀ ଡିସେମ୍ବର ସୁଦ୍ଧା ୪୦୦୦ କୋଟି ଟଙ୍କାର ଋଣ ଅଣାଯିବ । ଇତ୍ୟାଦି
ତାହାହେଲେ ଏ କର୍ମଚାରୀମାନେ କ’ଣ ସବୁ ଆତ୍ମହତ୍ୟା କରିବେ?
ସରକାର ୧୦୦ ଦିନ ଟପିଲା । କିନ୍ତୁ ସରକାରକୁ କିପରି ଚଳାଇବାକୁ ହୁଏ ସେକଥା ଏ ମୋହନ ଚରଣ ମାଝୀ ଓ ତାଙ୍କ ସାଥୀମାନଙ୍କୁ ଜଣାଅଛି କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି ।
ଭାତହାଣ୍ଡିରୁ ଆସନ୍ତୁ ଗୋଟିଏ ଚିପିବା । ଗତ ବିଧାନସଭାରେ ମନ୍ତ୍ରୀ କହିଲେ ଯେ ରାଜ୍ୟରେ ୩୧ଟି ସରକାରୀ ବା ରାଷ୍ଟ୍ରାୟ ଉଦ୍ୟୋଗ ରହିଛି । ତା ସହିତ ମନ୍ତ୍ରୀ ଏକଥା ମଧ୍ୟ କହିଲେ ଯେ ଏହି ସଂସ୍ଥାଗୁଡ଼ିକରେ ସମୁଦାୟ ୧୨,୫୯୯ ଶ୍ରମିକ/କର୍ମଚାରୀ କାର୍ଯ୍ୟ କରୁଛନ୍ତି । ହିସାବ ଅନୁଯାୟୀ ଓଡ଼ିଶା ଶକ୍ତି ସଂଚାରଣ ନିଗମରେ ୨୭୫୩ଜଣ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ, ରାଜ୍ୟ ସଡ଼କ ପରିବହନ ନିଗମରେ ୧୮୨୬ଜଣ, ଓଡ଼ିଶା ଖଣି ନିଗମରେ ୧୮୯୦୯ ଜଣ, ଓଡ଼ିଶା ରାଜ୍ୟ ଯୋଗାଣ ନିଗମରେ ୧୬୧୫ ଜଣ କର୍ମଚାରୀ ଅଛନ୍ତି ।
ଗୋଟିଏ ସଂସ୍ଥା କଳିଙ୍ଗ ଷ୍ଟୁଡିଓରେ ଜଣେ ହେଲେ କର୍ମଚାରୀ ନାହାନ୍ତି । କୁଆଡେ ଗଲେ ମନ୍ତ୍ରୀ ଜାଣି ନାହାନ୍ତି । ଆମେ ଯାଇ ଦେଖିଲୁ ସଂସ୍ଥା ଅଛି । ଏବେ ସେଠି ଗଣେଷ ପୂଜା ହୋଇଥିଲା । କର୍ମଚାରୀ ଆସିଥିଲେ । ହେଲେ ଦରମା ନାହିଁ କି ଭତ୍ତା ନାହିଁ । ଖାତାରେ ତାଙ୍କ ନାଁ ବି ଆଉ ନାହିଁ । ସିଏ କ’ଣ ଆତ୍ମହତ୍ୟା କରିଦେଲେ? ଚଳଚ୍ଚିତ୍ର ଉନ୍ନୟନ ନିଗମରେ ୮ଜଣ କର୍ମଚାରୀ ଅଛନ୍ତି ।
ତେବେ ଏହି ଉଦ୍ୟୋଗଗୁଡ଼ିକରେ ଯେତିକି ଅଛନ୍ତି ବୋଲି କୁହାଯାଉଛି ସେତିକି ପଦ ଖାଲି ପଡ଼ିଛି ବୋଲି ମନ୍ତ୍ରୀ ସେଦିନ କହିଲେ । ୧୨,୫୭୮ ପଦ ଖାଲି ପଡ଼ିଛି ବୋଲି ବିଧାନସଭାରେ ୧୦ତାରିଖ ଦିନ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ତାଙ୍କ କହିବା ମୁତାବକ ଓଡ଼ିଶା ଶକ୍ତି ସଂଚାରଣ ବିଭାଗରେ ୩୧୪୧ପଦ ଖାଲି ପଡ଼ିଛି । ରାଜ୍ୟ ଯୋଗାଣ ନିଗମରେ ୨୨୬୦, ଖଣି ନିଗମରେ ୧୪୩୩, ଓଡ଼ିଶା ଜଳ ବିଦ୍ୟୁତ ନିଗମରେ ୧୦୧୪, ଓଡ଼ିଶା ଉଠା ଜଳସେଚନ ନିଗମରେ ୧୦୮୧ ପଦ ଖାଲି ପଡ଼ିଛି ।
ବର୍ତ୍ତମାନର ସରକାର ଦିନେ ବିଧାନସଭାରେ କହିଥିଲେ ଯେ ମାତ୍ର ୧୦ଟି ଉଦ୍ୟୋଗ କ୍ଷତିରେ ଚାଲୁଛି ବାକି ସମସ୍ତେ ଅର୍ଥାତ୍ ୨୧ଟି ଉଦ୍ୟୋଗ ଲାଭରେ ଚାଲୁଛନ୍ତି । ଗତ ୧୦.୦୯ ତାରିଖରେ କହୁଛନ୍ତି ଯେ ରାଜ୍ୟର କୌଣସି ସରକାରୀ ଉଦ୍ୟୋଗ ରୁଗଣ ସ୍ଥିତିରେ ନାହାନ୍ତି । ତାହାହେଲେ ପଇସା ଥାଇ ଏତେ ପଦବୀ ଖାଲି ପକାଇ ରଖାଯାଇଛି କାହିଁକି? ପୁଣି ଲାଭରେ ଚାଲୁଥିବା ୨୧ଟି ଉଦ୍ୟୋଗର ପଇସାରୁ ଆଣି ୧୦ଟି ମାତ୍ର କ୍ଷତିରେ ଚାଲୁଥିବା ଉଦ୍ୟୋଗକୁ ଚଳାଇ ହୁଅନ୍ତା । ନହେଲେ ସେଠାକାର କର୍ମଚାରୀମାନେ କରିବେ କ’ଣ? ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ କ୍ଷତିରେ ଚାଲୁଥିବା ଉଦ୍ୟୋଗଗୁଡ଼ିକର କ୍ଷତି କମ କରାଇବା ପାଇଁ ଲାଭ କରୁଥିବା ଉଦ୍ୟୋଗର ଅର୍ଥକୁ କ୍ଷତି କରୁଥିବା ଉଦ୍ୟୋଗରେ ଲଗାଯିବ ନାହିଁ । ଏବେ କୁହନ୍ତୁ, କର୍ମଚାରୀମାନେ କରିବେ କ’ଣ? ଆତ୍ମହତ୍ୟା ନା ଆଉ କିଛି?
Comments
0 comments