ବିଶ୍ୱଗୁରୁ ଭାରତରେ କ୍ଷୁଧାର ସ୍ଥିତି

ଭାଲଚନ୍ଦ୍ର ଷଡଙ୍ଗୀ
ଭାଲଚନ୍ଦ୍ର ଷଡଙ୍ଗୀ238 Views
27 Min Read

ସଦ୍ୟ ପ୍ରକାଶିତ ଚଳିତବର୍ଷର ‘ବିଶ୍ୱ କ୍ଷୁଧା ସୂଚକାଙ୍କ’ରେ ଆମ ଦେଶ ପୁଣିଥରେ ନୈରାଶ୍ୟଜନକ ସ୍ଥିତିରେ ରହିଥିବା ଜଣାପଡ଼ିଛି । କ୍ଷୁଧା ଓ ଅନାହାର ପରିସ୍ଥିତି ରହିଥିବା ବିଶ୍ୱର ୧୨୫ଟି ଦେଶକୁ ନେଇ ଆୟାରଲାଣ୍ଡ୍ର ସଂସ୍ଥା କନସର୍ଣ୍ଣ ୱାରଲ୍ଡ ୱାଇଡ଼୍ (Concern Worldwide) ଓ ଜର୍ମାନ ସଂସ୍ଥା ୱେଲ୍ଟ୍ ହଙ୍ଗର୍ ହିଲାଇଫ୍ (Welt Hunger Hilfe) ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ‘ବିଶ୍ୱ କ୍ଷୁଧା ସୂଚକାଙ୍କ’ରେ ଚଳିତବର୍ଷ ଭାରତ ୧୧୧ତମ ସ୍ଥାନରେ ରହିଛି । ଗତବର୍ଷ ୧୨୧ଟି ଦେଶକୁ ନେଇ ହୋଇଥିବା ଏହି ସୂଚକାଙ୍କରେ ଭାରତ ୧୦୭ତମ ସ୍ଥାନରେ ଥିବାବେଳେ ଚଳିତବର୍ଷ ତାହା ୪ଟି ସ୍ଥାନ ତଳକୁ ଖସିଛି । କ୍ଷୁଧା ସୂଚକାଙ୍କରେ ମୋଟ ୧୦୦ରୁ ୨୮.୭ ସ୍କୋର ରଖିଥିବା ଭାରତରେ କ୍ଷୁଧାର ସ୍ଥିତିକୁ ଏହି ରିପୋର୍ଟରେ ଗୁରୁତର (Serious) ବୋଲି ଉଲ୍ଲେଖ କରାଯାଇଛି । ଏଥିରେ ‘୦’ ସ୍କୋରର ଅର୍ଥ ହେଲା କ୍ଷୁଧାର ପରିସ୍ଥିତି ନଥିବା । ତେବେ କ୍ଷୁଧା ଓ ପୁଷ୍ଟିହୀନତାକୁ ନିରାକରଣ କରିବାରେ ଆମେ ବିଶ୍ୱର ଅନ୍ୟ ଦେଶଙ୍କଠାରୁ ଅନେକ ପଛରେ ରହିଛେ, ଏହା ରିପୋର୍ଟରୁ ସ୍ପଷ୍ଟ ହେଉଛି । ଏ କ୍ଷେତ୍ରରେ ଆମେ ଆମର ପଡ଼ୋଶୀ ଦେଶମାନଙ୍କ ଠାରୁ ବି ଖରାପ ସ୍ଥିତିରେ ରହିଥିବା ରିପୋର୍ଟ କହୁଛି । ପଡ଼ୋଶୀ ଦେଶ ନେପାଳ (୬୯), ପାକିସ୍ଥାନ (୧୦୨), ବାଂଲାଦେଶ (୮୧) ଓ ଶ୍ରୀଲଙ୍କା (୬୦) ଆଦି ଆମଠାରୁ ଆଗରେ ରହିଛନ୍ତି । କେବଳ ଆଫଗାନିସ୍ଥାନ ଓ ହାଇତି ସମେତ ୧୨ଟି ଉପ ସାହାରା ଦେଶ ହିଁ ଆମଠାରୁ ଏ କ୍ଷେତ୍ରରେ ତଳେ ରହିଛନ୍ତି । ଦେଶକୁ ବିଶ୍ୱଗୁରୁ ଓ ମହାଶକ୍ତିରେ ପରିଣତ କରିବାର ଆସ୍ଫାଳନ କରୁଥିବା ଶାସକମାନଙ୍କ ଶାସନରେ କ୍ଷୁଧା ଓ ଅନାହାରର ମୁକାବିଲାରେ ବିଶ୍ୱର ଅଧିକାଂଶ ଦେଶଠାରୁ ଆମ ଦେଶ ଲଗାତାର ଭାବେ ଖରାପ ସ୍ଥିତିରେ ରହିବା ଲଜ୍ଜାମୃଜନକ ମନେହୁଏ ।

ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ ଦେଶରେ ରହିଥିବା କ୍ଷୁଧାର ପରିସ୍ଥିତିକୁ ମାପିବାର ସବୁଠାରୁ ନିର୍ଭରଯୋଗ୍ୟ ମାଧ୍ୟମ ହେଉଛି, ବିଶ୍ୱ କ୍ଷୁଧା ସୂଚକାଙ୍କ । ତେବେ କ୍ଷୁଧା ସୂଚକାଙ୍କଟି ଯେଉଁ ସବୁ ମାପକାଠିର ଆଧାରରେ ପ୍ରସ୍ତୁତ ହେଉଛି ତାରି ମଧ୍ୟରେ ରହିଛି ୧) ପୁଷ୍ଟିହୀନତା, ୨) ଚାଇଲ୍ଡ୍ ୱେଷ୍ଟିଂ (ଶିଶୁର ଉଚ୍ଚତା ତୁଳନାରେ ଓଜନ ନ ବଢ଼ିବା) ୩) ଚାଇଲଡ଼୍ ଷ୍ଟଂଟିଙ୍ଗ୍ (ଶିଶୁର ବୟସ ତୁଳନାରେ ଉଚ୍ଚତା ଅତ୍ୟଧିକ କମ୍ ହେବା) ଏବଂ ୪) ଶିଶୁ ମୃତ୍ୟହାର । ଉପରୋକ୍ତ ଚାରୋଟିଯାକ ପରିମାପକରେ ନୈରାଶ୍ୟଜନକ ସ୍ଥିତିଟି, ବ୍ୟକ୍ତିଟିର ଶରୀରପାଇଁ ଆବଶ୍ୟକୀୟ ଖାଦ୍ୟର ପରିମାଣ (କ୍ୟାଲୋରୀ) ଏବଂ ଖାଦ୍ୟର ବିଭିନ୍ନ ଉପାଦାନ ବା ସୂକ୍ଷ୍ମ ପୋଷକ (ମାଇକ୍ରୋନ୍ୟୁଟ୍ରିଏଂଟସ୍)ର ଅଭାବକୁ ସ୍ପଷ୍ଟ ଭାବେ ଦର୍ଶାଉଛି । ଚଳିତବର୍ଷର ରିପୋର୍ଟରେ ସବୁଠାରୁ ଲଜ୍ଜାଜନକ ବିଷୟଟି ହେଲା, ଉପରୋକ୍ତ ସମସ୍ତ ମାପକାଠିରେ ଆମେ ବହୁତ ପଛରେ ରହିଛୁ ।

ବିଶ୍ୱରେ ପୁଷ୍ଟିହୀନତା, ଶିଶୁଙ୍କ ଅନଗ୍ରସରତା ଏବଂ ମୃତ୍ୟହାରରେ ଭାରତର ସ୍ଥିତିଟି ବହୁତ ତଳେ ରହିଛି । ଶରୀରରେ ପୁଷ୍ଟିହୀନତାର ଅର୍ଥ ହେଉଛି ଅର୍ଥାତ୍ ବଂଚିବା ପାଇଁ ଶରୀରରେ ଆବଶ୍ୟକୀୟ କ୍ୟାଲୋରୀର ଅଭାବ । ସେହି ଦୃଷ୍ଟିରୁ ଦେଖିଲେ ଆମଦେଶର ୧୬.୬% ଲୋକ ପୁଷ୍ଟିହୀନତାର ଶିକାର ହୋଇଥିବା ରିପୋର୍ଟରେ କୁହାଯାଇଛି । ସେହିଭଳି ଚାଇଲ୍ଡ୍ ୱେଷ୍ଟିଂର ଅର୍ଥ ହେଲା ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ଉଚ୍ଚତା ତୁଳନାରେ ଓଜନରେ ବୃଦ୍ଧି ନଘଟିବା । ଏହା ବି ଏକ ଭୟଙ୍କର ପୁଷ୍ଟିହୀନତାକୁ ସୂଚାଉଛି ଏବଂ ଏ କ୍ଷେତ୍ରରେ ଭାରତର ହାରଟି ଚଳିତବର୍ଷ ୧୮.୭%ରେ ପହଂଚି ଉଦବେଗଜନକ ସ୍ଥିତିରେ ରହିଛି । ଯାହାକି ଯୁଦ୍ଧଗ୍ରସ୍ତ ୟେମେନ୍ (୧୪.୪%) ଓ ସୁଦାନ (୧୩.୭%) ଠାରୁ ବି ଅଧିକ । ଏହା ଶିଶୁଙ୍କ ମଧ୍ୟରେ ଅତିଶୟ ପୁଷ୍ଟିହୀନତାକୁ ଦର୍ଶାଉଛି । ଅନ୍ୟତମ ମାପକାଠି ରୂପେ ପରିଚିତ ଚାଇଲଡ଼୍ ଷ୍ଟଂଟିଙ୍ଗ୍ର ଅର୍ଥ ହେଲା୍ ପୁଷ୍ଟିହୀନତା କାରଣରୁ ବୟସ ତୁଳନାରେ ଶିଶୁର ଉଚ୍ଚତାରେ ଆବଶ୍ୟକୀୟ ବୃଦ୍ଧି ନହେବା । ଏ କ୍ଷେତ୍ରରେ ବି ଭାରତର ସ୍ଥିତି ଖରାପ ରହିଛି । କ୍ଷୁଧା ସୂଚକାଙ୍କର ସର୍ବଶେଷ ମାପକାଠିଟି ହେଉଛି ଦେଶରେ ଶିଶୁ ମୃତ୍ୟୁହାର । ଯଦିଓ ଆମଦେଶରେ ପାଞ୍ଚବର୍ଷରୁ କମ୍ ବୟସର ଶିଶୁଙ୍କ ମୃତ୍ୟୁହାରଟି ୩.୪% ରହିଛି କିନ୍ତୁ ତାହା ବିଶ୍ୱର ଅନ୍ୟ ଦେଶମାନଙ୍କ ସହ ତୁଳନାରେ ବହୁତ ଅଧିକ । ସମୟ ପୂର୍ବରୁ ଜନ୍ମ ଏବଂ କମ୍ ଓଜନର ଶିଶୁ ଜନ୍ମ ହେବା ଶିଶୁ ମୃତ୍ୟୁର ସବୁଠାରୁ ବଡ଼ କାରଣ ହୋଇଛି, ଯାହାକି ଦେଶରେ ଗୁରୁତର ପୁଷ୍ଟିହୀନତାର ସ୍ଥିତିକୁ ପ୍ରମାଣିତ କରୁଛି ।

ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତରେ ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ମୃତ୍ୟୁହାର ଏବେ ବି ୩.୧% ରହିଛି । ପୁନଶ୍ଚ ଉଚ୍ଚତା ତୁଳନାରେ ଓଜନରେ କମ୍ ଥିବା ଶିଶୁଙ୍କ ହାରଟି ବିଶ୍ୱରେ ସର୍ବାଧିକ ଅର୍ଥାତ୍ ୧୮.୭%ରେ ରହିଛି । ଏହାବାଦେ ୧୫ରୁ ୨୪ବର୍ଷ ମଧ୍ୟରେ ମହିଳାଙ୍କ ରକ୍ତହୀନତାର ହାର ୫୮.୧% ରହିଛି । ୨୦୦୦ରେ କ୍ଷୁଧାର ଏହି ସ୍କୋର ବା ତୀବ୍ରତା ୩୮.୮% ଥିବାବେଳେ ୨୦୧୨ ବେଳକୁ ସେଥିରେ ଯଥେଷ୍ଟ ଉନ୍ନତି ହୋଇ ୨୮.୮%କୁ ହ୍ରାସ ପାଇଥିଲା । ଚଳିତ ବର୍ଷ ତାହା ୨୮.୭% ରହିଛି । ଏହାର ଅର୍ଥ ହେଲା ଗତ ଏକ ଦଶନ୍ଧି ମଧ୍ୟରେ ଏଥିରେ କୌଣସି ଉନ୍ନତି ପରିଲକ୍ଷିତ ନହୋଇ ସ୍ଥିର ରହିଛି ।

ଏଠାରେ ପ୍ରଶ୍ନ ଉଠେ, ବାର୍ଷିକ ପାଞ୍ଚ ଟ୍ରିଲିଅନ୍ ଅର୍ଥନୀତି ହେବାର ସ୍ୱପ୍ନ ଦେଖୁଥିବା ଆମଦେଶର ଶାସକମାନେ, ଦେଶରେ ଏତେ ସଂଖ୍ୟାରେ ଲୋକ ଭୋକିଲା ଓ ପୁଷ୍ଟିହୀନତାର ଶିକାର କାହିଁକି, ତା’ର ଉତ୍ତର ଦେବାକୁ ନାରାଜ । ତେବେ ବିଶ୍ୱରେ ଅନାହାରର କାରଣ ଯେ ଖାଦ୍ୟର ଅଭାବ ବା ଅନୁପଲବ୍ଧତା ନୁହେଁ, ଏକଥା କେହି ନହେଲେ ବି କମ୍ସେ କମ୍ ସରକାରମାନେ ଭଲରୂପେ ଜାଣନ୍ତି । ବରଂ ସମାଜରେ ଶ୍ରେଣୀ ବିଭାଜନଜନିତ ଆର୍ଥିକ ଅସମାନତା ଏବଂ ତାକୁ ଦୂର କରିବାରେ ସରକାରୀ ନୀତିର ଅଭାବ କାରଣରୁ ସମାଜର ଏକ ବଡ଼ ଭାଗ ଜନତା ଅନାହାର ଏବଂ ପୁଷ୍ଟିହୀନତା ମଧ୍ୟରେ ବଂଚିବାକୁ ବାଧ୍ୟ ହେଉଛନ୍ତି । ଦେଶରେ ଖାଦ୍ୟଶସ୍ୟର ଉତ୍ପାଦନ ଲଗାତାର ବଢ଼ୁଥିଲେ ବି ସମୁଚିତ ବଣ୍ଟନ ଅଭାବରୁ ଖାଦ୍ୟାଭାବ ଲାଗି ରହି ମୁଣ୍ଡପିଛା ତା’ର ଉପଲବ୍ଧତା ବି କମିବାରେ ଲାଗିଛି ।

ବଜାରରେ ଖାଦ୍ୟପଦାର୍ଥର ଦରଦାମ୍ନ୍ତ୍ର ଣ କରିବାରେ ସରକାରଙ୍କ ବିଫଳତା ତଥା ଖାଦ୍ୟ ସୁରକ୍ଷା ଓ ପୁଷ୍ଟିଜନିତ କାର୍ଯ୍ୟକ୍ରମ ବାବଦରେ ବଜେଟ୍ରେ ଲଗାତାର ଭାବେ ଅନୁଦାନ ହ୍ରାସ ଯୋଗୁଁ ବି ଦେଶରେ କ୍ଷୁଧା ଓ ପୁଷ୍ଟିହୀନତା ବୃଦ୍ଧି ପାଉଛି । ବିଶ୍ୱର ଖାଦ୍ୟ ବଜାରରେ ଖାଦ୍ୟଶସ୍ୟ କାରବାର କରୁଥିବା ବଡ଼ ବଡ଼ କମ୍ପାନୀଙ୍କ ଏକଚାଟିଆ କାରବାର ବଢ଼ି ଚାଲିଥିବାବେଳେ ଆମ ଦେଶରେ ତାହା ଦେଖିବାକୁ ମିଳିଛି । ଆଦାନୀର ଉଇଲମାର କମ୍ପାନୀ ଏହିକ୍ଷଣି ଭାରତର ଖାଇବାତେଲର ବଜାରର ସିଂହଭାଗକୁ ଅକ୍ତିଆର କରିଛି । ଖାଇବା ତେଲର ଦାମ୍ ଆଜି ଶହେରୁ କମ୍ ହେଉନଥିବା ବେଳେ ଡାଲି ଦର ବି ଲୋକଙ୍କ ପହଞ୍ଚରୁ ବାହାରେ ରହିଛି । ତେବେ କେବଳ ତେଲ କି ଡାଲି ନୁହେଁ ଦେଶର ଖାଦ୍ୟଶସ୍ୟର ବଜାରରେ ବଡ଼ ବଡ଼ ଦେଶୀ ବିଦେଶୀ କମ୍ପାନୀ ନିଜର ଏକାଧିକାର ପ୍ରତିଷ୍ଠା କରି ମୁନାଫାକୁ ଲୁଟିବାକୁ ଚାହୁଁଛନ୍ତି । ମୋଦୀ ସରକାର ଭାରତୀୟ ଖାଦ୍ୟଶସ୍ୟ ବଜାରରେ ସେମାନଙ୍କୁ ଏକାଧିକାର ଦେବା ପାଇଁ ଅତୀତରେ ଯେଉଁ କୃଷି ଆଇନ ଆଣିଥିଲେ, ତାକୁ ଅବଶ୍ୟ ଦେଶର ଚାଷୀକୂଳ ରୋକିବାରେ ସମର୍ଥ ହୋଇଛନ୍ତି ।

ତେବେ କେନ୍ଦ୍ର ସରକାର ବର୍ତ୍ତମାନ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ଦେଶରେ ଭୋକିଲା ଜନତାଙ୍କୁ ଯେଉଁ ଖାଦ୍ୟଶସ୍ୟ ବଣ୍ଟନ କରୁଛନ୍ତି, ତାହା ଉଭୟ ମାନ ଓ ପରିମାଣ ଦୃଷ୍ଟିରୁ ପର୍ଯ୍ୟାପ୍ତ ନୁହେଁ । ଖୋଦ୍ କେନ୍ଦ୍ର ସରକାରଙ୍କ ‘ଇଣ୍ଡିଆନ୍ କାଉନସିଲ ଫର୍ ମେଡ଼ିକାଲ୍ ରିସର୍ଚ୍ଚ’ (ଆଇସିଏମ୍ଆର୍) ସଂସ୍ଥା, ଜଣେ ବୟସ୍କ ବ୍ୟକ୍ତିପାଇଁ ମାସିକ ସର୍ବନିମ୍ନ ୧୫କିଲୋ ଖାଦ୍ୟଶସ୍ୟ ଜରୁରୀ ବୋଲି କହୁଥିବାବେଳେ ସରକାର ନିଜର ଖାଦ୍ୟସୁରକ୍ଷା କାର୍ଯ୍ୟକ୍ରମରେ ପ୍ରତି ବ୍ୟକ୍ତି ମାସିକ ମାତ୍ର ପାଞ୍ଚ କିଲୋ ଖାଦ୍ୟଶସ୍ୟ ହିଁ ଦେଉଛନ୍ତି । ଏପରିକି କୋଭିଡ଼ ସମୟରେ ଦେଶର ଗରିବ ଲୋକଙ୍କୁ ଏହି ପାଞ୍ଚ କିଲୋ ବ୍ୟତୀତ ମାସିକ ଯେଉଁ ଅତିରିକ୍ତ ୫ କିଲୋ ଖାଦ୍ୟଶସ୍ୟ ଦେଉଥିଲେ ତାକୁ ବି ଇତି ମଧ୍ୟରେ ବନ୍ଦ କରିଦେବା ଫଳରେ ବର୍ତ୍ତମାନ କେବଳ ୫କିଲୋ ହିଁ ମିଳୁଛି । ଶରୀରର ପୁଷ୍ଟିହୀନତା ଦୂରପାଇଁ ଡାଲି, ଖାଇବା ତେଲ ଓ ସବୁଜ ପନିପରିବାର ଆବଶ୍ୟକତା ରହିଥିବାବେଳେ ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ କେବଳ ଚାଉଳ ବା ଗହମରେ ହିଁ ସୀମିତ ରହିଛି ।

ଦେଶରେ ଅନାହାର ଓ ପୁଷ୍ଟିହୀନତାର ଅନ୍ୟତମ ବଡ଼ କାରଣ ହେଲା, ଲୋକଙ୍କ କ୍ରୟଶକ୍ତିରେ କ୍ରମାଗତ ହ୍ରାସ । କ୍ରମବର୍ଦ୍ଧମାନ ଦାରିଦ୍ର୍ୟ ଓ ବେକାରୀ ଯୋଗୁଁ ବଜାରରୁ ଖାଦ୍ୟ କିଣିବାକୁ ଅଧିକରୁ ଅଧିକ ଲୋକ ଅସମର୍ଥ ହେଉଛନ୍ତି । ଏଭଳି ପରିସ୍ଥିତିରେ ‘ବିଶ୍ୱ କ୍ଷୁଧା ସୂଚକାଙ୍କ’ର ସଦ୍ୟତମ ରିପୋର୍ଟଟି ଦେଶର ସଂଖ୍ୟାଗରିଷ୍ଠ ଲୋକଙ୍କ ଖାଦ୍ୟ ଅସୁରକ୍ଷାର ଭୟଙ୍କର ସ୍ଥିତିକୁ ପୁଣିଥରେ ଆମ ସାମନାକୁ ଆଣିଛି । କିନ୍ତୁ ପରିତାପର ବିଷୟ କେନ୍ଦ୍ର ସରକାର ଏହି ରିପୋର୍ଟକୁ ଗମ୍ଭୀରତାର ସହିତ ନେଇ ନିଜର ଖାଦ୍ୟ ସୁରକ୍ଷା ନୀତି ଓ କାର୍ଯ୍ୟକ୍ରମକୁ ପୁନଃ ନିର୍ଦ୍ଧାରିତ କରିବାକୁ ଚେଷ୍ଟାକରିବା ବଦଳରେ, ନିଜର ଦୋଷକୁ ଲୁଚାଇବାକୁ ତାକୁ ଅସ୍ୱୀକାର କରିଛନ୍ତି । ରିପୋର୍ଟକୁ ତୃଟିପୂର୍ଣ୍ଣ ଏବଂ ଭାରତର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବାକୁ ଉଦ୍ଦିଷ୍ଟ ବୋଲି କହିଛନ୍ତି । ତେବେ ଯେଉଁ ଦେଶର ୮୦ କୋଟି ଲୋକ ମାସିକ ପାଞ୍ଚ କିଲୋ ସରକାରୀ ରାସନ ଉପରେ ନିର୍ଭରଶୀଳ ସେଠାରେ କ୍ଷୁଧାର ସ୍ଥିତିକୁ ପ୍ରମାଣିତ କରିବାକୁ କୌଣସି ଗବେଷଣାର ଆବଶ୍ୟକତା ନାହିଁ । ବିଶ୍ୱଗୁରୁ ଭାରତରେ କ୍ଷୁଧାର ସ୍ଥିତ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଦେଶରେ ଅନାହାର ଓ ପୁଷ୍ଟିହୀନତାର ଅନ୍ୟତମ ବଡ଼ କାରଣ ହେଲା, ଲୋକଙ୍କ କ୍ରୟଶକ୍ତିରେ କ୍ରମାଗତ ହ୍ରାସ । କ୍ରମବର୍ଦ୍ଧମାନ ଦାରିଦ୍ର୍ୟ ଓ ବେକାରୀ ଯୋଗୁଁ ବଜାରରୁ ଖାଦ୍ୟ କିଣିବାକୁ ଅଧିକରୁ ଅଧିକ ଲୋକ ଅସମର୍ଥ ହେଉଛନ୍ତି । ଏଭଳି ପରିସ୍ଥିତିରେ ‘ବିଶ୍ୱ କ୍ଷୁଧା ସୂଚକାଙ୍କ’ର ସଦ୍ୟତମ ରିପୋର୍ଟଟି ଦେଶର ସଂଖ୍ୟାଗରିଷ୍ଠ ଲୋକଙ୍କ ଖାଦ୍ୟ ଅସୁରକ୍ଷାର ଭୟଙ୍କର ସ୍ଥିତିକୁ ପୁଣିଥରେ ଆମ ସାମନାକୁ ଆଣିଛି । କିନ୍ତୁ ପରିତାପର ବିଷୟ କେନ୍ଦ୍ର ସରକାର ଏହି ରିପୋର୍ଟକୁ ଗମ୍ଭୀରତାର ସହିତ ନେଇ ନିଜର ଖାଦ୍ୟ ସୁରକ୍ଷା ନୀତି ଓ କାର୍ଯ୍ୟକ୍ରମକୁ ପୁନଃ ନିର୍ଦ୍ଧାରିତ କରିବାକୁ ଚେଷ୍ଟାକରିବା ବଦଳରେ, ନିଜର ଦୋଷକୁ ଲୁଚାଇବାକୁ ତାକୁ ଅସ୍ୱୀକାର କରିଛନ୍ତି । ରିପୋର୍ଟକୁ ତୃଟିପୂର୍ଣ୍ଣ ଏବଂ ଭାରତର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବାକୁ ଉଦ୍ଦିଷ୍ଟ ବୋଲି କହିଛନ୍ତି । ତେବେ ଯେଉଁ ଦେଶର ୮୦ କୋଟି ଲୋକ ମାସିକ ପାଞ୍ଚ କିଲୋ ସରକାରୀ ରାସନ ଉପରେ ନିର୍ଭରଶୀଳ ସେଠାରେ କ୍ଷୁଧାର ସ୍ଥିତିକୁ ପ୍ରମାଣିତ କରିବାକୁ କୌଣସି ଗବେଷଣାର ଆବଶ୍ୟକତା ନାହିଁ । ମୃତ୍ୟୁହାରରେ ଭାରତର ସ୍ଥିତିଟି ବହୁତ ତଳେ ରହିଛି । ଶରୀରରେ ପୁଷ୍ଟିହୀନତାର ଅର୍ଥ ହେଉଛି ଅର୍ଥାତ୍ ବଂଚିବା ପାଇଁ ଶରୀରରେ ଆବଶ୍ୟକୀୟ କ୍ୟାଲୋରୀର ଅଭାବ । ସେହି ଦୃଷ୍ଟିରୁ ଦେଖିଲେ ଆମଦେଶର ୧୬.୬% ଲୋକ ପୁଷ୍ଟିହୀନତାର ଶିକାର ହୋଇଥିବା ରିପୋର୍ଟରେ କୁହାଯାଇଛି । ସେହିଭଳି ଚାଇଲ୍ଡ୍ ୱେଷ୍ଟିଂର ଅର୍ଥ ହେଲା ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ଉଚ୍ଚତା ତୁଳନାରେ ଓଜନରେ ବୃଦ୍ଧି ନଘଟିବା । ଏହା ବି ଏକ ଭୟଙ୍କର ପୁଷ୍ଟିହୀନତାକୁ ସୂଚାଉଛି ଏବଂ ଏ କ୍ଷେତ୍ରରେ ଭାରତର ହାରଟି ଚଳିତବର୍ଷ ୧୮.୭%ରେ ପହଂଚି ଉଦବେଗଜନକ ସ୍ଥିତିରେ ରହିଛି । ଯାହାକି ଯୁଦ୍ଧଗ୍ରସ୍ତ ୟେମେନ୍ (୧୪.୪%) ଓ ସୁଦାନ (୧୩.୭%) ଠାରୁ ବି ଅଧିକ । ଏହା ଶିଶୁଙ୍କ ମଧ୍ୟରେ ଅତିଶୟ ପୁଷ୍ଟିହୀନତାକୁ ଦର୍ଶାଉଛି । ଅନ୍ୟତମ ମାପକାଠି ରୂପେ ପରିଚିତ ଚାଇଲଡ଼୍ ଷ୍ଟଂଟିଙ୍ଗ୍ର ଅର୍ଥ ହେଲା୍ ପୁଷ୍ଟିହୀନତା କାରଣରୁ ବୟସ ତୁଳନାରେ ଶିଶୁର ଉଚ୍ଚତାରେ ଆବଶ୍ୟକୀୟ ବୃଦ୍ଧି ନହେବା । ଏ କ୍ଷେତ୍ରରେ ବି ଭାରତର ସ୍ଥିତି ଖରାପ ରହିଛି । କ୍ଷୁଧା ସୂଚକାଙ୍କର ସର୍ବଶେଷ ମାପକାଠିଟି ହେଉଛି ଦେଶରେ ଶିଶୁ ମୃତ୍ୟୁହାର । ଯଦିଓ ଆମଦେଶରେ ପାଞ୍ଚବର୍ଷରୁ କମ୍ ବୟସର ଶିଶୁଙ୍କ ମୃତ୍ୟୁହାରଟି ୩.୪% ରହିଛି କିନ୍ତୁ ତାହା ବିଶ୍ୱର ଅନ୍ୟ ଦେଶମାନଙ୍କ ସହ ତୁଳନାରେ ବହୁତ ଅଧିକ । ସମୟ ପୂର୍ବରୁ ଜନ୍ମ ଏବଂ କମ୍ ଓଜନର ଶିଶୁ ଜନ୍ମ ହେବା ଶିଶୁ ମୃତ୍ୟୁର ସବୁଠାରୁ ବଡ଼ କାରଣ ହୋଇଛି, ଯାହାକି ଦେଶରେ ଗୁରୁତର ପୁଷ୍ଟିହୀନତାର ସ୍ଥିତିକୁ ପ୍ରମାଣିତ କରୁଛି ।

ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତରେ ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ମୃତ୍ୟୁହାର ଏବେ ବି ୩.୧% ରହିଛି । ପୁନଶ୍ଚ ଉଚ୍ଚତା ତୁଳନାରେ ଓଜନରେ କମ୍ ଥିବା ଶିଶୁଙ୍କ ହାରଟି ବିଶ୍ୱରେ ସର୍ବାଧିକ ଅର୍ଥାତ୍ ୧୮.୭%ରେ ରହିଛି । ଏହାବାଦେ ୧୫ରୁ ୨୪ବର୍ଷ ମଧ୍ୟରେ ମହିଳାଙ୍କ ରକ୍ତହୀନତାର ହାର ୫୮.୧% ରହିଛି । ୨୦୦୦ରେ କ୍ଷୁଧାର ଏହି ସ୍କୋର ବା ତୀବ୍ରତା ୩୮.୮% ଥିବାବେଳେ ୨୦୧୨ ବେଳକୁ ସେଥିରେ ଯଥେଷ୍ଟ ଉନ୍ନତି ହୋଇ ୨୮.୮%କୁ ହ୍ରାସ ପାଇଥିଲା । ଚଳିତ ବର୍ଷ ତାହା ୨୮.୭% ରହିଛି । ଏହାର ଅର୍ଥ ହେଲା ଗତ ଏକ ଦଶନ୍ଧି ମଧ୍ୟରେ ଏଥିରେ କୌଣସି ଉନ୍ନତି ପରିଲକ୍ଷିତ ନହୋଇ ସ୍ଥିର ରହିଛି ।

ଏଠାରେ ପ୍ରଶ୍ନ ଉଠେ, ବାର୍ଷିକ ପାଞ୍ଚ ଟ୍ରିଲିଅନ୍ ଅର୍ଥନୀତି ହେବାର ସ୍ୱପ୍ନ ଦେଖୁଥିବା ଆମଦେଶର ଶାସକମାନେ, ଦେଶରେ ଏତେ ସଂଖ୍ୟାରେ ଲୋକ ଭୋକିଲା ଓ ପୁଷ୍ଟିହୀନତାର ଶିକାର କାହିଁକି, ତା’ର ଉତ୍ତର ଦେବାକୁ ନାରାଜ । ତେବେ ବିଶ୍ୱରେ ଅନାହାରର କାରଣ ଯେ ଖାଦ୍ୟର ଅଭାବ ବା ଅନୁପଲବ୍ଧତା ନୁହେଁ, ଏକଥା କେହି ନହେଲେ ବି କମ୍ସେ କମ୍ ସରକାରମାନେ ଭଲରୂପେ ଜାଣନ୍ତି । ବରଂ ସମାଜରେ ଶ୍ରେଣୀ ବିଭାଜନଜନିତ ଆର୍ଥିକ ଅସମାନତା ଏବଂ ତାକୁ ଦୂର କରିବାରେ ସରକାରୀ ନୀତିର ଅଭାବ କାରଣରୁ ସମାଜର ଏକ ବଡ଼ ଭାଗ ଜନତା ଅନାହାର ଏବଂ ପୁଷ୍ଟିହୀନତା ମଧ୍ୟରେ ବଂଚିବାକୁ ବାଧ୍ୟ ହେଉଛନ୍ତି । ଦେଶରେ ଖାଦ୍ୟଶସ୍ୟର ଉତ୍ପାଦନ ଲଗାତାର ବଢ଼ୁଥିଲେ ବି ସମୁଚିତ ବଣ୍ଟନ ଅଭାବରୁ ଖାଦ୍ୟାଭାବ ଲାଗି ରହି ମୁଣ୍ଡପିଛା ତା’ର ଉପଲବ୍ଧତା ବି କମିବାରେ ଲାଗିଛି ।

ବଜାରରେ ଖାଦ୍ୟପଦାର୍ଥର ଦରଦାମ ନିୟନ୍ତ୍ରଣ କରିବାରେ ସରକାରଙ୍କ ବିଫଳତା ତଥା ଖାଦ୍ୟ ସୁରକ୍ଷା ଓ ପୁଷ୍ଟିଜନିତ କାର୍ଯ୍ୟକ୍ରମ ବାବଦରେ ବଜେଟ୍ରେ ଲଗାତାର ଭାବେ ଅନୁଦାନ ହ୍ରାସ ଯୋଗୁଁ ବି ଦେଶରେ କ୍ଷୁଧା ଓ ପୁଷ୍ଟିହୀନତା ବୃଦ୍ଧି ପାଉଛି । ବିଶ୍ୱର ଖାଦ୍ୟ ବଜାରରେ ଖାଦ୍ୟଶସ୍ୟ କାରବାର କରୁଥିବା ବଡ଼ ବଡ଼ କମ୍ପାନୀଙ୍କ ଏକଚାଟିଆ କାରବାର ବଢ଼ି ଚାଲିଥିବାବେଳେ ଆମ ଦେଶରେ ତାହା ଦେଖିବାକୁ ମିଳିଛି । ଆଦାନୀର ଉଇଲମାର କମ୍ପାନୀ ଏହିକ୍ଷଣି ଭାରତର ଖାଇବାତେଲର ବଜାରର ସିଂହଭାଗକୁ ଅକ୍ତିଆର କରିଛି । ଖାଇବା ତେଲର ଦାମ୍ ଆଜି ଶହେରୁ କମ୍ ହେଉନଥିବା ବେଳେ ଡାଲି ଦର ବି ଲୋକଙ୍କ ପହଞ୍ଚରୁ ବାହାରେ ରହିଛି । ତେବେ କେବଳ ତେଲ କି ଡାଲି ନୁହେଁ ଦେଶର ଖାଦ୍ୟଶସ୍ୟର ବଜାରରେ ବଡ଼ ବଡ଼ ଦେଶୀ ବିଦେଶୀ କମ୍ପାନୀ ନିଜର ଏକାଧିକାର ପ୍ରତିଷ୍ଠା କରି ମୁନାଫାକୁ ଲୁଟିବାକୁ ଚାହୁଁଛନ୍ତି । ମୋଦୀ ସରକାର ଭାରତୀୟ ଖାଦ୍ୟଶସ୍ୟ ବଜାରରେ ସେମାନଙ୍କୁ ଏକାଧିକାର ଦେବା ପାଇଁ ଅତୀତରେ ଯେଉଁ କୃଷି ଆଇନ ଆଣିଥିଲେ, ତାକୁ ଅବଶ୍ୟ ଦେଶର ଚାଷୀକୂଳ ରୋକିବାରେ ସମର୍ଥ ହୋଇଛନ୍ତି ।

ତେବେ କେନ୍ଦ୍ର ସରକାର ବର୍ତ୍ତମାନ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ଦେଶରେ ଭୋକିଲା ଜନତାଙ୍କୁ ଯେଉଁ ଖାଦ୍ୟଶସ୍ୟ ବଣ୍ଟନ କରୁଛନ୍ତି, ତାହା ଉଭୟ ମାନ ଓ ପରିମାଣ ଦୃଷ୍ଟିରୁ ପର୍ଯ୍ୟାପ୍ତ ନୁହେଁ । ଖୋଦ୍ କେନ୍ଦ୍ର ସରକାରଙ୍କ ‘ଇଣ୍ଡିଆନ୍ କାଉନସିଲ ଫର୍ ମେଡ଼ିକାଲ୍ ରିସର୍ଚ୍ଚ’ (ଆଇସିଏମ୍ଆର୍) ସଂସ୍ଥା, ଜଣେ ବୟସ୍କ ବ୍ୟକ୍ତିପାଇଁ ମାସିକ ସର୍ବନିମ୍ନ ୧୫କିଲୋ ଖାଦ୍ୟଶସ୍ୟ ଜରୁରୀ ବୋଲି କହୁଥିବାବେଳେ ସରକାର ନିଜର ଖାଦ୍ୟସୁରକ୍ଷା କାର୍ଯ୍ୟକ୍ରମରେ ପ୍ରତି ବ୍ୟକ୍ତି ମାସିକ ମାତ୍ର ପାଞ୍ଚ କିଲୋ ଖାଦ୍ୟଶସ୍ୟ ହିଁ ଦେଉଛନ୍ତି । ଏପରିକି କୋଭିଡ଼ ସମୟରେ ଦେଶର ଗରିବ ଲୋକଙ୍କୁ ଏହି ପାଞ୍ଚ କିଲୋ ବ୍ୟତୀତ ମାସିକ ଯେଉଁ ଅତିରିକ୍ତ ୫ କିଲୋ ଖାଦ୍ୟଶସ୍ୟ ଦେଉଥିଲେ ତାକୁ ବି ଇତି ମଧ୍ୟରେ ବନ୍ଦ କରିଦେବା ଫଳରେ ବର୍ତ୍ତମାନ କେବଳ ୫କିଲୋ ହିଁ ମିଳୁଛି । ଶରୀରର ପୁଷ୍ଟିହୀନତା ଦୂରପାଇଁ ଡାଲି, ଖାଇବା ତେଲ ଓ ସବୁଜ ପନିପରିବାର ଆବଶ୍ୟକତା ରହିଥିବାବେଳେ ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ କେବଳ ଚାଉଳ ବା ଗହମରେ ହିଁ ସୀମିତ ରହିଛି ।

ଦେଶରେ ଅନାହାର ଓ ପୁଷ୍ଟିହୀନତାର ଅନ୍ୟତମ ବଡ଼ କାରଣ ହେଲା, ଲୋକଙ୍କ କ୍ରୟଶକ୍ତିରେ କ୍ରମାଗତ ହ୍ରାସ । କ୍ରମବର୍ଦ୍ଧମାନ ଦାରିଦ୍ର୍ୟ ଓ ବେକାରୀ ଯୋଗୁଁ ବଜାରରୁ ଖାଦ୍ୟ କିଣିବାକୁ ଅଧିକରୁ ଅଧିକ ଲୋକ ଅସମର୍ଥ ହେଉଛନ୍ତି । ଏଭଳି ପରିସ୍ଥିତିରେ ‘ବିଶ୍ୱ କ୍ଷୁଧା ସୂଚକାଙ୍କ’ର ସଦ୍ୟତମ ରିପୋର୍ଟଟି ଦେଶର ସଂଖ୍ୟାଗରିଷ୍ଠ ଲୋକଙ୍କ ଖାଦ୍ୟ ଅସୁରକ୍ଷାର ଭୟଙ୍କର ସ୍ଥିତିକୁ ପୁଣିଥରେ ଆମ ସାମନାକୁ ଆଣିଛି । କିନ୍ତୁ ପରିତାପର ବିଷୟ କେନ୍ଦ୍ର ସରକାର ଏହି ରିପୋର୍ଟକୁ ଗମ୍ଭୀରତାର ସହିତ ନେଇ ନିଜର ଖାଦ୍ୟ ସୁରକ୍ଷା ନୀତି ଓ କାର୍ଯ୍ୟକ୍ରମକୁ ପୁନଃ ନିର୍ଦ୍ଧାରିତ କରିବାକୁ ଚେଷ୍ଟାକରିବା ବଦଳରେ, ନିଜର ଦୋଷକୁ ଲୁଚାଇବାକୁ ତାକୁ ଅସ୍ୱୀକାର କରିଛନ୍ତି । ରିପୋର୍ଟକୁ ତୃଟିପୂର୍ଣ୍ଣ ଏବଂ ଭାରତର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବାକୁ ଉଦ୍ଦିଷ୍ଟ ବୋଲି କହିଛନ୍ତି । ତେବେ ଯେଉଁ ଦେଶର ୮୦ କୋଟି ଲୋକ ମାସିକ ପାଞ୍ଚ କିଲୋ ସରକାରୀ ରାସନ ଉପରେ ନିର୍ଭରଶୀଳ ସେଠାରେ କ୍ଷୁଧାର ସ୍ଥିତିକୁ ପ୍ରମାଣିତ କରିବାକୁ କୌଣସି ଗବେଷଣାର ଆବଶ୍ୟକତା ନାହିଁ

Comments

0 comments

Share This Article