ଏଥର ଭଗବତ ଚର୍ଚ୍ଚାରେ ଭଗବତ ପ୍ରସାଦଙ୍କ ଦ୍ୱାରା କରାଯାଇଥିବା ଅସହିଷ୍ଣୁତା ସମ୍ପର୍କରେ ଆଲୋଚନାକୁ ଉପସ୍ଥାପନ କରାଯାଇଛି । “ଚିତ୍ତ ଯେଉଁଠି ଭୟପୂର୍ଣ୍ଣ, ଅବନତ ଯହିଁ ଶିର” ଶୀର୍ଷକରେ ଭାରତବର୍ଷର ସାମ୍ପ୍ରତିକ ଅସହିଷ୍ଣୁତାର ପରିବେଶକୁ ସମୀକ୍ଷାକରି 1916 ମସିହାରେ ଭଗଵତ ପ୍ରସାଦ ଯାହା ଲେଖିଥିଲେ ତାହା ଆଜି ଆହୁରି ଭୟାନକ ଭାବରେ ବୁଦ୍ଧି ପାଇଛି । ମଣିପୁର ହିଂସା ଠାରୁ ଭାରତର ବିଭିନ୍ନ ସ୍ଥାନରେ ଯେଉଁ ହିଂସା ଧାରାବାହିକ ଭାବରେ ଘଟୁଛି ଏହାର ମୂଳ କାରଣ ହେଉଛି ଅସହିଷ୍ଣୁତା, ଅନେକ ଗୁଡିଏ ଉଦାହରଣ ଦେଇ ଭଗବତ ପ୍ରସାଦ ଏହି ବିଷୟରେ ତାତ୍ୱିକ ଆଲୋଚନାଟିଏ ପ୍ରସ୍ତୁତ କରିଥିଲେ ।
ବିଶ୍ୱର ପ୍ରାୟ ସବୁଦେଶର ସଂସ୍କୃତିକୁ ନଷ୍ଟ କରୁଛି ସମର-ସଂସ୍କୃତି । ଅନ୍ଧ ଗୋଷ୍ଠୀପ୍ରେମ ଅନେକ ସଂସ୍କୃତିର ଏକ ଦୁଷ୍ଟ ଉପାଦାନ । ଦେଶରେ ଜାଗ୍ରତ ବୁଦ୍ଧିଜୀବୀ ସମାଜ ନଥିଲେ ରାଷ୍ଟ୍ରରେ ଗଣତନ୍ତ୍ର ତିଷ୍ଠି ପାରିବନି । ସ୍ୱାଧୀନତା ଗଣତନ୍ତ୍ରର ପ୍ରାଣବାୟୁ । ଚିରନ୍ତନ ଜାଗରୁକତା ବିନା ଗଣତନ୍ତ୍ର ସଫଳ ହୋଇପାରିବିନି । (Eternal vigilance is the price of liberty-Edmund Burke)ö ସମ୍ବିଧାନର ମୂଲ୍ୟବୋଧ ଗୋଷ୍ଠୀ-ନିରପେକ୍ଷତା, ନ୍ୟାୟବିଚାର ଓ ବ୍ୟକ୍ତି ସ୍ୱାଧୀନତା ଭାରତୀୟ ଗଣତନ୍ତ୍ରର ମୂଳଦୁଆରେ ରହିଛି ।
ପରାଧୀନ ଭାରତର ଚିନ୍ତକମାନେ କିଭଳି ସ୍ୱାଧୀନ ଭାରତକୁ ଗଢ଼଼ିବାକୁ ଚାହୁଁଥିଲେ, ତାହା ରବି ଠାକୁରଙ୍କ ‘ଜୀବନ ଯେଉଁଠି ଭୟଶୂନ୍ୟ, ଉନ୍ନତ ଯହିଁ ଶିର’ କବିତାରେ ସ୍ପଷ୍ଟ ହୋଇଯାଇଛି । ଆଜିର ଭାରତରେ ଜୀବନ ଭୟପୂର୍ଣ୍ଣ, ଶିର ଅବନତ । ହେତୁବାଦୀମାନେ ଏଠାରେ ଅରକ୍ଷିତ । କଥା ଓ ଲେଖାର ସ୍ୱାଧୀନତା ଧୀରେ ଧୀରେ ଉଭାଇ ଯାଉଛି । ଯେଉଁ ଦେଶର ପ୍ରଧାନ ମୂଲ୍ୟବୋଧ ହେଉଛି ଅହିଂସା, ସେ ଦେଶରେ ହିଂସା ଓ ହତ୍ୟାକୁ ପ୍ରଧାନ ସ୍ଥାନ ଦିଆଯାଉଛି । ଏହାଠୁ ଅଧିକ ଦୁରବସ୍ଥା ଆଉ କଣ ହୋଇପାରେ? କେଉଁ ଯୋଗର କଥା ପ୍ରଚାର କରୁଛନ୍ତି ନରେନ୍ଦ୍ର ମୋଦୀ ଓ ଆଚାର୍ଯ୍ୟ ରାମଦେବ? ଯୋଗର ପ୍ରଧାନ ମୂଲ୍ୟବୋଧଗୁଡ଼ିକ ତ ଅହିଂସା, ମୈତ୍ରୀ, କରୁଣା, ମୁଦିତା । ଏସବୁ ଛାଡ଼ି କେବଳ ଆସନ, ପ୍ରାଣାୟମ କଲେ କଣ ଯୋଗ ସାଧନ ହୋଇଗଲା? ଗୀତାରେ ତ ପରିଷ୍କାର କୁହାଯାଇଛି ସମତ୍ୱଂ ଯୋଗ ଉଚ୍ୟତେ । ପାତଞ୍ଜଳି ଯୋଗ ଦର୍ଶନରେ ଲେଖା ଅଛି ଯୋଗଃ ଚିତ୍ତ ବୃତ୍ତି ନିରୋଧଃ । ଚିତ୍ତ ବୃତ୍ତି ନିରୋଧ କେବଳ ଚିତ୍ତର ସମତ୍ୱ ଓ ଉଚିତ୍ ମୂଲ୍ୟବୋଧର ସାଧନା ଦ୍ୱାରା ସମ୍ଭବ । ବିଶ୍ୱର ସବୁଦେଶରେ ଦୁଇଟି ସଂସ୍କୃତିର ଅବସ୍ଥାନ ଦେଖିବାକୁ ମିଳୁଛି । ଗୋଟିଏ ହେଉଛି ଯୋଦ୍ଧା ସଂସ୍କୃତି । ଆରଟି ହେଉଛି ଯୋଗୀ ସଂସ୍କୃତି । ଯୋଦ୍ଧା ସଂସ୍କୃତିର ଚରମ ବିକାଶ ଦେଖିବାକୁ ମିଳେ ଆମେରିକା, ୟୁରୋପ ଓ ଇସ୍ଲାମୀୟ ଦେଶମାନଙ୍କରେ ।
ଯୋଗୀ ସଂସ୍କୃତିର ଚରମ ବିକାଶ ଘଟିଥିଲା କେବଳ ଅତୀତର ଅବେଦୀୟ ଭାରତବର୍ଷରେ । କୌଟିଲ୍ୟ ଯୋଗୀ ସଂସ୍କୃତିକୁ ପୃଥବୀର ଶ୍ରେଷ୍ଠ ସଂସ୍କୃତି କହନ୍ତି (ଅର୍ଥଶାସ୍ତ୍ର) । ଏହା ପୂର୍ଣ୍ଣମାତ୍ରାରେ ହେତୁବାଦୀ (ଅର୍ଥଶାସ୍ତ୍ର) । ଯୋଦ୍ଧାସଭ୍ୟତା ପୂର୍ଣ୍ଣ ଭାବରେ ଶକ୍ତିବାଦୀ (ବୀର ଭୋଗ୍ୟା ବସୁନ୍ଧରା) । ବୁଦ୍ଧ, ମହାବୀର, ଗାନ୍ଧୀ ଯୋଗୀସଭ୍ୟତାର ଶ୍ରେଷ୍ଠଦାୟାଦ । ବୁଦ୍ଧଙ୍କ ଉପଦେଶ ଥିଲା ଯୋଦ୍ଧା ସଭ୍ୟତାର ଅତ୍ୟାଚାରରୁ ଯୋଗୀସଭ୍ୟତାକୁ ରକ୍ଷା କରିବାପାଇଁ ଆତ୍ମରକ୍ଷାମୂଳକ ଯୁଦ୍ଧ ଲଢ଼ିବା ଦୋଷାବହ ନୁହେଁ, କିନ୍ତୁ କୌଣସି ପରିସ୍ଥିତିରେ ଆକ୍ରାମକ ଯୁଦ୍ଧ ଲଢ଼ିବା (ଅନ୍ୟଦେଶକୁ ନିଜ ଦଖଲକୁ ଆଣିବା) ଉଚିତ୍ ନୁହେଁ । ମହାଭାରତ କହେ ପ୍ରାଚୀନ ଭାରତୀୟ ସଂସ୍କୃତିର ମୁଖ୍ୟ ଉପାଦାନ ହେଉଛି ଯୋଗ । ମହାଭାରତର ଶାନ୍ତି ପର୍ବରେ ଲେଖାଅଛି ସତ୍ୟଯୁଗରେ ଯଜ୍ଞ ନଥିଲା, କିନ୍ତୁ ଯୋଗଥିଲା ।
ଯଜ୍ଞର ବ୍ୟବହାର ଆରମ୍ଭ ହୋଇଥିଲା ତ୍ରେତା ଯୁଗରେ । ଜାତିପ୍ରଥା ମଧ୍ୟ ତ୍ରେତା ଯୁଗରେ ଆରମ୍ଭ ହୋଇଥିଲା । ଯୋଗ ଯୁଗର (ସତ୍ୟ ଯୁଗ) ଲୋକାୟତ ଦର୍ଶନ ଜାତି ପ୍ରଥାର ଘୋର ବିରୋଧୀ ଥିଲା । ହିନ୍ଦୁତ୍ୱବାଦୀମାନେ ଯୋଦ୍ଧା (ହିଟ୍ଲରୀୟ) ସଂସ୍କୃତିର ଅନୁକରଣ କରି ପ୍ରକୃତ ଭାରତୀୟ ସଂସ୍କୃତିକୁ ପ୍ରଚଣ୍ଡ ଧକ୍କା ଦେଉଛନ୍ତି । ପ୍ରାୟ ସବୁ ଯୋଦ୍ଧାସଭ୍ୟତା ଭୋଗବାଦୀ ଓ ନାରୀଲୋଭୀ । ବର୍ତ୍ତମାନ ପୃଥିବୀର ସର୍ବନାଶ କରୁଥିବା ଦୁଇ ଭୟଙ୍କର ଉପାଦାନ ହେଉଛନ୍ତି ଜଳବାୟୁ ନଷ୍ଟହେବା ଓ ସମରସଜ୍ଜାରେ ଅର୍ଥ ବରବାଦ କରିବା । ଏହି ଦୁଇଟି କେବଳ ଯୋଦ୍ଧାସଭ୍ୟତାର ଅବଦାନ । ଯୋଗୀ ସଭ୍ୟତାରେ ଅପରିଗ୍ରହ ଓ ଅହିଂସା ଦୁଇଟି ମୁଖ୍ୟ ମୂଲ୍ୟବୋଧ ।
ଜଳବାୟୁ ପରିବର୍ତ୍ତନ ରୋକିବାରେ ଏକ ମାତ୍ର ଉପାୟ ହେଉଛି ଯୋଗୀ ସଭ୍ୟତାର ଅପରିଗ୍ରହ ମୂଲ୍ୟବୋଧକୁ ସମସ୍ତ ବିଶ୍ୱବାସୀ ନିଷ୍ଠାର ସହିତ ନିଜ ଜୀବନରେ ରୂପାୟିତ କରିବା । ଯୋଗୀ ସଭ୍ୟତାର ସର୍ବଶ୍ରେଷ୍ଠ ମୂଲ୍ୟବୋଧ ଅହିଂସାକୁ ବିଶ୍ୱବାସୀ ଗ୍ରହଣ କଲେ ଦେଶମାନଙ୍କର ସମର ସଜ୍ଜାର ଅନ୍ତିମ ଘଣ୍ଟି ବାଜିଯିବ ।
ରୋହିତ ଭେମୁଲାଙ୍କ ଆତ୍ମହତ୍ୟା ହିନ୍ଦୁ ସମାଜର ଏକ କଳଙ୍କ ଯାହାକୁ ସାତ ସମୁଦ୍ର ପାଣି ମଧ୍ୟ ଧୋଇପାରିବନି । ଏଭଳି ଭୟଙ୍କର ଘଟଣା ପଛରେ ରହିଛି ବିଦ୍ୟାର୍ଥୀ ପରିଷଦର ଅସହିଷ୍ଣୁ ମନୋଭାବ ଓ ଦୁଇ କେନ୍ଦ୍ରମନ୍ତ୍ରୀଙ୍କର କ୍ଷମତାର ଅପପ୍ରୟୋଗ । ଭାରତର କ୍ରମ ବର୍ଦ୍ଧମାନ ଅସହିଷ୍ଣୁତାର ପ୍ରତିବାଦ ନାଗରିକ ସମାଜ କରିବା ଦରକାର ଥିଲା । ରାଜ୍ୟ ଓ କେନ୍ଦ୍ରସ୍ତରୀୟ ପୁରସ୍କାର ବିଜେତାମାନଙ୍କର ପୁରସ୍କାର ଫେରସ୍ତ ଦେବା ନାଗରିକ ସମାଜର ଜାଗରୁକତାର ଏକ ପ୍ରକୃଷ୍ଟ ଉଦାହରଣ ଏହା ଭାରତକୁ ସାରା ବିଶ୍ୱରେ ପ୍ରତିଷ୍ଠା ଆଣିଦେଇଛି । ଭାରତୀୟ ଗଣତନ୍ତ୍ର ଯେ ଜୀବନ୍ତ ଏହା ତାହା ପ୍ରମାଣ କରୁଛି । ଓଡ଼ିଶାର ଜୟନ୍ତ ମହାପାତ୍ର ପୁରସ୍କାର ଫେରସ୍ତ କରି ଓଡ଼ିଆଙ୍କ ସମ୍ମାନ ବଢ଼ାଇ ଦେଇଛନ୍ତି । ହରପ୍ରସାଦ ଦାସ ଓ ନିଖିଳାନନ୍ଦ ପାଣିଗ୍ରାହୀଙ୍କ ଭଳି ଜ୍ଞାନୀ ବ୍ୟକ୍ତିମାନେ ଭାରତର ଏହି ଅହିଂସ ପ୍ରତିବାଦୀଙ୍କୁ ନାପସନ୍ଦ କରିବା ମୋତେ ଓ ମୋର ବନ୍ଧୁମାନଙ୍କୁ ମର୍ମାହତ କରିଛି । ତିନିଜଣ ବିଶିଷ୍ଟ ହେତୁବାଦୀଙ୍କ ହତ୍ୟାକୁ ଯେଉଁମାନେ ଗୁରୁତ୍ୱ ଦିଅନ୍ତି ନାହିଁ, ସେମାନେ ବୌଦ୍ଧିକ ଅପରାଧୀ । ହିଟ୍ଲରୀୟ ଜର୍ମାନୀ ଭଳି ଭାରତ ଆଜି ଅସହିଷ୍ଣୁତାର ଶିକାର ।
ଯେଉଁ ଜ୍ଞାନୀମାନେ ଅସହିଷ୍ଣୁତା ସୃଷ୍ଟିକାରୀ ହିନ୍ଦୁତ୍ୱବାଦୀଙ୍କୁ ଆଦର୍ଶଗତ ସମର୍ଥନ ଦେଉଛନ୍ତି, ସେମାନେ ଭାରତୀୟ ସଂସ୍କୃତିରେ (ଯେଉଁ ସଂସ୍କୃତି ଗଠନରେ ବୁଦ୍ଧ, ଗାନ୍ଧୀ, ଅଶୋକ, ଆକବର, କବୀର, ବିବେକାନନ୍ଦ, ଗାନ୍ଧୀ, ରବି ଠାକୁର ପ୍ରମୁଖ ମୁଖ୍ୟଭୂମିକା ଗ୍ରହଣ କରିଥିଲେ) ବିରୋଧାଚରଣ କରୁଛନ୍ତି । ବିଶ୍ୱର ଗଣତାନ୍ତ୍ରିକ ସଂସ୍କୃତିକୁ ହିନ୍ଦୁତ୍ୱବାଦୀମାନେ ଆତ୍ମସ୍ଥ କରିପାରିନାହାନ୍ତି । (ଜର୍ମାନୀର ପରିପ୍ରେକ୍ଷୀରେ) ସେମାନଙ୍କ ଭଳି ବ୍ୟକ୍ତିଙ୍କୁ ଲକ୍ଷ୍ୟକରି ଆଇନ୍ଷ୍ଟାଇନ୍ ଲେଖିଥିଲେ ଯେ ସେ ଯଦି ଦେଶର ଅସହିଷ୍ଣୁତାକୁ ଓ ହେତୁବାଦୀଙ୍କ ହତ୍ୟାକୁ (ହରପ୍ରସାଦ ଦାସଙ୍କ ଭଳି) ସମର୍ଥନ ଦେବେ ତେବେ, “By giving such testimony in the present circumstances I should have been contributing, even if only indirectly, to moral corruption and the destruction of all existing Cultural values”।
ଗାନ୍ଧୀ ଏବଂ ରବିଠାକୁର ଦୁହେଁ ଥିଲେ ଦେଶ (ଭାରତ)ପ୍ରେମୀ ଓ ଅସାଧାରଣ ବିଶ୍ୱପ୍ରେମୀ । ଗାନ୍ଧୀ ଥିଲେ ଭାରତର ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ପୁରୋଧା । ସେ କହିଥିଲେ, “ଦରକାର ପଡ଼ିଲେ ବିଶ୍ୱରକ୍ଷା ପାଇଁ ଭାରତକୁ ଆତ୍ମବଳି ଦେବାକୁ ପ୍ରସ୍ତୁତ ହେବାକୁ ପଡ଼ିବ ।”
ଔଘଟ ବିଶ୍ୱବିଦ୍ୟାଳୟର ଛାତ୍ର ଅଶାନ୍ତି ପରିପ୍ରେକ୍ଷୀରେ, ‘The Hindu, (23 February, 2016) ଏକ ଚମତ୍କାର ପ୍ରବନ୍ଧ ଲେଖିଛନ୍ତି ନିତୀନ୍ ପାଲ୍ । ପ୍ରବନ୍ଧର ଶୀର୍ଷକ ହେଉଛି, ‘Patriotism without Nationalism’। ସେ ଲେଖିଛନ୍ତି, “Here Tagore is being anti-national in the literal sense of the word. Yet it would be absurd to accuse him of being a traitor to India. He is proof that it is possible to be deeply loyal to the country, and has immense concern for the well-being of its people while opposing nationalism.
Tagore also noted the dangers of fetishisation of the nation – where from childhood he “had been taught that the idolatry of Nation is almost better than reverence for God.” It is little wonder that people get enraged when anti-India slogans are chanted because many of us have adopted the concept of blasphemy in Semitic religions and therefore cannot tolerate insults to the object of our worship. This, more than any concern for national security, explains the popular sentiment around the JNU controversy. If we realize that it is our sentiments that were offended, not our security, perhaps we will see the issue with greater equanimity.
We can be patriotic without being nationalists. We can be liberal without being libertarians. We are like this only.
Comments
0 comments