ମ୍ୟାକଲେ ଏବଂ ଭାରତ-୪

ଭାରତରେ ଆଇନର ଏକ ସମାନ ସଂହିତା ପ୍ରସ୍ତୁତ ହେବା ଉଚିତ

ମ୍ୟାକଲେ ତାଙ୍କର ଅଭିଭାଷଣରେ ଯୁକ୍ତି ବାଢିଥିଲେ ଯେ  ଭାରତରେ ଆଇନର ଏକ ସମାନ ସଂହିତା ପ୍ରସ୍ତୁତ ହେବା ଉଚିତ : ୧୨ଶ ପରିଚ୍ଛେଦରେ ସେ ଏହା ଉପସ୍ଥାପିତ କରିଥିଲେ ‘A uniform code of laws should be developed’ ଶିରୋନାମାରେ, ଯାହା ଅନୁବାଦରେ ଏହିପରି:  

“ସରକାରଙ୍କୁ ସର୍ବୋଚ୍ଚ ବୈଧାନିକ କ୍ଷମତା ପ୍ରଦାନ କରିବା ପରେ, ଭାରତର ଆଇନକୁ ହଜମ କରିବା(digesting)   ଓ ଏଥିରେ ସୁଧାର ଆଣିବା(reforming) ଉଦ୍ଦେଶ୍ୟରେ ଆମେ ଏହାକୁ(ସରକାରଙ୍କୁ) କିଛି ସମୟ ପାଇଁ ଏକ ଆୟୋଗର ସହାୟତା ପାଇଁ ପ୍ରସ୍ତାବ ଦେଉଛୁ, ଯଦ୍ଵାରା  ସେହି ଆଇନ ଗୁଡିକୁ ଯଥାଶୀଘ୍ର ଏକ ସଂହିତାର ରୂପ ଦିଆଯାଇ ପାରିବ    ମୁଁ ସର୍ବୋଚ୍ଚ ସମ୍ମାନର ସହ ଯେଉଁ ଭଦ୍ରବ୍ୟକ୍ତି ମାନଙ୍କ ସମ୍ପର୍କରେ କହିଥାଏ ,  ସେମାନେ  ସନ୍ଦେହ ପ୍ରକାଶ  କରନ୍ତି  ଯେ ଭାରତରେ   ବର୍ତ୍ତମାନ ପରିସ୍ଥିତି କ’ଣ ଅନୁକୂଳ ସେ ସୁବିଧା ଗୁଡିକ ପାଇବା ପାଇଁ ଯାହା ଏହି ସ୍ଵାଧୀନ ଏବଂ ଅତ୍ୟନ୍ତ ସଭ୍ୟ ଦେଶ(ଇଂଲଣ୍ଡ ) ଏଯାବତ୍ ଉପଭୋଗ କରିପାରି ନାହିଁ । ମହାଶୟ, ମୁଁ ଏହି ଯୁକ୍ତିକୁ ସେମାନଙ୍କର ବ୍ୟକ୍ତିଗତ ଅଧିକାରରୁ ପ୍ରାପ୍ତ ଗୁରୁତ୍ବ ଛଡା   ଅତି ସାମାନ୍ୟ ଗୁରୁତ୍ଵ ଦେଇ ପାରେ ଯେଉଁମାନେ ଏହାର ବ୍ୟବହାର କରୁଛନ୍ତି (Sir, I can allow to this argument very little weight beyond that which it derives from the personal authority of those who use it.) କାରଣ, ପ୍ରଥମତଃ,  ଆମର ସ୍ବାଧୀନତା ଓ ଉଚ୍ଚତର ସଭ୍ୟତା ଏହି  ସୁଧାର ଆଣିଥାଏ, ଯାହା ସବୁବେଳେ ବାଞ୍ଛନୀୟ , ଯଦିଓ  ଆମ ଭାରତୀୟ ପ୍ରଜାମାନଙ୍କ ତୁଳନାରେ ଏହାର ଆବଶ୍ୟକତା,  ଆମ ପାଇଁ,  କମ ଅପରିହାର୍ଯ୍ୟ;  ଦ୍ଵିତୀୟତଃ, ମୋର ଭୟ,  ଆମର ସ୍ବାଧୀନତା ଓ ସଭ୍ୟତା ଆମ ନିଜ ପାଇଁ ଏହି ଲାଭ ପାଇବାକୁ ଅଧିକ କଠିନ କରିଥାଏ, ଅନ୍ୟକୁ ଏହା ଉପଲବ୍ଧ କରାଇବା ଅପେକ୍ଷା  

“ ମୁଁ ବିଶ୍ବାସ କରେ ଯେ ଦେଶର ଆଇନ ଗୁଡିକର ସଂହିତା ପ୍ରସ୍ତୁତ କରାଯିବାର ଆବଶ୍ୟକତା ଯେତେଦୂର ଭାରତରେ ଅଛି ସେପରି ଅନ୍ୟ କୌଣସି ଦେଶରେ ନାହିଁ ;  ଏବଂ ମୁଁ ଏହା ମଧ୍ୟ ବିଶ୍ଵାସ କରେ ଯେ ଏପରି କୌଣସି ଦେଶ କେଭେଁ ନ ଥିଲା ଯେଉଁଠାରେ ଏହି ଅଭାବ ଟି ଏତେ ସହଜରେ ପୂରଣ କରା ଯାଇପାରେ ମୁଁ କହିଥିଲି ଯେ ମୋଗଲ ଶାସନର ପତନ ପରେ ସେହି ଦେଶର (ଭାରତର) ସ୍ଥିତି ଓ ରୋମାନ ସାମ୍ରାଜ୍ୟର ପତନ ପରେ ୟୁରୋପର ସ୍ଥିତି ମଧ୍ୟରେ ବହୁ ସାଦୃଶ୍ୟ ରହିଛିଗୋଟିଏ ଦିଗରୁ ସାଦୃଶ୍ୟ ବେଶ ଦୃଷ୍ଟି ଆକର୍ଷଣକାରୀ ସେତେବେଳେ ୟୁରୋପରେ ଯେପରି ଥିଲା ବର୍ତ୍ତମାନ ଭାରତରେ ସେପରି ଅଛି, ଯେପରି ପରସ୍ପରଠାରୁ ବ୍ୟାପକ ଭାବରେ ଭିନ୍ନ, ଅଥଚ ସହବସ୍ଥାନ ଓ ସମ-ସମାନତା  (coexisting and coequal)ନୀତି ସହିତ କାଏମ ଥିବା ବହୁ ଆଇନ ବ୍ୟବସ୍ଥା । ମୂଳ ଅଧିବାସୀ(indigenous population)ଙ୍କର ନିଜସ୍ୱ ଆଇନ ରହିଛି ଜଣକ ପରେ ଜଣେ , ପ୍ରତ୍ୟେକ ଜାତି(race)ର ବିଜେତା,  ସେମାନଙ୍କ  ସାଥିରେ ଆଣିଛନ୍ତି,   ସେମାନଙ୍କ ନିଜସ୍ୱ ଜାତିର ଅଦ୍ଭୁତ  ନ୍ୟାୟଶାସ୍ତ୍ର: ମୁସଲମାନ ତାଙ୍କର କୋରାନ ଏବଂ କୋରାନ ର ଅଗଣିତ ବ୍ୟାଖ୍ୟାକାର; ଇଂରେଜ ବ୍ୟକ୍ତି ତାର ଆଇନ ପୁସ୍ତକ (Statute Book) ଓ ବିଭିନ୍ନ ରାୟର ସଂକଳନ(Term Reports) ଯେପରି ଇଟାଲୀରେ  ଏକଦା ଏବଂ ଏକ ସଙ୍ଗରେ ପ୍ରଚଳିତ ଥିଲା the Roman Law, the Lombard law, the Ripuarian law, the Bavarian law, and the Salic law,  ସେହିପରି ଆମର ଏହି ପ୍ରାଚ୍ୟ ସାମ୍ରାଜ୍ୟରେ ପ୍ରଚଳନ ହେଉଛି Hindoo law, Mahometan law, Parsee law, English law, ପରସ୍ପର ସହିତ ମିଶ୍ରିତ ହୋଇ ଏବଂ ପରସ୍ପରକୁ ବିଘ୍ନିତ କରି, ବ୍ୟକ୍ତି ଓ ସ୍ଥାନକୁ ନେଇ ଏହାର ପ୍ରୟୋଗରେ ଭିନ୍ନତା ଦେଇ ସମାନ ମାମଲାରେ ନାଲିଶ ଏବଂ ଅର୍ଜି (pleadings ) ଗୋଟିଏ ରାଷ୍ଟ୍ରର ରୀତି ଅନୁସାରେ ହେଲାବେଳେ ବିଚାର ହୋଇଥାଏ ଅନ୍ୟ ରାଷ୍ଟ୍ରର ଆଇନ ଅନୁସାରେ । ସମସ୍ୟାଟି Westminster(British)ନିୟମ ଅନୁସାରେ ପ୍ରସ୍ତୁତ କରାଯାଏ , କିନ୍ତୁ ସମାଧାନ କରାଯାଏ ବନାରସର(ଭାରତର ଶାସ୍ତ୍ରୀୟ / ଐତିହଗତ) ନିୟମ ଅନୁଯାଇ ବିଧି -ସଂହିତା (code) ଭାବରେ ଏକମାତ୍ର ମୁସଲିମ ପୁସ୍ତକ କୋରାନ ଅଟେ ; ଏକ ମାତ୍ର ହିନ୍ଦୁ ପୁସ୍ତକ ଅଟେ ସଂସ୍ଥା (the Institutes)(ମନୁସ୍ମୃତି) ପ୍ରତ୍ୟେକେ ଯେଉଁମାନେ ଏହି ବହି ଗୁଡିକ ସମ୍ପର୍କରେ ଜାଣନ୍ତି ସେମାନେ ଜାଣନ୍ତି ଯେ ପ୍ରତ୍ୟେକ ସମ୍ପ୍ରଦାୟରେ ଉପୁଜୁଥିବା ମାମଲା ଗୁଡିକର  ବହୁ ଛୋଟ ଅଂଶର ସମାଧାନ ଏହି ବହି ଗୁଡିକ ଉଲ୍ଲେଖ କରିଥାନ୍ତି ଏହା ବାହାରେ ସବୁ କେବଳ ମନ୍ତବ୍ୟ ଓ ଐତିହ୍ୟ ମର ଦେୱାନୀ ମାମଲା ନିୟମାବଳୀ(regulations in civil matters) ଅଧିକାରକୁ ପରିଭାଷିତ କରେ ନାହିଁ, ବରଂ କେବଳ ପ୍ରତିକାର(remedies) ଦେଇଥାଏ ଯଦି ହିନ୍ଦୁ ଆଇନର କୌଣସି ପ୍ରସଙ୍ଗ ଉଠେ, ତେବେ ବିଚାରପତି ମତାମତ ପାଇଁ ପଣ୍ଡିତଙ୍କୁ ଡାକିପଠାନ୍ତି ଯଦି ମୁସଲିମ ଆଇନର କୌଣସି ପ୍ରସଙ୍ଗ ଉଠେ, ବିଚାରପତି କାଜିଙ୍କୁ ଆବେଦନ କରିଥାନ୍ତି ଏହି କର୍ମକର୍ତ୍ତାମାନଙ୍କର ସଚ୍ଚୋଟପଣିଆ(integrity) କେତେ ତାହା  ଆମେ ସାର୍ ୱିଲିୟମ୍ ଜୋନ୍ସଙ୍କ(Sir William Jones)ଠାରୁ ଜାଣିପାରିବା।  ସେହି ମହାନ ବ୍ୟକ୍ତି ଘୋଷଣା କରିଥିଲେ ଯେ କୌଣସି ହିନ୍ଦୁ ବ୍ୟାଖ୍ୟାକାରଙ୍କ ଭରସାରେ ଆଇନର କୌଣସି ବିଷୟ ଉପରେ  ନିର୍ଣ୍ଣୟ ନେବା ନିଜର ବିବେକ ଅନୁସାରେ ଠିକ ବୋଲି ସେ ମନେ କରନ୍ତି ନାହିଁ । ଏହି ଘୋଷଣାଟିକୁ Sir Thomas Strange ନିଶ୍ଚିତ ଭାବରେ ଠିକ ବୋଲି ବିଚାର  କରନ୍ତି ଆଇନର ବ୍ୟାଖ୍ୟାକାରଙ୍କ ଦ୍ଵାରା  କୌଣସି ଦୁର୍ନୀତିର ସନ୍ଦେହ ନ ଥିଲେ ମଧ୍ୟ, ଯେଉଁ ବିଜ୍ଞାନ (ଆଇନ) ସେମାନେ ପ୍ରୟୋଗ (profess) କରନ୍ତି ତାହା ଏତେ ଭ୍ରମାତ୍ମକ ଯେ ସେମାନଙ୍କର ଉତ୍ତର ଉପରେ କୌଣସି ଭରସା ରଖାଯାଇ ନ  ପାରେ Sir Francis Macnaghten  ଆମକୁ କୁହନ୍ତି ଯେ ଏହା ମନେ କରିବା ଏକ ଭ୍ରମ ଯେ ହିନ୍ଦୁ ଜନଗଣ କୌଣସି ଏକ ଜ୍ଞାତ ଓ  ନିର୍ଦ୍ଦିଷ୍ଟ ଆଇନ ଅନୁସାରେ ଜୀବନ ଧାରଣ କରନ୍ତି ; ଯେ କୌଣସି ପ୍ରଶ୍ନ ଉପରେ ଯେ କୌଣସି ପଟୁ ଯୁକ୍ତି ଉପସ୍ଥାପନ କରାଯାଇ ପାରେ; ସମଭାବରେ ଦକ୍ଷ ବ୍ୟାଖ୍ୟାକାରମାନେ ନିରନ୍ତର ପରସ୍ପରକୁ ଖଣ୍ଡନ କରିଥାନ୍ତି:  ଅପ୍ରଚଳିତ ଆଇନ ପ୍ରଚଳିତ ଆଇନ ସହ ମିଶି  ନିରନ୍ତର ବିଭ୍ରାନ୍ତ ସୃଷ୍ଟି କରିଥାଏ ;  ଏବଂ  ଜଣେ କର୍ମଚାରୀ ଯାହାଙ୍କୁ   ହିନ୍ଦୁ ଆଇନର ପ୍ରୟୋଗ କରିବାକୁ ପଡେ, ତାଙ୍କ ପାଇଁ ପ୍ରଥମ ଶିକ୍ଷା ହୋଇଥାଏ ଯେ ନ୍ୟାୟବିଦ୍ (jurist)ମାନଙ୍କ ପୁସ୍ତକରୁ ବିଶ୍ଵାସଯୋଗ୍ୟ  କିଛି(certainty)  ପାଇବା  ପାଇଁ ଚିନ୍ତା କରିବା ମଧ୍ୟ ବୃଥା ପରିଣତି  ଏହା  ଯେ ଟ୍ରିବୁନାଲ ଗୁଡିକର (tribunals ) ନିଷ୍ପତ୍ତି ସମ୍ପୂର୍ଣ୍ଣ ମନଇଛାରେ ହିଁ  ହୋଇଥାଏ ଯାହାକୁ  ଆଇନ ବୋଲି ବିଚାରି ପ୍ରୟୋଗ କରା ଯାଏ ତାହା ପ୍ରକୃତରେ ଆଇନ ନୁହେଁ ବରଂ ଏକ ପ୍ରକାର ଅଭଦ୍ର(rude)  ଓ  ଖାମଖିଆଲି ନ୍ୟାୟ ବିଚାର ।  ମୁଁ ନିକଟରେ ଭାରତରୁ ଫେରିଥିବା ଜଣେ ଦକ୍ଷ ଓ ଉଚ୍ଚକୋଟିର   ବିଚାରପତିଙ୍କୁ ପଚାରିଲି ଜିଲ୍ଲା ନ୍ୟାୟଳୟ ଗୁଡିକ ଅତ୍ୟଧିକ ଗୁରୁତ୍ଵ ଆଇନଗତ ପ୍ରଶ୍ନ ଗୁଡିକ ଉପରେ କିପରି  ନିଷ୍ପତ୍ତି ନେଇଥାନ୍ତି, ଯେଉଁ ପ୍ରଶ୍ନଗୁଡିକରେ ନ ଥାଏ ଧର୍ମ ବା ଜାତିର ବିଚାର, କେବଳ ଥାଏ ବାଣିଜ୍ୟିକ ଆଇନ(commercial law)ର ପ୍ରଶ୍ନ  ସେ ମୋତେ କହିଲେ ଯେ ଏହା ନିଛକ ଲଟେରୀ । ସେ ଜାଣିଥିଲେ ଯେ ଏଗୁଡିକ ଉପରେ ସେ ନିଜେ  କିପରି  ନିଷ୍ପତ୍ତି ନେବା ଉଚିତ କିନ୍ତୁ ଏହା ଠାରୁ ଅଧିକ କିଛି ଜାଣି ନ ଥିଲେ  ମୁଁ କମ୍ପାନୀ(Company)ର ଏକ ପ୍ରତିଷ୍ଠିତ କର୍ମଚାରୀ(civil servant)ଙ୍କୁ ଏହି ବିଲରେ ଦାସ ପ୍ରଥା ବିଷୟରେ ପଚାରିଥିଲି , ଯେ ବର୍ତ୍ତମାନ ସମୟରେ , ଯଦି ଗୋଟିଏ ନାଚବାଲୀ ଝିଅ ତା ମାଲିକ ଠାରୁ ପଳାଇ ଯାଏ, ତାହାହେଲେ ବିଚାରପତି କଣ ତାକୁ ଫେରି ଆସିବା ପାଇଁ ବାଧ୍ୟ କରିବେ ।  ସେ କହିଲେ , “ କେତେକ  ବିଚାରପତି, ଝିଅକୁ ଫେରାଇ ଦିଅନ୍ତି । ଅନ୍ୟମାନେ ଝିଅଟିକୁ ସ୍ଵାଧୀନ କରିଦିଅନ୍ତି । ସମୁଦାୟ ବିଷୟଟି ସଂଯୋଗର କଥା ହୋଇଥାଏ । ସବୁ ନିର୍ଭର କରେ ବ୍ୟକ୍ତିଗତ ବିଚାରପତିର ମିଞ୍ଜାସ ଉପରେ ।“

 ଏପରିକି ଏହି ଦେଶରେ (ବିଲାତ)ମଧ୍ୟ ବିଚାରପତି-ପ୍ରସ୍ତୁତ ଆଇନ(judge-made law)ର  ଅଭିଯୋଗ ରହିଛି;    ଏପରିକି ଏହି ଦେଶରେ ଯେଉଁଠାରେ ନୈତିକତାର ମାନ ପୃଥିବୀର ପ୍ରାୟ ଯେ କୌଣସି ଅଞ୍ଚଳଠାରୁ ଉନ୍ନତ; ଯେଉଁଠାରେ ଅନେକ ପୁରୁଷ (generations) ଧରି  ଆମ ନ୍ୟାୟ ପରମ୍ପରା(legal traditions)ର କୌଣସି ଜଣେ ସଂରକ୍ଷକଙ୍କ ଉପରେ ବ୍ୟକ୍ତିଗତ ଭ୍ରଷ୍ଟାଚାରର ସନ୍ଦେହ କରାଯାଇ ନାହିଁ ;  ଯେଉଁଠାରେ ଅଛି ଜନପ୍ରିୟ ପ୍ରତିଷ୍ଠାନ ସମୂହ;  ଯେଉଁଠାରେ ପ୍ରତିଟି ନିଷ୍ପତ୍ତି ଉପରେ ଏକ ଚତୁର ଏବଂ ବିଦ୍ଵାନ ଦର୍ଶକ ବର୍ଗ ନଜର ରଖିଥାଏ;  ଯେଉଁଠାରେ ଅଛନ୍ତି ବୁଦ୍ଧିମାନ ଓ ଜାଗ୍ରତ ଜନତା; ଯେଉଁଠାରେ ପ୍ରତ୍ୟେକ ଉଲ୍ଲେଖ ଯୋଗ୍ୟ ମାମଲା ସମ୍ପୂର୍ଣ୍ଣ ଭାବେ ପ୍ରକାଶ ପାଇ ଥାଏ ଶହ ଶହ ସମ୍ବାଦପତ୍ରରେ;  ଯେଉଁଠାରେ , ସଂକ୍ଷେପରେ କହିବାକୁ ଗଲେ, ଏଥିରେ ସେ ସବୁ ରହିଛି ଯାହା ଏପରି ବ୍ୟବସ୍ଥାର ସମସ୍ତ କୁଫଳକୁ ହ୍ରାସ  କରି ପାରେ । କିନ୍ତୁ ଯେଉଁଠାରେ ରହିଛି ଏକ ନିରଙ୍କୁଶ ସରକାର(absolute government) ଓ ହୁଗୁଳା  ନୈତିକତା (lax morality),ଯେଉଁଠାରେ ନା ବାର(bar) ଥିଲା ନା ଜନତା(public ),  ସେଠାରେ ବିଚାରପତି ପ୍ରସ୍ତୁତ- ଆଇନ(judge-made law) ଏକ ଅଭିଶାପ ଓ ଏକ ଅପବାଦ(scandal) ଯାହାକୁ ସହ୍ୟ କରାଯାଇ ନ ପରେ  ଏହା ହେଉଛି  ସମୟ ଯେତେବେଳେ ମାଜିଷ୍ଟ୍ରେଟ ଜାଣିବା ଉଚିତ ଯେ ସେ କେଉଁ ଆଇନର ପ୍ରୟୋଗ କରିବେ, ଏବଂ ପ୍ରଜା ମଧ୍ୟ ଜାଣିବା ଉଚିତ କେଉଁ ଆଇନ ଅଧୀନରେ  ତାଙ୍କୁ  ଜୀବନ ଧାରଣ କରିବାକୁ ହେବ ଆମେ ଏହା କହୁ ନାହୁଁ ଯେ ଭାରତୀୟ ଲୋକେ ଗୋଟିଏ ଆଇନ ଅଧୀନରେ ରହିବେ : ଆଦୌ  ତାହା ନୁହେଁ: ଏହି ବିଧେୟକ(bill) ରେ ଶବ୍ଦଟିଏ ମଧ୍ୟ ନାହିଁ, ଶବ୍ଦଟିଏ ମଧ୍ୟ ନ ଥିଲା ମୋର ସମ୍ମାନୀୟ ବନ୍ଧୁଙ୍କ ବକ୍ତୃତାରେ, ଯାହାର ପ୍ରଭାବରେ  ଏହି ଭଳି ବ୍ୟାଖ୍ୟା ସମ୍ଭବ ହେଉଥିବ  ଆମେ ଜାଣୁ ଯେ ଏହି ଲକ୍ଷ୍ୟ  କେତେ ବାଞ୍ଛନୀୟ; କିନ୍ତୁ ଆମେ ଏହା ମଧ୍ୟ ଜାଣୁ ଯେ ଏହା ହାସଲ କରିବା ସମ୍ଭବ ନୁହେଁ ।  ଆମେ ଜାଣୁ ଯେ ଧର୍ମ ଧର୍ମ ମଧ୍ୟରେ, ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ   ଏବଂ ଜାତି ଜାତି ମଧ୍ୟରେ ଥିବା ପ୍ରଭେଦରୁ  ଉତ୍ପନ୍ନ ଭାବନାକୁ ସମ୍ମାନ ଦିଆଯିବା ଉଚିତ ।  ମୋର ବିଶ୍ଵାସ, ସେହି ଭାବନାଗୁଡିକୁ ଆଘାତ ନ ଦେଇ  ବିଭିନ୍ନ ଆଇନ ବ୍ୟବସ୍ଥାକୁ ଏକୀଭୂତ(assimilate) କରିବା ପାଇଁ ଅନେକ କିଛି କରାଯାଇ ପାରେ ।  କିନ୍ତୁ ଆମେ ସେହି ପଦ୍ଧତି ଗୁଡିକୁ  ଏକୀଭୂତ(assimilate) କରୁ ବା ନ କରୁ, ଆସନ୍ତୁ ଆମେ ସେଗୁଡିକୁ ନିଶ୍ଚିତ ଭାବେ ଜାଣିନେବା(ascertain), ସେଗୁଡିକୁ ହଜମ କରି ନେବା(digest) ଆମେ ତରବରରେ କରାଯିବା କୌଣସି ଉଦ୍ଭାବନର ପ୍ରସ୍ତାବ ଦେଉନାହୁଁ; ଆମେ ଆମ ପ୍ରଜାଙ୍କର କୌଣସି ବର୍ଗର ପୂର୍ବାଗ୍ରହକୁ (prejudices) ଆଘାତ ଦେବାକୁ ଚାହୁଁ ନାହୁଁ ଆମର ନୀତି କେବଳ ଏତିକି : ଯେଉଁଠାରେ ସମ୍ଭବ ସେଠାରେ ସମରୂପତା (uniformity); ଯେଉଁଠାରେ ଆବଶ୍ୟକ ସେଠାରେ ବିବିଧତା(diversity); କିନ୍ତୁ ସବୁ କ୍ଷେତ୍ରରେ ନିଶ୍ଚିତତା (certainty 

            “ଯେପରି ମୋର ବିଶ୍ଵାସ, ପୃଥିବୀର ଯେ କୌଣସି ଅନ୍ୟ ଦେଶ ତୁଳନାରେ ଭାରତ ପାଇଁ  ଅଧିକ ଆବଶ୍ୟକ ଏକ ସଂହିତା(code)ର, ମୁଁ ମଧ୍ୟ ବିଶ୍ଵାସ କରେ ଯେ ଏପରି କୌଣସି ଦ୍ଵିତୀୟ ଦେଶ ନାହିଁ ଯାହାକୁ ଏହି ମହତ  ସୁବିଧା  ଅଧିକ ସହଜରେ  ପ୍ରଦାନ କରାଯାଇ ପାରିବ । ଗୋଟିଏ ଆଇନ ସଂହିତା ସମ୍ଭବତଃ ଏକମାତ୍ର ଆଶୀର୍ବାଦ ଯାହା ଗୋଟିଏ ନିରଙ୍କୁଶ ସରକାର, ଗୋଟିଏ ଜନପ୍ରିୟ ସରକାର ଅପେକ୍ଷା, ଗୋଟିଏ ରାଷ୍ଟ୍ରକୁ ପ୍ରଦାନ କରିବା ପାଇଁ ଅଧିକ ସମର୍ଥ  ଅଲିଖିତ ନ୍ୟାୟ ଶାସ୍ତ୍ରର ବିଶାଳ ଓ କୃତ୍ରିମ ପ୍ରଣାଳୀକୁ ବ୍ୟବସ୍ଥିତ କରିବାର କାର୍ଯ୍ୟ ବହୁ ଲୋକଙ୍କ ବଦଳରେ କିଛି ବୁଦ୍ଧିମାନଙ୍କ ଦ୍ଵାରା ଅଧିକ ସହଜରେ ଓ ଅଧିକ ଭଲ ଭାବରେ ସମ୍ପାଦିତ ହୋଇପାରେ ଏହି କାର୍ଯ୍ୟ ମଧ୍ୟ ଅଧିକ ଭଲ ଭାବରେ ସମ୍ପାଦିତ ହୋଇପାରେ  ଇଂଲଣ୍ଡର ସଂସଦ (a Chamber of Deputies and a Chamber of Peers)ଅପେକ୍ଷା ଜଣେ ନେପୋଲିଆନଙ୍କ ଭଳି ବ୍ୟକ୍ତିଙ୍କ ଦ୍ଵାରା, ଓ ଇଂଲଣ୍ଡର ସରକାରଙ୍କ ଅପେକ୍ଷା ପ୍ରୁସିଆ (Prussia) ବା ଡେନମାର୍କ ଭଳି ସରକାରଙ୍କ ଦ୍ଵାରା । ଏହି ଉଦ୍ଦେଶ୍ୟ ସାଧନ ପାଇଁ କୌଣସି ବଡ ଜନସଭା ତୁଳନାରେ, ଦୁଇ ବା  ତିନି ଜଣ ଅଭିଜ୍ଞ ଆଇନବିଦ୍ (jurists)ଙ୍କର ଏକ ନୀରବ  ଗୋଷ୍ଠୀ ବେଶ  ଭଲ କାର୍ଯ୍ୟକର ଯନ୍ତ୍ର (machinery), ଯେହେତୁ ଜନସଭାଗୁଡିକ ପ୍ରାୟତଃ ପରସ୍ପର  ବିରୋଧୀ ଗୋଷ୍ଠୀମାନଙ୍କରେ ବିଭକ୍ତ ଥାଏ ତେଣୁ ମୋର ମନେ ହେଉଛି ଯେ ଏହା ବାସ୍ତବିକ ସଠିକ ସମୟ ଯେତେବେଳେ ଆଇନର ଏକ ପୁର୍ଣ୍ଣ ଲିଖିତ ସଂହିତା(written code of laws)ର ଲାଭ ଅତି ସହଜରେ ଭାରତକୁ ପ୍ରଦାନ କରାଯାଇ ପାରେ ।  ଏହା ଏକ ଏପରି କାର୍ଯ୍ୟ ଯାହା ବର୍ବରତାର   ଯୁଗରେ (age of barbarism) ଭଲ ଭାବରେ କରାଯାଇ ପାରିବ ନାହିଁ , ଓ ଯାହା,  ସ୍ଵାଧୀନତାର  ଯୁଗରେ, ବହୁ ବାଧା ବିଘ୍ନ  ବିନା କରାଯାଇ ପାରେ ନା  ଏହା ବିଶେଷ କରି ଭାରତ ପରି ଏକ ସରକାରଙ୍କର କାର୍ଯ୍ୟ,  ଯାହାଙ୍କର ଶାସନ ହେଉଛି ପ୍ରବୁଦ୍ଧ(enlightened) ଏବଂ ପିତୃବତ୍(paternal)  ନିରଙ୍କୁଶତା(despotism) ।”

(Prof. Birendra Nayak is a widely respected educationist, columnist, poet and writer from Odisha. He is known for his well reserached articles on important national and state issues. His books are well appreciated by the readers. An Alumnus of Banaras Hindu University and IIT Kharagpur, Prof Nayak served the Utkal University as Professor of Mathematics for three decades.)

Comments

0 comments

Share This Article