୨୧ ଜାନୁୟାରୀ ୨୦୨୬ ଆମ ପାଇଁ ଥିଲା ଏକ ଦୁଃଖଦ ଦିନ । ଆମର ପରମପୂଜ୍ୟ ଲେଖକ ତଥା ମାର୍ଗଦର୍ଶକ ବିଶିଷ୍ଟ ଜୈବ ଚାଷୀ ନଟବର ଷଡଙ୍ଗୀ ଆମମାନଙ୍କ ଗହଣରୁ ସବୁଦିନ ପାଇଁ ଚାଲିଗଲେ । ‘ସମଦୃଷ୍ଟି’ ପତ୍ରିକା ଆରମ୍ଭରୁ ଆଜିଯାଏ ଦୀର୍ଘ ଦୁଇ ଦଶନ୍ଧି ଭିତରେ ତାଙ୍କର ୧୧୧ଟି ଲେଖା ପତ୍ରିକାରେ ପ୍ରକାଶିତ ହୋଇଛି । ସେସବୁ ଭିତରୁ ଅଧିକାଂଶ ପ୍ରାକୃତିକ ଚାଷ, ବିହନ, ବହୁରାଷ୍ଟ୍ରୀୟ କମ୍ପାନୀଙ୍କର ସବୁଜ ବିପ୍ଳବ ଆଳରେ କୃଷି କ୍ଷେତ୍ରକୁ ଦଖଲ, ଗୁଣସୂତ୍ର ପରିବର୍ତ୍ତନକାରୀ ବିହନର ପ୍ରଚଳନ,କୃଷିର ଇତିହାସ, ଚାଷ ପାଇଁ ବଳଦ,କୃଷି ସମବାୟ ଇତ୍ୟାଦି ବିଷୟ ଉପରେ ଆଧାରିତ । ତାଙ୍କର ପ୍ରଥମ ଲେଖାଟି ଥିଲା (ଓଡ଼ିଶା କୃଷିଜାତ ଦ୍ରବ୍ୟ ବିପଣନ(ସଂଶୋଧନ)ବିଲ୍-୨୦୦୫: କୃଷକର ମରଣଯନ୍ତା) ଯାହା ୦୧-୧୫ ଏପ୍ରିଲ୍ ୨୦୦୬ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ୨୦୦୬ ରୁ ୨୦୧୬ ଭିତରେ ପ୍ରକାଶିତ ଆଲେଖ୍ୟ ଗୁଡିକ ମଧ୍ୟରୁ କିଛି ଆଲେଖ୍ୟକୁ ଏକାଠି କରି ‘କେତେ ବିଷ ପିଇଲେ ଚେତିବା’ ଏକ ପୁସ୍ତକ ପ୍ରକାଶ କରିଥିଲୁ । ତା ପୂର୍ବରୁ ଦେଶୀଚାଷକୁ ନେଇ ଗୋଟିଏ ଚଟି ବହି ପ୍ରକାଶିତ ହୋଇଥିଲା ଯାହାର ତିନୋଟି ସଂସ୍କରଣ ଏଭିତରେ ପ୍ରକାଶିତ ହୋଇ ସାରିଛି । ପରେ ପରେ ୨୦୧୭ ରୁ ୨୦୨୫ ମଧ୍ୟରେ ‘ମାଟି କଥା’, ‘ମାଛ କଥା’ ପ୍ରକାଶିତ ହୋଇଥିଲା । ଏବେ ସଦ୍ୟ ପ୍ରକାଶିତ ବହିଟି ହେଉଛି ‘ଆମ୍ବ କଥା’ । ଯାହା ନିକଟରେ ତା୧୭ ଜାନୁୟାରୀରେ ‘ସମଦୃଷ୍ଟି’ର ବାର୍ଷିକ ଉତ୍ସବରେ ଭୁବନେଶ୍ୱରର ଲୋହିଆ ଏକାଡେମୀଠାରେ ଉନ୍ମୋଚିତ ହୋଇଥିଲା କିନ୍ତୁ ତାଙ୍କର ଇଛାଥିଲା ଏହାକୁ ନିଆଳିରେ ଉନ୍ମୋଚନ କରିବା ପାଇଁ: କାରଣ ଏଥିରେ ନିଆଳିର ଜନସାଧାରଣଙ୍କର ଆମ୍ବତୋଟା ସହିତ କିଭଳି ସମ୍ପର୍କଥିଲା ତାହା ସେ ଲେଖିଛନ୍ତି । ଏହି ଉନ୍ମୋଚନ ପାଇଁ ସେ ମାର୍ଚ୍ଚ ମାସ ସ୍ଥିର କରିଥିଲେ । ତାଙ୍କର ସବୁଠୁ ଲମ୍ବା ଧାରାବାହିକ ଆଲେଖ୍ୟଟି ହେଉଛି ‘ସବୁଜ ବିପ୍ଲବର ଗୁମର କଥା’ । ଯାହା ୨୪ଟି ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ସେହି ଆଲେଖ୍ୟକୁ ଏକାଠି କରି ଏକ ପୁସ୍ତକ ଆକାରରେ ପ୍ରକାଶିତ କରିବାର ଇଛା ଥିଲା । ତାଙ୍କର ଅନୁପସ୍ଥିତିରେ ସେ କାମଟିକୁ ଆମକୁ କରିବାକୁ ପଡିବ । ସେ ଲେଖିଥିବା ଆଲେଖ୍ୟ ଗୁଡିକୁ କ୍ରମିକ ଭାବେ ଏକାଠି କରି ଏକ ସୂଚୀ ପ୍ରସ୍ତୁତ କରିଛୁ ।
ତାଙ୍କର ଚିନ୍ତା ଚେତନା ସବୁବେଳେ ପ୍ରକୃତି ଓ ପରିବେଶକୁ ନେଇ ଥିଲା । ବିଦ୍ୟାଳୟ ଶିକ୍ଷାଦାନରୁ ଅବସର ପରେ ସେ ପ୍ରକୃତି ଓ ପରିବେଶକୁ ସୁରକ୍ଷା ଦେବା ପାଇଁ ଆରମ୍ଭ କରିଥିଲେ ଗବେଷଣା । ଜୈବିକ ଚାଷକୁ ଆପଣେଇ ଥିଲେ । ବିଭିନ୍ନ ଘାତ ପ୍ରତିଘାତକୁ ଖାତିରି ନକରି ଜୈବିକ ଚାଷର ପ୍ରଚାର ପ୍ରସାରରେ ଲାଗିପଡିଥିଲେ । ତାଙ୍କର ଲେଖାଗୁଡିକ ମଧ୍ୟ ତାହା ଉପରେ ପର୍ଯ୍ୟବେଷିତ ଥିଲା । କେବଳ ସମଦୃଷ୍ଟି ପତ୍ରିକାରେ ନୁହଁ ବିଭିନ୍ନ ଦୈନିକ ଖବରକାଗଜ ମାନଙ୍କରେ ତାଙ୍କ ଲେଖାମାନ ପ୍ରକାଶିତ ହେଉଥିଲା ।
ବୟସ ୯୨ ହୋଇଥିଲେ ବି ତାଙ୍କ କଲମ ଅହରହ ଚାଲୁଥିଲା । ସେ ଏହିଭଳି ଭାବେ ଚାଲିଯିବେ ତାହା ଆମ ଭାବନାରେ ନଥିଲା । କଲମ ଏବେ ନିସ୍ତବ୍ଧ । ତାଙ୍କର ଶେଷ ଧାରବାହିକ ଲେଖାଥିଲା ‘ଦେଶୀ ଚାଷ କୁଟୁମ୍ବ ପୋଷ’ । କେବେଯାଏ ଚାଲିଥାନ୍ତା ତାହା ଆମେ ଜାଣିନାହୁଁ । ଜାନୁୟାରୀ ସଂଖ୍ୟା ପାଇଁ ସେ ଯେଉଁ ଲେଖା ଦେଇଥିଲେ ତାହା ଆମେ ସମଦୃଷ୍ଟିର ବାର୍ଷିକ ସଂଖ୍ୟାରେ ଅଧା ଛାପିଥିଲୁ । ଯାହା ଅବଶିଷ୍ଟ ରହିଛି ତାହା ପରବର୍ତ୍ତୀ ସଂଖ୍ୟାରେ ପ୍ରକାଶିତ ହେବ । ‘ସମଦୃଷ୍ଟି’କୁ ଆଉ ଏହି ଭଳି ଲେଖାମାନ ମିଳିବ ନାହିଁ । ଏହି କ୍ଷତ ଆଉ ଭରଣା ହେବନି ।
ଶେଷରେ ଆମେ ଏତିକି କହିବୁ ଯେ, ତାଙ୍କର ସାଧନା, ତାଙ୍କର ଚିନ୍ତା ଓ ଚେତନାକୁ ବଞ୍ଚାଇ ରଖିବା ପାଇଁ ସମଦୃଷ୍ଟି ପରିବାର ସବୁବେଳେ ଚେଷ୍ଟା କରିବ ।
ନଟବର ଷଡଙ୍ଗୀଙ୍କ ‘ସମଦୃଷ୍ଟି’ରେ ପ୍ରକାଶିତ ଆଲେଖ୍ୟ
୧. ଓଡ଼ିଶା କୃଷିଜାତ ଦ୍ରବ୍ୟ ବିପଣନ(ସଂଶୋଧନ)ବିଲ-୨୦୦୫:କୃଷକର ମରଣଯନ୍ତା (୦୧-୧୫ ଏପ୍ରିଲ୍ ୨୦୦୬)
୨. ଆମ ଭାତହାଣ୍ଡିର ମାଲିକ ହେବ ମନ୍ସାଣ୍ଟୋ (୧୬-୨୮ ଫେବୃଆରୀ୨୦୦୭)
୩. ଆଉ କେତେ ବିଷ ପିଇଲେ ଚେତିବା (୧୬-୩୦ ଏପ୍ରିଲ୍ ୨୦୦୭)
୪. ରାଜ୍ୟରେ ବିହନ ନାହିଁ: ଚାଷ ଓ ଚାଷୀ ବିରୋଧରେ ବଡ଼ଧରଣର ଷଡ଼ଯନ୍ତ୍ର ( ୧-୧୫ ଜୁଲାଇ ୨୦୦୭)
୫.ଚାଷୀ ବେକରେ କୁରାଢ଼ି ( ୧-୧୫ ନଭେମ୍ବର ୨୦୦୭)
୬. ସୁନାହରିଣ ବନାମ ସୁନେଲି ଧାନ (୧-୧୫ ଫେବୃଆରୀ ୨୦୦୮)
୭.ବାଇଗଣ ଭରତାର ଦିନକାଳ ସରିଆସୁଛି! ( ୧୬-୩୧ ମାର୍ଚ୍ଚ ୨୦୦୮)
୮.ବିହନ ହିଁ ସବୁକିଛି ( ୧-୧୫ ଏପ୍ରିଲ୍ ୨୦୦୮)
୯.ବିଶ୍ୱ ଖାଦ୍ୟସଙ୍କଟ ଓ ଓଡ଼ିଶା (୧-୧୫ ମଇ ୨୦୦୮)
୧୦. ଓଡିଶା ପାଈଁ ବିଶ୍ୱ ବ୍ୟାଙ୍କ ରିପୋର୍ଟର ଭିତିରି କଥା (୧୬-୩୦ ଜୁନ୍ ୨୦୦୮)
୧୧.ଓଡିଶା କୃଷିନୀତି ୨୦୦୮ କୃଷି କ୍ଷେତ୍ରରେ କମ୍ପାନୀ ରାଜ ପାଇଁ ଦଲିଲ (୧୬-୩୧ ଅଗଷ୍ଟ ୨୦୦୮)
୧୨. ବିପଯ୍ୟସ୍ତ କୃଷି ବିପନ୍ନ କୃଷକ (୧-୧୫ ନଭେମ୍ବର ୨୦୦୮)
୧୩.ସାଆନ୍ତିଆ ସମବାୟ (୧୬-୩୧ ଡ଼ିସେମ୍ବର ୨୦୦୮)
୧୪. କମ୍ପାନୀ ଚାଷ ପାଇଁ ଇସ୍ତାହାର (୧୬-୩୧ ମାର୍ଚ୍ଚ ୨୦୦୯)
୧୫. ବିହନ- ଆଗକୁ ଆସୁଛି ଦୁର୍ଦ୍ଦିନ ( ୧୬-୩୧ ମଇ ୨୦୦୯)
୧୬.ଅସଲି ବିହନ ନକଲି ମନ (୧୬-୩୦ ଜୁନ୍ ୨୦୦୯)
୧୭.ଡିମ୍ଡ ବିଶ୍ୱବିଦ୍ୟାଳୟ ଓ ୟୁଜିସ ସଭ୍ୟ ପ୍ରସଙ୍ଗ ( ୦୧-୧୫ ଅଗଷ୍ଟ ୨୦୦୯)
୧୮. ସଂକଟରେ ଚାଷୀ ଲୁଟେରାଙ୍କ କବ୍ଚାରେ ଆମ ବିହନ ( ୧୬-୩୦ ସେପ୍ଟେମ୍ବର୨୦୦୯ )
୧୯.ଦେଶୀ ଗାଈ ବନାମ ବିଦେଶୀ ଗାଈ ( ୦୧-୧୫ ନଭେମ୍ବର ୨୦୦୯)
୨୦.ଚାଷୀ ଆତ୍ମହତ୍ୟା ନିଦାନ ନିରାକରଣ ନିୟନ୍ତ୍ରଣ (୧୬-୩୧ ଜାନୁଆରୀ ୨୦୧୦)
୨୧. ବିଟି ବାଇଗଣର ଗୁମରକଥା ( ୦୧-୧୫/୧୬-୩୧ ମାର୍ଚ୍ଚ ୨୦୧୦)
୨୨. ସୁନାହରିଣ ବନାମ ସୁନେଲି ଧାନ (୦୧-୧୫ ଏପ୍ରିଲ୍ ୨୦୧୦)
୨୩.କୃଷି କମିସନଙ୍କ ରିପୋର୍ଟରେ ଚାଷୀଙ୍କୁ ଉପହାସ (୧-୧୫ ଡ଼ିସେମ୍ବର ୨୦୧୦)
୨୪.ହୁସିଆର- ମନସାଣ୍ଟୋ ରାକ୍ଷାସ ମାଡି ଆସୁଛି (୧୬-୩୧ ଡ଼ିସେମ୍ବର ୨୦୧୦)
୨୫.ପୁଣି ଦେଶୀ ଧାନ ବିହନ ଉପରେ ଲୁଟେରାଙ୍କ ଆଖି (୧-୧୫ ମାର୍ଚ୍ଚ ୨୦୧୧)
୨୬. ଡାଲିର ରାଜନୈତିକ ଅର୍ଥନୀତି (୧୬-୩୦ ଏପ୍ରିଲ୍ ୨୦୧୧)
୨୭.ଏଣ୍ଡୋସଲ୍ଫାନ୍ର ରାଜନୈତିକ ଅର୍ଥନୀତି ( ୧-୧୫ ଜୁଲାଇ ୨୦୧୧)
୨୮. ଏଣ୍ଡୋସଲ୍ଫାନ୍ର ରାଜନୈତିକ ଅର୍ଥନୀତି-୨ କୃଷିକ୍ଷେତ୍ରର କର୍ମୀ ଓ ଜୀବନ ପ୍ରତି ବିଦ: ଏଣ୍ଡୋସଲଫାନ୍ ( ୧୬-୩୧ ଜୁଲାଇ ୨୦୧୧)
୨୯.ବିଟି କପା ମୟୂର ଗଣହତ୍ୟାର ମୁଖ୍ୟ ଆସାମୀ ( ୧-୧୫ ନଭେମ୍ବର ୨୦୧୧)
୩୦.କ୍ଷୀରରେ ବିଷ ରାଜନୀତି ( ୧-୧୫ ଫେବୃଆରୀ ୨୦୧୨)
୩୧.ସବୁଜ ବିପ୍ଳବର କରିସ୍ମା!- ପଶ୍ଚିମ ଓଡ଼ିଶାରେ ଧାନତଳି ମଡ଼କ (୧୬-୩୦ ଏପ୍ରିଲ୍ ୨୦୧୨)
୩୨.ପାଣି! ପାଣି! ପାଣି ପାଇଁ ହାହାକାର ବେପରୁଆ ସରକାର (୧୬-୩୧ ମଇ ୨୦୧୨)
୩୩. ସମବାୟ ଲୁଟେରାଙ୍କ କବ୍ଚାରେ (୧୬-୩୧ ଜୁଲାଇ ୨୦୧୨)
୩୪. ୱାଲମାର୍ଟର ଭାରତପ୍ରବେଶ ଦେଶ ମହରଗରୁ ଯାଇ କାନ୍ତାରରେ (୧-୧୫ ଫେବୃଆରୀ୨୦୧୩)
୩୫. ମାଛ-୧ ବିକାଶ ଜଜ୍ଞରେ ମାଛ ଆହୁତି (୧୬-୨୫ ଫେବୃଆରୀ୨୦୧୪)
୩୬.ମାଛ-୨ ଧର୍ମ ସଂସ୍କତି ଓ ପରମ୍ପରାରେ ମାଛ (୧-୧୫/୧୬-୩୧ ମାର୍ଚ୍ଚ ୨୦୧୪)
୩୭. ମାଛ-୩ ମଛର ଉତ୍ପତ୍ତି ଓ ବିବିଧତା (୧-୧୫ ଏପ୍ରିଲ୍ ୨୦୧୪)
୩୮. ମାଛ-୪ ଆମ ଭଲ ମନ୍ଦରେ ମାଛ ( ୧୬-୩୧ ମଇ ୨୦୧୪)
୩୯. ମାଛ-୫ ବୃ୍ଦ୍ଧିର ବିକାଶରେ ମାଛ ( ୧-୧୫ ଜୁନ୍ ୨୦୧୪ )
୪୦.ସବୁଜ ବିପ୍ଲବର ପ୍ରୟୋଗଶାଳା ଏବେ ·ଷୀର କବରଖାନା (୧୬-୩୧ ଅକ୍ଟୋବର୨୦୧୪)
୪୧.ସବୁଜ ବିପ୍ଲବର ପ୍ରୟୋଗଶାଳା-୨ ଇଂରେଜ ରାଜୁତିର ପ୍ରଥମ ଶିକାରୀ ଚାଷୀ (୧-୧୫ ନଭେମ୍ବର ୨୦୧୪)
୪୨.ସବୁଜ ବିପ୍ଲବର ପ୍ରୟୋଗଶାଳା-୩ ଚାଷୀଙ୍କ ମଧ୍ୟରେ ବିଦ୍ରୋହର ନିଆଁ (୧୬-୩୦ ନଭେମ୍ବର ୨୦୧୪)
୪୩.ସବୁଜ ବିପ୍ଲବର ପ୍ରୟୋଗଶାଳା-୪ ଦେଶୀ ବଳଦର ବଂଶବିଲୋପ ଚକ୍ରାନ୍ତ (୧-୧୫ ଡ଼ିସେମ୍ବର ୨୦୧୪)
୪୪. ଓଡିଶା କୃଷି ବଜେଟ ୨୦୧୫-୨୦୧୬ ପର୍ବତର ମୂଷିକ ପ୍ରସବ (୧-୧୫ ଏପ୍ରିଲ୍ ୨୦୧୫)
୪୫. ଓଡିଶା କୃଷି ବଜେଟ ୨୦୧୫-୨୦୧୬ ପର୍ବତର ମୂଷିକ ପ୍ରସବ-୨ (୧୬-୩୦ ଏପ୍ରିଲ୍ ୨୦୧୫)
୪୬. ଓଡିଶା କୃଷି ବଜେଟ ୨୦୧୫-୨୦୧୬ ପର୍ବତର ମୂଷିକ ପ୍ରସବ-୩ (୧-୧୫,୧୬-୩୧ ମଇ ୨୦୧୫)
୪୭. ମାଟି ମା’କୁ ଚିହ୍ନିବା ଆସ (୧-୧୫ ସେପ୍ଟେମ୍ବର ୨୦୧୫)
୪୮. ମାଟି-୨ ମରୁଭୂମିର ଜନ୍ମ (୧୬-୩୦ସେପ୍ଟେମ୍ବର ୨୦୧୫)
୪୯. ମାଟି-୩ ମଣିଷ ତିଆରି ମରୁ ଭୂମିର ଭୁଗୋଳ (୧-୧୫ ଅକ୍ଟୋବର ୨୦୧୫)
୫୦. ମାଟି-୪ ମଣିଷ ତିଆରି ମରୁ ଭୂମିର ଭୁଗୋଳ(ଖ) (୧୬-୩୧ ଅକ୍ଟୋବର ୨୦୧୫)
୫୧.ମାଟି-୫ ମଣିଷ ତିଆରି ମରୁଭୂମିର ଭୂଗୋଳ(ଗ) (୧-୧୫ ନଭେମ୍ବର ୨୦୧୫)
୫୨. ମାଟି-୬ ମଣିଷ ତିଆରି ମରୁଭୂମିର ଭୂଗୋଳ(ଘ) (୧୬-୩୦ ନଭେମ୍ବର ୨୦୧୫)
୫୩.ମାଟି-୭ ମଣିଷ ତିଆରି ମରୁଭୂମିର ଭୂଗୋଳ (ଙ) (୧-୧୫ ଜାନୁଆରୀ ୨୦୧୫)
୫୪.ମାଟି-୮ ମାଟିରେ ବିଷ ଜରିଗଲାଣି ଯନ୍ତ୍ରଣାରେ ମାଟି ମା (୧୬-୨୯ଫେବୃଆରୀ ୨୦୧୬)
୫୫. ସାବଧାନ ଆଗକୁ ଭୟଙ୍କର ଖାଦ୍ୟ ସଂକଟ ମାଡି ଆସୁଛି (୧-୧୫ ଅକ୍ଟୋବର ୨୦୧୬)
୫୬. ସାବଧାନ ଆଗକୁ ଭୟଙ୍କର ଖାଦ୍ୟ ସଂକଟ ମାଡି ଆସୁଛି-୨ ( ୧୬-୩୧ ଅକ୍ଟୋବର ୨୦୧୬ )
୫୭. ପୁଣି ଦେଶି ଧାନ ବିହନ – ଆଶା ଓ ଆଶଙ୍କା (୧୬-୩୧ଅକ୍ଟୋବର ୨୦୧୭)
୫୮. ଗାଈ: ଦେଶୀ ବନାମ ବିଦେଶୀ ( ୧-୧୫ ଜୁଲାଇ ୨୦୧୮)
୫୯. ଆମ ବିହନ ଓ ବିହନ ଲୁଟେରା (୧୬-୩୧ଜୁଲାଇ ୨୦୧୯)
୬୦.ମାଟି ବଞ୍ଚôଲେ ଜଗତ ବଞ୍ଚିବ (୧୬-୩୧ଜୁଲାଇ -୧୬-୩୧ଅଗଷ୍ଟ ୨୦୨୦)
୬୧. ମତାମତ: ବିନା କୃଷକରେ କୃଷି ଆଇନ ( ୧୬-୩୧ ଅକ୍ଟୋବର୨୦୨୦)
୬୨. ଭାରତୀୟ କୃଷିର ରାଜନୈତିକ ଅର୍ଥନୀତି (୧-୧୫ ନଭେମ୍ବର ୨୦୨୦)
୬୩.ଆମ ପିଲା ଦିନର ମାଛ କଥା-୧ (୧୬-୩୧ ଡ଼ିସେମ୍ବର ୨୦୨୦)
୬୪.ମାଛ ଭାତର ପିଲାଦିନ କଥା-୨ (୧-୧୫ ଜାନୁଆରୀ ୨୦୨୧)
୬୫. ଆମ ପିଲା ଦିନର ମାଛ କଥା-୩ (୧୬-୩୧ ଜାନୁଆରୀ ୨୦୨୧)
୬୬. ଆମ ପିଲା ଦିନର ମାଛ କଥା-୪ ( ୧-୧୫ ଫେବୃଆରୀ ୨୦୨୧)
୬୭. ଆମ ପିଲାଦିନର ମାଛ କଥା-୫ (୧୬-୨୮ ଫେବୃଆରୀ୨୦୨୧)
୬୮.ଆମ ପିଲାଦିନର ମାଛ କଥା-୬ (୧୬-୩୦ ଏପ୍ରିଲ୍ ୨୦୨୧)
୬୯.ଆମ ପିଲାଦିନର ମାଛ କଥା-୭ (୦୧-୧୫/୧୬-୩୧ ମଇ ୨୦୨୧)
୭୦. ଆମ୍ବ: ସେଦିନ ଓ ଆଜି (୧) ( ୧-୧୫/୧୬-୩୧ ଜୁଲାଇ ୨୦୨୧)
୭୧. ଆମ୍ବ: ସେଦିନ ଓ ଆଜି (୨) (୧-୧୫/୧୬-୩୧ ଅଗଷ୍ଟ ୨୦୨୧)
୭୨. ଆମ୍ବ: ସେଦିନ ଓ ଆଜିି (୩) ( ୧-୧୫ ସେପ୍ଟେମ୍ବର ୨୦୨୧)
୭୩. ଆମ୍ବ: ସେଦିନ ଓ ଆଜି (୪) (୧୬-୩୦ ସେପ୍ଟେମ୍ବର୨୦୨୧)
୭୪. ଆମ୍ବ: ସେଦିନ ଓ ଆଜି (୫) ( ୧-୧୫/୧୬-୩୧ଅକ୍ଟୋବର୨୦୨୧)
୭୫. ତାଳତେଲର ଖେଳ, ପ୍ରକୃତିର କାଳ (୧-୧୫ ନଭେମ୍ବର ୨୦୨୧)
୭୬. ପୋଲିସ ନୁହଁ ; ଖଟ ଧରୁଛି ଚୋର ( ୧-୧୫ ଫେବୃଆରୀ ୨୦୨୨)
୭୭.ଭାରତୀୟ କୃଷି ଇତିହାସରେ ଲଙ୍ଗଳ, ବଳଦ ଓ ଶଗଡ (୧୬-୩୧ ମାର୍ଚ୍ଚ୨୦୨୨)
୭୮. ମଣିଷ ତିଆରି ବିଶ୍ୱକ୍ଷୁଧା! (୧-୧୫ ଜୁନ୍ ୨୦୨୨)
୭୯. ମଣିଷ ତିଆରି ଦୁର୍ଭିକ୍ଷ (୧୬-୩୦ ନଭେମ୍ବର ୨୦୨୨)
୮୦. ଅକାଣ୍ଡିଆ ଦେଶୀ ଚାଉଳର ମହିମା (୧୬-୩୧ ମଇ ୨୦୨୩)
୮୧. ନିକୋବରରେ ବିକାଶ ନାଁରେ ଧ୍ୱଂସଲୀଳା (୧-୧୫ ସେପ୍ଟେମ୍ବର୨୦୨୩)
୮୨. ବିଷ ଚାଷ ସର୍ବନାଶ, ଦେଶୀ ଚାଷ କୁଟୁମ୍ବ ପୋଷ (୧୬-୩୦ ସେପ୍ଟେମ୍ବର୨୦୨୩)
୮୩. ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ମଣିଷକୃତ (୧୬-୨୯ ଫେବୃଆରୀ-୧-୧୫ ମାର୍ଚ୍ଚ ୨୦୨୪)
୮୪.ଏକବିଂଶ ଶତାଦ୍ଦୀରେ କ୍ୟାନସର ବିଭୀଷିକା (୧୬-୩୦ ଏପ୍ରିଲ୍ ୨୦୨୪)
୮୫.ସବୁଜ ବିପ୍ଳବ ଗୁମର କଥା (୧) (୧-୧୫ ମଇ ୨୦୨୪)
୮୬.ସବୁଜ ବିପ୍ଳବ ଗୁମର କଥା (୨) (୧୬-୩୧ ମଇ ୨୦୨୪)
୮୭.ସବୁଜ ବିପ୍ଳବ ଗୁମର କଥା (୩)ଭାରତୀୟ କୃଷିର ଜୟଯାତ୍ରା (୧-୧୫ ଜୁନ୍ ୨୦୨୪)
୮୮.ସବୁଜ ବିପ୍ଳବ ଗୁମର କଥା (୪) ଅଶୋକଙ୍କ ରାଜତ୍ୱ କାଳରେ ଚାଷ ଓ ଚାଷୀ (୧୬-୩୦ ଜୁନ୍ ୨୦୨୪)
୮୯.ସବୁଜ ବିପ୍ଳବ ଗୁମର କଥା (୫) ୮ମ ଶତାବ୍ଦୀଠାରୁ ୧୬ଶ ଶତାବ୍ଦୀ ମଧ୍ୟରେ ଭାରତୀୟ କୃଷି ଓ କୃଷକ ( ୧-୧୫ ଜୁଲାଇ ୨୦୨୪)
୯୦.ସବୁଜ ବିପ୍ଳବ ଗୁମର କଥା (୬)୧୬ଶ ଶତାବ୍ଦୀଠାରୁ ଆଗକୁ ଭାରତୀୟ କୃଷି ଓ କୃଷକର ଭଲମନ୍ଦ କଥା (୧୬-୩୧ ଜୁଲାଇ ୨୦୨୪)
୯୧.ସବୁଜ ବିପ୍ଳବ ଗୁମର କଥା (୭) ଆଉରେଙ୍ଗଜେବ୍ଙ୍କ (୧୬୫୮-୧୭୪୮) ଠାରୁ କ୍ଲାଇବଙ୍କ ପର୍ଯ୍ୟନ୍ତ (୧-୧୫ ଅଗଷ୍ଟ ୨୦୨୪)
୯୨. ସବୁଜ ବିପ୍ଳବ ଗୁମର କଥା (୮) ଇଷ୍ଟଇଣ୍ଡିଆ କମ୍ପାନୀର ଭାରତରେ ଡେରାଠାରୁ ଆଗକୁ (୧୬-୩୧ ଅଗଷ୍ଟ ୨୦୨୪)
୯୩.ସବୁଜ ବିପ୍ଳବ ଗୁମର କଥା (୯) ୱାରେନ୍ ହେଷ୍ଟିଙ୍ଗସ୍ (୧୭୭୨-୧୭୮୫) ଠାରୁ ଆଗକୁ (୧-୧୫,୧୬-୩୧ସେପ୍ଟେମ୍ବର୨୦୨୪)
୯୪.ସବୁଜ ବିପ୍ଳବ ଗୁମର କଥା (୧୦) ଫିରିଙ୍ଗି ଶାସନର ୧୦୦ବର୍ଷ ରାଜତ୍ୱରେ ଭାରତୀୟ କୃଷି ଓ କୃଷକ (୧-୧୫ ଅକ୍ଟୋବର ୨୦୨୪)
୯୫.ସବୁଜ ବିପ୍ଳବ ଗୁମର କଥା (୧୧)ନୀଳ ଚାଷୀଙ୍କର ଦୁଃଖ (୧୬-୩୧ ଅକ୍ଟୋବର୨୦୨୪)
୯୬.ବୁଣାକାର ମୁଣ୍ଡରେ ଚଡ଼କ ( ୧-୧୫ ନଭେମ୍ବର ୨୦୨୪)
୯୭.ସବୁଜ ବିପ୍ଳବ ଗୁମର କଥା (୧୨)ରାସାୟନିକ କୃଷି ପ୍ରବର୍ତ୍ତନ ପାଇଁ ଷଡ଼ଯନ୍ତ୍ର (୧-୧୫ ଡିସେମ୍ବର ୨୦୨୪)
୯୮.ଆମ୍ବ ପଛକୁ ପଣସ (୧୬-୩୦ ଏପ୍ରିଲ ୨୦୨୫)
୯୯.ସବୁଜ ବିପ୍ଳବର ଗୁମର କଥା (୧୩) ପ୍ରଥମ ବିଶ୍ୱଯୁଦ୍ଧଠାରୁ ଆଗକୁ… (୧-୧୫ ମଇ ୨୦୨୫)
୧୦୦.ସବୁଜ ବିପ୍ଳବର ଗୁମର କଥା (୧୪) ଆଗେ ଲଙ୍ଗଳର ଗଣହତ୍ୟା (୧୬-୩୧ ମଇ ୨୦୨୫)
୧୦୧.ସବୁଜ ବିପ୍ଳବର ଗୁମର କଥା (୧୫) ଭାରତରେ ରାସାୟନିକ କୃଷି ପାଇଁ କ୍ଷେତ୍ର ପ୍ରସ୍ତୁତି (୧-୧୫ ଜୁନ୍ ୨୦୨୫)
୧୦୨.ସବୁଜ ବିପ୍ଳବର ଗୁମର କଥା (୧୬) ଭାରତରେ ରାସାୟନିକ କୃଷି – ଖାଦ୍ୟ ସଙ୍କଟ ସମାଧାନ ପାଇଁ କ’ଣ ଏକମାତ୍ର ବିକଳ୍ପ! (୧୬-୩୦ ଜୁନ୍ ୨୦୨୫)
୧୦୩.ସବୁଜ ବିପ୍ଳବର ଗୁମର କଥା (୧୭) ବିହନ ସୌଦାଗରମାନଙ୍କ ସାମ୍ରାଜ୍ୟ ବିସ୍ତାର (୧-୧୫ ଜୁଲାଇ ୨୦୨୫)
୧୦୪.ସବୁଜ ବିପ୍ଳବର ଗୁମର କଥା (୧୮) ବିହନ ସୌଦାଗରମାନଙ୍କ ସାମ୍ରାଜ୍ୟ ବିସ୍ତାର-୨ (୧୬-୩୧ ଜୁଲାଇ ୨୦୨୫)
୧୦୫.ସବୁଜ ବିପ୍ଳବର ଗୁମର କଥା (୧୯) ବିହନ ସୌଦାଗରମାନଙ୍କ ସାମ୍ରାଜ୍ୟ ବିସ୍ତାର-୩ ( ୧-୧୫ ଅଗଷ୍ଟ ୨୦୨୫)
୧୦୬.ସବୁଜ ବିପ୍ଳବର ଗୁମର କଥା (୨୦) ଏଥର ଧାନ ଉପରେ ମାଡ଼ (୧୬-୩୧ ଅଗଷ୍ଟ ୨୦୨୫)
୧୦୭.ସବୁଜ ବିପ୍ଳବର ଗୁମର କଥା (୨୧) ଗହମ ପରେ ଧାନ ଉପରେ ଆଖି (୧-୧୫ ସେପ୍ଟେମ୍ବର୨୦୨୫)
୧୦୮.ସବୁଜ ବିପ୍ଳବର ଗୁମର କଥା (୨୩) ଫଳାଫଳ ଠିକେ ଠିକେ (୧୬-୩୧ ଅକ୍ଟୋବର୨୦୨୫)
୧୦୯.ସବୁଜ ବିପ୍ଳବର ଗୁମର କଥା (୨୪) ମୁହଁ ଭିଡ଼ା ପାଗ (୧-୧୫ ନଭେମ୍ବର ୨୦୨୫)
୧୧୦.ଦେଶୀ ଚାଷ କଟୁମ୍ବ ପୋଷ (୧) (୧୬-୩୧ ନଭେମ୍ବର ୨୦୨୫)
୧୧୧. ଦେଶୀ ଚାଷ କଟୁମ୍ବ ପୋଷ (୨) କୃଷିର ଜନ୍ମ ରହସ୍ୟ (୧୬-୩୧ ଜାନୁଆରୀ୨୦୨୬)
Comments
0 comments





