ଘୃଣା

5 Min Read

‘ଲଜ୍ଜା’ ଭଳି ‘ଘୃଣା’ ମଧ୍ୟ ମଣିଷର ସହଜାତ ପ୍ରବୃତ୍ତି ନୁହଁ । ଲଜ୍ଜା ଭଳି ଘୃଣା ବି ବ୍ୟକ୍ତି ବା ଗୋଷ୍ଠୀ ବା ଏକ ସମାଜ ସୃଷ୍ଟି କରିଥିବା ଏକ ଆବେଗ ।
ଘୃଣାର ମୂଳକୁ ସାମାଜିକ ଏବଂ ସାଂସ୍କୃତିକ ତତ୍ତ୍ୱରେ ଦେଖାଯାଇପାରେ । ବ୍ୟକ୍ତି ଏବଂ ସାମାଜିକ ମନସ୍ତତ୍ତ୍ୱର ମଧ୍ୟ ଏଥିରେ ଭୂମିକା ରହିଛି । ପାରିବାରିକ ଏବଂ ସାମାଜିକ ଚଳଣିରୁ ଏହା ଜଣେ ବ୍ୟକ୍ତିଙ୍କ ଭିତରେ ଆସିପାରେ । ପୁଣି ଭୟ, ଅସୁରକ୍ଷତା, ଆତ୍ମରକ୍ଷାର ଆବଶ୍ୟକତାରୁ ଘୃଣା ଉତ୍ପନ୍ନ ହୋଇପାରେ । ଜଣେ ବ୍ୟକ୍ତି ବା ଏକ ସମ୍ପ୍ରଦାୟ ତା’ର ପରିଚୟ କିମ୍ବା ମୂଲ୍ୟବୋଧ ବିପଦରେ ପଡ଼ିଛି ଏବଂ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ କିମ୍ବା ସମ୍ପ୍ରଦାୟ ପାଇଁ ବିପଦରେ ପଡ଼ିଛି ଏହି ଭାବରେ ଦେଖିଲେ ଏହା ଘୃଣା ସୃଷ୍ଟି କରିପାରେ । ସାମାଜିକ ଭାବେ ଦେଖିଲେ ଘୃଣା ବ୍ୟକ୍ତିଗତ ସ୍ତରରୁ ଡେଇଁ ସମଷ୍ଟିଗତ ସ୍ତରରେ ପହଞ୍ଚିପାରେ-ଯଦି ଏହାକୁ ପ୍ରୋତ୍ସାହନ ଦିଆଯାଏ ବା ଏହାର ପ୍ରସାରଣକୁ ଆରମ୍ଭରୁ ରୋକା ନଯାଏ ।
କୌଣସି ବ୍ୟକ୍ତି, ତାର ପରିବାର ଏବଂ/କିମ୍ବା ତାର ସମ୍ପ୍ରଦାୟର ମନୋଭାବ ଏବଂ ଆଚରଣ ଦ୍ୱାରା ପ୍ରଭାବିତ ହୁଏ । ଯଦି ପରିବାର, ସମ୍ପ୍ରଦାୟ, ସମାଜର ଆଚରଣରେ ଘୃଣାଭାବ ଥାଏ, ତେବେ ବ୍ୟକ୍ତି ଭିତରେ ମଧ୍ୟ ଏହା ସୃଷ୍ଟିହୁଏ ଏବଂ ବଢ଼େ । ସାଧାରଣତଃ ଏହା ହୁଏ, ତେବେ ଏହାର ବ୍ୟତିକ୍ରମ ମଧ୍ୟ ଅଛି । ସାମାଜିକ ପ୍ରତିଷ୍ଠାନଗୁଡିକ ବିଶେଷକରି ଧାର୍ମିକ ପ୍ରତିଷ୍ଠାନ ଏବଂ ରାଜନୀତି ବିଭିନ୍ନ ବାଟରେ ଏହି ଘୃଣାକୁ ବଢ଼େଇ ପାରନ୍ତି ବା କମେଇ ପାରନ୍ତି ।
ଘୃଣା ସାମୂହିକ ଭାବରେ ଦୀର୍ଘସ୍ଥାୟୀ ହୋଇ ରହେ । ଗୋଟିଏ ଗୋଷ୍ଠୀକୁ ବା ସମ୍ପ୍ରଦାୟକୁ ଯଦି ଶତୃବୋଲି ଯଦି ଚିହ୍ନିତ କରିଦିଆଯାଏ ଏବଂ ପରବର୍ତ୍ତୀ ସମୟରେ ତାକୁ ଏ ଭାବନାକୁ ଆହୁରି ପ୍ରୋତ୍ସାହନ ଦେଇ ସାନ୍ଧ୍ର କରି ଦିଆଯାଏ, ତେବେ କ୍ରମଶଃ ସେହି ବ୍ୟକ୍ତି ଗୋଷ୍ଠୀ ବା ସମ୍ପ୍ରଦାୟ ପ୍ରତି ଘୃଣାଭାବ ରହିଯାଏ । ଶତ୍ରୁ ତିଆରି କରି ତାକୁ ଏକ ରଙ୍ଗରେ ରଙ୍ଗେଇ ଦେଲେ ପରବର୍ତ୍ତୀ ସମୟରେ ତାହା ଘୃଣାର ପାତ୍ର ହେଇଉଠେ । ଏହାର ଅନେକ ଉଦାହରଣ ଇତିହାସରେ ଅଛି । ଜର୍ମାନୀରେ ହିଟଲର ଏଇଆ ହିଁ କରିଥିଲେ । ଇହୁଦୀମାନଙ୍କୁ ସେ ‘ଶତ୍ରୁ’ଭାବରେ ରେଖାଙ୍କିତ କରି ଦେଇଥିଲେ ।
ଚାଲାକ ରାଜନୈତିକ ଦଳ ଏବଂ ବ୍ୟକ୍ତି ଏହା କରନ୍ତି । ସମାଜର ଯାବତୀୟ ସମସ୍ୟା ପାଇଁ ସେଇ ‘ଶତ୍ରୁ ଗୋଷ୍ଠୀ’କୁ ଦାୟୀ କରିଦିଆଯାଏ । ଏହାଦ୍ୱାରା ରାଜନୈତିକ ଦଳ/ବ୍ୟକ୍ତିଙ୍କର ଦୁଇଟି ଲାଭ ହୁଏ । ପ୍ରଥମ: ସମାଜର ସମସ୍ୟାଗୁଡ଼ିକରୁ ଜନସାଧାରଣଙ୍କ ନଜର ହଟିଯାଏ । ଆଉ ଦ୍ୱିତୀୟ : ଚାଲାକ ରାଜନୈତିକ ଦଳ ଏବଂ ବ୍ୟକ୍ତି ଏହା କରନ୍ତି । ସମାଜର ଯାବତୀୟ ସମସ୍ୟା ପାଇଁ ସେଇ ‘ଶତ୍ରୁ ଗୋଷ୍ଠୀ’କୁ ଦାୟୀ କରିଦିଆଯାଏ । ଏହାଦ୍ୱାରା ରାଜନୈତିକ ଦଳ/ବ୍ୟକ୍ତିଙ୍କର ଦୁଇଟି ଲାଭ ହୁଏ । ପ୍ରଥମ: ସମାଜର ସମସ୍ୟାଗୁଡ଼ିକରୁ ଜନସାଧାରଣଙ୍କ ନଜର ହଟିଯାଏ । ଆଉ ଦ୍ୱିତୀୟ : ସାଧାରଣ ଜନମାନସରେ ସମ୍ପୃକ୍ତ ରାଜନୈତିକ ଦଳ/ବ୍ୟକ୍ତି ‘ରକ୍ଷାକର୍ତ୍ତା’ (ସେଭିୟର) ଭାବରେ ଉଭା ହୁଅନ୍ତି । ଲୋକେ ‘ରକ୍ଷାକର୍ତ୍ତା’ଙ୍କ ଅନୁଗତ ହୋଇ ରହିବାକୁ ପସନ୍ଦ କରନ୍ତି ।

ଘୃଣାର ବିଭିନ୍ନ ପରିପ୍ରକାଶ

ବିଭିନ୍ନ ବାଟରେ ଘୃଣାର ପରିପ୍ରକାଶ ହୁଏ । ସୂକ୍ଷ୍ମ ମାଇକ୍ରୋ ଆଗ୍ରେସିଭ ଆଚରଣଠୁଁ ବ୍ୟାପକ ହିଂସାଯାଏ ଏହାର ପରିପ୍ରକାଶ ହୋଇପାରେ । ଘୃଣା ବଳରେ ବର୍ଣ୍ଣବାଦ, ଲିଙ୍ଗବାଦ, ହୋମୋଫୋବିଆ ଇତ୍ୟାଦି ବଢ଼ିପାରେ ।
ଘୃଣାକୁ ବିଭିନ୍ନ ବାଟରେ ପ୍ରସାରିତ କରାଯାଇପାରେ । ବର୍ତ୍ତମାନ ସମୟରେ ଇଣ୍ଟରନେଟ୍ ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ଘୃଣା ଖୁବ୍ ଶୀଘ୍ର ପ୍ରଚାରିତ କରାଯାଇପାରେ । ଅନଲାଇନ୍ ପ୍ଲାଟଫର୍ମଗୁଡିକ ଘୃଣାପୂର୍ଣ୍ଣ କଥା (ହେଟ ସ୍ପିଚ) ଗୁଡିକୁ ଖୁବ୍ ଶୀଘ୍ର ବିଶ୍ୱବ୍ୟାପୀ ପ୍ରସାରିତ କରିଦେଇପାରନ୍ତି । ଜାଲି ଖବର (ଫେକ ନିଉଜ) ଏ ସମସ୍ୟାକୁ ଆହୁରି ବଢ଼େଇ ଦେଇପାରେ । କୃତିମ ମେଧା ସାହାଯ୍ୟରେ ଏବେ ଏମିତି ଜାଲି ଖବର (ଅଡିଓ ଏବଂ ଭିଡିଓରେ ମଧ୍ୟ) ତିଆରି କରାଯାଇ ପାରୁଛି -ତାକୁ ଜାଲି ବୋଲି ଜାଣିବା ଖୁବ କଷ୍ଟ ଓ ସମୟ ସାପେକ୍ଷ ହୋଇପଡୁଛି । ଜାଣିଲାବେଳକୁ ନେଡ଼ି ଗୁଡ଼ କହୁଣିକୁ ବୋହି ଯାଇଥାଏ ।

ଘୃଣାର ପରିଣାମ କ’ଣ ହୁଏ

ଘୃଣା ଜଣେ ବ୍ୟକ୍ତି ଏବଂ ସମଗ୍ର ସମାଜଉପରେ ପ୍ରଭାବ ପକାଏ । ଯେଉଁ ବ୍ୟକ୍ତି ଘୃଣାର ଲକ୍ଷ୍ୟ ହୋଇଥାଆନ୍ତି, ସେ ମାନସିକ ସ୍ତରରେ ଆଘାତ ପାଆନ୍ତି, ଅବସାଦଗ୍ରସ୍ତ ହୁଅନ୍ତି, ଚିନ୍ତାଗ୍ରସ୍ତ ହୁଅନ୍ତି ଏବଂ କ୍ରମଶଃ ସିଏ ମଧ୍ୟ ଅନ୍ୟକୁ ଘୃଣା କରିବାପାଇଁ ଆରମ୍ଭ କରନ୍ତି । ଏହା ଫଳରେ ସମାଜରେ ଏକ ଘୃଣାର କୁଟିଳ ବୃତ୍ତ ସୃଷ୍ଟି ହୋଇଯାଏ । ସମଗ୍ର ସାମାଜିକ ପରିବେଶ ଘୃଣାମୟ ହୋଇଯାଏ । ଯେଉଁ ଗୋଷ୍ଠୀକୁ ଘୃଣା କରାଯାଉଛି, ସେମାନେ ସମାଜର ମୁଖ୍ୟ ଧାରାଠୁଁ ବିଛିନ୍ନ ହୋଇଯାଆନ୍ତି । ଏକାକୀ ହୋଇଯାଆନ୍ତି । ଏବଂ ଏହି ଏକାକୀତ୍ୱ ସେମାନଙ୍କୁ ହିଂସ୍ର ଏବଂ ପ୍ରତିଶୋଧ ପରାୟଣ କରି ତୋଳି ପାରେ । ଘୃଣା ଗୋଟେ ରୋଗ । ଘୃଣା ମାନେ ଗଭୀର ଅନିୟନ୍ତ୍ରିତ ଅସ୍ଥିରତା । ଇଂରାଜୀରେ ଯାହାକୁ କହନ୍ତି ରଦ୍ଭଗ୍ଧକ୍ସକ୍ଟକ୍ଟ୍ରଚ୍ଚ । ଆପଣ କାହାକୁ ଘୃଣା କଲେ, ଘୃଣାର ମଞ୍ଜିଟି ଆପଣଙ୍କ ମନରେ ପୋତି ହୋଇଯାଏ ।
ଘୃଣା ଗୋଟେ ସମାଜକୁ ନଷ୍ଟ ବିନଷ୍ଟ କରି ଦେଇପାରେ । ଗୋଟେ ସମାଜରେ ଘୃଣା ଗଭୀର ବିଭାଜନ ସୃଷ୍ଟି କରିପାରେ, ହିଂସା ଏବଂ ପ୍ରତିଶୋଧର କୁଟୀଳ ଚକ୍ରକୁ ଆରମ୍ଭ କରିପାରେ ଏବଂ ବଜାୟ ରଖିପାରେ । ସାମାଜିକ ଏକତା ଏବଂ ବିଶ୍ୱାସକୁ ନଷ୍ଟକରେ । ଅର୍ଥନୀତିକୁ ବିଘ୍ନିତ କରେ, ଜନସାଧାରଣଙ୍କୁ ସ୍ଥାନାନ୍ତରିତ କରେ ଏବଂ ସମାଜରେ ଦୀର୍ଘକାଳିନ ଅସ୍ଥିରତା ସୃଷ୍ଟି କରିପାରେ ।

କଣ କରାଯାଇ ପାରିବ?

ସାମାଜିକ ସ୍ତରରେ ଆରମ୍ଭରୁ ଘୃଣାର ବିସ୍ତାରକୁ ରୋକିବା ଦିଗରେ ସଚେତନ ଭାବେ ପ୍ରଚେଷ୍ଟା ହେବା ଦରକାର । ସାଧାରଣ ଲୋକେ, ସମାଜର ଅଧିପତିମାନେ ଏବଂ ସୁଶୀଳ ସମାଜର ସଦସ୍ୟମାନେ ଏ ଦିଗରେ ସଚେତନ ରହିବାର ଆବଶ୍ୟକତା ରହିଛି । ଗଣମାଧ୍ୟମ ଏଦିଗରେ କାର୍ଯ୍ୟକାରୀ ଭୂମିକା ଗ୍ରହଣ କରିପାରେ । ସମ୍ବାଦବାହୀ ଗଣମାଧ୍ୟମ ଏବଂ ମନୋରଞ୍ଜନଧର୍ମୀ ଗଣମାଧ୍ୟମ ଭିନ୍ନ ଭିନ୍ନ ଭାବରେ କାର୍ଯ୍ୟ କରିପାରେ ।
ଭାରତରେ ଘୃଣା-ଭାଷଣ ରୋକିବାପାଇଁ କେତୋଟି ଆଇନ (ଭାରତୀୟ ପିଙ୍ଗଳ କୋଡର ଧାରା ୧୫୩-ଏ ଏବଂ ୧୫୩-ବି , ୨୯୫-ଏ, ୫୦୫ (ଏ), ୫୦୫ (ବି)) ଅଛି । ତେବେ ପ୍ରଯୁକ୍ତିର ଉନ୍ନତି ଏବଂ ଯୋଗାଯୋଗ ବ୍ୟବସ୍ଥାର ପରିବର୍ତ୍ତନ ସହିତ ଏ ଆଇନରେ ମଧ୍ୟ ସଂଯୋଜନର ଆବଶ୍ୟକତା ରହିଛି ।

Comments

0 comments

Share This Article