ଅଶୋକଙ୍କ ରାଜତ୍ଵ କାଳରେ ଚାଷ ଓ ଚାଷୀ

18 Min Read

କୃଷି ସହିତ ଅଶୋକଙ୍କର ସମ୍ପର୍କ ଉପରେ ଆଲୋକପାତ କରିବାତ ସେ ଦୁଇଟି ଦିଗ ପ୍ରତି ବିଶେଷ ଗୁରୁତ୍ଵ ଦେଉଥିବା ଜାଣିବାକୁ ପାଇବା “Arboriculture and Horticulture” । ଗଛ ଲଗାଇବା ଓ ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ଦେବା ତାଙ୍କ ଶାସନର ବିଶେଷତ୍ଵ ଥିଲା । ଭାରତ ଇତିହାସର ଅଶୋକ ପ୍ରଥମ ସମ୍ରାଟ ଯେକି କୃଷି ରୋପଣକୁ ସରକାରୀ ନୀତି ଭାବେ ଗ୍ରହଣ କରିଥିଲେ । (Sastri,K.A Nilakanta and Sastri ,Srinivas chari G , Advance history of India ,p.102) । ରାସ୍ତାରେ ଉଭୟ ପାର୍ଶ୍ଵରେ ବର ,ଆମ୍ବ ,ଜାମୁ,ଶାଳ ଭଳି କ୍ରାନ୍ତିବଳୟ ସହଣୀ ବୃକ୍ଷ ରୋପଣ କରାଇଲେ । ସେତେବେଳକୁ ଭାରତୀୟ ବଣିକ ସ୍ଥଳ ପଥରେ ଏସିଆ ଇଉରୋପ ଓ ଚୀନ ସହିତ ବାଣିଜ୍ୟ ବ୍ୟବସାୟ କଲେଣି । ଶଗଡ ସରିର ଦୁଇପଟେ ଗଛ ଲାଗିଲା । ପ୍ରତି ୮/୧୦ ମାଇଲ ରାସ୍ତାରେ ବଣିକ ଓ ଭାରବାହୀ ପଶୁମାନଙ୍କ ପାଇଁ ବିଶ୍ରାମଗାର , ପାନୀୟ ଜଳ ବ୍ୟବସ୍ଥା ପାଇଁ ବଡ ବଡ ବାମ୍ଫୀ ଖୋଳାଇଲେ । ଗୋଟିଏ ଅଶୋକ ସ୍ତମ୍ବରେ ଯାହା ଲେଖାଅଛି ,ମାର୍ସାଲ ତାକୁ ଏହିପରି ପ୍ରକାଶ କରିଛନ୍ତି “On this road I have had banyan tree planted , which will give shade to beast and men . I have had mango groves planted and have had wells dug and rest houses built at every nine miles and I have had many watering places made everywhere for the use of beast and men . But this benefit is important ,and indeed the world has enjoyed attention in many ways from former kings as will from me . But I have done these things in order that my people might conform to Dhamma” (Marshall the monument of Sanchi) .

ଆଜି ସରକାରୀ ଓ ବେସରକାରୀ ଅନୁଷ୍ଠାନମାନେ ରାସ୍ତା କଡରେ ଗଛ ଲଗାଉଛନ୍ତି । ବର ,ଓସ୍ତ ,ଜାମୁ ,ସରକାରୀ ଖାତା ଖତିଆନରେ ନାହିଁ । ବାଟୋଇ ଛାଇ ପାଇବ କେଉଁଠୁ ? ଆମ୍ବ ଖାଇବ କେଉଁଠୁ ? ଅଶୋକ କଦଳୀ ,ଖଜୁର ,ତାଳ,ନଡିଆ ,ଅଙ୍ଗୁର ଭଳି ଫଳ ଚାଷକୁ ମଧ୍ୟ ପ୍ରୋତ୍ସାହନ ଦେଉଥିଲେ । ଅଶୋକଙ୍କ ଶାସନ କାଳରେ ଜାତି ପ୍ରଥା ଆଗ ଭଳି ଉଗ୍ର ନଥିଲା । ରାଜଦରବାରରେ ସମସ୍ତଙ୍କୁ ସମାନ ଅଧିକାର ମିଳୁଥିଲା । ଚାଷୀ ଛଅଭାଗରୁ ଭାଗେ ଫସଲ କର ଦେଉଥିଲା । ବନ୍ୟା ,ବାତ୍ୟା ,ପ୍ରାକୃତିକ ଦୁର୍ବିପାକ ହେଲେ ଖଜଣା ଛାଡ ଥିଲା । ଅଶୋକ ଗାଈଙ୍କ ପାଇଁ ପ୍ରର୍ଜ୍ୟାପ୍ତ ଚାରଣ ଭୂମି ବ୍ୟବସ୍ଥା କରିଥିଲେ । ମେଘାସ୍ଥିନିସଙ୍କ ବିବରଣୀରୁ ଜଣାଯାଏ ଅଶୋକ ଜଳ ସେଚନ ଉପରେ ଖୁବ ଗୁରୁତ୍ଵ ଦେଉଥିଲେ । ସୌରାଷ୍ଟ୍ରର ସୁଦର୍ଶନ ହ୍ରଦକୁ ପୁନଃରୁଦ୍ଧାର କରି ଚାଷୀ ମାନଙ୍କ ପାଇଁ ପାଣି ବ୍ୟବସ୍ଥା କରିଥିଲେ । ଅଶୋକଙ୍କ ଶାସନ କାଳକୁ ଧାନ ଚାଷ ବ୍ୟାପକ କରାଗଲାଣି । ବର୍ଷକୁ ୨ ଟି ଫସଲ ମିଳୁଥିଲା । ଆଖୁ ଚାଷ କରି ଚାଷୀମାନେ ଗୁଡ ରାନ୍ଧୁ ଥିଲେ । ଅଶୋକଙ୍କ ଶାସନ କାଳକୁ ପୃଥିବୀରେ ଭାରତ ଆଖୁ ଚାଷରେ ଆଗ ଧାଡିରେ ଥିଲା । କପା ଚାଷ ସହିତ ନୀଳ ଚାଷ ମଧ୍ୟ ଆରମ୍ଭ ହୋଇଥିଲା । ଚାଷୀ ପ୍ରତି ଚାଷ ପାଇଁ ନିଜ ବିହନ ବ୍ୟବହାର କରୁଥିଲେ ।

ଅଶୋକ ବୌଦ୍ଧ ଧର୍ମର ଅହିଂସା ନୀତି ପ୍ରଚାର ,ପ୍ରସାର କରୁଥିଲେ ମଧ୍ୟ ଲୋକମାନେ ଛେଳିମେଣ୍ଢା,ଘୁଷୁରି ,ମଇଁଷି କାଟି ମାଂସ ଖାଉଥିଲେ । (Arthasastra,11.29.8 and Ashok’s pillar Edict V) । ଅଣ୍ଡିରା ଘୁଷୁରିର ମଧ୍ୟ ମୁସ୍ଳ ଛେଦ କରାଯାଉଥିଲା । ମାଂସର ସ୍ଵାଦ ବଢିବ । ସେହିପରି କୁକୁଡା (ଗଞ୍ଜା) ମାନଙ୍କର ମୁସ୍ଳ ଛେଦ କରାଯାଉଥିଲା ସେମାନେ ଜଙ୍ଗଲି ପ୍ରକୃତି ଛାଡି ଶାନ୍ତ ହେବେ ଏବଂ ମାଂସ ସ୍ଵାଦ ହବ । ପଶ୍ଚିମ ପଞ୍ଜାବର ତକ୍ଷଶୀଳା ,ଓଡିଶାର ଶିଶୁପାଳ,ମାଲୱାର ଉଜ୍ଜୟିନୀରେ କଳା ଚିକ୍କଣ ମାଟି ପାତ୍ର ତିଆରି ହେଇଥିବା ପ୍ରମାଣ ମିଳେ । ଚାଷ ସହିତ ମାଟିକାମ ଏକ ଲାଭଦାୟକ କୁଟୀର ଶିଳ୍ପ ଥିଲା । ତକ୍ଷଶିଳାରୁ ମିଳିଥିବା ପିତ୍ତଳ ତିଆରି ଫୁଲଦାନି ରୁ ଜଣାଯାଏ ତମ୍ବା ,ଟିଣ,ଦସ୍ତାର ବ୍ୟବହାର ଅଶୋକଙ୍କ ଶାସନ କାଳକୁ ଲୋକମାନେ ଜାଣିଗଲେଣି । ଗ୍ରୀକ ପରିବ୍ରାଜକ ଟେସିୟାନ (ଖ୍ରୀ.ପୂ ୫୦୦)ବେଳେ ଭାରତରୁ ୨ ଟି ଇସ୍ପାତ ତିଆରି ଖଣ୍ଡା ପାଇଥିବା ଉଲ୍ଲେଖ କରନ୍ତି । କୃଷି ଓ କୁଟୀର ଶିଳ୍ପର ଦୃତ ବିକାଶ କଥା ଏହି ସବୁ ତଥ୍ୟରୁ ଜଣା ପଡେ ।

ଅର୍ଥାଶାସ୍ତ୍ରରେ (୧୧,୨୩,୨,୧୧) ପରିଷ୍କାର ଉଲ୍ଲେଖ ଅଛି ତୁଳାରୁ ସୂତା ତିଆରି କରିବା । କେବଳ ସ୍ତ୍ରୀ ଲୋକମାନଙ୍କର କାମ ଥିଲା । କେଉଁ ଶ୍ରେଣୀର ସ୍ତ୍ରୀଲୋକ ? ଅସହାୟ ବିଧବା ,ଭିନ୍ନକ୍ଷମ ମହିଳା ,ଦାସୀ ଓ ଦାସୀ ଝିଅ ,ପରିତ୍ୟକ୍ତା ମହିଳା , ରାଜ୍ୟ ନଗରମାନଙ୍କରେ ଥିବା ଗଣିକା ମାନଙ୍କର ମା , ରାଜାଙ୍କର ବୃଦ୍ଧା ଦାସୀ ଏବଂ ବେଦଦାସୀ ମାନଙ୍କୁ ଏହି ସୂତା କଟାରେ ନିଯୁକ୍ତି ଦିଆଯାଉଥିଲା । ସମାଜରେ ସ୍ତ୍ରୀ ଲୋକମାନେ ନିର୍ଯାତିତ ହେବା ଯେପରି ଏକ ଚିରନ୍ତନ ପ୍ରକ୍ରିୟା ! ଅଶୋକ ଶିଳାଲେଖା ( RockEdict IX,XI,XIII ,I pillar Edict VII) ରେ ଭାରତରେ ଦାସ ପ୍ରଥା ପ୍ରଚଳନ ଥିବା ଉଲ୍ଲେଖ ଅଛି । ଦାସ ମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର ବିଶେଷ କରି ଦାସୀମାନଙ୍କ ପ୍ରତି ଅତ୍ୟାଚାର ବର୍ଣ୍ଣନାତିତ ଥିଲା । ସଂକ୍ଷେପରେ ଅଶୋକଙ୍କ ଶାସନ କାଳରେ କୃଷି ସମୃଦ୍ଧ ହୋଇଥିଲା । ବ୍ରାହ୍ମଣମାନଙ୍କର ଦୌରାମ୍ୟ କମ ଥିଲା । ଯଜ୍ଞ,ହୋମ ,ପଶୁବଳି କାମ ଥିଲା । ଯଜ୍ଞ ପ୍ରକୃତିକୁ ପ୍ରଭୂତ କ୍ଷତି ପହଞ୍ଚାଉଥିବା ଅଶୋକ ଅନୁଭବ କରିପାରିଥିଲେ । ଲକ୍ଷ ଲକ୍ଷ ଗଛ କଟେ । ପ୍ରାୟ କମିଯାଇଥିଲା । ଜୈବ ବିବିଧତା ସୁରକ୍ଷା ଅଶୋକ ଶାସନର ଏକ ବିଶେଷତ୍ଵ ଥିଲା ।

ଓଡିଶାରେ ଖାରବେଳଙ୍କ ଶାସନ:-

ଅଶୋକଙ୍କର ଖ୍ରୀ.ପୂ ୨୩୨ ରେ ମୃତ୍ୟୁ ହୁଏ । ବର୍ତ୍ତମାନ କଳିଙ୍ଗ ଅଶୋକ ସାମ୍ରାଜ୍ୟରୁ ମୁକ୍ତ ହୋଇ ଏକ ସ୍ଵାଧୀନ ରାଜ୍ୟ ହୁଏ । କଳିଙ୍ଗର ରାଜା ମଗଧ ଆକ୍ରମଣ କରି ପାଟଳିପୁତ୍ର ଦଖଲ କରନ୍ତି । ଦକ୍ଷିଣ ଭାରତ ଚୋଳ ମାନେ ଶାସନ କରୁଥିବା ବେଳେ ଉତ୍ତର ଭାରତ Indo-Greek kings ଶାସନ କଲେ । ଏହି ସମୟରେ ଭାରତରେ ଗ୍ରୀକ ସ୍ଵର୍ଣ୍ଣ ମୁଦ୍ରାର ପ୍ରଚଳନ ହେଲା । ଦକ୍ଷିଣ ଭାରତରେ କପା, ଧାନ ଚାଷ ବ୍ୟାପକ ଭାବରେ କରାଯାଉଥିଲା । କୃଷ୍ଣା ଓ ଗୋଦାବରୀ ତ୍ରିକୋଣ ଭୂମିରେ ହଜାର ହଜାର ଏକର ଧାନ ରୁଆଁ ହୁଏ ଏବଂ ଏହି ଉପତ୍ୟକା ଦକ୍ଷିଣ ଭାରତର ଭାତ ଥାଳି (Rice Bowl) କୁହାଯାଉଥିଲା । (Sarma,R.S Ancient India) । ଦକ୍ଷିଣ ଭାରତରେ ଚାଷୀ ମାନେ ଚାଷ କାମକୁ ଉପଭୋଗ କରୁଥିଲେ । ପୁରୁଷ ମାନେ ଜମି କାଦୁଅ କଲା ବେଳେ ଗୀତ ବୋଲି ବଳଦ ଅଡଉଥିବା ବେଳେ ସ୍ତ୍ରୀଲୋକ ମାନେ ତଳି ଉପୁଡା ,ଧାନ ରୁଆଁ ବେଳେ ଗୀତର ଲହର ଛାଡୁଥିଲେ । ୨ୟ ଖ୍ରୀଷ୍ଠାଦ୍ଦ ବେଳକୁ ଦକ୍ଷିଣ ଭାରତରେ ଚାଷ ଓ ଚାଷୀର ଏହି ସ୍ଥିତି ,ସଂସ୍କୃତି ଚାଷର ବିକାଶ କଥା କହୁନାହିଁ କି ? ଦକ୍ଷିଣରେ ସାତବାହନ ଶାସକ ମାନେ ବ୍ରାହ୍ମଣମାନଙ୍କୁ ନିଷ୍କର ଜମି ଦେବା ଆରମ୍ଭ କରିଦେଲେ । କାହିଁକି ପୁଣି ବ୍ରାହ୍ମଣଙ୍କ ପ୍ରତି ଦରଦ ! ବ୍ରାହ୍ମଣଙ୍କର ପ୍ରଖର ଦୃଷ୍ଟ ବୁଦ୍ଧି । ଭବିଷ୍ୟବାଣୀ କଲେ ବର୍ଷା କେବେ ହବ । ଜ୍ୟୋତିଷ ଶାସ୍ତ୍ର ପଢି ଆଗତ ଭବିଷ୍ୟ କହିଲେ । ଆଜିତ ୨୦୨୪ ମସିହା ପାଠ ପଢୁଆ ଲୋକମାନେ ଅନ୍ଧଭାବେ ଜ୍ୟୋତିଷକୁ ପିଇ ଯାଉଛନ୍ତି । ସେତେ ବେଳେ ଶିକ୍ଷା ବିସ୍ତାର କରିନାହିଁ । ସାଧାରଣ ଚାଷୀ ,ମୁଲିଆଟି ଏ ବ୍ରାହ୍ମଣଗୁଡାକୁ ବିଶ୍ଵାସ କରିଯାଉଥିଲେ । ରଜା ମାନେ ଉତ୍ତରଭାରତରୁ ବ୍ରାହ୍ମଣମାନଙ୍କୁ ଆଣି ଆନ୍ଧ୍ର,ଡେକାନରେ ଥଇଥାନ କଲେ । ଦକ୍ଷିଣ ଭାରତରେ ବ୍ରାହ୍ମଣମାନଙ୍କର ମୁରାଟ ଆରମ୍ଭ ହୋଇଗଲା ।

ଗୁପ୍ତ ସାମ୍ରାଜ୍ୟ ଓ ସୁବର୍ଣ୍ଣ ଯୁଗ:-

୨ୟ ଶତାଦ୍ଦୀ ଠାରୁ ୭ମ ଶତାଦ୍ଦି ପର୍ଯ୍ୟନ୍ତ ଭାରତରେ ଗୁପ୍ତ ସାମ୍ରାଜ୍ୟ ଘୁ ଘୁ କମ୍ପୁଛି । ଚନ୍ଦ୍ରଗୁପ୍ତ -୧ ,ସମୁଦ୍ରଗୁପ୍ତ-,କୁମାରଗୁପ୍ତ-୧ , ଗୁପ୍ତ ମାନେ ପ୍ରଚଳନ କରୁଥିବା ସ୍ଵର୍ଣ୍ଣ ମୁଦ୍ରା ଦିଲ୍ଲୀ ନ୍ୟାସନାଲ ମ୍ୟୁଜିୟମ ଏବଂ ପଞ୍ଜାବ ସରକାରଙ୍କ ପ୍ରତନତତ୍ତ୍ଵ ବିଭାଗରେ ଦେଖିବାକୁ ମିଳେ ।

ଗୁପ୍ତ ରାଜତ୍ଵ କାଳରେ କଳା,ସାହିତ୍ୟ,ବିଜ୍ଞାନ ,ଲୌହ ଶିଳ୍ପ ଏବଂ କୃଷିର ଯଥେଷ୍ଟ ଉନ୍ନତ୍ତି ହୋଇଥିଲା । ବୌଦ୍ଧ ଧର୍ମାବଲମ୍ବୀ ଓ ହିନ୍ଦୁ ମାନଙ୍କ ମଧ୍ୟରେ ଗୁପ୍ତ ରାଜସ୍ୱ କାଳରେ କିଛିଟା ବୁଝାବଣା ହୋଇଥିଲା । ପୁଣିଥରେ ଚାଷୀମାନଙ୍କର ଉପରେ ବ୍ରାହ୍ମଣ ମାନଙ୍କର ବୈରାତ୍ମ ଗୁପ୍ତ ଶାସନ କାଳରେ ଆତ୍ମପ୍ରକାଶ କଲା । ବ୍ରାହ୍ମଣମାନେ ନିଜ ଜମି ପାଇଁ ତ କରିଦିଅନ୍ତି ନାହିଁ । ଚାଷୀମାନଙ୍କ ଠାରୁ ଜୋର ଜବରଦସ୍ତ ରଜାଙ୍କ ନାଁରେ ଅଧିକ କର ଆଦାୟ କରି ନିଜେ ଚଳୁ କରିଦଉଥିଲେ । ବ୍ରାହ୍ମଣ ମାନେ ଚାଷିମାନଙ୍କୁ ସାମାନ୍ୟ ଦୋଷରେ ଦଣ୍ଡ ଦେବା କ୍ଷମତା ହାସଲ କରିଥିଲେ । ବ୍ୟସ୍ତାୟନଙ୍କ “କାମସୂତ୍ର” ବରାହମିହରଙ୍କ “ବୃହତ ସଂହିତା ” ଏବଂ ଅମରସୀମାଙ୍କ “ଅମର କୋଶ” ଗୁପ୍ତ ସମୟରେ ଚାଷ ଓ ଚାଷୀ ସମ୍ପର୍କରେ ଏହି ସବୁ ପ୍ରନ୍ଥରୁ ସୂଚନା ମିଳେ । ଅମରକୋଶରେ ମାଟିର ଉର୍ବରତା କମ ବେଶୀ ଅନୁସାରେ 12 କିସମର ମାଟି ଉଲ୍ଲେଖ ଅଛି । ସେଗୁଡିକ ହେଲେ ଉର୍ବର ,ଉସର(ପଡିଆ) ,ମାରୁ (ମରୁଭୁମି) ,ଅପ୍ରହତ(ଗୋହିପଡିଆ),ଶଡଭାଲ(ଚାରଣ ଭୂମି),ପଙ୍କିଳ (ଚିକିଟା ମାଟି),ଜଳ ପ୍ରୟଳାନୁପ(ଆଦ୍ର ଭୂମି),ହାକ୍ଲା(ଜଳ ପ୍ଲାବନ),ଝେଜ ମାତୃକା(ବୃଷ୍ଟିପୁଷ୍ଟ)।

ବୃହତସଂହିତାରେ ଖତ ତିଆରି ଓ ପ୍ରୟୋଗ ବିଧି ବିସ୍ତ୍ରୁତ ଭାବେ ଉପସ୍ଥାପନ କରାଯାଇଛି । ବିହନ ପ୍ରକ୍ରିୟା କରଣ ପାଇଁ ଗୋମାଂସ ,ଘୁଷୁରି ମାଂସ ,ମାଛ ଧୁଆ ପାଣି,କ୍ଷୀର ,ପେଜ ଓ ଯଅ କ୍ଷୀରୀ ବ୍ୟବହାର କଥା ଉଲ୍ଲେଖ ଅଛି । ହଳଦୀ ଚାଷ ଗୁପ୍ତ ରାଜତ୍ଵ କାଳରେ ବ୍ୟାପକ କରାଗଲା । ଲୁହାରେ କୃଷି ଉପକରଣ ତିଆରି ପାଇଁ ବିଶେଷ ଧ୍ୟାନ ଦିଆଗଲା । ୪୧୫ ଖ୍ରୀଷ୍ଠାଦ୍ଦରେ ଦିଲ୍ଲୀରେ କୁତବମିନାର କୁମାରଗୁପ୍ତ-୧ ତାଙ୍କ ବାପାଙ୍କ ସ୍ମାରକୀ ତିଆରି କରାଇଥିଲେ । ୭.୨୧ ମିଟର ଉଚ୍ଚ ଏବଂ ଭୂମିରେ ୪୧.୬ ସେ.ମି ମୋଟେଇକୁ ଶୀର୍ଷରେ ୩୬.୬ ସେ.ମି ଗୋଲେଇ ଲୁହା ଖୁଣ୍ଟ ୧୬୦୦ ବର୍ଷ ଠିଆ ହୋଇ ରହିଥିଲେ ମଧ୍ୟ ଲୁହାରେ କଳଙ୍କି ଲାଗୁନାହିଁ । ଭାରତୀୟ ଗ୍ରାମ୍ୟ କାରିଗରଙ୍କର ଏ କୃତ୍ତିତ୍ଵ ।

ଭି.ବଲ ତାଙ୍କର Economic Geology of India p. 388 ed-1881 ରେ ଲେଖିଛନ୍ତି , “It is not many years since the production of such a pillar would have been an impossibility in the largest foundries of the world , and even now there are comparatively few where a similar mass of metal could be turned out . (Garratt,G.T CED) ,The legacy of India -1967 –p 338 କାରିଗର ମାନଙ୍କର ଏହି କୃତିତ୍ଵ ପେଟ ଥଣ୍ଡା ଥିବାରୁ ସମ୍ଭବ ହୋଇଥିଲା । ଚାଷୀଟି ଯଥେଷ୍ଟ ଉତ୍ପାଦନ କରିପାରୁଥିଲା । ସମସ୍ତେ ବାଲା ବାଡେଇ ଖାଉଥିଲେତ କାମ କରୁଥିଲେ । ଦେଶ ସାରା କୃଷିର ଅଦ୍ଭୁତପୂର୍ବ ବିକାଶ ଗୁପ୍ତସାମ୍ରାଜ୍ୟକୁ “ସୁବର୍ଣ୍ଣ ଯୁଗ” ବୋଲି ତହାସିକମାନେ ନାମିତ କରିଛନ୍ତି ।

ନଈ ମାନଙ୍କରେ ଆଡି ବନ୍ଧ କରି ଜମିକୁ ପାଣି ମଡା ଯାଉଥିଲା । ନାରଦ ସ୍ମୃତିରେ ଗୁପ୍ତସମୟର ଜଳସେଚନର ବିସ୍ତ୍ରୁତ ବର୍ଣ୍ଣନା ଅଛି । କାଳିଦାସ ତାଙ୍କର ରଘୁବଂଶ କାବ୍ୟରେ ବଙ୍ଗଳାରେ ବ୍ୟାପକ ଧାନ ଚାଷ ଉଲ୍ଲେଖ କରିଛନ୍ତି । କେରଳ,ମାଡ୍ରାସ,ଓଡିଶାର ଉପକୂଳ ଜିଲ୍ଲାମାନଙ୍କରେ ଲକ୍ଷ ଲକ୍ଷ ନଡିଆ ଗଛ ଥିବାର ନାରଦ ସ୍ମୃତିରେ ଉଲ୍ଲେଖ ଅଛି । ଏ ପର୍ଯ୍ୟନ୍ତ ତଥା କଥିତ କୃଷି ବୈଜ୍ଞାନିକ ମଞ୍ଚକୁ ଆସି ନାହାନ୍ତି । ରାଜଙ୍କର କୃଷି ଦପ୍ତର ନାହିଁ । ଚାଷୀମାନେ ନିଜ ମୁଣ୍ଡରୁ ଅକଲ ଲଗାଇ ଆଗେଇ ଚାଲିଛନ୍ତି । ରଜା ,ବ୍ରାହ୍ମଣ ବାହା ବାହା ନେଉଛନ୍ତି । ଚାଷୀ ଦବି ଯାଉନି । ମନ କମଉନି । ସବୁ ଅଳିଆକୁ ପଛରେ ପକାଇ ଆଗକୁ ମାଡି ଚାଲିଛି । ଚାଷୀର ଜୟ ଯାତ୍ରା , ସମସ୍ତ ସଫଳତା ତାର ନିଜସ୍ୱ ବୁଦ୍ଧି ,ବିଚାର ଓ ଶ୍ରମ ।

ହର୍ଷବର୍ଦ୍ଧନ ଓ ହୁଏନସାଂଙ୍କ ଭ୍ରମଣ କାହାଣୀ:-

ହର୍ଷବର୍ଦ୍ଧନଙ୍କ କନୌଜ ସାମ୍ରାଜ୍ୟ । ୬୦୬ ଖ୍ରୀଷ୍ଠାଦ୍ଦ ଠାରୁ ୬୪୭ ଖ୍ରୀଷ୍ଠାଦ୍ଦ । ଭାରତୀୟ କୃଷି ଇତିହାସର ସଫଳ କାହାଣୀ । ଚୀନ ପରିବ୍ରାଜକ ହୁଏନସାଂଙ୍କ ଭ୍ରମଣ କାହାଣୀ ‘ସିୟୁକି’ ଏବଂ ବାଣ ଭଟ୍ଟଙ୍କ “ହର୍ଷଚରିତ୍ର” ଭାରତ ବାସୀଙ୍କ ଜୀବନ ଶୈଳୀ ଓ ସେମାନଙ୍କର କୃଷି ସଫଳତାର ବାର୍ତ୍ତା ବହନ କରେ । ହୁଏନସାଂ ଭାରତରେ ୬୩୦-୬୪୩ ଖ୍ରୀଷ୍ଠାଦ୍ଦ ପ୍ରାୟ ୧୩ ବର୍ଷ ରହିଥିଲେ । ବୁଦ୍ଧ ରଚନା ବଳି ସଂଗ୍ରହ କରିବା ଏବଂ ଭାରତରେ କୃଷି ,ଅର୍ଥନୀତି ଓ ସାମାଜିକ ଚଳନି ଉପରେ ତଥ୍ୟ ସଂଗ୍ରହ କରିବା ହୁଏନସାଂଙ୍କ ଉଦ୍ଦେଶ୍ୟ ଥିଲା । ହୁନ ମାନଙ୍କ ଆକ୍ରମଣ ଭାରତର ଗ୍ରାମ ଓ ସହର ଗୁଡିକର ବହୁତ କ୍ଷତି ଘଟାଇ ଥିଲା । ହର୍ଷବର୍ଦ୍ଧନ ଜମିକୁ ୪ ଭାଗ କରି ବାଣ୍ଟିଥିଲେ । ରାଜ୍ୟ ପରିଚାଳନା ପାଇଁ ଏକ ଚତୁଃର୍ଥ ଜମି ସଂରକ୍ଷଣ କରାଯାଇଥିଲା । ୧/୪ ଜମି ମନ୍ତ୍ରୀ ଓ କର୍ମଚାରିଙ୍କ ଦରମା ପାଇଁ ସଂରକ୍ଷିତ ରହିଥିଲା । ତୃତୀୟ ଭାଗ ବ୍ରାହ୍ମଣ ଓ ବିଦ୍ଵାନ ମାନଙ୍କ ପାଇଁ ରଖାଯାଉଥିଲା ବେଳେ ୪ର୍ଥ ଅଂଶ ମଠ ମନ୍ଦିର ମାନଙ୍କ ପାଇଁ ସଂରକ୍ଷିତ ରହୁଥିଲା । ରାଜସମ୍ପତ୍ତି ଯେଉଁମାନେ ଚାଷ କରୁଥିଲେ ଏକ ଷଷ୍ଠାସଂ ଫସଲର ଉତ୍ପାଦନ କର ଦେଉଥିଲେ । ଭାରତର ଦେଶୀ ଅର୍ଥନୀତିକୁ ନେଇ ତାଙ୍କର ସେ “ସିୟୁକି” ରେ ଲେଖିଛନ୍ତି ,” The soil is rich and fertile ,and produces abundant harvests, shrubs and trees and numerous and flourishing” । ଫୁଲ ,ଫଳ ,ପନିପରିବା ଅପର୍ଯ୍ୟାପ୍ତ ପରିମାଣରେ ମିଳୁଥିଲା । ଶୀତଦିନେ ଗହମ ଚାଷ ପାଇଁ ଚାଷୀ ମାନେ ଜମିକୁ ସୁନ୍ଦର ଭାବେ ପ୍ରସ୍ତୁତ କରୁଥିଲେ । ଗହମ ଓ ମକା ତିଆରି ରୁଟି ଉତ୍ତର ଭାରତରେ ପ୍ରଧାନ ଖାଦ୍ୟ । ଗହମ ,ଧାନ ,ବାଜରା ଏବଂ ଫଳ ଚାଷ ବ୍ୟାପକ ଭାବେ କରାଯାଉଥିବା ହୁଏନସାଂ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

୧୫/୨୦ ରୁ ଅଧିକ ରାଜ୍ୟରେ ମାଟି ଖୁବ ଉର୍ବର ଥିବାରୁ ବହୁବିଧ ଚାଷ କରାଯାଉଥିବା ଜଣା ପଡେ । ମାର୍ଶାଲି ଧାନର ଚାଉଳ ସେମାନଙ୍କୁ ଖାଇବାକୁ ଦିଆ ହେଉଥିଲା । ଖୁବ ଖୁବ ବଡ ବଡ ଭାତ ଓ ବାସନାରେ ମହକୁ ଥିବା ସେ ଲେଖିଛନ୍ତି । ପିଆଜ ରସୁଣ ଚାଷକୁ ମନାଥିଲା । ଯେଉଁ ମାନେ ପିଆଜ ରସୁଣ ଖାଉଥିଲେ ସେମାନଙ୍କୁ ଗାଁରୁ ବିଦା କରିଦିଆ ଯାଉଥିଲା । ବ୍ରାହ୍ମଣମାନଙ୍କ ଦୌରାତ୍ମର ଏକ ଜ୍ଵଳନ୍ତ ଉଦାହରଣ । କ୍ଷୀର ,ଲହୁଣୀ,ଦହି ,ଛେନା,ଗୁଡ ସାଧାରଣ ଚାଷୀ ମୁଲିଆବି ଖାଇବାକୁ ପାଉଥିଲେ । ମାଂସ ମାଛ ମଧ୍ୟ ଖାଉଥିବା ଦେଖିବାକୁ ମିଳୁଥିଲା । ଭାଗଚାଷୀ ମାନେ ମଧ୍ୟ ରଜାଙ୍କ ଜମିଚାଷ କରୁଛନ୍ତିତ ଛଅ ଭାଗରୁ ଭାଗେ କର ଦେଉଥିଲେ । ହାତୀ,ଘୋଡା,ଗଧ,ଓଟ ଓ ବଳଦ ଦୁରଦେଶ ସହିତ ବଣିଜ କାରବାରରେ ସାହାଯ୍ୟ କରୁଥିଲେ । ଅତ୍ୟଧିକ ବ୍ରାହ୍ମଣ ପ୍ରୀତି ଜାଣିବାକୁ ମିଳେ । ଶହ ଶହ ଗାଁ ବ୍ରାହ୍ମଣମାନଙ୍କୁ ଦାନ ଦେଉଥିଲେ । ପକ୍ଷାନ୍ତରେ ଚାଷୀମାନେ ଦିନ ତମାସ ହାଡଭଙ୍ଗା ମେହନତ କରି ଫସଲ ଉତାରୁଥିଲେ ମଧ୍ୟ ସେମାଙ୍କରେ ପ୍ରତି ହର୍ଷଙ୍କର ଅନୁଗ୍ରହ କମଥିଲା । ତଥାପି ଐତିହାସିକ , ହୁଏନସାଂ ,ହର୍ଷଙ୍କୁ ଉଚ୍ଚ ସ୍ଥାନରେ ରଖିଛନ୍ତି । ବୁଦ୍ଧିଜୀବି ,ବିଦ୍ଵାନ,ବିଦେଶୀ ପରିବ୍ରାଜକ ସ୍ତ୍ରୋତରେ ଅନୁକୂଳରେ ହିଁ ଯାଇଥାନ୍ତି । ବ୍ରାହ୍ମଣଟି କୁଟା ଖଣ୍ଡିକୁ ଦିଖଣ୍ଡ କରୁନି ତାକୁ ମୁଣ୍ଡରେ ବସାଇବେ ,ଆଉ ଚାଷୀ ଭାଇଟେ ଆମର ଅନ୍ନଦାତା ତା ପ୍ରତି ହତାଦର ଉଗ୍ର ଜାତିମାନସିକତାର ପ୍ରମାଣ ଦିଏ ।

ଭାରତ ଓ ଚୀନ ମଧ୍ୟରେ ବାଣିଜ୍ୟ କରିବାର ଅଷ୍ଟମ ନବମ ଶତାଦ୍ଦୀ ବେଳକୁ ଖୁବ ଆଗେଇ ଯାଇଥାଏ । ଭାରତରୁ ଗୋଲମରିଚ,ଡାଲଚିନି,ଲବଙ୍ଗ,ଗୁଜୁରାତି,ଅଳେଇଚ ,ବୋଇତରେ ଚୀନ ପଠାଯାଉଥିଲା । କେରଳ,ମାଡ୍ରାସ,କର୍ଣ୍ଣାଟକରେ ମସଲା ଚାଷ କରାଯାଉଥିଲା । ବେପାରୀମାନେ ଚାଷିକୁ ଠିକ ମୂଲ୍ୟ ଦେଉନଥିଲେ । ଚାଷୀ ମାନେ ଅଭାବି ବିକ୍ରୀର ଶିକାର ହେଉଥିଲେ । ଅଫିମ ,ଗୁଡ ,ବାସନା ଚଉଳ , ମଣ୍ଡିଆ ଓ ଓଟସ ମଧ୍ୟ ରପ୍ତାନି ହେଉଥାଏ ।ପୂର୍ବ ଆଫ୍ରିକା ଓ ୟୁରୋପ କୁ ଘିଅ ,ନଡିଆ ,ତରଭୁଜ, ପନିପରିବା କାକୁଡି ,ପିଆଜ ଭାରତରୁ ରପ୍ତାନି ହେଉଥାଏ । ଆରବ ବଣିକ ମାନେ ୟୁରୋପ ରୁ ଭାରତ ଓ ଭାରତରୁ ୟୁରୋପକୁ ଦାସୀ (women slaves) ମାନଙ୍କୁ ନବା ଆଣିବା କରୁଥାନ୍ତି ।ଭାରତକୁ ପଠାଯାଉଥିବା ଅଧିକାଂଶ ଝିଅ ନାଚବାଲି ବା ଗୀତ ବୋଲାଳି ଥିଲେ । ଅନେକ ଝିଅ ରାଜଉଆସରେ ଥିବା ରାଣୀ ମାନଙ୍କୁ ଜଗାରଖା ତଦାରଖ କରିବା କାମରେ ନିୟୋଜିତ ହେଉଥିଲେ । ଭାରତ ଓ ୟୁରୋପ ରେ ଦାସ ପ୍ରଥା ପ୍ରଚଳନ ଥିବା ଏଥିରୁ ପ୍ରମାଣ ମିଳେ ।

ଜଳସେଚନ ବ୍ୟବସ୍ଥା ବଢିଥିବା ଯୋଗୁ ଧାନ ଚାଷ ଅଧିକ ଜମିରେ କରାଗଲା । ବୃଷ୍ଟି ପୃଷ୍ଟ ଜମିରେ ବାଜରା , ମାଣ୍ଡିଆ ,ରାଶି ଓ ଡାଲି ଜାତୀୟ ଫସଲରେ ଉତ୍ପାଦନ ହେଉଥାଏ ।ଖାଦ୍ୟ ସଙ୍କଟ ଭଳି ପରିସ୍ଥିତି ଆଦୌ ନଥାଏ । ଆନ୍ଧ୍ର ଓ ଦକ୍ଷିଣ ଭାରତରେ ହାଲିକାର ଓ ଓଙ୍ଗଲ ପ୍ରଜାତିର ଗାଈ ପାଳୁଥିଲେ

୧୦ ଶତାଦ୍ଦୀ ବେଳକୁ ଚୋଳ ରାଜା ମାନେ ଦକ୍ଷିଣ ଭାରତରେ ନୂଆ ,ନୂଆ ଜଳସେଚନ ବ୍ୟବସ୍ଥା କରି କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ । ନଦୀରେ ଏକାଧିକ ଆନିକଟ ତିଆରି କରି ଜମିରେ ପାଣି ପହଞ୍ଚାଇଥିଲେ ।କାବେରୀ ନଦୀରେ ଆନିକଟ ଯୋଗୁ ତାଞ୍ଜୋର ଜିଲ୍ଲାକୁ ଶସ୍ୟଶ୍ୟାମଳା ହୋଇଥିଲା । ତେଲେଙ୍ଗନାରେ ହଜାର ହଜାର ପୁଷ୍କରଣୀରୁ ଜଳସେଚନ ବ୍ୟବସ୍ଥା କରାଗଲା ।ତେଲେଙ୍ଗାନାକୁ “The land of Thousand Tank)କୁହାଯାଉଥିଲା। କର୍ଣାଟକ ଏବଂ ତାମିଲନାଡୁରେ ମଧ୍ୟ ହଜାର ହଜାର ପୁଷ୍କରଣୀ ଖୋଳି ଜମିକୁ ପାଣି ମଡାଗଲା । ଦକ୍ଷିଣ ଭାରତରେ କମ ବୃଷ୍ଟି ହେଉଥିଲେ ମଧ୍ୟ ନଦୀରେ ଆନିକଟ ଏବଂ ପୁଷ୍କରଣୀ ଖୋଳା ଯୋଗୁ ଦକ୍ଷିଣ ଭାରତରେ କୃଷି ଓ କୃଷକ ସମୃଦ୍ଦ ହୋଇପାରିଥିଲେ ।ଭାଗଚାଷୀମାନେ ଜମି ମାଲିକକୁ ଏକ ତୃତୀୟାଂଶ ଫସଲ ଭାଗ ଦେଉଥିଲେ । ମାତ୍ର ତେଲେଙ୍ଗାନା ଅଞ୍ଚଳରେ ଭାଗ ଚାଷୀଙ୍କ ଠାରୁ ଅଧିକ ଭାଗ ଅଦାୟ କରାଯାଉଥିଲା । ଜମି ମାଲିକମାନେ ଚାଷୀଙ୍କୁ ଶୋଷଣ କରୁଥିଲେ ।

ଭାରତୀୟ ଦେଶୀ କୃଷି ବୈଜ୍ଞାନିକ

୧୦ମ ଶତାଦ୍ଦି ବେଳକୁ ଭାରତରେ ଏକାଧିକ ଦେଶୀ କୃଷି ବିଜ୍ଞାନୀ କୃଷି ପ୍ରଣାଳୀ ଉପରେ ଆଧାରିତ ଗ୍ରନ୍ଥମାନ ରଚନା କଲେଣି ।ପରସରଙ୍କ ଦ୍ୱାରା ସଂସ୍କୃତରେ ଲିଖିତ କୃଷି ପରାସରରେ ପାରାଶର ଚାଷୀ ମାନଙ୍କ ଉଦେଶ୍ୟରେ ବାର୍ତ୍ତା ରଖନ୍ତି ,”ସୁସ୍ଥା ଭବନ୍ତୁ କୃଷକା ଧନ୍ୟଧାନ୍ୟ ସମନ୍ନିତା”ଅର୍ଥାତ ଚାଷିଟି ସ୍ୱାସ୍ଥ୍ୟବାନ ,ସୁଖୀ ଓ ଧନି ହେଉ ।କୃଷି ପରାଶର ୪ର୍ଥ ଶତାଦ୍ଦିରେ ରଚନା ହୋଇଥିବା ଗବେଷକ ମାନେ କୁହନ୍ତି । କୃଷି କାର୍ଯ୍ୟରେ ବିଶେଷତ୍ଵ ବୃଷ୍ଟି , ଗୋ ମହିଷାଦୀ ପଶୁପାଳନ, ହଳ ଲଙ୍ଗଳ ଗଠନ ଓ ପ୍ରୟୋଗ ନିୟମ , ବିହନ ସଂଗ୍ରହ ଓ ସଂରକ୍ଷଣ ସମ୍ପର୍କରେ ବିସ୍ତ୍ରୁତ ବର୍ଣ୍ଣନା ଓ ନିୟମ ପରାଶର ଲେଖିଛନ୍ତି ।ସେହିପରି ବୁଣା ବୁଣି , ଋଆ ବଛା , ଜଳ ପରିଚାଳନା, ଫସଲ ସୁରକ୍ଷା, ବୃଷ୍ଟି ଜଳ ଅମଳ , ଫସଲ ଅମଳ ସଂରକ୍ଷଣ ପାଇଁ ପରାମର୍ଶ ରଖିଛନ୍ତି । କୃଷି ଓ କୃଷକ କଲ୍ୟାଣପାଇଁ ଲକ୍ଷ୍ମୀ ଙ୍କୁ ପୂଜା ପରାସରଙ୍କ ପରାମର୍ଶ ।

କ୍ୟାଷ୍ୟପେୟ କୃଷି ସୂକ୍ତି ମହର୍ଷି କାଶ୍ୟପଙ୍କର କୃତ୍ତି ।ଏହି ଅମୂଲ୍ୟ ପୁସ୍ତକ ୭୦୦-୮୦୦ ଖ୍ରୀଷ୍ଟାଦ୍ଦରେ ସଂସ୍କୃତରେ ଲେଖିଥିଲେ ଲେଖା ହୋଇଥିବା ଗବେଷକ ମାନେ କୁହନ୍ତି । ମୂର୍ତ୍ତିକାର ପ୍ରକାର ଭେଦ , ବିହନ ସଂଗ୍ରହ ଓ ଉପୋଯୋଗ , ଜମି ପ୍ରସୂତି , ହଳ ଲଙ୍ଗଳ ବ୍ୟବହାର ବିଧି , ଫସଲ ଉତ୍ପାଦନ ବିଧି ,ଜଳ ସେଚନ ,ଫସଲରେ ରୋଗ ପୋକ ନିୟନ୍ତ୍ରଣ ଏବଂ ଫସଲଅମଳ ସମ୍ପର୍କରେ ନିୟମ ଓ ଉପଦେଶ ସମ୍ବଳିତ ଏହି ମୁଲ୍ୟବାନ କୃତି କୃଷି ଓ କୃଷକଙ୍କୁ ଦିଗଦର୍ଶନ ଦେବା ପାଇଁ ଯଥେଷ୍ଟ ତଥ୍ୟ ଉପସ୍ଥାପନ କରିଛି । ସୁର ପାଳଙ୍କ ଦ୍ଵାରା ଲିଖିତ ପୁସ୍ତକ ବୃଖାୟୁ ର୍ବେଦ(୮୦୦ ଖ୍ରୀଷ୍ଠାଦ୍ଦ)କୃଷି କ୍ଷେତ୍ରରେ ରୋଗ ପୋକ ଦମନ ଓ ସ୍ଵାସ୍ଥକର ଖାଦ୍ୟ ଉତ୍ପାଦନ ପାଇଁ ଚାଷୀଙ୍କୁ ଦିଗଦର୍ଶନ ଦେବାପାଇଁ ଏକ ବିରଳ କୃତୀ । ବାଣଙ୍କ ହର୍ଷ ଚରିତ୍ର , ବୃହତ ସଂହିତା , ଅମରକୋଶ ଭଳି ଏକାଧିକ ଗ୍ରନ୍ଥ ଭାରତରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସହାୟକ ହୋଇଛନ୍ତି ।ସାଧାରଣ ଚାଷି ଟି କ୍ରମାଗତ ଭାବେ ମାଟି ସହିତ ମିଶି , ମୁଣ୍ଡ ଝାଳ ତୁଣ୍ଡରେ ମାରି ମାଟି ଚିରି ଯେପରି ଭାବେ ଫସଲ ଉତ୍ପାଦନ କରିଛି ,ନିଜର ବୁଧି ବିଦ୍ୟା ପ୍ରୟୋଗ କରି କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛି ସେହି ସବୁ ପ୍ରକ୍ରିୟାକୁ ମହର୍ଷି ଜ୍ଞାନୀ ଗୁଣ ମାନେ ପୁସ୍ତକରେ ରୂପଦେଇ ଭାରତୀୟ ଭବିଷ୍ୟତ ପୀଢି ପାଇଁ ଅମୂଲ୍ୟ ସମ୍ପତ୍ତି ରଖିଯାଇଛନ୍ତି ।ମାତ୍ର ଏଠାରେ ଲକ୍ଷ କରିବା କଥା ଏହିକି ଚାଷିଟି ଜ୍ଞାନୀ ଲୋକ ମାନଙ୍କୁ ବାଟ ଦେଖାଇଛି । ସେ ରାଜା , ଜମିଦାର ବା ମକଦ୍ଦମ ଠାରୁ ଚାଷ ସମ୍ପର୍କରେ କିଛି ଶିଖିନାହିଁ ବା ସମାଜରେ ବଡ ପଣ୍ଡା ମାନଙ୍କର ଏ ପର୍ଯ୍ୟନ୍ତ ଚାଷି ଉପରେ କିଛି ନିୟନ୍ତ୍ରଣ ଜାରି ହୋଇ ନାହିଁ । ଅଣ୍ଡିରା ବାଛୁରୀର ମୁଷ୍କ ଛେଦନ କରି ବଳଦ ତିଆରି କରିବା ।

ସାରା ପୃଥିବୀରେ ଆଦୃତ ଲଙ୍ଗଳ ଗଢିବା ,ପଥର ଠାରୁ ଲୁହା ପର୍ଯ୍ୟନ୍ତ ବ୍ୟବହାର କରି କୃଷି ଯନ୍ତ୍ରପାତି ତିଆରି କରିବା , ଧାନ ଓ ଅନ୍ୟାନ୍ୟ ଶସ୍ୟଉଦ୍ଭାବନ କରିବା ଭଳି ବହୁ ବିଧ କୃତିତ୍ତ୍ଵ ଚାଷୀର ନିଜସ୍ଵ । ବିହନ ବା ବୀଜ ସଂରକ୍ଷଣ ଓ ଉପୋଯୋଗ ,ଖତ ତିଆରି , ଗୋପାଳନରେ ଦକ୍ଷତା ପାଇଁ ଭାରତୀୟ କୃଷକର ପୃଥିବୀରେ ପ୍ରତିଷ୍ଠା ଅଛି । ବିହନ ବିବିଧତାରେ ଭାରତକୁ ପୃଥିବୀର ଶ୍ରୀର୍ଷ ସ୍ଥାନରେ ପହଞ୍ଚାଇଛି ଏଇ ମାଳି ମୁଣ୍ଡିଆ ଚାଷିଟି । ଏପର୍ଯ୍ୟନ୍ତ ଚାଶିତି ବାହ୍ୟ ନିୟନ୍ତ୍ରଣ ରୁ ମୁକ୍ତ ରହି ଆଗକୁ ଠେଲି ଚାଲୁଛି ।

ଆସିବା ମଧ୍ୟଯୁଗ ଭାରତ (mediaeval India) ୮ମ ଶତାଦ୍ଦି ଠାରୁ “ଭାରତୀୟ ଚାଷୀ ଓ ଚାଷ”। ଆମର ମୁଖ୍ୟ ଉଦ୍ଦେଶ୍ୟ ଇତିହାସରେ ଭାରତୀୟ କୃଷକ କିପରି ସ୍ୱୟଂସଂପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ଥିଲା । ସରକାରୀ ଆଇନ କାନୁନ ରୁ ମୁକ୍ତ ରହି କୋଟି କୋଟି ଭାରତୀୟ ଙ୍କୁ ଖାଦ୍ୟ ଯୋଗାଉଥିଲା । ଏ ଖବର ତଥାକଥିତ ସଭ୍ୟ ସମାଜ ଦୃଷ୍ଟିକୁ ଆଣିବା । ଆଜିତ ଭାରତରେ ଚାଷୀ ନିର୍ଯ୍ୟାତନା ,ଅଭାବି ବିକ୍ରି , କୃଷକ ଆତ୍ମହତ୍ୟାର ଚିତ୍ର ଆମ ଦେଶ ନୁହେଁ ପୃଥିବୀ ବାସୀ ଦେଖୁଛନ୍ତି । ସେତେବେଳର ଚାଷୀ ! ଆଗକୁ!

Comments

0 comments

Share This Article
Sri Natabar Sarangi is a revered organic farmer in Odisha, also known for his contributions beyond the boundaries of the State. A lifetime Teacher, Natabar Sarangi returned to organic agriculture after experiencing its horrible effects. He started with no indigenous rice seeds in hand a couple of decades ago. But when observed his 86th birthday in 2019, he was already cultivating 750 varieties of indigenous paddy seeds organically. Natabar Sarangi is also a writer, a columnist, a guide and a friend of the poor peasantry. He sincerely believes that only ecological farming having no dependence on market forces can ensure a sustainable future for everyone