ଭାରତୀୟ କୃଷି ଗବେଷଣା କେନ୍ଦ୍ର ,ଦିଲ୍ଲୀ ର ବୈଜ୍ଞାନିକ ମାନେ ନିକଟରେ ପରୀକ୍ଷା କରି ଜାଣି ପାରିଛନ୍ତି ଯେ ସବୁଜ ବିପ୍ଲବ ନାଁରେ ଚାଷ ହେଉଥିବା ଅଧିକ ଅମଳ କ୍ଷମ ଚାଉଳ ବା ଗହମରେ ପୃଷ୍ଟି ବା ଖାଦ୍ୟ ତତ୍ତ୍ୱ ପ୍ରାୟ ନାହିଁ । କମ୍ପାନୀ ବିହନ ,ରାସାୟନିକ ସାର ଓ କୀଟନାଶକ ବ୍ୟବହାର ଦ୍ଵାରା ଉତ୍ପାଦିତ ଏହି ଚାଉଳ ଓ ଗହମରେ ବିଷ ଭର୍ତ୍ତି । ଏହି ଚାଉଳରେ ଲୌହ ବା ଜିଙ୍କ ଭଳି ପୃଷ୍ଟି ପୋଷକର ଯଥେଷ୍ଟ ଅଭାବ (କେତେ ସୁରକ୍ଷିତ ଚାଉଳ ଓ ଗହମ ଖାଦ୍ୟ ତତ୍ତ୍ୱ ବଦଳରେ ବିଷାକ୍ତ ଉପାଦାନ ଅଧିକ ସମାଜ ତା ୨୮.୦୧.୨୦୨୪)। ଏହି ଚାଉଳ ବା ଗହମର ବ୍ୟବହାର ଯୋଗୁଁ ଅଣସଂକ୍ରାମକ ରୋଗ ଯଥା କର୍କଟ (CANCER),ମଧୁମେହ(Diabetes), ହୃଦଘାତ(Hyper Tension) ଅପସ୍ମାର(Epilepsy) ପକ୍ଷାଘାତ(Parlysis) ଭଳି ମାରାମତ୍କ ରୋଗ ଆମ ଦେଶରେ ବଢି ଚାଲିଛି । ପଞ୍ଜାବର କ୍ୟାନସର ଟ୍ରେନ ଓ ବରଗଡର କ୍ୟାନସର ହସ୍ପିଟାଲ ଏହି ବିଷ ଖାଦ୍ୟ ର ଫଳ ।
ବିଷ ମୁକ୍ତ ସ୍ଵାସ୍ଥକର ଖାଦ୍ୟ ଉତ୍ପାଦନ ପାଇଁ ନିଆଳିର ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର ଆଜକୁ ଗତ ୩୦ ବର୍ଷ ହେଲା ଜୈବିକ କୃଷି /ପ୍ରାକୃତିକ କୃଷି ପଦ୍ଧତିରେ ଚାଷ କରୁଛି । ଦେଶୀ ଧାନ ବିହନରେ ରାସାୟନିକ ସାର ବା କୀଟନାଶକ ବ୍ୟବହାର ଶୂନ । ଚାଷୀମାନେ ଉତ୍ପାଦିତ ବିଷମୁକ୍ତ ଧାନରୁ ଚାଉଳ ପ୍ରସ୍ତୁତ କରି ବିକ୍ରି ବଟା କରୁଛନ୍ତି । ବିଷ ଚାଉଳର ୧୦୦ ଗ୍ରାମରେ ୨-୩ ପ୍ରତିଶତ ପୁଷ୍ଟିସାର ମିଳୁଥିବା ବେଳେ ଆମ ଦେଶୀ ଚାଉଳ ୧୦୦ ଗ୍ରାମରେ ୭ ରୁ ୧୨ ଗ୍ରାମ ପୃଷ୍ଟିସାର ,ଲୌହ ,ଜିଙ୍କ,ମ୍ୟାଗ୍ନେସିୟମ, କ୍ୟାଲସିୟମ ଥିଆମିନ,ନାଇସିନ, ଭିଟାମିନ ଏ, ବି ,ଇ ଯଥେଷ୍ଟ ମିଳୁଛି ।
ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ରରେ ଥିବା ବିଭିନ୍ନ ପ୍ରକାରର ଚାଉଳ
କେତୋଟି ବିଷ ମୁକ୍ତ ଦେଶୀ ଚାଉଳର ନମୁନା
କିସମ | ଅରୁଆ | ଉସୁନା | ||
ଖାଦ୍ୟତତ୍ତ୍ୱ ୧୦୦ଗ୍ରାମରେ/ | ବିଶେଷ ଗୁଣ | ଖାଦ୍ୟତତ୍ତ୍ୱ ୧୦୦ଗ୍ରାମରେ/ | ବିଶେଷ ଗୁଣ | |
ବାଲାମ | ୭-୮ | ସରୁ ଲମ୍ବା,ଟେବୁଲ ରାଇସ ପଲ୍ଲାଉ,ଖେଚୁଡି, ମିଠା ଭାତ ପାଇଁ ଉପୋଯୋଗୀ ସୁସ୍ଵାଦୁ | ୮-୯ | ସରୁ ,ଲମ୍ବା,ଟେବୁଲ ରାଇସ ସୁଆଦ ,ଶୀଘ୍ର ହଜମ ହେବ |
ପଦ୍ମକେଶୋରୀ | ୭-୮ | ଅତି ସରୁ , ବିଭା, ନିମିତରେ ମିଠାଭାତ ,ଖେଚୁଡି ପଲ୍ଲାଉ ପାଇଁ ବିଶେଷ ଆଦୃତ | ୮-୧୦ | ସରୁ ,ଲମ୍ବା,ଟେବୁଲ ରାଇସ ସୁଆଦ ,ଶୀଘ୍ର ହଜମ ହେବ |
କଳାଜିରୀ | ୭-୮ | ଖିରୀ ଖେଚୁଡି କାନିକା ପାଇଁ ଉପୋଯୋଗୀ । ଏହା ବାସନା କିସମ । ଏହାକୁ ଆମେ Pride of odisha କହୁ | — | — |
ଭୋତିଆ | ୮-୧୨ | ମୋଟା ନାଲି ଚାଉଳ ।ଗରମ ଓ ପଖାଳ ଭାତ ପାଇଁ ଉପୋଯୋଗୀ । ବାସନା | ||
କଳା ଚାଉଳ(Black Rice) | ୮-୯ | ମୋଟା ,ସରୁ ୨ କିସମର କଳା ଧାନ , ଚାଉଳ ତ୍ରିପଣ୍ଡ କଳା। ଆଣ୍ଟି ଅକ୍ସିଡାଣ୍ଟ ଥିବା ଯୋଗୁଁ ମଧୁ ମେହ ରୋଗୀ (Diabetes patient)ଙ୍କ ପାଇଁ ଅତ୍ୟନ୍ତ ଉପୋଯୋଗୀ | — | — |
ଚୂଡା | ଦେଶୀ ନାଲି ଚୂଡା ବା ବାଦାମ ରଙ୍ଗ ଚୂଡା । ଖାଇବାକୁ ଅତ୍ୟନ୍ତ ସୁସ୍ଵାଦୁ । ଖାଦ୍ୟ ତତ୍ତ୍ୱ ଭର୍ତ୍ତି |
ଯୋଗା ଯୋଗ ପାଇଁ
ନଟବର ଷଡଙ୍ଗୀ-(ମୋ)୯୯୩୭୬୨୦୮୮୩
ଯୁବରାଜ ସ୍ଵାଇଁ-(ମୋ)୯୯୩୮୪୦୪୭୬୬
Comments
0 comments