History and Culture of “Adava” || ଆମ ଗାଁ ଅଡ଼ବାର ଇତିହାସ ଓ ସଂସ୍କୃତି

"ଅଡ଼ବା"ର ଇତିହାସ ଓ ସଂସ୍କୃତି

ସ୍ଵୟଂପ୍ରଭା ପାଢ଼ୀ Swayam Prava Parhi
Swayamprava Parhi is The Digital Editor of Samadrusti Magazine, the Chief Editor of Samadhwani Cultural Magazine, and the Principal of Samadrususti Mukta Vidyalaya. She is a...
849 Views
1 Min Read

ଆମ ଗାଁର ନାମ ହେଉଛି ଅଡ଼ବା । ସବୁ ଗାଁ ଭଳି ଆମ ଗାଁର ନାମକରଣ ପଛରେ ରହିଅଛି କିଛି ଐତିହାସିକ କାହାଣୀ । ସବୁଠୁ ମହତ୍ୱପୂର୍ଣ୍ଣ କଥା ଏହିକି ଯେ, ଆମ ଗାଁ ସବୁଜ ସୁନ୍ଦର ଭରା ଜଙ୍ଗଲ, ପାହାଡ଼, ନଦୀ ଏବଂ ଝରଣାରେ ଭରପୂର । ପ୍ରକୃତି ଦେବୀ ସ୍ୱୟଂ ଏଠାରେ ବିରାଜମାନ କରିଛନ୍ତି । ଏ ସବୁ ପରେ ମୁଁ ଜଣାଇବାକୁ ଚାହୁଁଛି ଆମ ଗାଁର ନାମକରଣ ପଛରେ ଥିବା କାରଣ, ପ୍ରଥମେ ଏହି ବିଷୟରେ ଜାଣିବାପାଇଁ ଆମେ ସମସ୍ତେ ଏକାଠି ହୋଇ ଆମ ଗ୍ରାମର କିଛି ବୟସ୍କ ଏବଂ ଜ୍ଞାନୀ ଲୋକଙ୍କୁ ପଚାରିବୁଝି ଜାଣିପାରିଲୁ କି, ଆମ ଗାଁର ନଦୀ ସେପାରିରେ କନ୍ଧ ଅଡ଼ବା ନାମକ ଏକ ଗ୍ରାମ ଥିଲା । ବ୍ରିଟିସ୍ ଶାସନ ସମୟର କଥା । ସେତେବେଳେ ହାଡ଼ୁ ପାତ୍ର ନାମକ ଏକ ବ୍ୟକ୍ତି ପ୍ରଥମେ ଏଠାରେ ପାଦ ଦେଇଥିଲେ । ଏବଂ ତା’ ପରେ ଧିରେ ଧିରେ ବହୁ ପ୍ରଜାତିର ଲୋକ ଆସି ଏଠାରେ ଜୀବନ ଯାପନ କଲେ । ମୁଁ ବହୁତ ଲୋକଙ୍କୁ ପଚାରି ବୁଝିଲି ଏହି ଗାଁର ନାମକରଣ ବିଷୟରେ, ସେ ମଧ୍ୟରୁ କିଛି ଲୋକ ହିଁ ଉତ୍ତର ଦେଇପାରିଲେ ।

Author

ସ୍ଵୟଂପ୍ରଭା ପାଢ଼ୀ Swayam Prava Parhi

Swayamprava Parhi is The Digital Editor of Samadrusti Magazine, the Chief Editor of Samadhwani Cultural Magazine, and the Principal of Samadrususti Mukta Vidyalaya. She is a Vocal Artist, Voiceover Artist, and Documentary Filmmaker.

Total Views: 849

Comments

0 comments

Share This Article
Swayamprava Parhi is The Digital Editor of Samadrusti Magazine, the Chief Editor of Samadhwani Cultural Magazine, and the Principal of Samadrususti Mukta Vidyalaya. She is a Vocal Artist, Voiceover Artist, and Documentary Filmmaker.