ଲେଖକମାନେ ହେଉଛନ୍ତି ସମଦୃଷ୍ଟିର ମେରୁଦଣ୍ଡ । ଆମ ଲକ୍ଷ୍ୟ ସେମାନଙ୍କର ସହଯୋଗ ବିନା ସମ୍ପୁର୍ଣ୍ଣ ହୋଇପାରିବ ନାହିଁ । ସମଦୃଷ୍ଟି ଆଜି ଯେଉଁ କାର୍ଯ୍ୟସବୁ ଆଗେଇନେବାପାଇଁ ଅଣ୍ଟା ଭିଡ଼ିଛି ସେଥିରେ ଲେଖକମାନଙ୍କର ପ୍ରତ୍ୟକ୍ଷ ଯୋଗଦାନ ରହିଆସିଛି ଏବଂ ଏହି ସହଯୋଗ ଆଗକୁ ଜାରୀରହିବ ବୋଲି ଆଶା କରୁଛୁ । ସବୁ ସମୟରେ ନୂଆ ଲେଖକମାନଙ୍କୁ ଏହି ଲକ୍ଷ୍ୟପଥରେ ଯୋଡ଼ିବାପାଇଁ ଉଦ୍ୟମ ଜାରି ରହିଛି ଏବଂ ଏଥିରେ ଉତ୍ସାହଜନକ ସଫଳତା ମଧ୍ୟ ମିଳିଛି।