‘ସମଦୃଷ୍ଟି ଟିଭି’ର ଭିଡ଼ିଓ ପତ୍ରିକା ‘ମଧ୍ୟାନ୍ତର’ ନାମରେ ଧାରାବାହିକ ଭାବରେ ଏବଂ କିଛି ସାମୟିକ ବୃତ୍ତଚିତ୍ର ମାଧ୍ୟମରେ ସମଦୃଷ୍ଟି ଜନାଗଣଙ୍କ ନିକଟରେ ମୌଳିକ ସମସ୍ୟା ଗୁଡ଼ିକୁ ଉତ୍ଥାପନ କରିବାପାଇଁ ପ୍ରୟାସ କରିଆସିଛି । ଇଲେଟ୍ରୋନିକ୍ ମାଧ୍ୟମରେ ଆସିଥିବା ବୈପ୍ଳବିକ ପରିବର୍ତ୍ତନ ଯୋଗୁଁ ଏହି ଭିଡ଼ିଓ ପତ୍ରିକା ଏବେ ସିଡ଼ି ବଦଳରେ ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶ ପାଇବ ଏବଂ ସମଦୃଷ୍ଟି ନ୍ୟୁଜ ପୋର୍ଟାଲରେ ଏହା ଧାରାବାହିକ ଭାବରେ ସ୍ଥାନୀତ ହେବ।